ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ

ଉଇକିପିଡ଼ିଆ‌ରୁ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ
ପ୍ରକାରସରକାରୀ ନିଗମ , ରାଜ୍ୟ ପରିବହନ ବିଭାଗ ଅଧୀନ, ଓଡ଼ିଶା ସରକାର
ଶିଳ୍ପସରକାରୀ ପରିବହନ
ପ୍ରତିଷ୍ଠିତ ସ୍ଥାନ୧୯୪୮
ମୁଖ୍ୟ କାର୍ଯ୍ୟାଳୟ,
Area served
ଓଡ଼ିଶା, ଆନ୍ଧ୍ର ପ୍ରଦେଶପଶ୍ଚିମ ବଙ୍ଗ
Servicesହାଇ କମ୍ଫ, ହାଇ ଟେକ, ଏ ସି ଡିଲକ୍ସ, ଏ ସି ସ୍ଲୀପର
Number of employees
୯୩୩ ସ୍ଥାୟୀ, ୬୫୦ ଅସ୍ଥାୟୀ (୩୧-୫-୨୦୧୧)
Divisionsଭୁବନେଶ୍ୱର, ସମ୍ବଲପୁର , ବ୍ରହ୍ମପୁରର
ୱେବ୍‌ସାଇଟ୍http://www.osrtc.in/index.html

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓ ଏସ ଆରଟି ସି ) ରାଜ୍ୟର ସର୍ବ ବୃହତ ତଥା ସର୍ବ ପୁରାତନ ଗଣ ପରିବହନ ସଂସ୍ଥା । ୧୯୫୦ର କେନ୍ଦ୍ର ସଡ଼କ ପରିବହନ ବିଧି (ଆରଟି ଏ ଆକ୍ଟ ) ଓ ୧୯୬୪ର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବିଧି (ଓ ଏସ ଆରଟି ସି ରୁଲ ) ଅନୁଯାୟୀ ୧୯୭୪ ମେ ୧୫ ତାରିଖ ସ୍ଥାପିତ ହୋଇଛି । ଏଇଟି ଗୋଟିଏ ସରକାରୀ ନିଗମ ଓ ଏହା ରାଜ୍ୟ ପରିବହନ ବିଭାଗ ଅଧୀନରେ ରହିଛି । ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଯେଉଁଥିରେ ରାଜ୍ୟ ଓ କେନ୍ଦ୍ରର ୨:୧ ଅନୁପାତରେ ମୂଳଧନ ଅଛି । ଏହାର ମୁଖ କାର୍ଯ୍ୟାଳୟ ଭୁବନେଶ୍ୱରର ସଚିବାଳୟ ମାର୍ଗସ୍ଥିତ ପରିବହନ ଭବନ ଅଟେ । ଓ ଏସ ଆରଟି ସି ଅଧୀନରେ ଭୁବନେଶ୍ୱର, ସମ୍ବଲପୁରବ୍ରହ୍ମପୁରରେ ୩ଟି ପ୍ରଭାଗ ଅଛି । ରାଜ୍ୟ ପରିବହନ ଅଧୀନରେ ଦିନକୁ ପ୍ରାୟ ୩୯୦ଟି ବସ ୧୭୦ଟି ରୁଟରେ ଚଳାଚଳ କରୁଛି ।

ଆଧାର[ସମ୍ପାଦନା]