ବଉଳ
| ବଉଳ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Asterids |
| ଗଣ: | Ericales |
| କୁଳ: | Sapotaceae |
| ପ୍ରଜାତି: | Mimusops |
| ଜାତି: | M. elengi L. |
| ବାଇନୋମିଆଲ ନାଆଁ | |
| Mimusops elengi L. |
|
ବଉଳ ଏକ ଦ୍ରୁମ ଜାତୀୟ ଉଦ୍ଭିଦ ହେଲେ ବି ଆମ୍ବ ଓ ପଣସ ଆଦି ଗଛ ପରି ବିଶାଳ ହୋଇ ନ ଥାଏ । ଏହାର ରସ ଉଗ୍ର, ଫୁଲ ସୁବାସିତ ଓ ଫଳ କଷାୟ ରସରେ ପୂର୍ଣ୍ଣ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ ।
ବିଷୟସୂଚୀ |
ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ବଉଳ |
| ସଂସ୍କୃତ | ବକୁଳ, ମଧୁଗନ୍ଧ, ସୌଗନ୍ଧିକ |
| ହିନ୍ଦୀ | ମଉଲଶିରୀ |
| ତେଲୁଗୁ | ପୋଗଡ |
| ବଙ୍ଗଳା | ବକୁଲ |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
କଟୁଯୁକ୍ତ କଷାୟରସ, ଗୁରୁପାକ। ମାତ୍ରା ଚାରିଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।
ବ୍ୟବହାର [ସମ୍ପାଦନା]
ବଉଳ ଗଛର ସର୍ବାଙ୍ଗ, ମୁଖ୍ୟତଃ ଏହାର ଛେଲି ଔଷଧୀୟ କାମରେ ଲାଗେ। ଦାନ୍ତ ହଲିବା ବନ୍ଦ କରିଦିଏ । ଏହା ଦାନ୍ତ ମୂଳକୁ ଏତେ ଶକ୍ତ କରିଦିଏ ଯେ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଏ । ଏହା କୃମି, ମୁଖ କ୍ଷତ, ଦନ୍ତରୋଗ, ଯାବତୀୟ ତୁଣ୍ଡ ଘା, ବ୍ରଣ ଓ ଶିରରୋଗ ନିବାରକ ଅଟେ ।
କଞ୍ଚା ବଉଳ କୋଳିକୁ ଚୋବାଇ କିଛି ସମୟ ପାଟିରେ ରଖିଲେ ଦାନ୍ତ ଶକ୍ତ ହୁଏ । ପ୍ରତିଦିନ ବଉଳ ଦାନ୍ତକାଠିରେ ଅଥବା ଏହାର ପତ୍ର ରସରେ ଦାନ୍ତ ଘସିଲେ ଦାନ୍ତ ରୋଗ ହୁଏ ନାହିଁ । ଏହାର ଛେଲିକୁ ପାଣିରେ ସିଝାଇ ସେଥିରେ କୁଳି କଲେ କୌଣସି ପ୍ରକାର ପାଟିଘା ହୁଏ ନାହିଁ । ବଉଳ ପତ୍ର ରସରୁ ଦୁଇଟୋପା ନାକରେ ପକାଇଲେ ଉହାଜ୍ୱର ଛାଡିଯାଏ। ପାଚିଲା ବଉଳ କୋଳିର ମଞ୍ଜି ଭିତରେ ଥିବା ଶସକୁ ବାଟି ସର୍ପାଘାତ କ୍ଷତରେ ଲଗାଇଲେ ସର୍ପବିଷ ନଷ୍ଟ ହୁଏ । ବଉଳ ପୁଳର ଚୂର୍ଣ୍ଣକୁ ନସ୍ୟ ଗ୍ରହଣ କଲେ ଜ୍ୱର, ଦେହ ପୀଡା ଓ ମୁଣ୍ଡ ବିନ୍ଧା ଆଦି ନିବାରିତ ହୁଏ । ବଉଳ ଛାଲି ଓ ହିଞ୍ଜଳ ଛାଲି, ଏ ଦୁଇଟି ଦ୍ରବ୍ୟକୁ ଜଳରେ ସିଝାଇ, ଛାଣି ସେଇ ଜଳରେ ଘା ଧୋଇଲେ ଘାଆ ଅଳ୍ପ ଦିନରେ ଶୁଖିଯାଏ ।
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ବଉଳ ଉପରେ ମାଧ୍ୟମ ରହିଅଛି |
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ