ଆନିଷା ଶର୍ମା

ଉଇକିପିଡ଼ିଆ‌ରୁ
ଆନିଷା ଶର୍ମା
ଆନିଷା ଶର୍ମା
ଜନ୍ମ ଓ ଜନ୍ମସ୍ଥାନ
ଆନିଷା ଦାସ

ସୋନପୁର
କଟକ
ନାଗରିକତାଭାରତୀୟ
ଜୀବିକାଫ୍ୟାଶନ ମଡେଲ, ଅଭିନେତ୍ରୀ, ପୋଷାକ ଡିଜାଇନର
ଟେଲିଭିଜନ କାର୍ଯ୍ୟକ୍ରମସ୍ୱାଭିମାନ, ଉତ୍ତରଦାୟୀ, ଆଇନା
ଜୀବନସାଥିସୁଭାଶିଷ ଶର୍ମା

ଆନିଷା ଶର୍ମା ହେଉଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ସେ ଛୋଟ ପରଦାରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସ୍ୱାଭିମାନ ମାଧ୍ୟମରେ ଲୋକଲୋଚନକୁ ଆସିଥିଲେ । ଅଭିନେତ୍ରୀ ଉଷାଶୀ ମିଶ୍ରଙ୍କ ସହାୟତାରେ ସେ ଉତ୍ତରଦାୟୀ ଧାରାବାହିକ ମାଧ୍ୟମରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ ।[୧] ଅଭିନେତ୍ରୀ ହେବା ସହିତ ସେ ମଡେଲିଂ, ଚିତ୍ର ଅଙ୍କିବା ଏବଂ ପୋଷାକ ଡ଼ିଜାଇନିଂରେ ମଧ୍ୟ ରୁଚି ରଖନ୍ତି ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ସୋନପୁରରେ ଜନ୍ମଗ୍ରହଣ କରିଥିଲେ । ପାଠପଢ଼ା ସେ ଭୁବନେଶ୍ୱରରେ କରିଥିଲେ । ସେ ହୋଟେଲ ମ୍ୟାନେଜମେଣ୍ଟରେ ପାଠ ମଧ୍ୟ ପଢ଼ିଛନ୍ତି । ସେ ଧାରାବାହିକ ଜଗତରେ ପ୍ରବେଶ ପୂର୍ବରୁ ବେଙ୍ଗାଳୁରୁର ତାଜ ହୋଟେଲରେ କାମ ମଧ୍ୟ କରିଥିଲେ ।[୩][୨]

ଅଭିନୟ ଜୀବନ[ସମ୍ପାଦନା]

ଧାରାବାହିକ[ସମ୍ପାଦନା]

ସ୍ୱାଭିମାନ ଧାରାବାହିକ ଜରିଆରେ ସେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିଲେ। ଯଦିଓ ତାଙ୍କ ପରିବାରେରେ କେହି ଅଭିନୟ ଦୁନିଆରୁ ନୁହନ୍ତି ଥଥାପି ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ଗୋଟିଏ ପରେ ଗୋଟିଏ ଧାରାବାହିକ ଯେପରି ସ୍ୱାଭିମାନ, ଉତ୍ତରଦାୟୀ, ଆଇନାରେ ତାଙ୍କର ପରାକାଷ୍ଠା ଦେଖେଇଆସୁଛନ୍ତି।

ସ୍ୱାଭିମାନ ଏବଂ ଆଇନାରେ ସେ ସୁଭାଶିଷ ଶର୍ମାଙ୍କ ସହ ଅଭିନୟ କରିଥିଲେ, ଯିଏକି ବର୍ତ୍ତମାନ ତାଙ୍କର ଜୀବନସାଥୀ ଅଟନ୍ତି।[୩][୨]

କଥାଚିତ୍ର[ସମ୍ପାଦନା]

ଆନିଶା ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଲଭ୍ ୟୁ ହମେଶା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରରେ ସେ ଅରିନ୍ଦମ ରାୟଙ୍କ ସ‌ହ ଅଭିନୟ କରିଥିଲେ । ଏହାପରେ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କାବୁଲା ବାରବୁଲାରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

ଆନିଷା, ତାଙ୍କର ଧାରାବାହିକର ଜୀବନସାଥୀ ସୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୮ ମାର୍ଚ୍ଚ ୨୦୧୬ରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଏହାର ପାଖାପାଖି ଦୁଇ ମାସ ପରେ ୧୩ ଜୁଲାଇ ୨୦୧୬ରେ ଉଭୟେ ପରସ୍ପରଙ୍କୁ ରାମନାଗେଶ୍ୱର ମନ୍ଦିର, ବିଡାନାସି, କଟକରେ ବିବାହ କରିଥିଲେ । ବର୍ତ୍ତମାନ ଦୁହେଁ କଟକରେ ଅବସ୍ଥାପିତ ଅଟନ୍ତି।[୩][୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଚଳଚ୍ଚିତ୍ର ମୁକ୍ତିଲାଭ ବର୍ଷ
ଲଭ ୟୁ ହମେଶା ୨୦୧୫
କାବୁଲା ବାରବୁଲା ୨୦୧୬
ଓନଲି ପ୍ୟାର ୨୦୧୮
ସାଥୀ ତୁ ଫେରିଆ (ତିଆରି ଚାଲୁଅଛି)[୪]

ଆଧୁନିକ ସଂଗୀତ ଜୀବନ[ସମ୍ପାଦନା]

ଆନିଷା ନିମ୍ନଲିଖିତ ଆଲବମ ଗୀତରେ ମଧ୍ୟ ଅଭିନୟ କରିଛନ୍ତି।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]