ହେ ପ୍ରଭୁ ଦେଖା ଦେ
ହେ ପ୍ରଭୁ ଦେଖା ଦେ | |
---|---|
ନିର୍ଦ୍ଦେଶକ | ଗୋପି ଆନନ୍ଦ |
ପ୍ରଯୋଜକ | ଉମା ମହେଶ୍ୱର ରାଓ, ପ୍ରସନ୍ନ କୁମାର ଟେକି |
ଚିତ୍ରନାଟ୍ୟ | ଗୋପି ଆନନ୍ଦ |
କାହାଣୀ | ଗୋପି ଆନନ୍ଦ |
କଳାକାର | ହରିହର ଦାସ ଅନୁ ଚୌଧୁରୀ ପପୁ ପମ ପମ ମିହିର ଦାସ ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ଭି. ୟାଦଗରି ପ୍ରକଳ୍ପିନୀ ପଟ୍ଟନାୟକ |
ଚିତ୍ରଗ୍ରହଣ | ରାମୁ ପିନିସେଟ୍ଟୀ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୧ ନଭେମ୍ବର ୨୦୧୬[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହେ ପ୍ରଭୁ ଦେଖା ଦେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମା ମହେଶ୍ୱର ରାଓ ଓ ପ୍ରସନ୍ନ କୁମାର ଟେକି ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ଦୁଷ୍ମନ୍ତ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୋପି ଆନନ୍ଦ । ଗୋପି ନିର୍ଦ୍ଦେଶନା ସହ କାହଣୀ ଲେଖିଥିଲେ ଏବଂ ଚିତ୍ରନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ । ହରିହର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ପରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରଜ୍ଞା ଖଟୁଆ, ପପୁ ପମ ପମ[୪], ମିହିର ଦାସ, ଅମନଦୀପ, ଦୁଷ୍ମନ୍ତ ସାହୁ ଆଦି କଳାକାରମାନେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ହରିହର ଦାସ[୬]
- ଅନୁ ଚୌଧୁରୀ[୭]
- ପପୁ ପମ ପମ
- ଅମନଦୀପ
- ମିହିର ଦାସ
- ସଲିଲ ମିତ୍ର
- ପ୍ରଜ୍ଞା ଖଟୁଆ
- ଦୁଷ୍ମନ୍ତ ସାହୁ[୮]
- ବଗଲା
- ମୌସୁମୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ଦୁଇଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଗୀତଗୁଡ଼ିକର ରଚନା କରିଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଗଣପତି ବାପା ମୋରିୟା" | ପଞ୍ଚାନନ ନାୟକ | ହେମା ଚନ୍ଦ୍ର | ୦୫:୧୭ |
2. | "ଜାଣେନା ମନ" | ପ୍ରକଳ୍ପିନୀ ପଟ୍ଟନାୟକ | ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ | ୦୪:୪୧ |
3. | "ମାର ଗୁବୁ ଗୁବୁ" | ଡଃ ନିର୍ମଳ ନାୟକ | ଗୀତା ମାଧୁରୀ, ଲିପ୍ସିକା | ୦୫:୪୭ |
4. | "ଜୀବନରେ ଜିତିବାକୁ" | ପଞ୍ଚାନନ ନାୟକ | ରମ୍ୟା ବେହେରା | ୦୫:୧୩ |
5. | "ହରି ଓମ୍ ହରି" | ପଞ୍ଚାନନ ନାୟକ | ରେବନାଥ, ଶ୍ରୀ ଧୃତି | ୦୩:୫୬ |
ଆଧାର
[ସମ୍ପାଦନା]- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ "ଆଜି 'ହେ ପ୍ରଭୁ ଦେଖା ଦେ' ବନାମ 'ଦେଲେ ଧରା କଥା ସରେ'". ସମ୍ବାଦ. 11 November 2016. Archived from the original on 28 July 2017. Retrieved 25 July 2017.
- ↑ "୧୧ରେ ଆସିବ 'ହେ ପ୍ରଭୁ ଦେଖା ଦେ'". ସମ୍ବାଦ. 3 November 2016. Archived from the original on 28 July 2017. Retrieved 25 July 2017.
- ↑ "He Prabhu Dekha De". Odia Movie database. Archived from the original on 29 July 2017. Retrieved 25 July 2017.
- ↑ "ପପୁ ପମ୍ପମ୍ଙ୍କ ସେକେଣ୍ଡ ଇନିଂସ". ଓଡ଼ିଶା ଟାଇମ୍. 19 November 2016. Retrieved 25 July 2017.
- ↑ "ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା | Sambad". Sambad (in Odia). ଓଡ଼ିଶା. 14 September 2018. Archived from the original on 17 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
- ↑ "ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ". sambad.in. 28 May 2018. Retrieved 6 June 2018.
- ↑ "ବଗଲାଙ୍କ ସ୍ୱପ୍ନ ଓ ସ୍ୱପ୍ନଭଙ୍ଗ". ସମ୍ବାଦ. No. ରବିବାର. 10 September 2023. p. 9. Archived from the original on 8 October 2023. Retrieved 8 October 2023.