ନମିତା ଟପ୍ପୋ

ଉଇକିପିଡ଼ିଆ‌ରୁ
ନମିତା ଟପ୍ପୋ
ବ୍ୟକ୍ତିଗତ ସୂଚନା
ଜନ୍ମ (1995-06-04) ୪ ଜୁନ ୧୯୯୫ (ବୟସ ୨୮)
ଓଡ଼ିଶା, ଭାରତ
Playing position ମିଡ଼ଫିଲ୍ଡର୍
Medal record
Asian Cup
Gold 2017 Gifu

ନମିତା ଟପ୍ପୋ (ଜନ୍ମ ୪ ଜୁନ୍ ୧୯୯୫) ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ।[୧] ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଜଉରମାଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଥୋବୋ ଟପ୍ପୋ (ବାପା) ଓ ଚକ୍ରବର୍ତ୍ତୀ ଟପ୍ପୋ (ମାଆ)ଙ୍କ ଝିଅ ।[୨] ସେ ପାନପୋଷ, ରାଉରକେଲା, ସ୍ପୋର୍ଟ୍ସ୍ ହଷ୍ଟେଲର ପୁର୍ବତନ ଛାତ୍ରୀ ।[୩][୪]

ସଫଳତା[ସମ୍ପାଦନା]

ସେ ୯୭ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି ୪ଟି ଗୋଲ୍ ଦେଇଛନ୍ତି ।[୫]

ଆନ୍ତର୍ଜାତୀୟ[ସମ୍ପାଦନା]

  • ସେପ୍ଟେମ୍ବର ୨୫, ୨୦୧୧ରେ ୧୮ ବର୍ଷରୁ କମ୍ ଏସୀୟ କପ୍ ହରି ପ୍ପତିଯୋଗିତାରେ ରାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୬][୭]
  • ଫେବୃଆରୀ ୧୮ରୁ ୨୪ ୨୦୧୩ରେ ନୂଆଦିଲ୍ଲୀଠାରେ ଏଫ୍ଆଇଏଚ୍ ବିଶ୍ୱ ଲିଗ୍‌ରେ ଭାରତୀୟ ମହିଳା ହକି ଦଳକୁ ପ୍ରତିନିଧିତ୍ୱ କରିଥିଲେ ।[୮]
  • ଜୁଲାଇ ୪, ୨୦୧୩ରେ ଜର୍ମାନୀର ମୋଞ୍ଚେଙ୍ଗଲାବାଚ୍‌ରେ ବିଶ୍ୱ କପ୍‌ରେ କାଂସ୍ୟ ପଦକ ଜିତି ଇତିହାସ ରଚଥିବା ଜିତିଥିବା ମହିଳା କନିଷ୍ଠ ହକି ଦଳର ସଦସ୍ୟ ଥିଲେ ।[୯][୧୦]
  • ୨୦୧୩ରେ ଜାପାନରେ ଆୟୋଜିତ ତୃତୀୟ ମହିଳା ଏସୀୟ ପ୍ରତିଯୋଗିତା ଟ୍ରଫିରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।[୧୧]
  • ୨୦୧୩ରେ ମାଲେସିଆରେ ଅନୁଷ୍ଠିତ ଅଷ୍ଟମ ମହିଳା ଏସୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ ।[୧୨]
  • ୨୦୧୪ରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରତିଯୋଗିତା ଚ୍ୟାଲେଞ୍ଜ୍ ୧ରେ ସେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।[୧୩]
  • ଜୁନ୍ ୯ରୁ ୧୭ ୨୦୧୪ରେ ମାଲେସିଆର କୁଆଲାମ୍ପୁରରେ ୬-୦ରେ ଟେଷ୍ଟ୍ ସିରିଜ୍ ଜିତିଥିବା ମହିଳା ହକି ଟେଷ୍ଟ ଦଳର ସେ ସଦସ୍ୟ ଥିଲେ ।[୧୪]
  • ଜୁଲାଇ ୨୩ରୁ ଅଗଷ୍ଟ ୩ ୨୦୧୪ରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ ।[୧୫]
  • ଅକ୍ଟୋବର ୧ ୨୦୧୪ରେ ଦକ୍ଷିଣ କୋରିଆର ଇଞ୍ଚିଅନ୍‌ରେ ଅନୁଷ୍ଠିତ ୧୭ତମ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୬]
  • ଅପ୍ରେଲ୍ ୧୧ରୁ ୧୯ ୨୦୧୫ରେ ନ୍ୟୁଜିଲାଣ୍ଡ୍‌ର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ ପ୍ରତୋଯୋଗିତାରେ ସପ୍ତମ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
  • ୨୦ ଫେବୃଆରୀରୁ ମାର୍ଚ୍ଚ ୧ ୨୦୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
  • ଅପ୍ରେଲ୍ ୨ରୁ ୧୦ ୨୦୧୬ରେ ନ୍ୟୁଜିଲାଣ୍ଡ୍‌ର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ କପ୍ ମହିଳା ହକି ଉତ୍ସବରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୭]
  • ସେ ୨୦୧୬ରେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍‌ସ ପାଇଁ ମନୋନୀତ ହୋଇଥିଲେ ।[୧୮]

ଜାତୀୟ[ସମ୍ପାଦନା]

  • ୨୦୧୦ରେ ମହିଳା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । (ଦ୍ୱିତୀୟ ସ୍ଥାନ)
  • ୨୦୦୮ରେ ସବ୍-ଜୁନିଅର୍ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । (ତୃତୀୟ ସ୍ଥାନ)
  • ୨୦୦୮ (ତୃତୀୟ) ଓ ୨୦୧୧ (ପ୍ରଥମ)ରେ ଜାତୀୟ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧତ୍ୱ କରିଥିଲେ ।
  • ୨୦୦୯ (ପ୍ରଥମ) ଓ ୨୦୧୧ରେ ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
  • ୨୦୦୯ (ପ୍ରଥମ)ରେ ଜାତୀୟ ଗ୍ରାମାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
  • ୨୦୦୭, ୨୦୦୮, ୨୦୦୯ (ପ୍ରଥମ), ୨୦୧୦ (ତୃତୀୟ)ରେ କନିଷ୍ଠ ନେହେରୁ କପ୍ ପ୍ରତିଯୋଗିତରେ ଅଂଶଗ୍ରହଣ କରିଥିଲେ ।
  • ୨୦୧୧ (ତୃତୀୟ)ରେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
  • ୨୭ ଡିସେମ୍ବରରୁ ୧ ଫେବୃଆରୀ ୨୦୧୧ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର୍ ଧ୍ୟାନ୍‌ଚାନ୍ଦ୍ ଜାତୀୟ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ମହିଲା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ତରଫରୁ ମନୋନୀତ ହୋଇଥିଲେ ।

ଅନ୍ୟ ଦରକାରୀ ତ‌ଥ୍ୟ[ସମ୍ପାଦନା]

  • ୨୦୧୨ରେ ଡବ୍‌ଲିନ୍‌ଠାରେ ଏଫ୍ଆଇଏଚ୍ ପ୍ରତିଯୋଗିତାରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।
  • ୩୦ ଜୁଲାଇ ୨୦୧୪ରେ ସ୍କଟ୍‌ଲ୍ୟାଣ୍ଡ୍‌ର ଗ୍ଲାସ୍‌ଗୋଠାରେ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୫୦ତମ ମ୍ୟାଚ୍ ଖେଳିଥିଲେ । ସେ ଏହି ସଫଳତା ୨ ବର୍ଷ ମଧ୍ୟରେ ପାଇଥିଲେ ।
  • ଜର୍ମାନୀରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ୱକପ୍‌ରେ କାଂସ୍ୟ ପଦକ ଜିତିବାରେ ଭାତକୁ ସାହାଯ୍ୟ କରିଥିବା ହେତୁ ୧୧ ଅଗଷ୍ଟ ୨୦୧୪ରେ ତାଙ୍କୁ ମହାନ୍ଦୀ କୋଲ୍‌ଫିଲ୍ଡ୍‌ସ ଲିମିଟେଡ୍ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲା ।
  • ୧୭ତମ ଏସୀୟ ପ୍ରତିଯୋଗିତା, ଇଞ୍ଚିଅନ୍‌ଠାରେ ଭାରତ କାଂସ୍ୟ ପଦକ ଜିତିଥିବା ହେତୁ ୨ ଅକ୍ଟୋବର ୨୦୧୪ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତାଙ୍କୁ ୧୦,୦୦୦ ଟଙ୍କାର ପୁରସ୍କାର ଦେଇଥିଲା ।
  • ୧୭ତମ ଏସୀୟ ପ୍ରତିଯୋଗିତା, ଇଞ୍ଚିଅନ୍‌ଠାରେ ଭାରତ କାଂସ୍ୟ ପଦକ ଜିତିଥିବା ହେତୁ ୧୦ ଅକ୍ଟୋବର ୨୦୧୪ରେ ଓଡ଼ିଶା ସରକାର ତାଙ୍କୁ ୭୫,୦୦୦ ଟଙ୍କାର ପୁରସ୍କାର ଦେଇଥିଲା ।
  • ୨୮ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀଠାରେ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ହକି ଇଣ୍ଡିଆ ତରଫରୁ, ସେ ୨୦୧୪ ବର୍ଷର ଆସନ୍ତା ଖେଳାଳି (ମହିଳା, ୨୧ ବର୍ଷରୁ କମ୍) ହାବେ ଅସୁନ୍ତା ଲାକ୍ରା ସମ୍ମାନ ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲେ ।
  • ୨୬ ଜୁଲାଇ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଓ ଅଲିମ୍ପିକ୍‌ସରେ ଭାଗ ନେବା ପାଇଁ ସାହାଯ୍ୟ ଭାବେ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଓଡ଼ିଶା ଖଣି କର୍ପୋରେସନ୍‌କୁ ନିର୍ଦ୍ଦେଶ ଦେଇଥିଲେ ।
  • ୨୦୨୦ ମସିହା ପାଇଁ ସେ ଏକଲବ୍ୟ ପୁରସ୍କାର ଲାଭ କରିଥିଲେ ।[୧୯]

ଆଧାର[ସମ୍ପାଦନା]

  1. "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
  2. "PERSONALITIES". orisports.com. Retrieved 31 July 2016.
  3. "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 31 July 2016.
  4. "Senior Women Core Probables". hockeyindia.org. Archived from the original on 2 February 2017. Retrieved 31 July 2016.
  5. "Senior Women Core Probables". hockeyindia.org. Archived from the original on 2 February 2017. Retrieved 31 July 2016.
  6. "Bronze for India in the U-18 Girls Asia Cup". thefansofhockey.com. Retrieved 31 July 2016.
  7. "India Get Bronze Medal in u-18 Asia Cup Women's Hockey". bharatiyahockey.org. Retrieved 31 July 2016.
  8. "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 31 July 2016.
  9. "India win historic bronze at junior women hockey World Cup". thehindu.com. Retrieved 31 July 2016.
  10. "Sushila to Lead India at Junior Women's Hockey World Cup in Mönchengladbach". thefansofhockey.com. Retrieved 31 July 2016.
  11. "Hockey India names women's team for 3rd Asian Champions Trophy". sports.ndtv.com. Retrieved 31 July 2016.
  12. "Indian Senior Women Hockey Team Announced For 8th Women's Asia Cup At Kuala Lumpur, Malaysia". hockeyindia.org. Retrieved 31 July 2016.
  13. "Indian Women Team departs for Champions Challenge 1". thefansofhockey.com. Retrieved 31 July 2016.
  14. "Ritu Rani to lead Indian Women Team for Malaysia Tour". thefansofhockey.com. Retrieved 31 July 2016.
  15. "Indian women's hockey team leaves for Commonwealth Games". thehansindia.com. Retrieved 31 July 2016.
  16. "Indian Players at Incheon Asian games 2014". sports.mapsofindia.com. Retrieved 30 July 2016.
  17. "PERSONALITIES". Orisports.com. Retrieved 30 July 2016.
  18. "Odisha hockey player Deep, Lilima, Sunita, Namita gets Rio ticket". sportslogon.com. Retrieved 31 July 2016.
  19. "ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର". No. ସମାଜ ୨୮/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯. ସମାଜ. 28 December 2020. Archived from the original on 28 December 2020. Retrieved 28 December 2020.