କୋଉ ଆକାଶର ଜହ୍ନ ତୁ
କୋଉ ଆକାଶର ଜହ୍ନ ତୁ | |
---|---|
ନିର୍ଦ୍ଦେଶକ | ରାଜେନ୍ଦ୍ର ମହନ୍ତ |
ପ୍ରଯୋଜକ | ପବିତ୍ର ନାୟକ |
ସଂଳାପ | ନିଶାନ୍ତ ମଝିତିଆ |
ଚିତ୍ରନାଟ୍ୟ | ବି. ଚନ୍ଦନ କୁମାର |
କାହାଣୀ | ବି. ଚନ୍ଦନ କୁମାର |
କଳାକାର | ସୁଭାଶିଷ ଶର୍ମା ଦିବ୍ୟା ମହାନ୍ତି ସରୋଜ ଦାସ ନମିତା ଦାସ |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୧୫ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କୋଉ ଆକାଶର ଜହ୍ନ ତୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିଶାନ୍ତ ମଝିତିଆ । ରାଜେନ୍ଦ୍ର ମହନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା ଓ ଦିବ୍ୟା ମହାନ୍ତି । ସରୋଜ ଦାସ, ନମିତା ଦାସ, ସୋମୁ, ପ୍ରଦୀପ ଦତ୍ତ, ବିରଞ୍ଚି, ସିୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୧୫ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।[୨] ଦେବୀଦତ୍ତ ମହାନ୍ତି, ବିଜୟ ମଲ୍ଲ, ଜ୍ଞାନୀ ଦେବାଶିଷ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୁସ୍ମିତା ମିଶ୍ର, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କୋଉ ଆକାଶର ଜହ୍ନ ତୁ" | ବିଜୟ ମଲ୍ଲ | ସତ୍ୟଜିତ ପ୍ରଧାନ, ସୁସ୍ମିତା ମିଶ୍ର | ୦୪:୨୭ |
2. | "ପାଖରେ ଥିଲେ ତୁ" | ଜ୍ଞାନୀ ଦେବାଶିଷ ମିଶ୍ର | ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ | ୦୩:୩୬ |
3. | "କାଲି କଥା ଆଜିଠୁ ଭାବିବିନି" | ଦେବୀଦତ୍ତ ମହାନ୍ତି | ସତ୍ୟଜିତ ପ୍ରଧାନ, ସୋହିନୀ ମିଶ୍ର | ୦୬:୨୭ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ ୨.୨ BEHERA, PRAMOD (8 May 2022). "'କୋଉ ଆକାଶର ଜହ୍ନ'ରେ ମା'-ଝିଅର ଲୁଚକାଳି ଖେଳ". ‘କୋଉ ଆକାଶର ଜହ୍ନ’ରେ ମା’-ଝିଅର ଲୁଚକାଳି ଖେଳ. Archived from the original on 2 June 2022. Retrieved 2 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୋଉ ଆକାଶର ଜହ୍ନ ତୁ