Jump to content

ଘନଶ୍ୟାମ ମିଶ୍ର

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର
ଜନ୍ମ (1922-10-10) ୧୦ ଅକ୍ଟୋବର ୧୯୨୨ (ବୟସ ୧୦୨)
ଖଣ୍ଡଦେଉଳି, ରାଇସିଂପୁର, ଆସିକା
ମୃତ୍ୟୁ୧ ଜୁନ ୨୦୧୪(2014-06-01) (ବୟସ ୯୧)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଆୟୁର୍ବେଦ ଚିକିତ୍ସକ
ସନ୍ତାନAmulya Mishra, Dr Ashok Mishra, ଡା. ଅକ୍ଷୟ କୁମାର ମିଶ୍ର, Bashant Mishra
ପିତାମାତା(s)ବାଉରୀବନ୍ଧୁ ମିଶ୍ର, ଚିତ୍ରକଳା

ଘନଶ୍ୟାମ ମିଶ୍ର ଜଣେ ଭାରତୀୟ ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ ଥିଲେ । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ, ତାଙ୍କୁ ଆୟୁର୍ବେଦ ବାଚସ୍ପତି ସମ୍ମାନରେ ଭୂଷିତ କରାଯାଇଛି । ସେ ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ଆୟୁର୍ବେଦ ଔଷଧର ପ୍ରସ୍ତୁତି ଓ ଗବେଷଣା କାର୍ଯ୍ୟ ନିମନ୍ତେ ସେ 'ନ୍ୟାସନାଲ ଆୟୁର୍ବେଦ ଫାର୍ମାସୀ' ପ୍ରତିଷ୍ଠା କରିଛନ୍ତି । କବିସୂର୍ଯ୍ୟ ନଗରଠାରେ ତାଙ୍କ ନାମରେ ଏକ ସଂସ୍କୃତ ମହାବିଦ୍ୟାଳୟ[] ମଧ୍ୟ ରହିଛି । ନିଜ ଜନ୍ମସ୍ଥାନ ରାଇସିଂପୁରରେ ପିତା, ବାଉରୀବନ୍ଧୁ ମିଶ୍ରଙ୍କ ନାମରେ 'ବାଉରୀବନ୍ଧୁ ପ୍ରାଥମିକ ବିଦ୍ୟାଳୟ' ମଧ୍ୟ ପ୍ରତିଷ୍ଠା କରିଛନ୍ତି । ପିତାମାତାଙ୍କ ନାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ପାସକରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱର୍ଣ୍ଣପଦକ ପୁରସ୍କାରର ପ୍ରବର୍ତ୍ତନ ମଧ୍ୟ କରିଛନ୍ତି । ଏହା ବ୍ୟତିତ ସେ ଓଡ଼ିଶା ଷ୍ଟେଟ କାଉନସିଲ, ଫାକଲ୍ଟି ଅଫ ଆୟୁର୍ବେଦ ମେଡିସିନ, ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନର[] ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି । ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସିନେଟ ଓ ସିଣ୍ଡିକେଟ ସଭ୍ୟ ମଧ୍ୟ ରହିଥିଲେ । ସେ 'ଦ୍ରବ୍ୟଗୁଣ କଳ୍ପତରୁ', 'ନେତ୍ରୋତ୍ତମ' ଆଦି ବହୁ ଆୟୁର୍ବେଦ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ପଦ୍ମଶ୍ରୀ - ୨୦୦୬[]
  • ଆୟୁର୍ବେଦ ବାଚସ୍ପତି
  • ଆୟୁର୍ବେଦାଚାର୍ଯ୍ୟ[]