ସୁରେନ୍ଦ୍ରନାଥ ଦ୍ୱିବେଦୀ
ସୁରେନ୍ଦ୍ରନାଥ ଦ୍ୱିବେଦୀ | |
---|---|
ରାଜ୍ୟପାଳ, ଅରୁଣାଚଳ ପ୍ରଦେଶ | |
କାର୍ଯ୍ୟକାଳ ୨୬ ମାର୍ଚ୍ଚ ୧୯୯୧ – ୪ ଜୁଲାଇ ୧୯୯୩ | |
ସଦସ୍ୟ, ଲୋକ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୭୦ | |
ପର ଅଧିକାରୀ | ସୁରେନ୍ଦ୍ର ମହାନ୍ତି |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ସଦସ୍ୟ, ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୬ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୁରେନ୍ଦ୍ରନାଥ ଦ୍ୱିବେଦୀ ୧୧ ଫେବୃଆରୀ ୧୯୧୩ ଖଣ୍ଡାସାହି, କଟକ ଜିଲ୍ଲା, ଓଡ଼ିଶା |
ମୃତ୍ୟୁ | ୧ ସେପ୍ଟେମ୍ବର ୨୦୦୧ ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା | (ବୟସ ୮୮)
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ, କଂଗ୍ରେସ ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଗାୟତ୍ରୀ ଦ୍ୱିବେଦୀ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲିଜିଏଟ ସ୍କୁଲ |
ୱେବସାଇଟ | Official Website |
ସୁରେନ୍ଦ୍ରନାଥ ଦ୍ୱିବେଦୀ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ ଥିଲେ । ସେ ୧୯୧୩ ମସିହା ଫେବୃଆରୀ ୧୧ତାରିଖରେ[୧] ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡାସାହିରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ପାଠପଢ଼ା ଛାଡ଼ି ସେ ଅସହଯୋଗ ଅାନ୍ଦୋଳନରେ ଯୋଗ ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ମୋଟ ସାତବର୍ଷ କାରାବାସ ଦଣ୍ଡ ପାଇଥିଲେ ।[୨]
୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣ୍ଣ ସମର୍ପି ଦେଇଥିିଲେ ।[୩] ୧୯୫୨ରେ ରାଜ୍ୟ ସଭା ସଦସ୍ୟ ହୋଇଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତାର ତିନିଥର କେନ୍ଦ୍ରାପଡ଼ାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୯୬୨ରୁ ୭୦ ପର୍ଯ୍ୟନ୍ତ ସେ ପ୍ରଜା ସୋସାଲିଷ୍ଟ ପାର୍ଟିର ସଂସଦୀୟ ଦଳ ନେତା ଥିଲେ ।[୫] ୧୯୯୧ ମସିହାରୁ ୧୯୯୩ ପର୍ଯ୍ୟନ୍ତ ସେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିଲେ ।[୬] ୨୦୦୧ ଅକ୍ଟୋବର ୧ ତାରିଖ ଦିନ ରାଉରକେଲାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରଚନାବଳୀ
[ସମ୍ପାଦନା]ଓଡ଼ିଆ ସାପ୍ତାହୀକ 'କୃଷକ'ର ସେ ପ୍ରତିଷ୍ଠାତା ଓ ବହୁବର୍ଷ ଧରି ସେ ଏହାର ସମ୍ପାଦନା କରିଥିଲେ । ସୁରେନ୍ଦ୍ରନାଥଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:
- ଅଗଷ୍ଟ ବିପ୍ଳବ
- କାରାଗାରର କାହାଣୀ
- କ୍ରାନ୍ତିପଥ
- ବନ୍ଦୀର ଭାବନା
- ସ୍ମୃତି ସଂପର୍କ
- ମୋ ଜୀବନ ସଂଗ୍ରାମ
- ସ୍ୱାଧୀନତା ପୂର୍ବର କଂଗ୍ରେସ
- ଲୌହ ପରଦା ଖୋଲିଗଲା
- ଜଣେ ରାଜ୍ୟପାଳର ଅନୁଭୂତି
- ରାଜନୀତି ବିଚାର
- ଜୟପ୍ରକାଶଙ୍କ ଜୟଯାତ୍ରା
- ବିଶ୍ୱ ଇତିହାସ (ଜବାହରଲାଲ ନେହେରୁଙ୍କ ଲିଖିତ Glimpses of World History ବହିର ଅନୁବାଦ)
- Away from Dust and Din
- Untold Story of August Revolution
- Quest for Socialism
ଆଧାର
[ସମ୍ପାଦନା]- ↑ "TODAY IN INDIAN HISTORY: Events for February 11". IndianAge. Archived from the original on 5 March 2016. Retrieved 13 December 2014.
- ↑ "LOK SABHA _ SYNOPSIS OF DEBATES". LOK SABHA SECRETARIAT. Retrieved 13 December 2014.
- ↑ ପଣ୍ଡା, ଶୁଭ୍ରାଂଶୁ. "ରାଜଭବନରେ ଓଡ଼ିଆ" (PDF). ସମ୍ବାଦ. Retrieved 13 December 2014.[permanent dead link]
- ↑ "Kendrapara Election Results 2014". Elections.in. Retrieved 13 December 2014.
- ↑ "4th Lok Sabha Members Bioprofile". Retrieved 13 December 2014.
- ↑ "ARUNANACHAL PRADESH LEGISLATIVE ASSEMBLY". Govt. of ArP. Retrieved 13 December 2014.