ଆଖଣ୍ଡଳମଣି ମନ୍ଦିର

ଉଇକିପିଡ଼ିଆ ରୁ
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଦିଗବାରେଣି: 20°2′3.51″N 85°8′7.59″E / 20.0343083°N 85.1354417°E / 20.0343083; 85.1354417
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ଭଦ୍ରକ
ସ୍ଥାନ: ଆରଡ଼ି
ବେବସାଇଟ: babaakhandalamani.nic.in

ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୩୭ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ୤

କିମ୍ବଦନ୍ତୀ[ସମ୍ପାଦନା]

ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ ୤ ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା ୤ ଆତଙ୍କିତ ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇ ଆଡ଼େଇ ଥକି ପଡ଼ିବାରୁ ଜମିଦାରଙ୍କୁ ଯାଇ ସମସ୍ତ ବୃତ୍ତାନ୍ତ ଜଣାଇଲା ୤ ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପାରିପାର୍ଶ୍ଵିକ ଅବସ୍ଥା ତଥା ନିକଟସ୍ଥ ଉଇହୁଙ୍କାରେ ସର୍ପମାନଙ୍କ ବାସସ୍ଥାନ, ଶ୍ମଶାନ, ଦୁଦୁରା ବଣ ଓ ଦୁଇଟି ନଦୀର ସଙ୍ଗମସ୍ଥଳ ଦେଖି ପ୍ରଭୁଙ୍କର ଆବିର୍ଭାବ ଘଟିଥିବା ଅନୁମାନ କଲେ ୤ ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ୤ [୧]

ଗମନାଗମନ[ସମ୍ପାଦନା]

ଏଠାକୁ ଚାନ୍ଦବାଲି ଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।

ମନ୍ଦିର[ସମ୍ପାଦନା]

ଜମିଦାର ନିଳାଦ୍ରୀ ସମରସିଂହ ପ୍ରଥମେ ଆଖଣ୍ଡଳମଣିଙ୍କ ନିମନ୍ତେ ଏକ ଅସ୍ଥାୟୀ କୋଠାଟିଏ ନିର୍ମାଣ କରି ପୂଜାର୍ଚ୍ଚନାର ବନ୍ଦୋବସ୍ତ କରିଥିଲେ ୤ ପରେ କନିକାର ରାଜା ହରିହର ଭଞ୍ଜ ଓ ରାଣୀ ସତ୍ୟବତୀ ସେହି ସ୍ଥାନରେ ବର୍ତ୍ତମାନର ମନ୍ଦିରଟିକୁ ତୋଳାଇଥିଲେ ୤ ଶୁଭ୍ରବର୍ଣ୍ଣର ଏହି ମନ୍ଦିରଟିର ଉଚ୍ଚତା ୫୧ଫୁଟ ୤ ପ୍ରବେଶ ଓ ପ୍ରସ୍ଥାନ ନିମିତ୍ତ ଚାରିପଟେ ଚାରୋଟି ଦ୍ଵାର ରହିଛି ୤ ମନ୍ଦିର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି ୤ ମନ୍ଦିର ମୁଖଶାଳାଟି ଶ୍ରୀ ନରସିଂହ ଦେବ ନାମକ ଜଣେ ଋଷିଙ୍କ ଦ୍ଵାରା ତିଆରି କରାଯାଇଥିଲା । ପରେ ଏହା ଓଡ଼ିଶା ସରକାରଙ୍କ ଦ୍ଵାରା ପୁରାପୁରି ତିଆରି କରାଗଲା ।[୨]

ପାଦୁକା[ସମ୍ପାଦନା]

ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ବାସ ରହିଆସିଛି ୤ ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ ୤ ଏହି ଜଳକୁ ଚନ୍ଦୁକ କୁହାଯାଏ ୤ ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ବରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ ୤

ପର୍ବ ପର୍ବାଣୀ[ସମ୍ପାଦନା]

ଜାଗର ମେଳା ବା ମହାଶିବରାତ୍ରି ଏଠାକାର ମୁଖ୍ୟ ପର୍ବ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]