ପ୍ରତୀକ୍ଷା
ପ୍ରତୀକ୍ଷା | |
---|---|
ନିର୍ଦ୍ଦେଶକ | ଅନୁପମ ପଟ୍ଟନାୟକ |
ପ୍ରଯୋଜକ | ଅନୁପମ ପଟ୍ଟନାୟକ |
ଚିତ୍ରନାଟ୍ୟ | ରୋଶନ ବିଷୋୟୀ |
କାହାଣୀ | ଗୌରହରି ଦାସ |
କଳାକାର | ଦୀପନ୍ୱିତ ଦାଶମହାପାତ୍ର ବର୍ଷା ପଟ୍ଟନାୟକ ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ଅଙ୍କେଶ ଆନନ୍ଦ ଆଶିଷ ପ୍ରଧାନ |
ଚିତ୍ରଗ୍ରହଣ | ଦୀପକ କୁମାର |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୨ ଡିସେମ୍ବର ୨୦୨୨ |
କଥାଚିତ୍ରର ସମୟ | ୧୩୭ ମିନିଟ୍[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରତୀକ୍ଷା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଜାତୀୟ ପୁରସ୍କାରପ୍ରାପ୍ତ ଏକ ଓଡ଼ିଆ କଥାଚିତ୍ର ।[୨][୩] ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଗୌରହରି ଦାସ ।[୪] ରୋଶନ ବିଷୋୟୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ୍ୱିତ ଦାଶମହାପାତ୍ର ଓ ବର୍ଷା ପଟ୍ଟନାୟକ । ଚୌଧୁରୀ ଜୟପ୍ରକାଶ ଦାସ, ସିଦ୍ଧାନ୍ତ ମହାପାତ୍ର ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ଅବକାଶ ମିଶ୍ର, ସୁଶୀଲ ମିଶ୍ର, ରୋଶନ ବିଷୋୟୀ ଅଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୨ ତାରିଖରେ ମୁକ୍ତିଲାଭ କରିଥିଲା ।[୬]
ଅଭିନୟ
[ସମ୍ପାଦନା]- ଦୀପନ୍ୱିତ ଦାଶମହାପାତ୍ର
- ବର୍ଷା ପଟ୍ଟନାୟକ
- ଚୌଧୁରୀ ଜୟପ୍ରକାଶ ଦାସ
- ଶ୍ରୀଲା ତ୍ରିପାଠୀ
- ସିଦ୍ଧାନ୍ତ ମହାପାତ୍ର
- ରୂପାମ୍ବିକା ନାୟକ
- ଅବକାଶ ମିଶ୍ର
- ସୁଶୀଲ ମିଶ୍ର
- ରୋଶନ ବିଷୋୟୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ । ଦୁର୍ଗା ମାଧବ ପଣ୍ଡା, ପ୍ରିୟରଞ୍ଜନ ସାହୁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ଆଶିଷ ପ୍ରଧାନ, ବିଭାଶ ରଥ, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କହରେ ଆକାଶ" | ଦୁର୍ଗା ମାଧବ ପଣ୍ଡା | ଆଶିଷ ପ୍ରଧାନ | ୦୫:୩୪ |
2. | "ତୁ ଆଉ ମୁଁ" | ପ୍ରିୟରଞ୍ଜନ ସାହୁ | ବିଭାଶ ରଥ | ୦୩:୨୯ |
3. | "ଭୁଲ ଯେବେ" | ଦୁର୍ଗା ମାଧବ ପଣ୍ଡା | ବିଶ୍ୱଜିତ ମହାପାତ୍ର | ୦୪:୪୫ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ଗୋଆରେ ଅନୁଷ୍ଠିତ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଥିଲେ ।[୭][୮] ୨ ଡିସେମ୍ବର ୨୦୨୨ରେ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଯାଇଥିଲା ।
ପୁରସ୍କାର
[ସମ୍ପାଦନା]- ଏହି କଥାଚିତ୍ରଟି ୨୦୨୨ ମସିହାରେ ୱାସିଂଟନ ଡିସିରେ ଅନୁଷ୍ଠିତ ଦକ୍ଷିଣ ଏସିଆ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ କାହାଣୀ ଫିଚର୍ ଫିଲ୍ମ ପୁରସ୍କାର ପାଇଥିଲା ।[୯] ଏହି କଥାଚିତ୍ରଟିର ପ୍ରଦର୍ଶନ ପରେ ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅନୁପମ ଖେର ଏହାର ହିନ୍ଦୀ ରିମେକ୍ କରିବାକୁ ପ୍ରସ୍ତାବ ଦେଇଥିଲେ ।[୧୦][୧୧]
- ୬୯ତମ ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର [୨]
ଆଧାର
[ସମ୍ପାଦନା]- ↑ "Pratikshya - IFFI 53". IFFI, Goa. 8 November 2022. Archived from the original on 2 December 2022. Retrieved 2 December 2022.
- ↑ ୨.୦ ୨.୧ "69th National Film Awards: Pratikshya adjudged Best Odia feature film | Sambad English" (in ଆମେରିକୀୟ ଇଂରାଜୀ). 2023-08-24. Retrieved 2023-08-24.
- ↑ "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ ୪.୦ ୪.୧ ୪.୨ Panda, Padmaja (20 September 2022). "Odia filmmaker Anupam Patnaik announces his upcoming movie". Sambad English (in English). Bhubaneswar: sambadenglish.com. Archived from the original on 10 November 2022. Retrieved 2 December 2022.
{{cite news}}
: CS1 maint: unrecognized language (link) - ↑ "'IFFI' ରେଡ୍ କାର୍ପେଟ୍ରେ 'ପ୍ରତୀକ୍ଷା', ପ୍ରଡକ୍ସନ୍ ଟିମ୍ ବଖାଣିଲେ ଫିଲ୍ମର କାହାଣୀ". Prameya News7. ଭୁବନେଶ୍ୱର. 23 November 2022. Archived from the original on 2 December 2022. Retrieved 2 December 2022.
- ↑ "ମୁକ୍ତିଲାଭ କଲା ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'". ସମ୍ବାଦ. ଭୁବନେଶ୍ୱର: sambad.in. 2 December 2022. Archived from the original on 4 December 2022. Retrieved 4 December 2022.
- ↑ "Odia Feature Film 'Pratikshya' To Be Screened At International Film Festival Of India". Pragativadi (in English). Bhubaneswar. 22 October 2022. Archived from the original on 10 November 2022. Retrieved 2 December 2022.
{{cite news}}
: CS1 maint: unrecognized language (link) - ↑ "IFFI 53-Indian Panorama-International Film Festival of India 2022" (in ଆମେରିକୀୟ ଇଂରାଜୀ). 2022-11-01. Archived from the original on 2022-11-28. Retrieved 2022-12-02.
- ↑ Pioneer, The. "'Pratikshya' wins big at Washington fest". The Pioneer (in ଇଂରାଜୀ). Retrieved 2022-12-02.
- ↑ "Anupam Kher announces Hindi remake of Odia film 'Pratikshya' - Times of India". The Times of India (in ଇଂରାଜୀ). Retrieved 2022-12-02.
- ↑ "ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ହିନ୍ଦୀ ରିମେକ୍ କରିବେ ଅନୁପମ ଖେର". ସମ୍ବାଦ. ଭୁବନେଶ୍ୱର: sambad.in. 24 November 2022. Archived from the original on 2 December 2022. Retrieved 2 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରତୀକ୍ଷା