Jump to content

ଅନୁରାଧା ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ଅନୁରାଧା ବିଶ୍ୱାଳ
ଜନ୍ମ (1975-03-28) ୨୮ ମାର୍ଚ୍ଚ ୧୯୭୫ (ବୟସ ୫୦)
ଜାତୀୟତା ଭାରତୀୟ
ଅନ୍ୟ ନାମଅନୁ
ଶିକ୍ଷାସ୍ନାତକୋତ୍ତର
ପ୍ରସିଦ୍ଧିଆନ୍ତର୍ଜାତୀୟ ଧାବିକା
ବୈବାହିକ-ସାଥୀପରମାନନ୍ଦ ରାଉତରାୟ
ସନ୍ତାନଅଂଶିକା
ପିତାମାତାରବିନ୍ଦ୍ରନାଥ ବିଶ୍ୱାଳ
ନିବେଦିତା ବିଶ୍ୱାଳ
ପୁରସ୍କାରଏକଲବ୍ୟ ପୁରସ୍କାର, ୨୦୦୦[]

ଅନୁରାଧା ବିଶ୍ୱାଳ, ଓଡ଼ିଶାରେ ଜନ୍ମିତ ତଥା ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ ପ୍ରତିନିଧିତ୍ୱ କରିଥିବା ଜଣେ ଧାବିକା ।[][][] ସେ ମୁଖ୍ୟତ ୧୦୦ମି. ବାଧାଦୌଡ଼ ଏବଂ ୪ X ୧୦୦ମି. ରିଲେ ଦୌଡରେ ପ୍ରତିଦ୍ୱନ୍ଦିତା କରିଥାନ୍ତି ।[]

ଅନୁରାଧା, ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ତଥା ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ସିଡ଼ନୀ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି ।[] ୨୦୦୬ ମସିହାରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋଠାରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୪ X ୧୦୦ମି. ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା, ତାଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣା । ଏହା ବ୍ୟତୀତ, ସେ ବହୁବାର ଜାତୀୟ ରେକର୍ଡ଼ ପ୍ରତିଷ୍ଠା ବା ତା'ର ସମକକ୍ଷ ହୋଇପାରିଛନ୍ତି । [][][]

୨୦୦୦ ମସିହାର, ଏକଲବ୍ୟ ପୁରସ୍କାର ବିଜୟିନୀ, ଅନୁରାଧା ବର୍ତ୍ତମାନ ନାଲକୋ କମ୍ପାନୀରେ କାର୍ଯ୍ୟରତ । [୧୦]

ସଫଳତା

[ସମ୍ପାଦନା]
Year Competition Venue Position Notes
Representing  ଭାରତ
2000 Asian Championships Jakarta, Indonesia 3rd 100m hurdles
2006 SAF Games Columbo, Sri Lanka 1st 100m hurdles

ଅନୁରାଧା ସମୁଦାୟ ୮୦ଟି ସ୍ୱର୍ଣ୍ଣ ୫୦ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ଜିତିଛନ୍ତି

ପୁରସ୍କାର ଓ ପ୍ରଶଂସା

[ସମ୍ପାଦନା]

ଅନୁରାଧାଙ୍କୁ ୨୦୧୩ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ାରେ ଜୀବନ ବ୍ୟାପୀ ସାଧନ ପୁରସ୍କାର ମିଳିଥିଲା ୨୯ ଅଗଷ୍ଟ ୨୦୧୪ ଦିନ। ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପ୍ରଦାନ କରିଥିଲେ।ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା ମିଳିଥିଲା । ସେହିପରି ସେ ୨୦୦୩ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟର ଶ୍ରେଷ୍ଠ କ୍ରୀଡାବିତ ଭାବେ ୫୦୦୦୦ ଟଙ୍କା ପୁରସ୍କାର ପାଇଥିଲେ।

ବାହ୍ୟ ଆଧାର

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2023-03-21. Retrieved 2013-04-08. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2008-06-22. Retrieved 2013-04-08. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି" (PDF). Archived from the original (PDF) on 2013-09-28. Retrieved 2013-04-08. {{cite web}}: Cite has empty unknown parameter: |1= (help)
  4. General Books LLC (June 2010). Indian Hurdlers: P. T. Usha, Joseph Abraham, M. D. Valsamma, Anuradha Biswal, K. Krishna Mohan, Gurbachan Singh Randhawa. General Books LLC. ISBN 978-1-158-25962-5. Retrieved 8 April 2013.
  5. "ଆର୍କାଇଭ୍ କପି". Archived from the original on 2017-10-13. Retrieved 2013-04-08. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2013-03-23. Retrieved 2013-04-08. {{cite web}}: Cite has empty unknown parameter: |1= (help)
  7. http://portal.bsnl.in/bsnl/asp/content%20mgmt/html%20content/sports/sports1773.html%5B%5D
  8. http://hindu.com/2002/08/27/stories/2002082705202100.htm
  9. http://www.telegraphindia.com/1070513/asp/sports/story_7770560.asp
  10. http://www.orisports.com/PersonDetails.aspx?pId=MTQ=