ଅଲିମ୍ପିକ କ୍ରୀଡ଼ା

ଉଇକିପିଡ଼ିଆ‌ରୁ


ଅଲିମ୍ପିକ କ୍ରୀଡ଼ା
ସଙ୍ଗଠନ
Charter • IOC • NOCs • Symbols
Sports • Competitors
Medal tables • Medalists • ceremonies
କ୍ରୀଡ଼ା
Ancient Olympic Games
Summer Olympic Games
Winter Olympic Games
Paralympic Games
Youth Olympic Games

ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ୱର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ୱନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ୱର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତାଠାରୁ ରହିଛି ଅନେକ ଆଗରେ । ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ୱର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।.

Bandar tuan rumah Sukan Olimpik
Sukan Olimpik Musim Panas Sukan Olimpik Musim Sejuk
Tahun Olimpiad ke- Bandar Tuan Rumah Negara Bandar Tuan Rumah Negara
1896 I Athens (1) Yunani (1)
1900 II Paris (1) Perancis (1)
1904 III St. Louis, Missouri(1) (1) Amerika Syarikat (1)
1906 Intercalated Athens Yunani
1908 IV London (1) United Kingdom (1)
1912 V Stockholm (1) Sweden (1)
1916 VI (2) Berlin Empayar Jerman
1920 VII Antwerp (1) Belgium (1)
1924 VIII Paris (2) Perancis (2) I Chamonix (1) Perancis (1)
1928 IX Amsterdam (1) Belanda (1) II St Moritz (1) Switzerland (1)
1932 X Los Angeles, California(1) Amerika Syarikat (2) III Lake Placid, New York (1) Amerika Syarikat (1)
1936 XI Berlin (1) Jerman (1) IV Garmisch-Partenkirchen (1) Jerman (1)
1940 XII (3) Tokyo→Helsinki Jepun

Finland

V (2) Sapporo→St Moritz→Garmisch-Partenkirchen Jepun

Switzerland Jerman

1944 XIII (3) London United Kingdom V (3) Cortina d'Ampezzo Itali
1948 XIV London (2) United Kingdom (2) V St Moritz (2) Switzerland (2)
1952 XV Helsinki (1) Finland (1) VI Oslo (1) Norway (1)
1956 XVI Melbourne (1) +

Stockholm (2)(4)

Australia (1) +

Sweden (2)

VII Cortina d'Ampezzo (1) Itali (1)
1960 XVII Rome (1) Itali (1) VIII Squaw Valley, California (1) Amerika Syarikat (2)
1964 XVIII Tokyo (1) Jepun (1) IX Innsbruck (1) Austria (1)
1968 XIX Mexico City (1) Mexico (1) X Grenoble (1) Perancis (2)
1972 XX Munich (1) Jerman Barat (2) XI Sapporo (1) Jepun (1)
1976 XXI Montreal, Quebec (1) Kanada (1) XII Innsbruck (2) Austria (2)
1980 XXII Moscow (1) Kesatuan Soviet (1) XIII Lake Placid, New York (2) Amerika Syarikat (3)
1984 XXIII Los Angeles, California (2) Amerika Syarikat (3) XIV Sarajevo (1) Yugoslavia (1)
1988 XXIV Seoul (1) Korea Selatan (1) XV Calgary, Alberta (1) Kanada (1)
1992 XXV Barcelona (1) Sepanyol (1) XVI Albertville (1) Perancis (3)
1994 XVII Lillehammer (1) Norway (2)
1996 XXVI Atlanta, Georgia (1) Amerika Syarikat (4)
1998 XVIII Nagano (1) Jepun (2)
2000 XXVII Sydney (1) Australia (2)
2002 XIX Salt Lake City, Utah (1) Amerika Syarikat (4)
2004 XXVIII Athens (2) Yunani (2)
2006 XX Turin (Torino) (1) Itali (2)
2008 XXIX Beijing (1) (5) China (1)
2010 XXI Vancouver, British Columbia (1) Kanada (2)
2012 XXX London (3) United Kingdom (3)
2014 XXII Sochi (1) Rusia (1)
2016 XXXI Rio de Janeiro (1) Brazil (1)
2018 XXIII Pyeongchang (1) Korea Selatan (1)
2021(6) XXXII Tokyo (2) Jepun (2)
2022

ଇତିହାସ[ସମ୍ପାଦନା]

ପୂରାତନ ଅଲମ୍ପିକ[ସମ୍ପାଦନା]

ଗ୍ରୀକ କିମ୍ବଦନ୍ତୀ ଅନୁସାରେ ଯିୟସଙ୍କ ପୁତ୍ର ହର୍କ୍ୟୁଲସ ଅଲିମ୍ପିଆ କ୍ରୀଡ଼ାଙ୍ଗନରେ ଖ୍ରୀ.ପୂ. ୭୭୬ରେ ଅଲମ୍ପିକ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ ।[୧] ଏହି ସ୍ଥାନଟି ଗ୍ରୀସ ଓ ମାସିଡୋନିଆ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଥିଲା । ଗୋଟିଏ ଅଲମ୍ପିକ ଖେଳ ଅନୁଷ୍ଠିତ ହେବାର ଠିକ ଚାରିବର୍ଷ ପରେ ପରବର୍ତ୍ତୀ ଅଲମ୍ପିକ ଖେଳଟି ଅନୁଷ୍ଠିତ ହେଉଥିଲା । ଗ୍ରୀକବାସୀ ବହୁତ ଜାକଜମକ ସହକାରେ ଏହି କ୍ରୀଡ଼ାକୁ ନିୟମିତ ଭାବରେ ପରିଚାଳନା କରୁଥିଲେ । କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହି ଖେଳକୁ ବନ୍ଦ କରୁ ନ ଥିଲେ। ଏପରିକି ଯୁଦ୍ଧ ହେଉଥିଲାବେଳେ ବା ହେବାର ଥିଲେ ଏହି ଅଲମ୍ପିକ ଖେଳର ଅବଧି ମଧ୍ୟରେ ଯୁଦ୍ଧକୁ ବନ୍ଦ ରଖା ଯାଉଥିଲା। ପୂରାତନ ଅଲମ୍ପିକ ପ୍ରାୟ ୧୧ଶହ ବର୍ଷ ଧରି ଚାଲିଥିଲା । ୩୯୨ଖ୍ରୀଷ୍ଟାବ୍ଦରେ ଅନୁଷ୍ଟିତ ୨୯୩ୟ ଅଲମ୍ପିକ ଖେଳ କ୍ରୀଡ଼ା ଶେଷ ଖେଳ ଥିଲା । ଏହା ପରେ ରୋମ ସମ୍ରାଟ ଥିଓଡୋସିଅସ-୧ ବଳପୂର୍ବକ ଏହି ଖେଳକୁ ବନ୍ଦ କରାଇ ଦେଇଥିଲେ।

ନୂତନ ଅଲମ୍ପିକ[ସମ୍ପାଦନା]

ପୂରୁଣା ଅଲମ୍ପିକ ବନ୍ଦ ହେବାର ପ୍ରାୟ ୧୫୦୦ ବର୍ଷପରେ ପିଏଅରେ କ୍ୟୁବେର ନାମକ ଜଣେ ଫରାସୀଙ୍କ ଉଦ୍ୟମରେ ଏହାର ପୁନରୁଦ୍ଧାର ହୋଇଥିଲା । କ୍ୟୁବେରଙ୍କ ପ୍ରସ୍ତାବ ଅନୁଯାୟୀ ପ୍ୟାରିସରେ ପନ୍ଦରଟି ଦେଶକୁ ନେଇ ଅନୁଷ୍ଠିତ ଅଧିବେଶନରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା । ପ୍ରସ୍ତାବ ଅନୁସାରେ ପୁରୁଣା ଗ୍ରୀକ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖି ପ୍ରତି ଚାରିବର୍ଷରେ ଥରେ ଅଲମ୍ପିକ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ ଥର ଏହା ଗୋଟିଏ ସଭ୍ୟ ରାଷ୍ଟ୍ରରେ ଅନୁଷ୍ଠିତ ହେବ। ପରମ୍ପରାକୁ ସମ୍ମାନ ଜଣାଇ ଗ୍ରୀସ ଦେଶର ଆଥେନ୍ସ ସହରର ସେହି ପ୍ରାଚୀନ କ୍ରୀଡ଼ାଙ୍ଗନର ପୁନରୁଦ୍ଧାର କରାଯାଇ ୧୮୯୬ ମସିହାରେ ଆଧୁନିକ ଅଲମ୍ପିକ ଖେଳର ଶୁଭାରମ୍ଭ କରାଯାଇଥିଲା । ୧୮୯୬ରୁ ୨୦୦୮ ପର୍ଯ୍ୟନ୍ତ ନିୟମିତ ଭାବରେ ୨୭ଥର ଏହି କ୍ରୀଡ଼ା ଅନୁଷ୍ଠିତ ହୋଇସାରିଛି । କେବଳ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୧୯୯୬ରେ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୦ ଓ ୧୯୪୪ରେ ଅଲମ୍ପିକ ଅନୁଷ୍ଠିତ ହୋଇପାରି ନ ଥିଲା । ଏସିଆ ମହାଦେଶର ପ୍ରଥମଥର ପାଇଁ ଚୀନର ରାଜଧାନୀ ବେଜିଂଠାରେ ୨୦୦୮ ମସିହା ଅଗଷ୍ଟମାସ ୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୨୦୧୨ରେ ଏହି ଖେଳ ଜୁଲାଇ୨୭ରୁ ଅଗଷ୍ଟ୧୨ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେଉଅଛି। ଆଧୁନିକ ଅଲମ୍ପିକ ଖେଳ ଏକ ଆନ୍ତର୍ଜାତିକ କମିଟିଦ୍ୱାରା ପରିଚାଳିତ ହୋଇଥାଏ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ଅନୁରୂପରେ ନିଜସ୍ୱ ଅଲମ୍ପିକ କମିଟି ମାନ ଗଠନ କରି ଏହି ଖେଳରେ ଭାଗ ନେଇଥାନ୍ତି ।

ଅଲିମ୍ପିକର କେତେକ ଗୁରୂତ୍ୱପୂର୍ଣ୍ଣ ଘଟଣାବଳୀ[ସମ୍ପାଦନା]

  • ୧୯୦୮ର ଲଣ୍ଡନ ଅଲିମ୍ପିକରେପ୍ରଥମ ଥର ସକାଶେ ବରଫ ଉପରେ ଖେଳାଯାଉଥିବା ଏକ ଲୋକପ୍ରିୟ ଖେଳ ଫିଗର ସ୍କେଟିଂକୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ପୁରୁଷ ଓ ମହିଳା ବିଭାଗରେ ଯଥାକ୍ରମେ ସ୍ୱର୍ଣ୍ଣପଦକ ଜିତିଥିଲେ ସ୍ୱିଡେନର ଉଲରିକ୍ ସାଲକାଓ ଏବଂ ବ୍ରିଟେନର ମେଜ୍ ସାୟର୍ସ ।ଏହିଠାରୁ ହିଁ ଶୀତକାଳୀନ କ୍ରୀଡ଼ାର ଏକ ନୂତନ ଅଧ୍ୟାୟ ସୃଷ୍ତି ହେଇଥିଲା କହିଲେ ଚଳେ ।
  • ୧୯୨୦ର ଆଣ୍ଟୱେର୍ପ ଅଲିମ୍ପିକରେ ଫିଗର ସ୍କେଟିଂ ସହିତ ବିଶ୍ୱର ଅନ୍ୟତମ ଲୋକପ୍ରିୟ ଶୀତକାଳୀନ କ୍ରୀଡା "'ଆଇସ ହକି"' ମଧ୍ୟ ଅନ୍ତର୍ଭୁକ୍ତ ହେଲା ଏବଂ ଏଥିରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା କାନାଡା ଦଳ ।
  • ଏହାପରେ ୧୯୨୪ର ପରବର୍ତ୍ତୀ ଅଲିମ୍ପିକ କ୍ରୀଡାର ଆୟୋଜନ ହେଇଥିଲା ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ । ତେବେ ଏହି ଅଲିମ୍ପିକ ପୂର୍ବରୁ ସ୍କେଟିଂ, ସ୍କିଂ, ବବସ୍ଲେଜ୍ ଓ ଆଇସ ହକି ପ୍ରତିଯୋଗିତା ଗୁଡିକର ଆୟୋଜନ ହେଇଥିଲା ଫ୍ରାନ୍ସର ମଁ ବ୍ଲାଁ ପର୍ବତର ପାଦଦେଶରେ ଅବସ୍ତିତ ସାମୋନୀ ଶୈଳ ନିବାସରେ । ମୋଟ ୧୪ଟି ସ୍ୱର୍ଣ୍ଣପଦକ ସକାଶେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନରୱେ ଏବଂ ଫିନଲ୍ୟାଣ୍ଡକୁ ମିଳିଥିଲା ୪ଟି ଲେଖାଏଁ ସ୍ୱର୍ଣ୍ଣପଦକ । ସେଥି ମଧ୍ୟରୁ କ୍ରସକଣ୍ଟ୍ରି ସ୍କି ତାରକା ଥୋର୍ଲିଫ ହାଗ୍ତ୍ ଏବଂ ଫିନଲ୍ୟାଣ୍ଡର ସ୍ପିଡ ସ୍କେଟିଂ ତାରକା କ୍ଲାସ ଥନବର୍ଗ ଜିଣିଥିଲେ ୩ଟି ଲେଖାଏଁ ସ୍ୱର୍ଣ୍ଣପଦକ ।
  • ୧୯୨୪ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ସାମୋନୀଠାରେ ଆୟୋଜିତ ଏହି ଶୀତକାଳୀନ ପ୍ରତିଯୋଗିତାର ଫଳାଫଳକୁ ସେହିବର୍ଷର ପ୍ୟାରିସ ଅଲିମ୍ପିକ ଅନ୍ତର୍ଗତ ବୋଲି ଧରାଯାଇଥିଲା । କିନ୍ତୁ ୧୯୨୫ରେ ଚେକୋସ୍ଲୋଭିଆର ପ୍ରାହାଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଅଲିମ୍ପିକ କମିଟିର ବାର୍ଷିକ ବୈଠକରେ ଏହାକୁ ପ୍ରଥମ ଶୀତକାଳୀନ ଅଲିମ୍ପିକର ମାନ୍ୟତା ଦିଆଗଲା । ଏଥିସହିତ ଗ୍ରୀଷ୍ମକାଳୀନ ଅଲିମ୍ପିକଠାରୁ ଏହାକୁ ପୃଥକ କରି ପ୍ରତି ଚାରିବର୍ଷ ବ୍ୟବଧାନରେ ଶୀତକାଳୀନ ଅଲିମ୍ପିକ ଆୟୋଜନ କରିବାର ନିଷ୍ପତି ନିଆଗଲା । ସ୍ୱିଜରଲାଣ୍ଡର ରମଣୀୟ ପର୍ଯ୍ୟଟନ ସ୍ଥଳ ସେଣ୍ଟମୋରିଜଠାରେ ୧୯୨୮ରେ ଶୀତକାଳୀନ ଅଲିମ୍ପିକ ଆୟୋଜନ କରିବାର ନିଷ୍ପତି ମଧ୍ୟ ନିଆଯାଇଥିଲା ।ଧୀରେ ଧୀରେ ଶୀତକାଳିନ ଅଲିମ୍ପିକର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଲା ।
  • ୧୯୨୮ରେ ସ୍ୱିଜରଲାଣ୍ଡର ସେଣ୍ଟମୋରିଜ,୧୯୩୨ରେ ଯୁକ୍ତରାଷ୍ଟ୍ର ଆମେରିକାର ନିଉୟର୍କ ନିକଟସ୍ଥ ଲେକ୍ ପ୍ଲେସିଡ ଏବଂ ୧୯୩୬ରେ ଜର୍ମାନୀର ବାଭେରିଆରାଜ୍ୟର ଜାର୍ମିଖ୍ମ-ପାର୍ଟନକିର୍ଶ୍ଚେନର ରମଣିୟ ପରିବେଶ ମଧ୍ୟରେ ଆୟୋଜିତ ହେଲା ଏହି ପ୍ରତିଯୋଗିତା ।
  • ୧୯୩୬ର ଜାର୍ମିଖ୍ମ ଅଲିମ୍ପିକରେ ଅଂଶଗ୍ରହଣ କରିଥିଲେ ୨୮ଟି ଦେଶର ୬୪୬ଜଣ ପ୍ରତିଯୋଗୀ ।ଉପରୋକ୍ତ ତିନୋଟିଯାକ ଅଲିମ୍ପିକରେ ନରୱେର ପ୍ରସିଦ୍ଧ ତାରକା ସୋନିଆ ହେନୀ ମହିଳା ଫିଗର ସ୍କେଟିଂର ସ୍ୱର୍ଣ୍ଣପଦକ ଜିଣି ଚହଳ ପକେଇଦେଇଥିଲେ ।
  • ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ପରବର୍ତ୍ତୀ ଦୁଇଟି ଅଲିମ୍ପିକ ଅନୁଷ୍ଠିତ ହେଇପାରିନ ଥିଲା ।
  • ୧୯୪୮ ମସିହାରେ ଯାଇ ପୁନର୍ବାର ଶୀତକାଳୀନ ଅଲିମ୍ପିକର ଆୟୋଜନ ହେଲା ସେଣ୍ଟମୋରିଜଠାରେସେଣ୍ଟମୋରିଜଠାରେ ଏହା ଥିଲା ଶୀତକାଳୀନ ଅଲିମ୍ପିକର ଦ୍ୱିତୀୟ ଆୟୋଜନ । ଏହାପରେ ୧୯୫୨ରେ ନରୱେର ସ୍ପିଡ୍ ସ୍କେଟର ହ୍ୟାଲମର ଆଣ୍ଡରସନଙ୍କ ତିନୋଟି ସ୍ୱର୍ଣ୍ଣପଦକ ଜିଣିବା ଘଟଣା ଥିଲା ଅତ୍ୟନ୍ତ ଉଲ୍ଲ୍ଲେଖନୀୟ ।
  • ଗ୍ରୀଷ୍ମକାଳୀନ ଅଲିମ୍ପିକ ଭଳି ଶୀତକାଳୀନ ଅଲିମ୍ପିକରେ ମଧ୍ୟ ସୋଭିଏତ ୟୁନିୟନ ଦଳ ପ୍ରଥମ ଥର ସକାସେ ଅଂଶଗ୍ରହଣ କଲା ୧୯୫୬ ମସିହାରେ । ଫଳସ୍ୱରୂପ ଅଲିମ୍ପିକ କ୍ରୀଡା ପୂର୍ବାପେକ୍ଷା ହୋଇଉଠିଲା ଅଧିକ ପ୍ରତିଦ୍ୱନ୍ଦିତାମୂଳକ । ନରୱେ, ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ୱିଜରଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଆଦି ଦେଶକୁ ପଛରେ ପକାଇ ସାତ ଗୋଟି ସ୍ୱର୍ଣ୍ଣ ସହିତ ପ୍ରଥମସ୍ଥାନ ହାସଲ କରିନେଲା ସୋଭିଏତ ୟୁନିଅନ ଦଳ ।ଆଇସ ହକିରେ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ଜିଣି ଆସୁଥିବାକାନାଡାକୁ ମଧ୍ୟ ସେମାନେ ପରାସ୍ତ କରିଥିଲେ ଫାଇନାଲରେ ।
  • ୧୯୬୪ରେ ଅଷ୍ଟ୍ରିଆର ଇନ୍ସବ୍ରୁକଠାରେ ଅନିଷ୍ଠିତ ଅଲିମ୍ପିକରେ ଲିଡିଆ ସ୍କୋବଲିକୋଭାଙ୍କୁ ମିଳିଥିଲା ମହିଳା ସ୍ପିଡ ସ୍କେଟିଂର ଚାରୋଟିଯାକ ସ୍ୱର୍ଣ୍ଣପଦକ । ଏହି ଅଲିମ୍ପିକରେ ମୋଟ ୫୫ଟି ସ୍ୱର୍ଣ୍ଣ ସହିତ ସୋଭିଏତ ଋଷରହିଥିଲା ପ୍ରଥମ ସ୍ଥାନରେ ।
  • ୧୯୬୮ରେ ଫ୍ରାନସର ଗ୍ରେନୋବଲଠାରେ ଦଶମ ଶୀତକାଳୀନ ଅଲିମ୍ପିକ ଅନୁଷ୍ଠିତ ହେଇଥିଲା ।ଏଥିବେ ସୋଭିଏତକୁ ମିଳିଥିଲା ୪ଟି ସ୍ୱର୍ଣ୍ଣପଦକ । ନରୱେ ସର୍ବାଧିକ ଛଅଗୋଟି ସ୍ୱର୍ଣ୍ଣଜିଣି ନେଇଥିବା ବେଳେ ଆୟୋଜକ ଫ୍ରାନ୍ସକୁ ମିଳିଥିଲା ଚାରୋଟି ସ୍ୱର୍ଣ୍ଣପଦକ ।
  • ୧୯୭୨ର ଶୀତକାଳୀନ ଅଲିମ୍ପିକ ଆୟୋଜିତ ହେଇଥିଲା ଜାପାନର ସାସ୍ପୋରୋଠାରେ । ଏସିଆ ମହାଦେଶରେ ଅନୁଷ୍ଠିତ ଏହି ଶୀତକାଳୀନ ଅଲିମ୍ପିକରେ ଦେଖିବାକୁ ମିଳିଥିଲା ଚିତ୍ତାକର୍ଷକ ପ୍ରତିଯୋଗିତା।ଏଥିରେ ସୋଭିଏତ ୟୁନିଅନ ଆଠଗୋଟି ସ୍ୱର୍ଣ୍ଣ ଜିଣି ସର୍ବାଧିକ ସଫଳତା ହାସଲ କରିଥିବା ବେଳେ ପୂର୍ବ ଜର୍ମାନୀହଲାଣ୍ଡକୁ ମିଳିଥିଲା ଚାରୋଟି ଲେଖାଏଁ ସ୍ୱର୍ଣ୍ଣ ।
  • ୧୯୭୬ରେ ଅଷ୍ଟ୍ରିଆର ଇନ୍ସ୍ ବ୍ରୁକଠାରେ ପୁନର୍ବାର ଅନୁଷ୍ଠିଅତ ହେଲା ଶୀତକାଳୀନ ଅଲିମ୍ପିକ ।ଏହି ଅଲିମ୍ପିକର ରୋମାଞ୍ଚକର ଆଇସ ହକି ଫାଇନାଲରେ ଚେକୋସ୍ଲୋଭିଆକୁ ପରାସ୍ତକରି ସୋଭିଏତ ଦଳ ପଞ୍ଚମ ଥର ସକାଶେ ଜିଣି ନେଲା ଅଲିମ୍ପିକ ସ୍ୱର୍ଣ୍ଣପଦକ ।ସେହି ଭଳି ସୋଭିଏତ ମହିଳା ସ୍କି ତାରକା ରାଇସା ସ୍କେଣ୍ଟାନିନାଙ୍କ ଆବିର୍ଭାବ ଥିଲା ଏହି ଅଲିମ୍ପିକର ଅନ୍ୟତମ ମୂଖ୍ୟ ଘଟଣା ।ରାଇସା ସ୍କେଣ୍ଟାନିନା ଇନ୍ସ୍ ବ୍ରୁକଠାରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିଣିଥିଲେ ହେଁ ଏହାର ପରବର୍ତ୍ତୀ ଚାରୋଟି ଅଲିମ୍ପିକକୁ ମିଶାଇ ସେ ମୋଟ ଜିଣିଥିଲେ ଚାରୋଟି ସ୍ୱର୍ଣ୍ଣ,ପାଞ୍ଚଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ।୧୯୭୬ରେ ସୋଭିଏତ ଦଳ ୧୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ଜିଣି ପଦକ ତାଲିକାର ଶୀର୍ଷରେ ରହିଥିଲା ।
  • ୧୯୮୦ରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ଲେସିଡଠାରେ ଅନୁଷ୍ଠିତ ହେଇଥିଲା ପରବର୍ତ୍ତୀ ଶୀତକାଳୀନ ଅଲିମ୍ପିକ ।ଏଥିରେ ସୋଭିଏତ ଦଳ ୧୦ଟି ସ୍ୱର୍ଣ୍ଣ ଏବଂ ୬ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିଣି ହାସଲ କରିଥିଲା ଅନୁରୂପ କୃତିତ୍ୱ । କିନ୍ତୁ ଏହି ଅଲିମ୍ପିକରେ ସର୍ବାଧିକ ଚର୍ଚ୍ଚିତ ଘଟଣା ଥିଲା ୨୧ ବର୍ଷୀୟ ଆମେରିକୀୟ ସ୍ପିଡ ସ୍କେଟର ଏରିକ ହେଡେନଙ୍କ ପାଞ୍ଚଟି ସ୍ୱର୍ଣ୍ଣପଦକ ବିଜୟର ଅବିସ୍ମରଣୀୟ୍ତ କୃତିତ୍ୱ । କୌଣସି ଗୋଟିଏ ଶୀତକାଳୀନ ଅଲିମ୍ପିକରେ ସର୍ବାଧିକ ସ୍ୱର୍ଣ୍ଣ ବିଜୟର ଏହି ରେକର୍ଡ ଏପର୍ଯ୍ୟନ୍ତ ରହିଛି ଏରିକ୍ ହେଡେନ୍ଙ୍କ ନାମରେ ।
  • ୧୯୮୪ରେ ତତ୍କାଳୀନ ଯୁଗୋସ୍ଲୋଭିଆ ଅନ୍ତର୍ଗତ ସାରାୟେଭୋ (ଏବେ ବୋସନିଆ-ହେର୍ଜିଗୋଭିନାର ରାଜଧାନୀ)ରେ ଆୟୋଜିତ ହେଇଥିଲା ଶୀତକାଳୀନ ଅଲିମ୍ପିକ । ଗତ ଅଲିମ୍ପିକରେ ୯ ଗୋଟି ସ୍ୱର୍ଣ୍ଣ ତଥା ୭ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିଣି ସୋଭିଏତ ଋଷଠାରୁ ଅଳ୍ପକେ ପଛରେ ରହିଯାଇଥିବା ଜର୍ମାନୀ ଦଳ ଏହି ଅଲିମ୍ପିକରେ ୯ଟି ସ୍ୱର୍ଣ୍ଣ,୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରି ପ୍ରଥମ ସ୍ଥାନ ଦଖଲ କରିନେଲା। ସୋଭିଏତ ଦଳକୁ ମିଳିଲା ୬ଟି ସ୍ୱର୍ଣ୍ଣ,୧୦ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ।ତେବେ ପୂର୍ବ ଜର୍ମାନୀର ମହିଳା ସ୍କେଟର କେରିନ ଇଙ୍ଗା ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ଜିଣିବା ଘଟଣା ଥିଲା ସର୍ବାଧିକ ଉଲ୍ଲେଖନୀୟ ।
  • ୧୯୮୮ରେ କାନାଡାର କାଲଗାରୀଠାରେ ଅନୁଷ୍ଠିତ ୧୫ତମ ଶୀତକାଳୀନ ଅଲିମ୍ପିକରେ ସୋଭିଏତ ଋଷ ଦଳ ୧୧ଟିସ୍ୱର୍ଣ୍ଣ ତଥା ୯ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ଜିଣି ପୂର୍ବ ଜର୍ମାନୀ(୯-୧୦-୬)କୁ ପଛରେ ପକାଇ ଦେଇଥିଲା ।ତେବେ କାଲଗାରୀଠାରେ ସର୍ବାଧିକ ଉନ୍ନତ ପ୍ରଦର୍ଶନ କରିଥିଲା ଫିନ୍ଲ୍ୟାଣ୍ଡ ଏବଂ ହଲାଣ୍ଡ
  • ୧୯୯୨ର ଶୀତକାଳୀନ ଅଲିମ୍ପିକ ଅନୁଷ୍ଠିତ ହେଇଥିଲା ଫ୍ରାନ୍ସର ଆଲବର୍ଟ ଭିଲେଠାରେପଶ୍ଚିମ ଜର୍ମାନୀପୂର୍ବ ଜର୍ମାନୀର ମିଶ୍ରଣ ଫଳରେ ମିଳିତ ଜର୍ମାନୀ ଦଳ ଏଥର ସର୍ବାଧିକ ସର୍ବାଧିକ ଦଳଭାବେ ଉଭାହେଇ ୧୦ଟି ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ତଥା ୬ଗୋଟି ବ୍ରୋଞ୍ଜପଦକ ସହିତ ପ୍ରଥମ ସ୍ଥାନ ଦଖଲ କରିଥିଲା ।ଅପର ପକ୍ଷରେ ସୋଭିଏତ ୟୁନିଅନର ବିଲୟ ପରେ ସ୍ୱତନ୍ତ୍ର ରାଷ୍ଟ୍ରର ରାଜ୍ୟଗୋଷ୍ଠୀ ଦଳ ପ୍ରଥମ ଓ ଶେଷଥର ସକାଶେ ଅଲିମ୍ପିକରେ ଅଂଶ ଗ୍ରହଣକରି ୯ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି ବୋଞ୍ଜ ସହିତ ରହିଥିଲା ଦ୍ୱିତୀୟ ସ୍ଥାନରେ । ନରୱେ ଦଳ ୯ଟି ସ୍ୱର୍ଣ୍ଣ ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ସହ ରହିଥିଲା ତୃତୀୟ ସ୍ଥାନରେ ।
  • ଏହାପରେ ଚାରିବର୍ଷ ନୁହେଁ ବରଂ ଦୁଇବର୍ଷ ବ୍ୟବଧାନରେ ୧୯୯୪ରେ ଅଲିମ୍ପିକ ଅନୁଷ୍ଠିତ ହେଲା ନରୱେର ଲିଲେହାମଠାରେ। ଗ୍ରୀଷ୍ମକାଳୀନ ତଥା ଶୀତକାଳୀନ ଅଲିମ୍ପିକକୁ ଏକା ବର୍ଷରେ ଆୟୋଯିତ ନକରି ଏହା ମଧ୍ୟରେ ଦୁଇବର୍ଷର ବ୍ୟବଧାନ ରଖିବା ନିମନ୍ତେ ଅଲିମ୍ପିକ କମିଟିର ନିଷ୍ପତ୍ତି ଅନୁଯାୟୀ ୧୯୯୪ରେ ଆୟୋଜିତ ହେଇଥିଲାଲିଲେହାମର ପ୍ରତିଯୋଗିତା । ଏଥର ପଦକ ତାଲିକାରେ ଋଷଦଳ ୧୧ ସ୍ୱର୍ଣ୍ଣ,୮ ରୌପ୍ୟ ଓ ୪ ବ୍ରୋଞ୍ଜ ସହିତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆୟୋଜକ ନରୱେ ୧୦ ସ୍ୱର୍ଣ୍ଣ,୧୧ ରୋପ୍ୟ ଓ ୫ଟି ବ୍ରୋଞ୍ଜ ସହିତ ରହିଥିଲା ଦ୍ୱିତୀୟ ସ୍ଥାନରେ। ଋଷଦଳ ପକ୍ଷରୁ ସ୍କି ତାରକା ଲ୍ୟୁବୋଭ ଏଗୋରୋଭା ଏକାକୀ ତିନୋଟୃଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିଣି ତାଙ୍କର କ୍ୟାରିଅର ଅଲିମ୍ପିକ ପଦକ ସଂଖ୍ୟା ନଅ(୬ସ୍ୱର୍ଣ୍ଣ, ୩ରୌପ୍ୟ)କୁ ବୃଦ୍ଧି କରିଥିଲେ ।
  • ୧୯୯୮ର ଅଲିମ୍ପିକ ଅନୁଷ୍ଠିତ ହେଇଥିଲା ଉତ୍ତର ଜାପାନର ତୁଷାରାଚ୍ଛାଦିତ ନାଗୋନା ସହରରେ ।ନରୱେର କ୍ରସକଣ୍ଟ୍ରି ସ୍କି ଖେଳର ତାରକା ବ୍ୟୋର୍ଣ୍ଣ ଡାହଲୀଙ୍କ ପାଇଁ ଏହାଥିଲା ଅତ୍ୟନ୍ତ ସ୍ମରଣୀୟ ଅଲିମ୍ପିକ।ପୂର୍ବରୁ ଆଲବର୍ଟ ଭିଲେଠାରେ ୩ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ତଥା ଲିଲେହାମଠାରେ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ହାସଲ କରିଥିବା ବ୍ୟୋର୍ଣ୍ଣ ଡାହଲୀ ନାଗୋନାଠାରେ ହାସଲ କରିଥିଲେ ଆଉ ତିନୋଟି ସ୍ୱର୍ଣ୍ଣ ତଥା ଗୋଟିଏ ରୌପ୍ୟ ପଦକ । ଏତଦ୍ୱାରା ତିନୋଟି ଅଲିମ୍ପିକରେ ଆଠୋଟି ସ୍ୱର୍ଣ୍ଣ ସହିତ ୧୨ଟି ପଦକ ହାସଲ କରି ସଫଳ ୱିଣ୍ଟର ଅଲିମ୍ପିଆନ ହେବାର ଗୌରବଲାଭ କରିଥିଲେ ବ୍ୟୋର୍ଣ୍ଣ ଡାହଲୀ।
  • ୨୦୦୨ର ପ୍ରତିଯୋଗିତା ଅନୁଷ୍ଠିତ ହେଲା ଯୁକ୍ତରାଷ୍ଟ୍ର ଆମେରିକାର ସଲ୍ଟଲେକ୍ ସିଟିଠାରେ।ପ୍ରକୃତରେ ଏହାଥିଲା ଏହାପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସର୍ବାଧିକ ବିବାଦୀୟ ଅଲିମ୍ପିକ କ୍ରୀଡା।ପ୍ରତିଯୋଗିତାର ସ୍ଥାନ ନିର୍ଣ୍ଣୟର ଦୁର୍ନୀତିଠାରୁ ଆରମ୍ଭ କରି ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବିବାଦ ଲାଗିରହିଥିଲା।ତେବେ ମହିଳା ଆଲ୍ପାଇନ ସ୍କିରେ କ୍ରୋଏସିଆର ୟାନିକା କୋଷ୍ଟେଲିଚ ତିନୋଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଜିଣି ପ୍ରତିଯୋଗିତାର ସଫଳତମ ତାରକାରୂପେ ବିବେଚିତ ହେଇଥିଲେ।୫୦ବର୍ଷର ବ୍ୟବଧାନ ପରେ କାନାଡାଦଳର ଆଇସ ହକି ସ୍ୱର୍ଣ୍ଣ ଜିଣିବା ମଧ୍ୟ ଥିଲା ଅନ୍ୟ ଏକ ସ୍ମରଣୀୟ ଘଟଣା।ଗତ ଅଲିମ୍ପିକ ଭଳି ଏଥର ମଧ୍ୟ ୧୨ଟି ସ୍ୱର୍ଣ୍ଣପଦକ ସହିତ ଜର୍ମାନୀ ପଦକ ତାଲିକାର ଶୀର୍ଷସ୍ଥାନ ମଣ୍ଡନ କରିଥିବା ବେଳେ,ଗତଥର ଭଳି ଏଥର ମଧ୍ୟ ନରୱେ ଦ୍ୱିତୀୟ ସ୍ଥାନ ।
  • ୨୦୦୬ରେ ଇଟାଲୀର ଟୁରିନୋଠାରେ ଅନୁଷ୍ଠିତ ହେଇଥିଲା ବିଂଶତମ ଶୀତକାଳୀନ ଅଲିମ୍ପିକ।ଏଥିରେ ପୁରୁଷ ଆଲ୍ପାଇନ ସ୍କିରେ ଅଷ୍ଟ୍ରିଆର ରାଇକ ବେଞ୍ଜାମିନ, ବାୟାଥେଲନରେ ଜର୍ମାନୀର ମାଇକେଲ ଗ୍ରୀସ,ପୁରୁଷ କ୍ରସକଣ୍ଟ୍ରି ସ୍କିରେ ସ୍ୱିଡେନର ବ୍ୟୋର୍ଣ୍ଣ ଲୁଣ୍ଡ ଏବଂ ମହିଳା କ୍ରସକଣ୍ଟ୍ରି ସ୍କିରେ ଇସ୍ତୋନିଆର କ୍ରିଷ୍ଟିନା ସ୍ମିଗୁନ ଜିଣିଥିଲେ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ।
  • ଭାରତର ଶିବା କେଶବନ ନାମକ ଯୁବକ ଜଣକ ୧୯୯୮,୨୦୦୨ ଏବଂ ୨୦୦୬ର ଶୀତକାଳୀନ ଅଲିମ୍ପିକରେ ଲୁଜ ଟୋବୋଗାନିଂରେ ଅଂଶଗ୍ରହଣ କରିବାଥିଲା ଆମ ପାଇଁ ଏକ ସ୍ମରଣୀୟ ଘଟଣା।[୨][୩]
  • ୨୦୦୮ରେ ଚୀନର ରାଜଧାନୀ ବେଜିଂଠାରେ ଅନିଷ୍ଠିତ ହୋଇଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକରେ ୨୦୫ଟି ଦେଶର ପ୍ରାୟ ଏଗାରହଜାର ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ଆୟୋଜକ ଚୀନ ସର୍ବାଧିକ ୫୧ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆମେରିକା ୩୬ଟି ସ୍ୱର୍ଣ୍ଣପଦକ ସହ ମୋଟ ୧୧୦ଟି ପଦକ ପାଇ ତାଲିକାର ଶୀର୍ଷରେ ଥିଲା ।
  • କାନାଡାର ଭାଙ୍କୁଭରଠାରେ ଅନୁଷ୍ଠିତ ହେଇଥିବା ୨୦୧୦ ଶୀତକାଳୀନ ଅଲିମ୍ପିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ୮୨ଟି ଦେଶର ଅଢେଇହଜାରରୁ ଅଧିକ ପ୍ରତିଯୋଗୀ।କାନାଡାରେ ଏହା ହେଉଛି ଅଲିମ୍ପିକ କ୍ରୀଡାର ତୃତୀୟ ଆୟୋଜନ ।ପୂର୍ବରୁ ୧୯୭୬ରେ ମଣ୍ଟ୍ରିଲଠାରେ ଗ୍ରୀଷ୍ମକାଳୀନ ଅଲିମ୍ପିକର ଆୟୋଜନ ହେଇଥିବା ବେଳେ ୧୯୮୮ରେ କାଲଗାରୀଠାରେ ଆୟୋଜିତ ହେଇଯାଇଛି ଶୀତକାଳୀନ ପ୍ରତିଯୋଗିତା ।

ପୁରସ୍କାର[ସମ୍ପାଦନା]

୧୮୯୬ରେ ଅନୁଷ୍ଠିତ ଆଧୁନିକ ଅଲମ୍ପିକର ସର୍ବପ୍ରଥମ ଖେଳ ଟ୍ରିପଲ ଜମ୍ପରେ ଆମେରିକାର ଜେମସ କନୋଲି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୦୮ରେ ବେଜିଂ ଅଲମ୍ପିକରେ ୨୦୫ଟି ଦେଶ ଭାଗନେଇଥିଲେ।ଅଲମ୍ପିକ ଖେଳରେ ଭାରତର ସ୍ଥିତି ଏତେଟା ଉତ୍ସାହ ଜନକ ନୁହେଁ। ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ଗୁଜରାଟି ଖବର କାଗଜ ଦିବ୍ୟଭାସ୍କର ତା. ୧୭-୦୭-୧୨
  • ଓଡ଼ିଆ ମାସିକ ପତ୍ରିକା ପୌରୁଷ