ଦୀପସାନ ତିର୍କୀ

ଉଇକିପିଡ଼ିଆ‌ରୁ
(Dipsan Tirkeyରୁ ଲେଉଟି ଆସିଛି)
ଦୀପସାନ ତିର୍କୀ
ବ୍ୟକ୍ତିଗତ ସୂଚନା
ଜନ୍ମ (1998-10-15) ୧୫ ଅକ୍ଟୋବର ୧୯୯୮ (ବୟସ ୨୫)
ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା
Playing position ଡିଫେଣ୍ଡର
National team
୨୦୧୭– ଭାରତୀୟ ସିନିୟର ହକି ଦଳ

ଦୀପସାନ ତିର୍କୀ (ଜନ୍ମ: ୧୫ ଅକ୍ଟୋବର ୧୯୯୮) ଜଣେ ଭାରତୀୟ ହକି ଖେଳାଳି । ସେ ଦଳରେ ଡିଫେଣ୍ଡର ଭାବରେ ଖେଳନ୍ତି । ୨୦୧୬ରେ ପୁରୁଷ ଜୁନିୟର ୱାର୍ଲଡ଼ କପ ଜିତିଥିବା ଦଳର ସେ ଉପ-ଅଧିନାୟକ ଥିଲେ ।

ଦୀପସନା ୧୯୯୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ସଉନାମରା ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ସେ ମାଗିଆଣିଥିବା ହକିଷ୍ଟିକରେ ଗାଁଦାଣ୍ଡରେ ଖେଳୁଥିଲେ ।[୧] ବଡ଼ ଭାଇ ପ୍ରଶାନ୍ତଙ୍କ ପ୍ରେରଣାରେ ସେ ହକି ଖେଳିବା ଆରମ୍ଭ କରିଥିଲେ । ୨୦୦୯ରେ ସେ ରାଉରକେଲା ସ୍ପୋର୍ଟସ ଛାତ୍ରାବାସରେ ଯୋଗ ଦେଇ, ବିଧିବଦ୍ଧ ହକିଖେଳ ଶିକ୍ଷା କରିଥିଲେ ।[୨]

୨୦୧୪ରେ ଦୀପସାନ ଭାରତୀୟ ଜୁନିୟର ଦଳ ତରଫରୁ ''ସୁଲତାନ ଅଫ ଜୋହର କପ'' ଖେଳିଥିଲେ । ସେଇବର୍ଷ ସେ ''କଳିଙ୍ଗ ଲାନସର୍ସ ଦଳ ପାଇଁ ବଛାଯାଇ ''ହକି ଇଣ୍ଡିଆ ଲିଗ'' ଖେଳିଥିଲେ ।[୩] ୨୦୧୬ରେ ସେ ଭରତୀୟ ଜୁନିୟର ଦଳର ଅଧିନାୟକ ଭାବରେ ରୁଷିଆ ଓ ଇଂଲଣ୍ଡ ଗସ୍ତ କରିଥିଲେ ।[୪]

୨୦୧୬ ଲକ୍ଷ୍ନୌଠାରେ ଅନୁଷ୍ଠିତ ଜୁନିୟର ୱାର୍ଲଡ଼ କପରେ ଅପରାଜିତ ଦଳ ଭାବରେ ଭାରତ ଚାମ୍ପିୟାନ ହୋଇଥିଲା । ଦୀପସାନ ଏହି ଦଳର ଉପ-ଅଧିନାୟକ ଥିଲେ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଏକଲବ୍ୟ ପୁରସ୍କାର - ୨୦୧୭[୬]

ଆଧାର[ସମ୍ପାଦନା]

  1. Sarkar, Sujata (26 December 2016). "Young hockey star Dipsan Tirkey credits Bhubneswar's Sports Hostel for his success". oneindia.com. Retrieved 30 July 2017.
  2. Ganesan, Uthra (15 December 2016). "From the land of Dilip Tirkey comes another wall of Indian hockey". The Hindu. Retrieved 30 July 2017.
  3. "Hockey getting more popular in Odisha due to HIL: Dipsan Tirkey". oneindia.com. 5 January 2017. Retrieved 30 July 2017.
  4. "Dipsan Tirkey to lead Indian hockey juniors at EurAsia Cup, England tour". The Times of India. 24 June 2016. Retrieved 30 July 2017.
  5. Vasavda, Mihir (19 December 2016). "Hockey Junior World Cup: India colts over the moon". The Indian Express. Retrieved 30 July 2017.
  6. "Dipsan Tirkey bags Ekalabya Puraskar". www.dailypioneer.com. daily pioneer. Retrieved 12 July 2019.

ବାହାର ଆଧାର[ସମ୍ପାଦନା]