ଦିଲ୍ ଦିୱାନା ହେଇଗଲା

ଉଇକିପିଡ଼ିଆ‌ରୁ
(Dil Diwana Heigalaରୁ ଲେଉଟି ଆସିଛି)
ଦିଲ୍ ଦିୱାନା ହେଇଗଲା
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ ।
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
କାହାଣୀରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍, ଶୀତଲ ପାତ୍ର, ଚିଣ୍ଟୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା
ସଙ୍ଗୀତଏସ୍ କୁମାର
ମୁକ୍ତିଲାଭ ତାରିଖ
୧୩ ଜାନୁଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଦିଲ୍ ଦିୱାନା ହେଇଗଲା ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସାର୍ଥକ ମୁଭିଜ୍‌ର ୨୦ ତମ ଚଳଚ୍ଚିତ୍ର ଥିଲା , ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।

ନାୟକ ଭୂମିକାରେ ଅଭିନେତା ବାବୁଶାନ୍ ମହାନ୍ତି ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଶୀତଲ । ବାବୁଶାନ ଏବଂ ଶୀତଲଙ୍କୁ ଛାଡ଼ିଦେଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା ଏବଂ ଚିଣ୍ଟୁ ଆଦି କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଚଳଚ୍ଚିତ୍ରଟିରେ ବାବୁଶାନ୍ ନାୟକ ଥିବା ବେଳେ ନାୟିକା ଥିଲେ ଅଭିନେତ୍ରୀ ଶୀତଲ । ଶୀତଲ ଏବଂ ବାବୁଶାନଙ୍କର ଏହା ଥିଲା ଏକତ୍ର ଭାବେ ଚତୁର୍ଥ ଚଳଚ୍ଚିତ୍ର । ଏହା ପୂର୍ବରୁ ସେ, ଯିଏ ଯାହା କହୁ ମୋର ଢୋ,ଭଲ ପାଏ ତୋତେ ୧୦୦ରୁ ୧୦୦, ତୁ ଯେ ସେଇ ଆଦି ଚଳଚ୍ଚିତ୍ରରେ ବାବୁଙ୍କ ସ‌ହ ଅଭିନୟ କରିସାରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ମଧ୍ୟ ଅଭିନୟ କରିଥିଲେ । ତାଙ୍କ ସ‌ହ ପ୍ରଜ୍ଞା ଖଟୁଆ ମଧ୍ୟ ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ । ଛୋଟ ପରଦାର ଅଭିନେତା ଚିଣ୍ଟୁଙ୍କୁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭାବେରେ ନିଆଯାଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଏହା ଥିଲା ଚିଣ୍ଟୁଙ୍କର ପ୍ରଥମ ଚଳଚ୍ଚିତ୍ର ।

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସମସ୍ତ ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ[୭]
ପାଗଳପନ୍ଥୀ ଦିଲ୍‌ଟା ମୋର ବାପୁ ଗୋସ୍ୱାମୀ ସଂଗ୍ରାମ ମହାନ୍ତି
ତୁ ମୋ ସାରେ ଗା ମା ହ୍ୟୁମାନ ସାଗର
ଏ ଆଖି କୋଉ ପୁଣ୍ୟ କରିଥିଲା ନିବେଦିତା
ଦିଲ୍ ଦିୱାନା ହେଇଗଲା ବାପୁ ଗୋସ୍ୱାମୀ ହ୍ୟୁମାନ ସାଗର, ନିବେଦିତା
ଦିଲ୍ ଦିୱାନା କାଇଁ ହେଲା ଅରୁଣ ମନ୍ତ୍ରୀ ହ୍ୟୁମାନ ସାଗର, ନମିତ ଅଗ୍ର‌ୱାଲ
ଆରେ ତୋର ମୋର ଯୋଡ଼ି ତାରିକ୍ ଜାଗୃତି
ତୋର ମୋର ଯୋଡ଼ି
ତୋ ପାଇଁ ମୋ ଦିଲ୍ ଦିୱାନା
କୋହଲା ପବନ

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 1 March 2017.
  6. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  7. "Dil Diwana Heigala (2017) Odia Movie Songs". odiapk.in. Retrieved 1 March 2017.

ବାହାର ଆଧାର[ସମ୍ପାଦନା]