Jump to content

ସୌଦାମିନୀ ଉଦ୍‌ଗାତା

ଉଇକିପିଡ଼ିଆ‌ରୁ
(Saudamini Udgataରୁ ଲେଉଟି ଆସିଛି)
ସୌଦାମିନୀ ଉଦ୍‌ଗାତା
ଜନ୍ମ ଓ ଜନ୍ମସ୍ଥାନସୌଦାମିନୀ ଉଦ୍‌ଗାତା
(1937-02-23) ୨୩ ଫେବୃଆରୀ ୧୯୩୭ (ବୟସ ୮୯)
ବଲାଙ୍ଗିର
ବୃତ୍ତିଲେଖିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସମାଧୀ ହେବନି ଆଉ (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫
ଜୀବନସାଥୀଶ୍ରୀନିବାସ ଉଦ୍‌ଗାତା
ସମ୍ପର୍କୀୟଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା (ଦେଢ଼ଶୁର)

ସୌଦାମିନୀ ଉଦ୍‌ଗାତା (ଜନ୍ମ: ୨୩ ଫେବୃଆରୀ ୧୯୩୭) ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ।[] ତାଙ୍କୁ ୨୦୦୫ ମିସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସୌଦାମିନୀଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[]

ଜନ୍ମ ଓ ପରିବାର

[ସମ୍ପାଦନା]

ସୌଦାମିନୀ ଉଦ୍‌ଗାତା ୧୯୩୭ ମସିହାର ଫେବୃଆରୀ ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀନିବାସ ଉଦ୍‌ଗାତାଙ୍କୁ ବିବାହ କରିଥିଲେ ।[] ଶ୍ରୀନିବାସ ତାଙ୍କର ପିଲାଦିନର ବନ୍ଧୁ ଥିଲେ ।[] ଶ୍ରୀନିବାସ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ପ୍ରାବନ୍ଧିକ ।[]

ସାହିତ୍ୟକୃତି

[ସମ୍ପାଦନା]

ସୌଦାମିନୀଙ୍କର ନିଜ ରଚନାରେ କିଛି ପୁସ୍ତକ ପ୍ରକାଶ ପାଇବା ସହ କିଛି ଅନୁବାଦିତ ପୁସ୍ତକ ପ୍ରକାଶ ପାଇଥିଲା ।[] ତାଙ୍କର ୧୬ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି ।[]

ରଚନାବଳୀ

[ସମ୍ପାଦନା]
  • ଧନ୍ୟବଦା ସିବନୀ - ୨୦୧୧ (ଅନୁବାଦ‌)
  • ସମାଧୀ ହେବନି ଆଉ - ୨୦୦୫ (ଅନୁବାଦ)
  • ରହିଯା ରାଧିକା - ୨୦୦୨ (ଅନୁବାଦ)
  • ମଧୁର ମଧୁର ବିମ୍ବେ - ୨୦୦୪
  • ଗୋଟିଏ ସାଗର କୋଟିଏ ଢେଉ - ୧୯୬୪
  • ବସନ୍ତର ବେଳ କାହିଁ
  • ଯଶପାଳଙ୍କ 'ଅମିତା'
  • ଆଗାମୀ ଅତୀତ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସୌଦାମିନୀଙ୍କୁ ୨୦୦୫ ମସିହାରେ ଅନୁବାଦ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[] ତାଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[]

  1. "ଆତ୍ମ ପ୍ରକାଶନୀରେ ଶୋକ" (PDF). ନିତିଦିନ. 2 August 2017. p. ୧୪. Archived from the original (PDF) on 29 March 2019. Retrieved 29 March 2019.
  2. 1 2 3 "Odisha Sahitya Akademi". odishasahityaakademi.org. Archived from the original on 27 March 2019. Retrieved 29 March 2019.
  3. 1 2 3 4 "ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ସହିତ ସାକ୍ଷାତକାର - ଓଡ଼ିଆସାହିତ୍ୟ ପ୍ରେସ୍‌ | Odia Bhasha Ebam Sahitya" (in ଇଂରାଜୀ). Retrieved 2019-03-29.[permanent dead link]
  4. USA, VTLS, Inc., Blacksburg, VA,. "VTLS Chameleon iPortal List of Titles". opac.nationallibrary.gov.in (in ଇଂରାଜୀ). Retrieved 2019-03-29.{{cite web}}: CS1 maint: extra punctuation (link) CS1 maint: multiple names: authors list (link)