ସପ୍ତମାତୃକା ମନ୍ଦିର, ଯାଜପୁର

ଉଇକିପିଡ଼ିଆ‌ରୁ
Jump to navigation Jump to search

ଓଡ଼ିଶାର ଦକ୍ଷିଣରେ ଅବସ୍ଥିତ ଯାଜପୁରଠାରେ ସପ୍ତମାତୃକା ମନ୍ଦିର ଅବ଼ସ୍ଥିତ । ଏହି ମନ୍ଦିରରେ ପୁରାଣ ବର୍ଣ୍ଣିତ ହିନ୍ଦୁ ଦେବୀ ସପ୍ତମାତୃକା ପୂଜା ପାଆନ୍ତି ।[୧]

ଇତିହାସ[ସମ୍ପାଦନା]

ପୌରାଣିକ ତଥ୍ୟରୁ ଏହା ଜଣାଯାଏ ଯେ ଶୁମ୍ଭ ଓ ନିଶୁମ୍ଭର ନିଧନ ବେଳେ ଦେବୀ ଦୁର୍ଗାଙ୍କଠାରୁ ସୃଷ୍ଟି ହୋଇଛନ୍ତି ଦେବୀ ସପ୍ତମାତୃକା । ସପ୍ତ ମାତୃକା ବାସ୍ତବରେ ନିର୍ଦ୍ଦିଷ୍ତ ଦେବତାଙ୍କର ମାତୃରୂପ । ଏହି ସପ୍ତମାତୃକା ହେଲେ; ଚାମୁଣ୍ଡା, ବାରାହୀ, ଇନ୍ଦ୍ରାଣୀ, ବୈଷ୍ଣବୀ, ବ୍ରହ୍ମୀ, କୌମାରୀ, ମାହେଶ୍ୱରୀ, ନରସିଂହୀ । ଦେବୀ ଚାମୁଣ୍ଡା ପ୍ରେତାସନା । ତାଙ୍କ ପାଦ ତଳେ ଗୋଟିଏ ପ୍ରେତ ବିଦ୍ୟମାନ । ଏହି ଦେବୀ ଚଣ୍ଡ ଓ ମୁଣ୍ଡକୁ ବଧ କରିଥିବାରୁ ତାଙ୍କର ନାମ ଚାମୁଣ୍ଡା । ତା’ପରେ ବିଦ୍ୟମାନ ଅଛନ୍ତି ଦେବୀ ବରାହୀ । ଏହି ଦେବୀ ରକ୍ତବୀର୍ଯ୍ୟ ବଧ ସମୟରେ ଦୁର୍ଗାଙ୍କ ଶରୀରରୁ ଆବିର୍ଭାବ ହୋଇଥିଲେ । ଏହି ଦେବୀ ମଇଁଷି ବାହିନୀ । ତାଙ୍କ ପାଦ ତଳେ ମଇଁଷି ରହିଛି । ତାଙ୍କ ପାର୍ଶ୍ୱରେ ବିଦ୍ୟମାନ ଥିବା ଦେବୀଙ୍କ ନାମ ଇନ୍ଦ୍ରାଣୀ ଶକ୍ତି । ତାଙ୍କ ପାଦ ପାଖରେ ଗଜଟିଏ ଅଛି । ଇନ୍ଦ୍ରଙ୍କର ଶକ୍ତି ସ୍ୱରୂପ ଏହି ଦେବୀ ବଜ୍ର ଧରି ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ଚତୁର୍ଥ ସ୍ଥାନରେ ଥିବା ମାତୃକା ବୈଷ୍ଣବୀ ନାମରେ ପରିଚିତ । ଏହି ଦେବୀଙ୍କ ବାହାନ ହେଉଛନ୍ତି ଗରୁଡ଼ । ତାଙ୍କ ପାଖରେ ପୂଜା ପାଉଥିବା ମୂର୍ତ୍ତି ହେଉଛନ୍ତି ବ୍ରାହ୍ମୀ, ଯାହାଙ୍କର ବାହାନ ହେଉଛନ୍ତି ହଂସ । ଷଷ୍ଠ ସ୍ଥାନରେ ରହିଛନ୍ତି କୌମାରୀ । ଏହି ଦେବୀ କାର୍ତ୍ତିକେୟଙ୍କ ଶକ୍ତିକୁ ଧାରଣ କରି ମୟୂର ବାହାନରେ ଯୁଦ୍ଧ କରିଥିଲେ । ତେଣୁ ତାଙ୍କ ପାଦ ତଳେ ମୟୂର ଶୋଭା ପାଉଛି । ସପ୍ତମ ସ୍ଥାନରେ ଥିବା ମାତୃକା ଦେବୀ ହେଲେ ମା’ ମାହେଶ୍ୱରୀ । ତାଙ୍କର ବାହାନ ହେଉଛି ବୃଷଭ । ସର୍ବୋତ୍ତମ ତ୍ରିଶୂଳ ଧାରିଣୀ ସର୍ପରାଜ ବାସୁକୀଙ୍କୁ ବଳୟ କରି କର କଙ୍କଣ ରୂପେ ଧାରଣ କରି ମା’ ସେଠାରେ ବିରାଜମାନ । ଶେଷରେ ନରସିଂହଙ୍କ ଶକ୍ତି ନରସିଂହୀ ନୃସିଂହଙ୍କ ପରି ଭୟଙ୍କର ଶରୀର ଧାରଣ କରି ସେଠାରେ ଅଛନ୍ତି ।[୨]

ଯାଜପୁର ଜିଲ୍ଲାର ଏହି ମନ୍ଦିର ପ୍ରଥମେ ବିପଜ୍ଜନକ ଅବସ୍ଥାରେ ରହିଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ପୁନରୁଦ୍ଧାର କରାଯିବାପରେ ବର୍ତ୍ତମାନ ଏହା ଝାଜପୁର ଜିଲ୍ଲାର ଏକ ଦର୍ଶନୀୟ ସ୍ଥାନଭାବେ ପରିଗଣିତ ।ଇତିହାସ କହେ, ରାଜା ଯଯାତୀ କେଶରୀଙ୍କ ସମୟରେ ଏହି ମନ୍ଦିର ଅଶ୍ୱମେଧ ଯଜ୍ଞ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟର ସୂରକ୍ଷା ଦୃଷ୍ତିରୁ ରାଜାମାନେ ସେତେବେଳେ ରାଜ୍ୟ ପ୍ରାଙ୍ଗଣରେ ଏକ ଶକ୍ତୀପୀଠ ବା ଦେବୀ ମଠ ସ୍ଥାପନ କରାଉଥିଲେ । ମନ୍ଦିରରେ ଦେବୀ ପ୍ରତିମାର ଗଠନରୁ ସ୍ପଷ୍ଟ ଜଣାଯାଏ ଯେ ଏହା ଅନ୍ତତଃ ପକ୍ଷେ ଏକାଦଶ ଶତାବ୍ଦୀର ହୋଇଥିବାର କୁହାଯାଏ ।

କଳାଚାନ୍ଦ ମୁର୍ଶୀଦାବାଦରୁ ଆସି ଅନେକ ହିନ୍ଦୁ ମନ୍ଦୀର ଭଙ୍ଗିବା ସହ ଏହି ସପ୍ତମାତୃକା ମନ୍ଦିର ଭାଙ୍ଗିବା ପାଇଁ ଆସିଥିଲା [୩]। କଳାଚାନ୍ଦ ବା କଳାପାହାଡ କବଳରୁ ଏହି ମନ୍ଦିରକୁ ରକ୍ଷା କରିବା ପାଇଁ ତତ୍କାଳୀନ ପୂଜକ ବ୍ରାହ୍ମଣମାନେ ସପ୍ତମାତୃକା ଦେବୀଙ୍କ ପିତୁଳା ସବୁ ବୈତରଣୀ ନଦୀ କୂଳରେ ଲୁଚାଇ ରଖିଥିଲେ । ପରବର୍ତ୍ତୀ ସମୟରେ ଯାଜପୁରର ଉତ୍କଳୀୟ ବ୍ରାହ୍ମନମାନେ ଏହି ପ୍ରତିମା ସବୁର ପୁନରୁଦ୍ଧାର କରିବା ସହ ଦେବୀମାନଙ୍କ ପୂଜା ଅର୍ଚ୍ଚନା କରିବା ଆରମ୍ଭ କଲେ ।

ପୂଜା ପର୍ବ[ସମ୍ପାଦନା]

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ପୁନରୁଦ୍ଧାର ହୋଇଥିବା ଏହି ମନ୍ଦିରଟି ଅଦ୍ୟାପି ଯାଜପୁର ସହର ଦେଇ ବହିଯାଉଥିବା ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ଦଶାଶ୍ୱମେଧ ଘାଟ ଉପରେ ଜଗନ୍ନାଥ ମନ୍ଦିର ତଥା ତା’ର ଉତ୍ତର ଦିଗରେ ସିଦ୍ଧି ଗଣେଶଙ୍କର ମନ୍ଦିର ଅବସ୍ଥିତ ।

ଆଧାର[ସମ୍ପାଦନା]

  1. "History". www.jajpur.nic.in. Retrieved 6 December 2019.
  2. "Saptamatrika Shrine, Dasasvamedha Ghata, Jajpur Town | IGNCA". www.ignca.gov.in. Retrieved 6 December 2019.
  3. "Saptamatruka Temple of Jajpur". New Odisha. 20 June 2013. Retrieved 6 December 2019.

ଅଧିକ ତଥ୍ୟ[ସମ୍ପାଦନା]