ଲିଲିମା ମିଞ୍ଜ
ବ୍ୟକ୍ତିଗତ ସୂଚନା | ||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
ଓଡ଼ିଶା, ଭାରତ | ୧୦ ଅପ୍ରେଲ ୧୯୯୪|||||||||||||||||||||||||
ଉଚ୍ଚତା | ୧.୫୮ ମିଟର | |||||||||||||||||||||||||
ଓଜନ | ୫୨ କିଲୋଗ୍ରାମ | |||||||||||||||||||||||||
Playing position | ଡିଫେଣ୍ଡର | |||||||||||||||||||||||||
Club information | ||||||||||||||||||||||||||
Current club | ଓଡ଼ିଶା ରେଳବାଇ | |||||||||||||||||||||||||
National team | ||||||||||||||||||||||||||
୨୦୧୧ - ୨୦୨୨ | India | ୧୩୩ | (୪) | |||||||||||||||||||||||
Medal record
|
ଲିଲିମା ମିଞ୍ଜ, ଜଣେ ଓଡ଼ିଆ ମହିଳା ହକି ଖେଳାଳୀ ।[୧] ସେ ଭାରତୀୟ ଜାତୀୟ ଦଳରେ ଖେଳିଥିଲେ ଓ ୨୦୨୨ ମସିହାରେ ନିଜର ଅବସର ଘୋଷଣା କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଲିଲିମା ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍ଧ-ତାଲାତୋଳି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଅଞ୍ଜଲୁସ ମିଞ୍ଜ ଓ ମାଆ ସିଲଭିଆ ମିଞ୍ଜ ।[୨] । ସେ ରାଉରକେଲାସ୍ଥିତ ସ୍ପୋର୍ଟସ୍ ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ ।[୩]
ଅବଦାନ
[ସମ୍ପାଦନା]ସେ ସମୁଦାୟ ୭୪ଟି ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଭାରତ ପାଇଁ ଖେଳିଛନ୍ତି । ସେଥିରେ ସେ ୬ଟି ଗୋଲ କରିଛନ୍ତି । ୨୦୧୧ ମସିହାରେ ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ହେଇଥିବା ପ୍ରତିଯୋଗୀତାରେ ୧୮ ବର୍ଷରୁ କମ ହକି ଏସିଆ କପରେ ସେ ଜାତୀୟ ମହିଳା ହକି ଦଳରେ ଖେଳିଥିଲେ । ଏହି ପ୍ରତିଯୋଗୀତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଥିଲା ।[୪] ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ କପରେ ସେ ସିଓଲଠାରେ ଖେଳିଥିଲେ ।[୫][୬] ଏହା ଛଡ଼ା ସେ ମାଲେସିଆ ସହ ହେଇଥିବା ୬ଟି ପ୍ରତିଯୋଗୀତାର ଏକ ସିରିଜ ଖେଳିଥିଲେ ।[୭] ସେ ଅନେକ ଆନ୍ତର୍ଜାତୀୟ ଓ ଭାରତରେ ହେଇଥିବା ହକି ପ୍ରତିଯୋଗିତାରେ ଜାତୀୟ ଦଳର ସଦସ୍ୟା ଭାବରେ ଖେଳିଆସିଛନ୍ତି ।[୮][୯]
୨୦୨୨ ମସିହା ଜାନୁଆରୀ ୧୩ ତାରିଖ ଦିନ ଲିଳିମା, ଜାତୀୟ ଦଳରୁ ନିଜର ଅବସର ଘୋଷଣା କରିଥିଲେ ।[୧୦]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୧୬ ମସିହାର ରିଓ ଅଲିମ୍ପିକରେ ଲିଲିମାଙ୍କର ଯୋଗଦାନ ପାଇଁ ସମୁଦାୟ ପ୍ରସ୍ତୁତି ଖର୍ଚ୍ଚ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ।[୧୧]
- ୨୦୧୪ ମସିହାରେ ଭାରତୀୟ ମହିଳାମାନେ ଏସୀୟ କ୍ରୀଡ଼ାରେ ମହିଳା ହକିରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସଦସ୍ୟା ଭାବରେ ଲିଲିମାଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।[୧୨]
- ୨୦୧୩ ମସିହାର ବିଶ୍ୱ ଜୁନିଅର ମହିଳା ହକି ଦଳର ସଦସ୍ୟା ଭାବରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବାରୁ ଓଡ଼ିଶାର ମହାନଦୀ କୋଇଲାଖଣି କର୍ତ୍ତୃପକ୍ଷ ତାଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
- ↑ "PERSONALITIES". orisports.com. Retrieved 1 August 2016.
- ↑ "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 31 July 2016.
- ↑ "Senior Women Core Probables". hockeyindia.org. Archived from the original on 14 September 2016. Retrieved 1 August 2016.
- ↑ "Bronze for India in the U-18 Girls Asia Cup". thefansofhockey.com. Retrieved 31 July 2016.
- ↑ "India Get Bronze Medal in u-18 Asia Cup Women's Hockey". bharatiyahockey.org. Retrieved 31 July 2016.
- ↑ "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 31 July 2016.
- ↑ "India win historic bronze at junior women hockey World Cup". thehindu.com. Retrieved 31 July 2016.
- ↑ "Sushila to Lead India at Junior Women's Hockey World Cup in Mönchengladbach". thefansofhockey.com. Retrieved 31 July 2016.
- ↑ "ଜାତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା: କହିଲେ- ଓଡ଼ିଶା ହକିର ଉନ୍ନତି ପାଇଁ ଜାରି ରଖିବେ କାମ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2022. Retrieved 13 January 2022.
- ↑ "Odisha announces incentive for Rio 2016 Olympics participants from state". indianexpress.com. Retrieved 1 August 2016.
- ↑ "Government announces cash prizes for four Odisha hockey players". indianexpress.com. Retrieved 1 August 2016.