ନିମ୍ବ
| ନିମ୍ବ | |
|---|---|
| ନିମ୍ବ ଗଛର ଫୁଲ ଓ ପତ୍ର | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| Kingdom: | Plantae |
| Division: | Magnoliophyta |
| Order: | Sapindales |
| Family: | Meliaceae |
| Genus: | Azadirachta |
| Species: | A. indica |
| ବାଇନୋମିଆଲ ନାଆଁ | |
| Azadirachta indica |
|
| Synonyms | |
|
Antelaea azadirachta (L.) Adelb. |
|
ନିମ୍ବ ବା ଲିମ୍ବ ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ଭାରତରେ ପ୍ରାୟ ସବୁସ୍ଥାନରେ ଦୃଷ୍ଟି ଗୋଚର ହୁଏ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ନିମ୍ବ |
| ସଂସ୍କୃତ | ଅରିଷ୍ଟ, ପିଚମର୍ଧ, ପାରିଭଦ୍ର, ତିକ୍ତକ, ହିଙ୍ଗୁନିର୍ଯ୍ୟାସ ଓ ତିକ୍ତପର୍ଣା |
| ବଙ୍ଗଳା | ନିମ୍ |
| ହିନ୍ଦୀ | ନିମ୍ |
| ତେଲୁଗୁ | ଦୀୟାଚେଟ୍ଟୁ |
[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ
ଏହା ତିକ୍ତରସ, ଶୀତବୀର୍ଯ୍ୟ, ଧାରକ, କାମ ନିବାରକ, ଜ୍ଵର, ତୃଷ୍ଣା, କଣ୍ଡୁ, କ୍ଷତ, ବ୍ରଣ, କୁଷ୍ଠ, ବାୟୁ, ଶ୍ଳେଷ୍ମ, ବିସର୍ପ, କୃମି, କାଶ, ଅର୍ଶ, ପିତ୍ତବିକାର, ରକ୍ତବିକୃତି, ବମନ, ଯାବତୀୟ ଚର୍ମରୋଗ, ଅରୁଚି, ଦଦ୍ରୁ ନିବାରକ ଅଟେ।
[ଏହାକୁ ବଦଳାନ୍ତୁ] ବ୍ୟବହାର
ଅତି ଗୁଣକାରୀ ବନୌଷଧୀମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ। ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ମତରେ ଏହାର ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷସାରା ଚର୍ମରୋଗ ହେବାର ଭୟ ରହେ ନାହିଁ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ଘରର ଯେ କୌଣସି ଦିଗରେ ବିଶେଷ କରି ଦକ୍ଷିଣ ପାଖରେ ଏ ଗଛ ରହିଲେ ଘରେ ସମସ୍ତଙ୍କ ଦେହ ଭଲରହେ ବୋଲି ମାନ୍ୟତା ରହିଛି । ବସନ୍ତ ଋତୁ ଆଗରୁ ନିମ୍ବକଢ଼ର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।
[ଏହାକୁ ବଦଳାନ୍ତୁ] ଗାଲେରୀ
-
Squrel on neem tree.jpg
ନିମ୍ବ ଗଛରେ ଗୁଣ୍ଡୁଚି
-
GntNeemFlowers.jpg
ନିମ୍ବ ଫୁଲ
-
GntNeemTree.jpg
ନିମ୍ବ ଫୁଲ ଫୁଟିଥିବା ଗଛ
| ଉଇକିପିଡ଼ିଆ କମନସରେ: ନିମ୍ବ ଉପରେ ମାଧ୍ୟମ ରହିଅଛି |
[ଏହାକୁ ବଦଳାନ୍ତୁ] ବାହାର ଆଧାର
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
- ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର