ସୁରେଶ ପୂଜାରୀ

ଉଇକିପିଡ଼ିଆ‌ରୁ
ସୁରେଶ ପୂଜାରୀ
ସାଂସଦ: ୧୭ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଭାସ କୁମାର ସିଂହ[୧]
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୬୧
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଭୀମସେନ ପୂଜାରୀ (ବାପା)
ବୃତ୍ତିରାଜନେତା ଏବଂ ଆଇନଜୀବୀ

ସୁରେଶ ପୂଜାରୀ ଜଣେ ଭାରତୀୟ ରାଜନେତା, ଓକିଲ ଏବଂ ଲୋକ ସଭା ସଦସ୍ୟ । ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ, ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କର ପତ୍ନୀ ଅତିରିକ୍ତ ପଞ୍ଚାୟତ ଶିକ୍ଷା କର୍ମଚାରୀ ଅଟନ୍ତି । ସମ୍ବଲପୁରରୁ ସେ ଭୋଟ ଦେଇଥାନ୍ତି । ସମ୍ବଲପୁର ଜିଲ୍ଲାର ସାକ୍ଷୀପଡ଼ାଠାରେ ସେ ରହନ୍ତି । ସେ ଜଣେ ଆଇନଜୀବୀ ଅଟନ୍ତି ।

ଶିକ୍ଷା[ସମ୍ପାଦନା]

୧୯୭୯ ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଅର୍ଜନ କରିଥିଲେ । ୧୯୮୧ ମସିହାରେ ସ୍ନାତକତ୍ତୋର ଏବଂ ୧୯୮୪ ମସିହାରେ ଏଲଏଲବି ପାସ କରିଥିଲେ ।

କାର୍ଯ୍ୟ ଜୀବନ[ସମ୍ପାଦନା]

୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ନଗେନ୍ଦ୍ର କୁମାର ପ୍ରଧାନଙ୍କଠୁ ସେ ପରାସ୍ତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-05-25.
  2. "Bargarh Election Results 2019". News 18. 23 May 2019. Retrieved 24 May 2019.
  3. "SURESH PUJARI - Sambalpur - Lok Sabha Election Results 2014". www.electiontak.in. Retrieved 2019-05-24.

ବାହାର ଆଧାର[ସମ୍ପାଦନା]