ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ | |
---|---|
ଜନ୍ମ | ଚର୍ଚ୍ଚିକା, କଟକ | ୧୭ ମାର୍ଚ୍ଚ ୧୯୩୯
ମୃତ୍ୟୁ | ୯ ଅଗଷ୍ଟ ୨୦୧୬ | (ବୟସ ୭୫)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (ଜନସଂଚାର) |
ବୃତ୍ତି | ସାମ୍ବାଦିକ ଓ ସାହିତ୍ୟିକ |
ବୈବାହିକ-ସାଥୀ | ସ୍ନେହଲତା ଧଳ[୧] |
ସନ୍ତାନ | ସିଦ୍ଧାର୍ଥ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ ସାହିତ୍ୟ) |
ବରେନ୍ଦ୍ର କୃଷ୍ଣ ଧଳ (୧୭ ମାର୍ଚ୍ଚ ୧୯୩୯ - ୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖ ଦିନ କଟକ ଜିଲ୍ଲାର ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ସେ, ସ୍ୱରାଜ, ଆଜ-କାଲ(ବଙ୍ଗଳା)[୨], ସମ୍ବାଦ, ପ୍ରଜାତନ୍ତ୍ର ଆଦି ଖବରକାଗଜ ସହିତ ଜଡ଼ିତ ରହିଆସିଛନ୍ତି । ବରେନ୍ଦ୍ର କୃଷ୍ଣ ଧଳଙ୍କ ନେତୃତ୍ୱରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ "ଲେଖକ ସାମୁଖ୍ୟ" ଗଠନ କରାଯାଇଥିଲା । ୧୯୮୨-୮୮ ଓ ୧୯୯୨ରେ ସେ ଏହି ଅନୁଷ୍ଠାନର ମହାସଚିବ ଭାବରେ କାର୍ଯ୍ୟକରିଛନ୍ତି । ୧୯୯୦-୯୩ ମସିହା ପର୍ଯ୍ୟନ୍ତ, ସେ "ନ୍ୟାସନାଲ ଇୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ"ର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ପ୍ରତିବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେଉଥିବା "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିଥିଲେ ।[୩]
କ୍ରମାଗତ ଅସୁସ୍ଥ ରହିବା ପରେ ୨୦୧୬ ମସିହା ଅଗଷ୍ଟ ୯ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।[୪]
ରଚନାବଳୀ
[ସମ୍ପାଦନା]ବରେନ୍ଦ୍ର କୃଷ୍ଣ ଓଡ଼ିଆ ଓ ବଙ୍ଗଳା ଭାଷାରେ ୧୯ଟି ବହି ରଚନା କରିବା ସହ ୬ଟି ବହି ଅନୁବାଦ କରିଛନ୍ତି । ସେ ୨୦ଟି କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି ।
ଆତ୍ମଜୀବନୀ
[ସମ୍ପାଦନା]- ମୋ ଜୀବନ କାହାଣୀ[୫]
ଉପନ୍ୟାସ
[ସମ୍ପାଦନା]- ସନ୍ଧ୍ୟାର ମୂକୁର
- ବିଦଗ୍ଧ ବିହଙ୍ଗୀ
- କବଚ[୬]
- ନାୟିକା
- ନିଶୀଧ ପ୍ରେମ
କ୍ଷୁଦ୍ର ଗଳ୍ପ
[ସମ୍ପାଦନା]- ପାଣିଗାର
- ଏକାକୀ ଅଭିମନ୍ୟୁ
- ଅନେଶ୍ୱତ ରନ୍
- କ୍ଳାନ୍ତ ନକ୍ଷତ୍ର
ପ୍ରବନ୍ଧ
[ସମ୍ପାଦନା]- ମୁକ୍ତ ବିଚାର
ଅନୁବାଦ
[ସମ୍ପାଦନା]- ଶାମ୍ବ
- ୯୩(ମୂଳ ବଙ୍ଗଳା ଲେଖାର ଓଡ଼ିଆ ଅନୁବାଦ)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର( ଶାମ୍ବ ପୁସ୍ତକ ପାଇଁ) - ୧୯୮୮[୭]
- ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡିଗଡ଼ଦ୍ୱାରା ସମ୍ମାନିତ[୮]
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/Snehalata-Dhal-No-More/2016/01/08/article3217083.ece[permanent dead link]
- ↑ "STATE LEVEL ACCREDITED JOURNALISTS" (PDF). odisha.gov.in. ODISHA REFERENCE ANNUAL - 2014. Retrieved 9 August 2016.
- ↑ Suman, Sefali (10 February 2014). "Stalls make brisk business at Bhubaneswar book fair". www.dailypioneer.com. The Pioneer. Retrieved 9 August 2016.
- ↑ "Veteran Odia Journalist Barendra Krushna Dhal dies at 77". odishanewsinsight.com. Retrieved 9 August 2016.
- ↑ http://odishan.com/14193
- ↑ Orissa (India). Orissa District Gazetteers: Sambalpur. Superintendent, Orissa Government Press.
- ↑ "ବରିଷ୍ଠ ସାମ୍ବାଦିକ ବରେନ୍ଦ୍ର ଧଳଙ୍କ ପରଲୋକ". ସମାଜ ୧୦/୦୮/୨୦୧୬ କଟକ ସଂସ୍କରଣ ପୃଷ୍ଠା ୫. Retrieved 10 August 2016.[permanent dead link]
- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 325–. ISBN 978-81-260-0873-5.