ଶାୟରୀ ଶାୟରୀ

ଉଇକିପିଡ଼ିଆ‌ରୁ
ଶାୟରୀ ଶାୟରୀ
ନିର୍ଦ୍ଦେଶକରଣଜିତ ମହାନ୍ତି
ପ୍ରଯୋଜକରାଜେନ୍ଦ୍ର ପ୍ରସାଦ ପାତ୍ର
ସଂଳାପରଣଜିତ ମହାନ୍ତି
ଚିତ୍ରନାଟ୍ୟରଣଜିତ ମହାନ୍ତି
କାହାଣୀପ୍ରମୋଦ କୁମାରୀ ପାତ୍ର
କଳାକାରଦୁର୍ଗାମାଧବ ପାତ୍ର
ପ୍ରିୟଙ୍କା ସାହୁ
ପ୍ରଦ୍ୟୁମ୍ନ ଲେଙ୍କା
ପିଣ୍ଟୁ ନନ୍ଦ
ଅକ୍ଷୟ ବସ୍ତିଆ
ଅସୀତ ପତି
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣସୁଦର୍ଶନ ସେନାପତି
ସମ୍ପାଦକପିଣ୍ଟୁ ନାୟକ
Production
company
ମା' ଖମେଶ୍ୱରୀ ଏଣ୍ଟର୍‌ଟେନ୍‌ମେଣ୍ଟ
ମୁକ୍ତିଲାଭ ତାରିଖ
୧୪ ଅପ୍ରେଲ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଶାୟରୀ ଶାୟରୀ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ପ୍ରସାଦ ପାତ୍ର । ପ୍ରମୋଦ କୁମାରୀ ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ରଣଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମ୍ୟୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁର୍ଗାମାଧବ ପାତ୍ର ଓ ପ୍ରିୟଙ୍କା ସାହୁ ।[୩] ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ଅସୀତ ପତି, ବ୍ରଜ ସିଂହ, ପ୍ରଶାନ୍ତ ପତି, ଜୀବନ ପଣ୍ଡା, ପ୍ରକାଶ ମହାପାତ୍ର, ଅଳକା ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟି ୧୪ ଅପ୍ରେଲ ୨୦୨୩ ଦିନ ପଣା ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, କୁମାର ବାପି, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସଞ୍ଜୁ, ଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଶାୟରୀ ଶାୟରୀ" 
2."କାହିଁ ଦେଖା ତୋ ସାଥେ ହେଲା" 
3."ଚାନ୍ସ ମିଳିଛି ଆଜି ଡ୍ୟାନ୍ସ କରିଲେ" 
4."ସରି ସରି ସରି ଆଇ ଲଭ୍ ୟୁ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ମୁକ୍ତିଲାଭ କରୁଛି ଦୁଇ ଓଡ଼ିଆ ଚଳଚ୍ଚିତ୍ର: 'ଧୋରେ ବାବୁ ଧୋ' ଓ 'ଶାୟରୀ ଶାୟରୀ'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 14 April 2023. p. 22. Archived from the original on 31 August 2023. Retrieved 31 August 2023.
  2. "ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର: 'ଧୋରେ ବାବୁ ଧୋ' ଓ 'ଶାୟରୀ ଶାୟରୀ', ବିଭିନ୍ନ ସହରରେ ସ୍ୱତନ୍ତ୍ର ପ୍ରିମିୟର". Prameya News. ଭୁବନେଶ୍ୱର. 14 April 2023. Archived from the original on 31 August 2023. Retrieved 31 August 2023.
  3. ୩.୦ ୩.୧ "ଫିଲ୍ମ ଫ୍ରାଇଡେରେ ଦୁଇ ଓଡ଼ିଆ ଫିଲ୍ମ ରିଲିଜ, 'ଶାୟରୀ ଶାୟରୀ'କୁ ଟକ୍କର ଦେବ 'ଧୋ'ରେ ବାବୁ ଧୋ'". ETV Bharat News. କଟକ. 14 April 2023. Archived from the original on 31 August 2023. Retrieved 31 August 2023.

ବାହାର ଆଧାର[ସମ୍ପାଦନା]