ତିତ୍ଲି
ତିତ୍ଲି | |
---|---|
ନିର୍ଦ୍ଦେଶକ | ଏସ୍.କେ. ମୂରଲୀଧରନ |
ପ୍ରଯୋଜକ | ପ୍ରଭାତ କୁମାର ପ୍ରଧାନ ଶିଶିର ଚନ୍ଦ୍ର ଦାସ |
ସଂଳାପ | ଦେବୀଦତ୍ତ ମହାନ୍ତି |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ଏସ୍.କେ. ମୂରଲୀଧରନ |
କଳାକାର | ତୁଷାର କେ. ସିହ୍ନା ଦିବ୍ୟାସାନ୍ତା ମହାନ୍ତି ମିହିର ଦାସ ପ୍ରୀତିରାଜ ଶତପଥୀ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଭଗତ ସିଂହ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୩୦ ସେପ୍ଟେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତିତ୍ଲି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସ ।[୧] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର କେ. ସିହ୍ନା ଓ ଦିବ୍ୟାସାନ୍ତା ମହାନ୍ତି । ମିହିର ଦାସ, ପ୍ରୀତିରାଜ ଶତପଥୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ହାଡ଼ୁ, ନୂପୁର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ୨୦୨୨ ମସିହାର ସେପ୍ଟେମ୍ବର ୩୦ ତାରିଖରେ ଦୁର୍ଗାପୂଜା ସମୟରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ତୁଷାର କେ. ସିହ୍ନା
- ଦିବ୍ୟାସାନ୍ତା ମହାନ୍ତି
- ମିହିର ଦାସ
- ପ୍ରୀତିରାଜ ଶତପଥୀ
- ପ୍ରତିଭା ପଣ୍ଡା
- ଜୀବନ ପଣ୍ଡା
- ହାଡ଼ୁ
- ନୂପୁର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୩] ଗୀତିକାର ବସନ୍ତରାଜ ସାମଲ ଓ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଏଥର ପୂଜାରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 30 September 2022. p. 8. Archived from the original on 16 December 2022. Retrieved 16 December 2022.
- ↑ Titli Movie: Showtimes, Review, Trailer, Posters, News & Videos | eTimes, retrieved 2022-12-16
- ↑ ୩.୦ ୩.୧ "ଆଜି ମୁକ୍ତିଲାଭ କରିବା ଓଡ଼ିଆ ସିନେମା 'ତିତଲି'". ସମୟ. No. ଭୁବନେଶ୍ୱର. ଭୁବନେଶ୍ୱର. 30 September 2022. p. ୩. Archived from the original on 29 September 2022. Retrieved 16 December 2022.
- ↑ "କଥାଚିତ୍ର ବିଜ୍ଞାପନ ପୃଷ୍ଠା". ସମ୍ବାଦ. 30 September 2022. Archived from the original on 16 December 2022. Retrieved 16 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତିତ୍ଲି