ପାଞ୍ଜି

ଉଇକିପିଡ଼ିଆ ରୁ

ହିନ୍ଦୁ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କ ଦ୍ଵାରା ପାଞ୍ଜି ପୂଜା କରାଯାଏ ଓ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଠାରୁ ପାଞ୍ଜି ଚଳେ । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ବର୍ଷ ଆରମ୍ଭର ପ୍ରଥମ ଦିନ ୤ ଏହି ଦିନ ସୂର୍ଯ୍ୟ ଅଶ୍ଵିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି । ଏହି ଦିନଠାରୁ ନୂଆ ଶକାବ୍ଦ ଆରମ୍ଭ ହୋଇଥାଏ । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ୨୦୧୧ରେ ଚନ୍ଦ୍ରଗହଣ ଓ ଶ୍ରୀ ଜଗନ୍ନାଥଙ୍କ କେତେକ ନୀତିକୁ ନେଇ ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତଥ୍ୟ ରହିଥିଲା । ବିଭିନ୍ନ ପଞ୍ଜିକାର ତଥ୍ୟରେ ରହୁଥିବା ଭିନ୍ନତା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାରୁ ଦୁଇବର୍ଷ ହେଲା ଶ୍ରୀଜଗନ୍ନାଥଙ୍କ ପୂଜା ପରମ୍ପରା, ବିଧିବିଧାନ ଏବଂ ପରାଗ-ଗ୍ରହଣ ସମ୍ପର୍କୀତ ସମସ୍ତ ତଥ୍ୟରେ ତାଳମେଳ ରଖି ସହମତି ସୃଷ୍ଟି ପାଇଁ ଉଦ୍ୟମ କରାଯାଉଅଛି । ପାଞ୍ଜି ଗଣନାକାରଙ୍କ ସାଧନା, ତତ୍ତ୍ଵ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଦକ୍ଷତାର ଫରକ ସହ ଦୁଇଟି ସୂତ୍ର (ସିଦ୍ଧାନ୍ତ ଦର୍ପଣ ସୂତ୍ର ଓ ଭାସ୍ଵତୀ ସୂତ୍ର) ଅନୁସାରେ ଗଣନା ହେଉଥିବାରୁ ପାଞ୍ଜିରେ ଗଣନାଗତ ପାର୍ଥକ୍ୟ ରହିଥାଏ ।

ପାଞ୍ଜି ପ୍ରସ୍ତୁତି ପରେ ଜଗନ୍ନାଥ ମନ୍ଦିରରୁ ସ୍ଵିକୃତି ପାଇବା ପରେ ଏହା ବଜାରରେ ପ୍ରଚଳିତ ହୋଇଥାଏ । ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତିତ ବିରଜା ମନ୍ଦିରରୁ ପାଞ୍ଜିକୁ ସ୍ଵିକୃତି ଦିଆଯାଇଥାଏ ।

ଓଡ଼ିଶାରେ ଛାପା ବ୍ୟବସ୍ଥା ପୂର୍ବରୁ ତାଳପତ୍ର ପାଞ୍ଜିର ପ୍ରଚଳନ ଥିଲା ୤

  • ୧୮୬୫ ରେ କଟକ ପ୍ରିଣ୍ଟିଂ ପ୍ରେସରୁ ଅସଲି ଖଡ଼ିରତ୍ନ ପଞ୍ଜିକା ପ୍ରକାଶ ପାଇଥିଲା ୤
  • ୧୮୬୬ରେ କଟକ ପ୍ରିଣ୍ଟିଂ ପ୍ରେସରୁ ସାମନ୍ତ ପଞ୍ଜିକା ପ୍ରକାଶ ପାଇଥିଲା ୤
  • କୋହିନୂର ପ୍ରେସ ପଞ୍ଜିକା ଓଡ଼ିଶାର କଟକରୁ ପ୍ରକାଶିତ ହୋଇଥାଏ ।[୧]

ଆଧାର[ସମ୍ପାଦନା]

  1. "Panjika bridges communal devide". odisha.in. 2012. http://www.odisha.in/news/167/ARTICLE/1166/2007-08-10.html. Retrieved 10 May 2012. "...Cuttack is producing an almanac ( *Panchang *) known as Orissa Kohinoor Press Panjika."