ଆଉ ଗୋଟେ ଲଭ୍ ଷ୍ଟୋରୀ
ଆଉ ଗୋଟେ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଅକ୍ଷୟ ବାରିକ, ପାଞ୍ଚାଳି ବାରିକ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଭୂମିକା ଦାଶ ପୁଷ୍ପା ପଣ୍ଡା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ପ୍ରଦୀପ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୦ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଉ ଗୋଟେ ଲଭ୍ ଷ୍ଟୋରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୨] ଅକ୍ଷୟ ବାରିକ ଓ ପାଞ୍ଚାଳି ବାରିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଭୂମିକା ଦାଶ ।[୩] ପୁଷ୍ପା ପଣ୍ଡା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦ ମଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୪][୫]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପି ମିଶ୍ର, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଲେଖିବା ଆ ଲେଖିବା" | ହ୍ୟୁମାନ ସାଗର, ଲିପି ମିଶ୍ର | |
2. | "ରଙ୍ଗ ତୁ ଲଗାନି" | ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା | |
3. | "ଜାନୁ ତୋ ମାସ୍କ ଖସା" | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
4. | "ଆଉ ଗୋଟେ ଲଭ୍ ଷ୍ଟୋରୀ" |
ଆଧାର
[ସମ୍ପାଦନା]- ↑ "ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ ଫିଲ୍ମ, ସେପଟେ ୨ଟି ଓଡ଼ିଆ ଫିଲ୍ମ ରିଲିଜ | Kanak News". Kanak News. kanaknews.com. 20 May 2022. Archived from the original on 31 May 2022. Retrieved 31 May 2022.
- ↑ "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ "Happy B'Day Bhumika : ଚୁଲବୁଲି ନାୟିକା ଭୂମିକାଙ୍କ କାହା ପ୍ରତି ରହିଛି ୱିକନେସ୍?". Odisha Reporter. ଭୁବନେଶ୍ୱର. 22 January 2021. Archived from the original on 31 May 2022. Retrieved 31 May 2022.
- ↑ Au Gote Lovestory Movie: Showtimes, Review, Trailer, Posters, News & Videos | eTimes, retrieved 2022-05-31
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଉ ଗୋଟେ ଲଭ୍ ଷ୍ଟୋରୀ