ଟାଇଗର (ଓଡ଼ିଆ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ଟାଇଗର
ନିର୍ଦ୍ଦେଶକଦିଲ୍ଲିପ ପଣ୍ଡା
ପ୍ରଯୋଜକମୁକେଶ କପୁର, ରମେଶ ବାରିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦିଲ୍ଲିପ ପଣ୍ଡା
କାହାଣୀସରୋଜ କପୁର, ମୁକେଶ କପୁର, ଦିପ୍ତି ବାରିକ
କଳାକାରଅମ୍ଳାନ, ଦୀପିକା, ବିଜୟ ମହାନ୍ତି,ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ବାବୁ ପ୍ରଧାନ, ମୀନକେତନ
ସଙ୍ଗୀତଗୁଡଲି ରଥ
ଚିତ୍ରଗ୍ରହଣପ୍ରସାଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦ ମଇ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଟାଇଗର, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ମୁକେଶ କପୁର ଏବଂ ରମେଶ ବାରିକ ।[୧][୨] ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ସରୋଜ କପୁର, ମୁକେଶ କପୁର ଏବଂ ଦିପ୍ତି ବାରିକ । ସଳଚ୍ଚିତ୍ରର ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ନିର୍ଦ୍ଦେଶକ ଦିଲ୍ଲିପ ପଣ୍ଡା ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ । ଗୀତିକାର ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ଦେବୀଦତ୍ତ ମହାନ୍ତି ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଆର୍. ଏସ୍. କୁମାର, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଏବଂ ନାୟିକା ଦୀପିକା ।[୪] ସ୍ମୃତି ସିହ୍ନା, ବିଜୟ ମହାନ୍ତି, ସରୋଜ ଦାସ, ଭୁପତି ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ବାବୁ ପ୍ରଧାନ, ପ୍ରତିଭା ପଣ୍ଡା, ମୀନକେତନ, ଶ୍ରାବଣୀ, ଅଂଶୁମାନ, ସୁଜାତା, ଅବଦେଶ ମିଶ୍ର, ଆୟୁଶ ଖାନ, ସୁଇଟ୍ ଛବରା, ପିଙ୍କି ପ୍ରଭୃତି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଗୀତିକାର ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ ଏବଂ ଦେବୀଦତ୍ତ ମହାନ୍ତିତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଅସୀମା ପଣ୍ଡା, ଆର୍. ଏସ୍. କୁମାର, ସୋହିନୀ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଉପ୍‌ସ୍ ବାଲି"  
2."ସାତ ଚକୁଳି"ଅସୀମା ପଣ୍ଡା 
3."ମେଡ୍ ଇନ୍ ଓଡ଼ିଶା"ଗୁଡଲି ରଥ, ସୋହିନି ମିଶ୍ର 
4."ତୋ ଆଖିର ମିଠା ବର୍ଷା"ବିଷ୍ଣୁମୋହନ କବି, ତପୁ ମିଶ୍ର 
5."ଭାବିଥିଲି ହାଏରେ"ଆର୍. ଏସ୍. କୁମାର, ତପୁ ମିଶ୍ର 

ଆଧାର[ସମ୍ପାଦନା]

  1. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  2. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  3. "Tiger". Odia Movie Database. Archived from the original on 8 August 2017. Retrieved 5 August 2017.
  4. "ଟାଇଗର ହେବେ ଅମ୍ଲାନ". କନ‌କ ନ୍ୟୁଜ. 22 April 2016. Retrieved 5 August 2017.
  5. "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଟାଇଗର