ସୌଦାମିନୀ ଉଦ୍‌ଗାତା

ଉଇକିପିଡ଼ିଆ‌ରୁ
(Saudamini Udgataରୁ ଲେଉଟି ଆସିଛି)
ସୌଦାମିନୀ ଉଦ୍‌ଗାତା
ଜନ୍ମ ଓ ଜନ୍ମସ୍ଥାନସୌଦାମିନୀ ଉଦ୍‌ଗାତା
(1937-02-23) ୨୩ ଫେବୃଆରୀ ୧୯୩୭ (ବୟସ ୮୭)
ବଲାଙ୍ଗିର
ବୃତ୍ତିଲେଖିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସମାଧୀ ହେବନି ଆଉ (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫
ଜୀବନସାଥୀଶ୍ରୀନିବାସ ଉଦ୍‌ଗାତା
ସମ୍ପର୍କୀୟଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା (ଦେଢ଼ଶୁର)

ସୌଦାମିନୀ ଉଦ୍‌ଗାତା (ଜନ୍ମ: ୨୩ ଫେବୃଆରୀ ୧୯୩୭) ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ।[୧] ତାଙ୍କୁ ୨୦୦୫ ମିସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସୌଦାମିନୀଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]

ଜନ୍ମ ଓ ପରିବାର[ସମ୍ପାଦନା]

ସୌଦାମିନୀ ଉଦ୍‌ଗାତା ୧୯୩୭ ମସିହାର ଫେବୃଆରୀ ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀନିବାସ ଉଦ୍‌ଗାତାଙ୍କୁ ବିବାହ କରିଥିଲେ ।[୩] ଶ୍ରୀନିବାସ ତାଙ୍କର ପିଲାଦିନର ବନ୍ଧୁ ଥିଲେ ।[୩] ଶ୍ରୀନିବାସ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ପ୍ରାବନ୍ଧିକ ।[୩]

ସାହିତ୍ୟକୃତି[ସମ୍ପାଦନା]

ସୌଦାମିନୀଙ୍କର ନିଜ ରଚନାରେ କିଛି ପୁସ୍ତକ ପ୍ରକାଶ ପାଇବା ସହ କିଛି ଅନୁବାଦିତ ପୁସ୍ତକ ପ୍ରକାଶ ପାଇଥିଲା ।[୪] ତାଙ୍କର ୧୬ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି ।[୩]

ରଚନାବଳୀ[ସମ୍ପାଦନା]

  • ଧନ୍ୟବଦା ସିବନୀ - ୨୦୧୧ (ଅନୁବାଦ‌)
  • ସମାଧୀ ହେବନି ଆଉ - ୨୦୦୫ (ଅନୁବାଦ)
  • ରହିଯା ରାଧିକା - ୨୦୦୨ (ଅନୁବାଦ)
  • ମଧୁର ମଧୁର ବିମ୍ବେ - ୨୦୦୪
  • ଗୋଟିଏ ସାଗର କୋଟିଏ ଢେଉ - ୧୯୬୪

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ସୌଦାମିନୀଙ୍କୁ ୨୦୦୫ ମସିହାରେ ଅନୁବାଦ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୨] ତାଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]

ଆଧାର[ସମ୍ପାଦନା]

  1. "ଆତ୍ମ ପ୍ରକାଶନୀରେ ଶୋକ" (PDF). ନିତିଦିନ. 2 August 2017. p. ୧୪. Archived from the original (PDF) on 29 March 2019. Retrieved 29 March 2019.
  2. ୨.୦ ୨.୧ ୨.୨ "Odisha Sahitya Akademi". odishasahityaakademi.org. Archived from the original on 27 March 2019. Retrieved 29 March 2019.
  3. ୩.୦ ୩.୧ ୩.୨ ୩.୩ "ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ସହିତ ସାକ୍ଷାତକାର - ଓଡ଼ିଆସାହିତ୍ୟ ପ୍ରେସ୍‌ | Odia Bhasha Ebam Sahitya" (in ଇଂରାଜୀ). Retrieved 2019-03-29.
  4. USA, VTLS, Inc., Blacksburg, VA,. "VTLS Chameleon iPortal List of Titles". opac.nationallibrary.gov.in (in ଇଂରାଜୀ). Retrieved 2019-03-29.{{cite web}}: CS1 maint: extra punctuation (link) CS1 maint: multiple names: authors list (link)