ଅଳ୍ପ ଦିନର ଗଳ୍ପ

ଉଇକିପିଡ଼ିଆ‌ରୁ
ଅଳ୍ପ ଦିନର ଗଳ୍ପ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଅଜୟ ରାଉତ
ସଂଳାପଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରଜ୍ୟୋତି ରଞ୍ଜନ ପଣ୍ଡା
ସାୟଲ ବାନାର୍ଜୀ
ରତନ ମେହେର
ମାମୁନି ପଣ୍ଡା
ଧରିତ୍ରୀ ଖଣ୍ଡୁଆଳ
ସଙ୍ଗୀତଅସଦ୍ ନିଜାମ
ଚିତ୍ରଗ୍ରହଣଶୁଭମ ନନ୍ଦ
ମୁକ୍ତିଲାଭ ତାରିଖ
୧୬ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଅଳ୍ପ ଦିନର ଗଳ୍ପ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ ।[୧] ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୩] ସଙ୍ଗୀତକାର ଅସଦ୍ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ପଣ୍ଡା ଓ ସାୟଲ ବାନାର୍ଜୀ ।[୩] ରତନ ମେହେର, ମାମୁନି ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ପ୍ରଜ୍ଞା ଖଟୁଆ, ସୁବାସ, ମାନସ, ସ୍ୱାଗତିକା, ପପୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୧୬ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ୍ ନିଜାମ । ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ଆଶୁତୋଷ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୧୨ ଅକ୍ଟୋବର ୨୦୨୨ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲିଜ୍ ହୋଇଥିଲା ।[୫][୬]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଝିଅ ସବୁ ହାନିକାରକ"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
2."ଅଳ୍ପ ଦିନର ଗଳ୍ପ"ଆଶୁତୋଷ, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. "ଜୀ ସାର୍ଥକରେ ନୂଆ ଚଳଚ୍ଚିତ୍ର 'ଅଳ୍ପ ଦିନର ଗଳ୍ପ'". Samaja Live. ଭୁବନେଶ୍ୱର. 15 October 2022. Archived from the original on 22 October 2022. Retrieved 24 December 2022.
  2. "ଅଳ୍ପ ଦିନର‌ ଗଳ୍ପ ଆମର". Sambad. 8 November 2022. Archived from the original on 24 December 2022. Retrieved 24 December 2022.
  3. ୩.୦ ୩.୧ ୩.୨ "ଅଳ୍ପ ଦିନର ଗଳ୍ପ". ଧରିତ୍ରୀ. 16 October 2022. p. 9. Archived from the original on 24 December 2022. Retrieved 24 December 2022.
  4. ୪.୦ ୪.୧ "ଆଜି ଜୀ-ସାର୍ଥକରେ ମୁକ୍ତିଲାଭ କରୁଛି 'ଅଳ୍ପ ଦିନର ଗଳ୍ପ'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 16 October 2022. p. 22. Archived from the original on 24 December 2022. Retrieved 24 December 2022.
  5. "୧୬ରେ 'ଅଳ୍ପ ଦିନର ଗଳ୍ପ ଆମର'". Dharitri Odia News. 13 October 2022. Archived from the original on 24 December 2022. Retrieved 24 December 2022.
  6. "ସିନେମା 'ଅଳ୍ପ ଦିନର‌ ଗଳ୍ପ ଆମର' ଅଡିଓ ଲୋକାର୍ପିତ; ଜ୍ୟୋତି ଓ ସାୟଲଙ୍କ ଲଭ୍ ଷ୍ଟୋରୀ". News18 Odia. 13 October 2022. Archived from the original on 15 October 2022. Retrieved 24 December 2022.

ବାହାର ଆଧାର[ସମ୍ପାଦନା]