ମନ ମୋ ନେଇଗଲୁ ରେ

ଉଇକିପିଡ଼ିଆ‌ରୁ
ମନ ମୋ ନେଇଗଲୁ ରେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସୁନିଲ କୁମାର ଦାଶ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଦିଲ୍ଲୀପ କୁମାର ଦାଶ
କଳାକାରଜ୍ୟୋତି ରଞ୍ଜନ ନାୟକ
ଭୂମିକା ଦାଶ
କୁନା ତ୍ରିପାଠୀ
ପୁଷ୍ପା ପଣ୍ଡା
ବିଜୁ ବଡ଼ଜେନା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ମନ ମୋ ନେଇଗଲୁ ରେ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ କୁମାର ଦାଶ ।[୨] ଦିଲ୍ଲୀପ କୁମାର ଦାଶ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଭୂମିକା ଦାଶ ।[୪][୫] କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା, ଗୁଡ୍ଡୁ, ବିରାଜ ଦାସ, ଦିଲ୍ଲୀପ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟି ୨୦୨୧ ମସିହାର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା, ସଞ୍ଜୟ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, କୁଳଦୀପ, ଗୌରବ, ପ୍ରଜ୍ଞା ହୋତା, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୬]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ପ୍ରେମ ରାଜିନାମା" 
2."ବହି ଜଳେଇଦେବି" 
3."ମନ ମୋ ନେଇଗଲୁରେ" 

ଆଧାର[ସମ୍ପାଦନା]

  1. "ରିଲିଜ୍‌ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ସିନେମା: ଜାନୁଆରୀ ୮ରେ ଖୋଲିବ ସଙ୍ଗମ ମଲ୍ଟିପ୍ଲେକ୍ସ, ସିଙ୍ଗଲ୍‌ ହଲ୍‌ ଖୋଲିବା ସମ୍ଭାବନା କମ୍". Prameya. କଟକ: prameya.com. 4 January 2021. Archived from the original on 2 December 2021. Retrieved 2 December 2021.
  2. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Archived from the original on 27 December 2021. Retrieved 27 December 2021.
  3. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 2 February 2021. Archived from the original on 2021-11-13. Retrieved 13 November 2021.
  4. "ରିଲିଜ ହେଲା ନୂଆ ଓଡ଼ିଆ ଫିଲ୍ମ "ମନ ମୋ ନେଇଗଲୁରେ"". ଅର୍ଗସ୍ ନ୍ୟୁଜ୍ (in ଇଂରାଜୀ). argusnews.in. 14 October 2021. Retrieved 13 November 2021.
  5. Bal, Sandip. "Mahurat of Sanjay Nayak-directorial held". The Times of India. ISSN 0971-8257. Retrieved 2023-03-21.
  6. ୬.୦ ୬.୧ "୧୪ରେ ମୁକ୍ତିଲାଭ କରିବ 'ମନ ମୋ ନେଇଗଲୁ ରେ'". Prameya. ଭୁବନେଶ୍ୱର. 10 October 2021. Archived from the original on 13 November 2021. Retrieved 13 November 2021.
  7. "ସୁମା ରିଅଲ ମିଡିଆର ଦଶହରା ଭେଟି, ୧୪ରେ ମୁକ୍ତିଲାଭ କରିବ 'ମନ ମୋ ନେଇଗଲୁ ରେ'". Prameyanews7 (in ଆମେରିକୀୟ ଇଂରାଜୀ). 2021-10-10. Archived from the original on 2021-11-13. Retrieved 2021-11-13.
  8. "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  9. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  10. "'ମନ ମୋ ନେଇଗଲୁରେ' ଫିଲ୍ମକୁ ଇନ୍‌ଷ୍ଟାଗ୍ରାମରେ ପ୍ରମୋଟ୍ କରୁଛନ୍ତି ଭୂମିକା | Sambad". ସମ୍ବାଦ. sambad.in. 3 January 2021. Archived from the original on 13 November 2021. Retrieved 13 November 2021.

ବାହାର ଆଧାର[ସମ୍ପାଦନା]