ନିମ୍ବ

ଉଇକିପିଡ଼ିଆ‌ରୁ

ନିମ୍ବ
ନିମ୍ବ ଗଛର ଫୁଲ ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ଗଣ: Sapindales
କୁଳ: Meliaceae
ପ୍ରଜାତି: Azadirachta
ଜାତି: A. indica
ବାଇନୋମିଆଲ ନାମ
Azadirachta indica
Synonyms

Antelaea azadirachta (L.) Adelb.

ନିମ୍ବ ବା ଲିମ୍ବ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଭାରତରେ ପ୍ରାୟ ସବୁସ୍ଥାନରେ ଦୃଷ୍ଟି ଗୋଚର ହୁଏ ।

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ନିମ୍ବ
ସଂସ୍କୃତ ଅରିଷ୍ଟ, ପିଚମର୍ଧ, ପାରିଭଦ୍ର, ତିକ୍ତକ, ହିଙ୍ଗୁନିର୍ଯ୍ୟାସ ଓ ତିକ୍ତପର୍ଣା
ବଙ୍ଗଳା ନିମ୍
ହିନ୍ଦୀ ନିମ୍
ତେଲୁଗୁ ଦୀୟାଚେଟ୍ଟୁ

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା ତିକ୍ତରସ, ଶୀତବୀର୍ଯ୍ୟ, ଧାରକ, କାମ ନିବାରକ, ଜ୍ୱର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠ, ବାୟୁ, ଶ୍ଳେଷ୍ମ, ବିସର୍ପ, କୃମି, କାଶ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ଚର୍ମରୋଗ, ଅରୁଚି, ଦଦ୍ରୁ ନିବାରକ ଅଟେ।

ବ୍ୟବହାର[ସମ୍ପାଦନା]

ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ଏହି ଗଛର ସବୁ ଅଂଶ ଔଷଧି ରୂପେ ବ୍ୟବହାର କରାଯାଏ[୧]ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ମତରେ ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି । ବସନ୍ତ ଋତୁ ଆଗରୁ ନିମ୍ବକଢ଼ର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।

ବିଶେଷ ନିମ୍ବ ଗଛରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମହାପ୍ରଭୁ ମାନଂକ ନବକଳେବର ବେଳେ ଦାରୁ ଆସିଥାଏ, ଯେଉଁଥିରୁ ନୂଆ ମୂର୍ତ୍ତି ମାନ ତିଆରି କରାଯାଇଥାଏ[୨]

ଗ୍ୟାଲେରି[ସମ୍ପାଦନା]


ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର

ଆଧାର[ସମ୍ପାଦନା]

  1. ପଟ୍ଟନାୟକ, ନିଖିଳ ମୋହନ (1997). ଗଛ ବ‍ଇଦ. ଭୁବନେଶ୍ୱର: ସୃଜନିକା. p. ୨୮. Retrieved 16 December 2018.
  2. "Mystery behind the idol of Lord Jagannath". Speakingtree.in. Times Internet Limited. Retrieved 18 December 2018.