ଅରୁନ୍ଧତୀ (୨୦୨୧ର ଓଡ଼ିଆ କଥାଚିତ୍ର)
ଅରୁନ୍ଧତୀ | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ରମେଶ ବାରିକ ଅମିତାଭ ମଲ୍ଲିକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରମେଶ ରାଉତ ରଜନୀ ରଞ୍ଜନ |
କାହାଣୀ | ଖଗେଶ୍ୱର ସେଜପଡ଼ା |
କଳାକାର | ରାଜବୀର ଦେଓ ଏଲିନା ସାମନ୍ତରାୟ ସଞ୍ଜୟ ଭୋଳ ବବି ମିଶ୍ର ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୩ ଅକ୍ଟୋବର ୨୦୨୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅରୁନ୍ଧତୀ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ[୨] ଓ ଅମିତାଭ ମଲ୍ଲିକ ।[୩] ଖଗେଶ୍ୱର ସେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୪] ରମେଶ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଦେଓ ଓ ଏଲିନା ସାମନ୍ତରାୟ ।[୫][୬] ସଞ୍ଜୟ ଭୋଳ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜୟା ସ୍ୱାମୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ନରି ପଣ୍ଡା, ରଶ୍ମି ରଞ୍ଜନ ସାହୁଙ୍କ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ରାଜବୀର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭] ୨୦୨୧ ମସିହାର ଅକ୍ଟୋବର ୧୩ ତାରିଖରେ ଏହି କଥାଚିତ୍ରଟିର ମୁକ୍ତିଲାଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ରେ ଉପଲବ୍ଧ ହୋଇଥିଲା ।
ଅଭିନୟ
[ସମ୍ପାଦନା]- ରାଜବୀର ଦେଓ[୮] - ଶିବା
- ଏଲିନା ସାମନ୍ତରାୟ[୯][୧୦] - ଅରୁନ୍ଧତୀ
- ସଞ୍ଜୟ ଭୋଳ
- ବବି ମିଶ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ଜୟା ସ୍ୱାମୀ
- ପ୍ରତିଭା ପଣ୍ଡା
- ଜୀବନ ପଣ୍ଡା
- ନରି ପଣ୍ଡା
- ରଶ୍ମି ରଞ୍ଜନ ସାହୁ
- ବିନୋଦ ପରିଡ଼ା[୧୧]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୋହିନୀ ମିଶ୍ର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ପରଦେଶୀ ମେଘ" | |
2. | "ମୁଁ ଅରୁନ୍ଧତୀ" | |
3. | "ତୋ ଇସ୍କ୍" | |
4. | "ଶିବା ଶିବା ଶିବା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Arundhati Movie: Showtimes, Review, Trailer, Posters, News & Videos | eTimes". Times of India. Times of India. Retrieved 12 November 2021.
- ↑ "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ ୩.୦ ୩.୧ ୩.୨ "Bunch of Odia movies up for grabs this Puja". The Pioneer (in ଇଂରାଜୀ). 13 October 2021. Retrieved 12 November 2021.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ "ଅଟକିପାରେ 'ଅରୁନ୍ଧତୀ'". ସମ୍ବାଦ. sambad.in. 27 April 2021. Retrieved 12 November 2021.
- ↑ "ରାଜବୀର: 'ଅରୁନ୍ଧତୀ'ରୁ 'ସଲାମ୍ ଭୁବନେଶ୍ୱର'". ସମ୍ବାଦ. sambad.in. 17 September 2021. Retrieved 12 November 2021.
- ↑ "ଚଳଚ୍ଚିତ୍ର 'ସଲାମ୍ ଭୁବନେଶ୍ବର'ର ରୋମାଣ୍ଟିକ୍ ଗୀତ 'ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍'". Sambad. 9 October 2022. Archived from the original on 12 October 2022. Retrieved 12 October 2022.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ | Sambad". 17 November 2021. Archived from the original on 16 December 2021. Retrieved 16 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅରୁନ୍ଧତୀ