ଓଡ଼ିଶାର ଲୋକ‌କଳାମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ
ଲୋକକଳା ଅଞ୍ଚଳ ଚିତ୍ର ସୃଷ୍ଟି ବର୍ଣ୍ଣନା କଳାକାର
ଚଢ଼େଇଆ ନାଟ ମୟୂରଭଞ୍ଜ, ବାଲେଶ୍ୱର, ବଙ୍ଗ ଓ ବିହାର ନିକଟବର୍ତ୍ତୀ ଓଡ଼ିଶା ଅଞ୍ଚଳ ସଙ୍ଗୀତନୃତ୍ୟଧର୍ମୀ ନାଟ । ଚଢ଼େଇଆ ଚଢ଼େଇଆଣୀଙ୍କ ବାର୍ତ୍ତାଳାପ ମାଧ୍ୟମରେ ପରିବେଷିତ । ସାଧାରଣତଃ ଦମ୍ପତ୍ତିଙ୍କ ପ୍ରେମ ନାଟର ଉପଜୀବ୍ୟ ବିଷୟ । ଏହାଙ୍କ ସଙ୍ଗେ ବିଦୂଷକ ସମଧର୍ମୀ ଜଣେ ଚରିତ୍ର ଥାଆନ୍ତି । ପୋଷାକ କିରାତମାନଙ୍କ । ଗିନି ଓ ମାଦଳ ବାଦ୍ୟ ବ୍ୟବହାର ହୁଏ ।
ପ୍ରହ୍ଲାଦ ନାଟକ ଗଞ୍ଜାମ ଫ୍ରେମନଥିବା|173x173_ପିକସେଲ ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କଦ୍ୱାରା ଊନବିଂଶ ଶତାବ୍ଦୀରେ ଲିଖିତ ଓ ଆରବ୍ଧ । ପରେ ଆଉ ଦୁଇଜଣ ରାଜା ମଧ୍ୟ ଅନୁକରଣରେ ନିଜ ନିଜ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ରଜା ନାଟକ ଭାବେ ସୁପରିଚିତ । ହିରଣ୍ୟକଶିପୁ, ପ୍ରହ୍ଲାଦ ଓ ନୃସିଂହଙ୍କ ପୌରାଣିକ ଗାଥା ଅଭିନୀତ ହୁଏ । ଏହା ନୃତ୍ୟଗୀତଧର୍ମୀ ନାଟକଟିଏ । ସଙ୍ଗୀତ ଶୈଳୀରେ ବୈଶିଷ୍ଟ୍ୟ ରହିଛି । ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତ ଆଧାରିତ । ପୋଷାକ ରଙ୍ଗୀନ ଓ ଆଡ଼ମ୍ବରପୂର୍ଣ୍ଣ । ବ୍ୟବହୃତ ଓଡ଼ିଆ ଭାଷା ରାଜଦରବାରର ଏଣୁ କ୍ଳିଷ୍ଟ କିନ୍ତୁ ରାଜକୀୟ ଠାଣିର ଶବ୍ଦରେ ପରିପୂର୍ଣ୍ଣ । ହିରଣ୍ୟକଶିପୁ ଚରିତ୍ର ପ୍ରମୁଖ ଓ ଏହି ଅଭିନେତା ବହୁ ପାଣ୍ଡିତ୍ୟ ଅର୍ଜ୍ଜନ କରିଥାଆନ୍ତି ।
ଭାରତ ଲୀଳା ଗଞ୍ଜାମ ଦୀନବନ୍ଧୁ ଦାସଙ୍କଦ୍ୱାରା ଊନବିଂଶ ଶତାବ୍ଦୀରେ ରଚିତ ଓ ଅଭିନୀତ । ସୁଭଦ୍ରା ଅର୍ଜୁନଙ୍କ ଗାଥା ଅଭିନୀତ ହୁଏ । ବିଷୟବସ୍ତୁ ମହାଭାରତରୁ ଗୃହୀତ । ଦୁଆରୀ, ସତ୍ୟଭାମା, ସୁଭଦ୍ରା ଓ ଅର୍ଜୁନ ପ୍ରମୁଖ ଚରିତ୍ର । ଲୀଳାଟି ଶୃଙ୍ଗାରଧର୍ମୀ ଓ ହାସ୍ୟରସାତ୍ମକ ଥିବା ସଙ୍ଗେ ସଙ୍ଗେ ତାତ୍ତ୍ୱିକ ହେବାରୁ ବେଶ ଲୋକପ୍ରିୟ । ଦୁଆରୀ ଚରିତ୍ର ଶାସ୍ତ୍ରପଣ୍ଡିତ ଓ ଦୁଆରୀ ଅଭିନେତା ସାଧାରଣତଃ ଦଳର ଗୁରୁ । ଏହି ଚରିତ୍ରର ମହତ୍ତ୍ୱ ଯୋଗୁଁ ଏହା ଦୁଆରୀ ଲୀଳା ଭାବେ ମଧ୍ୟ ପରିଚିତ । କବିସୂର୍ଯ୍ୟନଗରର ନବଘନ ପରିଡ଼ା ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ ।
ମୋଗଲ ତାମସା ଭଦ୍ରକ ୧୮ଶ ଶତାବ୍ଦୀରେ ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଲିଖିତ ସାତଗୋଟି ତାମସା ମଧ୍ୟରୁ ଗୋଟିଏ । ଲୋକପ୍ରିୟତା ଯୋଗୁଁ ଏହି ଗୋଟିଏ ହିଁ ଏବେ ଅଭିନୟ ପରମ୍ପରାରେ ବଞ୍ଚିରହିଛି । ପରେ ପ୍ରୀତିଲାଲ, ଜଗବନ୍ଧୁ ମିଶ୍ର ଓ ଲାଲା ଶ୍ରୀଧର ରାୟଙ୍କଦ୍ୱାରା ନୂତନ ଗୀତ ସଂଯୋଜିତ ହୋଇଛି । ଗୀତ ଓ ବାର୍ତ୍ତାଳାପ ପୂର୍ଣ୍ଣ ନାଟକ । ନୃତ୍ୟ ମଧ୍ୟ ଯଥାସ୍ଥାନେ ରହିଛି । ମୋଗଲ ସାମ୍ରାଜ୍ୟର ମିର୍ଜା ଚରିତ୍ରକୁ ନେଇ ବ୍ୟଙ୍ଗାତ୍ମକ ରଚନା । ଭାଷା ପାରସୀ, ଉର୍ଦ୍ଦୁ, ବଙ୍ଗାଳୀ ଓ ଓଡ଼ିଆର ମିଶ୍ରଣ । ପରମ୍ପରା ଅନୁସାରେ ଚୈତ୍ରମାସରେ ଶିବ ମନ୍ଦିର ସମ୍ମୁଖରେ ଅଭିନୀତ ହୁଏ । ବାଦଶାହୀ ଓ ସୌଦାଗରୀ ଦୁଇଗୋଟି ପ୍ରକାରର ମୋଗଲ ତାମସା ଥିଲା । ଏବେ କେବଳ ବାଦଶାହୀ ମୋଗଲ ତାମସା ହିଁ ଅଭିନୀତ ହେଉଛି । ସଙ୍ଗାତ, କୁଆଁସ, ଶାହପୁର, ଜାନୁଗଞ୍ଜ, ନୀଳକଣ୍ଠପୁର, ବେଙ୍କାର କଳାକାରମାନଙ୍କଦ୍ୱାରା ଅଭିନୀତ ।