ଭୈରବ ଚନ୍ଦ୍ର ମହାନ୍ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭୈରବ ଚନ୍ଦ୍ର ମହାନ୍ତି
ସଭ୍ୟ: ରାଜ୍ୟ ସଭା
In office
୩ ଅପ୍ରେଲ ୧୯୭୪ – ୨ ଅପ୍ରେଲ ୧୯୮୦
ସଭ୍ୟ: ଓଡ଼ିଶା ବିଧାନ ସଭା
In office
୨୩ ମାର୍ଚ୍ଚ ୧୯୭୧ – ୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀ ବୀରେନ ମିତ୍ର
ପର ଅଧିକାରୀ ଶ୍ରୀକାନ୍ତ ପଣ୍ଡା
ନିର୍ବାଚନ ମଣ୍ଡଳୀ କଟକ ସିଟି
In office
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀ କଟକ-ଗ୍ରାମାଞ୍ଚଳ
Personal details
ଜନ୍ମ ୧୩ ଜୁଲାଇ ୧୯୧୩(1913-07-13)
ମୃତ୍ୟୁ ୨୩ ଜୁଲାଇ, ୧୯୮୦ (୬୭ ବର୍ଷ)
ଜାତୀୟତା ଭାରତୀୟ
ରାଜନୀତିକ ଦଳ କଂଗ୍ରେସ
ଜୀବନ ସାଥୀ ଗୀତାଞ୍ଜଳି ମହାନ୍ତି
Education ସ୍ନାତକ
Known for କ୍ରୀଡ଼ା ସଂଗଠକ ଓ ରାଜନେତା

ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ କ୍ରୀଡ଼ା ସଂଗଠକ ଓ ରାଜନେତା ଥିଲେ ।[୧] ତାଙ୍କୁ ଓଡ଼ିଶା କ୍ରୀଡ଼ାଜଗତର "ଧର୍ମପିତା" କୁହାଯାଏ । ସେ ବାରବାଟି ଷ୍ଟାଡିଅମର ନିର୍ମାଣ ଦାୟିତ୍ଵରେ ଥିଲେ ଓ ଏହାର ନାମକରଣ କରିଥିଲେ ।[୨] ୧୯୫୮ ଓ ୧୯୭୦ ମସିହାରେ ଭୈରବଙ୍କ ଉଦ୍ୟମରେ ବାରବାଟି ଷ୍ଟାଡିଅମରେ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ପ୍ରତମ ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରିବାର ଶ୍ରେୟ ମଧ୍ୟ ଭୈରବଙ୍କୁ ଯାଏ ।

ଜୀବନୀ[ସମ୍ପାଦନା]

ଭୈରବ ଚନ୍ଦ୍ର, ୧୯୧୩ ମସିହା ଜୁଲାଇ ୧୩ତାରିଖ ଦିନ ବାଲିସୁକୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ଶୈଶବରୁ ସେ ଖେଳପ୍ରିୟ ଥିଲେ । ଫୁଟବଲ, କ୍ରିକେଟ ଓ ହକି ଆଦି ଖେଳରେ ସେ ଦକ୍ଷ ଥିଲେ । ପକେଟରେ ସବୁବେଳେ ଏକ କ୍ରିକେଟ ବଲ ରଖୁଥିଲେ । ଜଣେ କିରାଣି ଭାବରେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଇସ୍ତଫା ଦେଇ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ଏକାଧିକ ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ [୪] ଏବଂ ମନ୍ତ୍ରୀପଦ ଲାଭ କରିଥିଲେ ।[୫] ସେ ପ୍ରଜାତନ୍ତ୍ରଇଷ୍ଟର୍ନ ଟାଇମସର ପ୍ରଥମ ସମ୍ପାଦକ ଥିଲେ । ୨୩ ଜୁଲାଇ ୧୯୮୦ରେ ତାଙ୍କର ପରଲୋକ ଘଟିଥିଲା ।[୬]

ଆଧାର[ସମ୍ପାଦନା]

  1. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (୨୦୦୩). Cultural heritage of &#୯୧;Orissa&#୯୩;. State Level Vyasakabi Fakir Mohan Smruti Samsad. ISBN ୯୭୮-୮୧-୯୦୨୭୬୧-୪-୬. 
  2. "ଓଡ଼ିଶାର କ୍ରୀଡ଼ା ଜଗତର ଧର୍ମପିତା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. 13 July 2015. http://sambadepaper.com/Details.aspx?id=178006&boxid=23142547. Retrieved 13 July 2015. 
  3. "ଆଜି ଜନ୍ମଦିନ". ସମ୍ବାଦ ୧୩/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. http://www.sambadepaper.com/Details.aspx?id=370208&boxid=23813449. Retrieved 13 July 2017. 
  4. http://odisha.gov.in/e-magazine/orissaannualreference/ORA-2004/pdf/list_of_members_of_OLA-1951-2004.pdf
  5. Sunit Ghosh (୧୯୭୮). Orissa in Turmoil: A Study in Political Developments. Sankha. 
  6. "Bhairab Chandra Mohanty". Odisha Helpline. Retrieved 14 July 2015.