ପିଙ୍କି ପ୍ରିୟଦର୍ଶିନୀ
ପିଙ୍କି ପ୍ରିୟଦର୍ଶିନୀ | |
---|---|
ଜନ୍ମ | ପିଙ୍କି ପ୍ରିୟଦର୍ଶିନୀ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨ରୁ-ଏବେଯାଏଁ |
ପିଙ୍କି ପ୍ରିୟଦର୍ଶିନୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ତାଙ୍କର କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଦୂରଦର୍ଶନରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପଙ୍କି କଥାଚିତ୍ରରେ ଅଭିନୟ କରିବା ପୂର୍ବରୁ ଫୋନ୍ ଇନ୍, ଆପଣଙ୍କ ସହ, ରଙ୍ଗିନ ଦୁନିଆ ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୨୦୧୨ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପିଙ୍କି ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ରରେ ଅଭିନେତା ସୁଭାଶିଷ ଶର୍ମା ମଧ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଶୁଭାଶିଷ ପୂର୍ବରୁ ଓଡ଼ିଆ କଥାଚିତ୍ର ଜଗତରେ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୪ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଖାସ୍ ତୁମରି ପାଇଁରେ ଅଭିନୟ କରିଥିଲେ ।[୩][୪][୫][୬] ଏହି କଥାଚିତ୍ରଟିରେ ଦୁଷ୍ମନ୍ତ ପଣ୍ଡା[୭] ନାୟକ ଭୂମିକରେ ଅଭିନୟ କରିଥିଲେ ଏବଂ ଦେବଯାନୀ[୮] ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ରଥ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୯]
୨୦୧୩ ମସିହାରେ ସପନର ନାୟିକା କଥାଚିତ୍ରରେ ପିଙ୍କି ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ ।[୧୦][୧୧][୧୨][୧୩] ରାଜ୍ ପ୍ରଦୀପ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ, ଲରେନ୍ସ ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ଗୁଡ୍ଡୁ, ବାଦଲ ମହାନ୍ତି, ଅନନ୍ତ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪][୧୫]
୨୦୧୫ ମସିହାରେ ପିଙ୍କି ଓଡ଼ିଆ କଥାଚିତ୍ର ଲେଖିଚି ନାଁ ତୋରରେ ନାୟକ ସମ୍ବିତ ଆଚାର୍ଯ୍ୟଙ୍କ[୧୬] ସହ ଅଭିନୟ କରିଥିଲେ ।[୧୭] ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୮] କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୯][୨୦]
୨୦୧୬ ମସିହାରେ ଆସିଲୁ ଯେବେ ତୁ ଯାଆନା ଫେରି ଚଳଚ୍ଚିତ୍ରରେ ଦୀପକ ବାରିକଙ୍କ ସହ ଅଭିନୟ କରିଥିଲେ ।[୨୧][୨୨] । ନିର୍ଦ୍ଦେଶକ ବାବୁଦା ଏବଂ ଦିପୁନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୩] ପୀୟୁଷ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୩ | ସପନର ନାୟିକା | ||
୨୦୧୪ | ଖାସ୍ ତୁମରି ପାଇଁ | ||
୨୦୧୫ | ଲେଖିଚି ନାଁ ତୋର | ||
୨୦୧୬ | ଆସିଲୁ ଯେବେ ତୁ ଯାଆନା ଫେରି | ||
୨୦୧୯ | ଜୋର୍ କା ଝଟ୍କା | [୨୫] |
ଦୂରଦର୍ଶନ
[ସମ୍ପାଦନା]- ଫୋନ୍ ଇନ୍
- ଆପଣଙ୍କ ସହ
- ରଙ୍ଗିନ ଦୁନିଆ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "PINKY ORIYA ACTRESS". Incredible Orissa. 11 April 2012. Retrieved 28 March 2018.
- ↑ "movies.fullorissa.com: Tu Mo Armbha Tu Mo Sesha Oriya Film". Archived from the original on 2012-01-23. Retrieved 2018-03-28.
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Archived from the original on 29 August 2017. Retrieved 6 September 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 6 September 2017.
- ↑ ପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍ଡେ ଇଣ୍ଡିଆନ. Retrieved 6 September 2017.
- ↑ "Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Archived from the original on 9 September 2017. Retrieved 6 September 2017.
- ↑ "ଓଲିଉଡର ତିନି ଟପ୍ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ବାଦ. 25 July 2017. Archived from the original on 8 September 2017. Retrieved 6 September 2017.
- ↑ "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
- ↑ "Khaas Tumari Paain". OdiaHits.com. Retrieved 6 September 2017.
- ↑ "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ଓଲିଉଡ ନାୟକ ଦୀପକଙ୍କ ଅପେକ୍ଷା !". sambad.in. 28 August 2017. Retrieved 21 October 2017.
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". sambad.in. 26 August 2017. Archived from the original on 24 October 2017. Retrieved 21 October 2017.
- ↑ "Sapanara Nayika". NewOdisha.in. 19 Feberuary 2013. Archived from the original on 24 October 2017. Retrieved 21 October 2017.
{{cite news}}
:|first=
missing|last=
(help); Check date values in:|date=
(help) - ↑ "Sapanara Nayika new Oriya Film". Incredible Orissa. 23 January 2013. Retrieved 21 October 2017.
- ↑ MOHAPATRA, MRUDU M. (4 March 2013). "Sapanara Nayika 1st Look". odia live. Retrieved 21 October 2017.
- ↑ "'ଛାତି ତଳେ ଡିଂ ଡଙ୍ଗ୍'ରେ ସମ୍ବିତ୍". ସମ୍ବାଦ. 22 September 2016. Archived from the original on 23 August 2017. Retrieved 20 August 2017.
- ↑ Mohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
- ↑ "Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
- ↑ Mohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
- ↑ ମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
- ↑ "ପରଦାକୁ ଫେରିଲେ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 26 September 2016. Archived from the original on 25 July 2017. Retrieved 22 July 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 22 July 2017.
- ↑ "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 22 July 2017.
- ↑ "Aasilu Jebe Tu Jaana Pheri". Odia Movie Database. Archived from the original on 20 July 2017. Retrieved 22 July 2017.
- ↑ "ଫେରିଲେ ପିଙ୍କି". ସମାଜ (ରବିବାର) (in Odia). ଓଡ଼ିଶା. 28 October 2018. p. 8. Archived from the original on 27 October 2018. Retrieved 27 October 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ପିଙ୍କି ପ୍ରିୟଦର୍ଶିନୀ