Jump to content

ଛୁଞ୍ଚିପତ୍ର

ଉଇକିପିଡ଼ିଆ‌ରୁ
(Chhunchipatraରୁ ଲେଉଟି ଆସିଛି)
ଛୁଞ୍ଚିପତ୍ର ପିଠା
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ବିରିଚୂନା, ନଡ଼ିଆ, ଗୁଡ଼

ଛୁଞ୍ଚିପତ୍ର ହେଉଛି ଏକ ପ୍ରକାର ପିଠା, ଯାହାକି ଚାଉଳ ଓ ନଡ଼ିଆ କୋରାରୁ ମୁଖ୍ୟତଃ ପ୍ରସ୍ତୁତ ହୋଇଥାଏ । ଏହା ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରୁ ଅନ୍ୟତମ ।[]

ଉପକରଣ

[ସମ୍ପାଦନା]
  • ଅରୁଆ ଚାଉଳ ୪୦୦ ଗ୍ରାମ
  • ଗୁଡ଼ ୨୦୦ ଗ୍ରାମ
  • ଅଳେଇଚ ଗୁଣ୍ଡ ୧ ଚାମଚ
  • ଗୁଆଘିଆ ଅଧ କପ
  • ନଡିଆ କୋରା ଏକ କପ
  • ବାଇଗଣ ଭୁଣ୍ଡି ୧ଟା
  • ଆବଶ୍ୟକ ଅନୁସାରେ ପାଣି

ପ୍ରସ୍ତୁତି

[ସମ୍ପାଦନା]

ଅରୁଆ ଚାଉଳକୁ ପରିଷ୍କାର ଭାବରେ ବାଛି ଧୋଇ ବତୁରାଇ ପାତ୍ରରେ ବାଟି ରଖିଦେବେ।ଚାଉଳ ବଟା ଟିକେ ପାଣିଆ ହେବା ଭଲ । ଗରମ କରେଇରେ ଅଳ୍ପ ଘିଅ ଚାରିପଟେ ବୋଳି ଏହି ପିଠଉକୁ ଡ଼ଙ୍କିଏ ପକାଇ କରେଇ ଚାରିପଟେ ପିଠଉ ବୁଲାଇ ଦେବେ । ଏହା ଦୋଷା ପରି ସରୁ ପିଠା ତିଆରି ହୋଇଗଲେ ଏହାକୁ କରେଇରୁ ବାହାର କରିଦେବେ । କୋରା, ନଡ଼ିଆ, ଗୁଡ଼ ଓ ଅଳେଇଚ ଗୁଣ୍ଡ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଆଗରୁ ରଖିଥିବେ । ଏହି ପିଠା ମଧ୍ୟରେ ଉକ୍ତ ପୁର ବା ମିଶ୍ରଣ ଅଳ୍ପ ଅଳ୍ପ ଦେଇ ପିଠାକୁ ଚାରିପଟୁ ଭାଙ୍ଗି ଦେବେ।ଯେପରି ପୁର ବା ମିଶ୍ରଣ ପିଠା ମଝିରେ ରହିଯିବ ।ଏଥର ଛୁଞ୍ଚି ପତ୍ର ପିଠା ପ୍ରସ୍ତୁତ ହୋଇଗଲା ।[]

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. "ଆର୍କାଇଭ୍ କପି". Archived from the original on 2020-09-25. Retrieved 2016-08-06. {{cite web}}: Cite has empty unknown parameter: |1= (help)