ଶେଷ ରାତି

ଉଇକିପିଡ଼ିଆ‌ରୁ
ଶେଷ ରାତି
ନିର୍ଦ୍ଦେଶକଅମରେଶ ପତି
ପ୍ରଯୋଜକକୁମାର ପ୍ରିତମ ସାହୁ
ସଂଳାପଶଶାଙ୍କ ନାୟକ
ଚିତ୍ରନାଟ୍ୟଶଶାଙ୍କ ନାୟକ
କାହାଣୀଶଶାଙ୍କ ନାୟକ
କଳାକାରଦେବାଶିଷ ପାତ୍ର
ରିୟା ଦେ
ଶୁଭାଙ୍ଗି ଜେନା
ଦେବୁ ବ୍ରହ୍ମା
ଉଷସୀ ମିଶ୍ର
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣସ୍ୱର୍ଣ୍ଣପ୍ରସାଦ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଶେଷ ରାତି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁମାର ପ୍ରିତମ ସାହୁ । ଶଶାଙ୍କ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ରିୟା ଦେ ।[୨] ଶୁଭାଙ୍ଗି ଜେନା, ଦେବୁ ବ୍ରହ୍ମା, ଉଷସୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିରେନ ମିଶ୍ର, ଅଭିପ୍ସା ଭଞ୍ଜ, ପିଣ୍ଟୁ ନନ୍ଦ, କୁଇନ୍, ଜୀବନବନ୍ଧୁ ମହାପାତ୍ର, ଯଯାତୀ, ବିଜୟ, ପ୍ରମୋଦ, ସୁବୋଧ, ସୌମ୍ୟ, କୁସୁମା, ରାଜୁ ନାୟକ, ଅର୍ପିତା ନନ୍ଦ, ଆୟୁଷ ପତି, ଦିପ୍ତି, ଗାୟତ୍ରୀ, ଗୁଡ୍ଡି ଆଦି କଳାରକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୨ ମସିହାର ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ[୧] ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୭] ହ୍ୟୁମାନ ସାଗର, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପ୍ରେମ ଆଉଥରେ ହେଇଗଲା"ହ୍ୟୁମାନ ସାଗର୪:୧୭
2."କାହିଁ ଯେ ଜାଣେନା"ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ୪:୧୫
3."ଶେଷ ରାତି"ଆଶୁତୋଷ ଷଡ଼ଙ୍ଗୀ୫:୨୨

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଦର୍ଶକଙ୍କ ଆଖିରେ ଶେଷରାତି". ସମ୍ବାଦ. sambad.in. 13 August 2022. Archived from the original on 3 November 2022. Retrieved 3 November 2022.
  2. "ବଡ ପରଦାକୁ ଆସୁଛି 'ଶେଷ ରାତି', ଭିନ୍ନ ଚରିତ୍ରରେ ନଜର ଆସିବେ ଦେବାଶିଷ". Prameyanews7. ଭୁବନେଶ୍ୱର. 3 August 2022. Archived from the original on 3 November 2022. Retrieved 3 November 2022.
  3. "ଶେଷରେ ଶେଷରାତି". ସମ୍ବାଦ. sambad.in. 23 August 2022. Archived from the original on 3 November 2022. Retrieved 3 November 2022.
  4. ୪.୦ ୪.୧ "ଆଜି ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶେଷ ରାତି'". ସମ୍ବାଦ. ଭୁବନେଶ୍ୱର: sambad.in. 5 August 2022. Archived from the original on 3 November 2022. Retrieved 3 November 2022.
  5. "ଶ୍ରେଷ୍ଠ ଦେବାଶିଷ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
  6. "ରିୟାଙ୍କ ଖୁସି". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.
  7. "ମୁକ୍ତିପ୍ରତୀକ୍ଷାରେ ଓଡ଼ିଆ ଚଳଚ୍ଚିତ୍ର 'ଶେଷରାତି'". ସମ୍ବାଦ. sambad.in. 17 July 2022. Archived from the original on 3 November 2022. Retrieved 3 November 2022.

ବାହାର ଆଧାର[ସମ୍ପାଦନା]