ଆଶିକ୍
ଆଶିକ୍ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ପ୍ରମୋଦ କୁମାର ସ୍ୱାଇଁ, ସୁଧାକର ବସନ୍ତ |
ସଂଳାପ | ଡଃ ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ସୁଧାକର ବସନ୍ତ |
କଳାକାର | ସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂ |
ମୁକ୍ତିଲାଭ ତାରିଖ | ୧୭ ସେପ୍ଟେମ୍ବର ୨୦୧୫[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଶିକ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ସୁଧାକର ବସନ୍ତ ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ଅଭିଜିତ ମଜୁମଦାର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୨] ଏବଂ କୋଏଲ ବାନାର୍ଜୀ । ପପୁ ପମ ପମ, ହରିହର ମହାପାତ୍ର[୩], ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ସୁନୀତା, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାରମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ନାୟିକା ଭାବରେ ପ୍ରଥମେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବଛାଯାଇଥିଲା, ମାତ୍ର ପରେ କୋଏଲଙ୍କୁ ନାୟିକା ଭାବରେ ନିଆଯାଇଥିଲା ।[୪]
୧୭ ସେପ୍ଟେମ୍ବର ୨୦୧୫ରେ ଏହି କଥାଚିତ୍ରଟି ଓଡ଼ିଶାର ୪୫ଟି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୬]
- କୋଏଲ ବାନାର୍ଜୀ
- ପପୁ ପମ ପମ
- ସୁଧାକର ବସନ୍ତ
- ସୋଫିଆ ଆଲମ୍
- ସରୋଜ ଦାସ
- ସୁନୀତା
- ହରିହର ମହାପାତ୍ର
- ପିଣ୍ଟୁ ନନ୍ଦ
- ପପି ସନ୍ତୁକ
- ପ୍ରମୋଦ କୁମାର ସ୍ୱାଇଁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଡଃ ନିର୍ମଳ ନାୟକ ଏବଂ ନିଜାମ୍ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।[୭] ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଆଶା ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୮]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଆଖି ମିଶିଗଲା" | |||
2. | "ବେଚେନ୍ ଦିଲ୍ ୟେ" | ନିଜାମ୍ | ତାରିକ୍ ଅଜିଜ୍ | |
3. | "ମାହିରେ ମାହିରେ" | ଡଃ ନିର୍ମଳ ନାୟକ | ବିଷ୍ଣୁମୋହନ କବି, ଆଶା ପଣ୍ଡା | |
4. | "ନୀଳ ଆକାଶରେ" | ଡଃ ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ | |
5. | "ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା" | ଡଃ ନିର୍ମଳ ନାୟକ | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
6. | "ଟେଲ୍ ମି ଓ ଜାନମ୍ ଟେଲ୍ ମି" | ନିଜାମ୍ | ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ | |
7. | "ତୋ ପାଇଁ ଗାଇବି ମୁଁ" | ନିଜାମ୍ | ବିଷ୍ଣୁମୋହନ କବି |
ଆଧାର
[ସମ୍ପାଦନା]- ↑ "Release Today: Aashiq ana Apna Haath Jagannath Odia Films". Incerdible Orissa. 17 September 2015. Retrieved 27 August 2017.
- ↑ "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡ଼ିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 27 August 2017.
- ↑ "Hari and Papu Pom Pom Comedy Together In Odia Film Aashiq". Incedible Orissa. 10 March 2015. Retrieved 27 August 2017.
- ↑ "Aashiq Odia movie of Sambit, Koyel, Papu". E News ଓଡ଼ିଆ. 31 August 2015. Retrieved 27 August 2017.
- ↑ "Aashiq Odia Movie Premier ; Sriya Talkies". E News ଓଡ଼ିଆ. 18 September 2015. Retrieved 27 August 2017.
- ↑ "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡ଼ିଆ ଛବି "ମନ ଖାଲି ତତେ ଚାହେଁ"". Ollywood Gossip. 6 July 2017. Archived from the original on 21 September 2017. Retrieved 27 August 2017.
- ↑ "Aashiq Odia Movie Music Release Party". E News ଓଡ଼ିଆ. 31 August 2015. Retrieved 27 August 2017.
- ↑ "Aashiq (ଆଶିକ୍) - 2015 Odia Romantic Film". ଓଡ଼ିଆପୋର୍ଟଲ.ଇନ୍. Retrieved 27 August 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଶିକ୍