ଐଶାଣେଶ୍ଵର ଶିବ ମନ୍ଦିର
| ଐଶାଣେଶ୍ଵର ଶିବ ମନ୍ଦିର | |
|---|---|
| ଦିଗବାରେଣି: | 20°14′N 85°49′E / 20.233°N 85.817°Eଦିଗବାରେଣି: 20°14′N 85°49′E / 20.233°N 85.817°E |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଅବସ୍ଥାନ: | ଭୁବନେଶ୍ଵର |
| ତିଆରି ଶୈଳୀ ଓ ଚଳଣି | |
| ତିଆରି ଶୈଳୀ: | କଳିଙ୍ଗ ସ୍ଥାପତ୍ୟ କଳା |
| ଇତିହାସ | |
| ପ୍ରତିଷ୍ଠା ତାରିଖ: | ୧୩ ଶ ଶତକ |
ଐଶାଣେଶ୍ଵର ଶିବ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ଭଗବାନ ଶିବଙ୍କ ନିମନ୍ତେ ୧୩ଶ ଶତକରେ ନିର୍ମିତ ଏକ ପୁରାତନ ହିନ୍ଦୁ ମନ୍ଦିର ।[୧] ଏହି ମନ୍ଦିରଟି ପୁରୁଣା ଭୁବନେଶ୍ଵରରସ୍ଥିତ ଶ୍ରୀରାମ ନଗରର ମୁନିସିପାଲ କର୍ପୋରେସନ ଡାକ୍ତରଖାନା ପରିସରରେ ଅବସ୍ଥିତ । ଏହା ଲିଙ୍ଗରାଜ ମନ୍ଦିରର ପଶ୍ଚିମ ପାଚେରି ନିକଟରେ ଅବସ୍ଥିତ । ଏଥିରେ ନିରନ୍ତର ପୂଜା ହୋଇଥାଏ ଓ ଦେବ-ବେଦି ପୂର୍ବ ଦିଗକୁ ମୁହାଁଇଛି ।
ବିଷୟସୂଚୀ |
ମନ୍ଦିର ପରିସର [ସମ୍ପାଦନା]
ଏଠାରେ ପୂଜିତ ଦିଅଁ ଶିବଲିଙ୍ଗଯାହାଙ୍କ ଚାରିପାଖରେ ଗୋଲାକାର ଯୋନିପୀଠ ଧାରକ ରହିଛି । ଜାଗର, ଜଳାଭିଷେକ, ରୁଦ୍ରାଭିଷେକ, ସଙ୍କ୍ରାନ୍ତି ଆଦି ଏହି ମନ୍ଦିରରେ ପାଳନ କରାଯାଇଥାଏ । ଶିବରାତ୍ରିର ୬ଷ୍ଠ ଦିନରେ ଲିଙ୍ଗରାଜଙ୍କର ବିଗ୍ରହ ଏଠାକୁ ଅଣାଯାଇଥାଏ ।
ଇତିହାସ [ସମ୍ପାଦନା]
ଏହା କଳିଙ୍ଗ ସ୍ଥାପତ୍ୟ କଳାର ସପ୍ତରଥ ଶୈଳିରେ ତିଆରି ଯାହା ୧୩ ଶ ଶତକରେ ତିଆରି ହୋଇଥିଲା ଓ ମେଘେଶ୍ଵର ମନ୍ଦିର ସହ ଏହାର ସମାନତା ଦେଖିବାକୁ ମିଳିଥାଏ । କେତେକ ନିର୍ମାଣଶୈଳିରୁ ଏହା ଗଙ୍ଗ ମାନଙ୍କ ଦେଇ ନିର୍ମିତ ହୋଇଥିବାର ଆଭାସ ମିଳିଥାଏ ।
ନିର୍ମାଣ ଶୈଳି [ସମ୍ପାଦନା]
ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାରେ ଓ ଧୁସର ବାଲିପଥରରେ ନିର୍ମିତ । "ତଳଜଙ୍ଘ" ଓ "ଉପର ଜଙ୍ଘ" "ଖାକରା ମୁଣ୍ଡି ଓ "ପିଠା ମୁଣ୍ଡି" ଶୈଳିରେ ନିର୍ମିତ । ପୀଠଟିରେ ତିନୋଟି ଆଧାର ରହିଛି ଯାହା ଖାକରା ମୁଣ୍ଡି ଶ୍ରେଣିରେ ସଜା ହୋଇଛି । ଅନୁରଥ ପାଗ ଶୈଳିରେ ଏହା ଉପରେ ପଦ୍ମ ତଥା "କାନିକା ପାଗ"ରେ ୧୦ ଗୋଟି ଭୂମି ଅମ୍ଳ ରହିଛି । ଦୁଇଟି "ଉଦ୍ୟତ" ସିଂହ ଏହାର "ଗଣ୍ଡି" ଓ "ରହପାଗ" ରେ ରହିଛନ୍ତି । "ଗଣ୍ଡି"ର ପାଦ ଦେଶରେ ସାମନା କାନ୍ଥରେ ଏକ ଛୋତ "ରେଖା ଅଙ୍ଗଶିଖର" ରହିଛି ।
ଦୁଆର ବନ୍ଧସବୁରେ ବାହାରୁ ଭିତର ଯାଏଁ "ପୁଷ୍ପ ଶାଖା", "ପତ୍ର ଶାଖା", "ଲତା ଶାଖା"ରେ ସଜା ହୋଇଛି । ଦୁଆରବନ୍ଧର ପାଦଦେଶରେ ଉଭୟ ପାଖରେ ଖାକରା ମୁଣ୍ଡିସବୁ ଅଛି । ଏଠାର ଅଧିଷ୍ଠାତ୍ରୀ ଦେବୀ "ଲଲାଟବିମ୍ବ ଗଜଲକ୍ଷ୍ମୀ" ଲଳିତାସନରେ ବସିଛନ୍ତି । ଦୁଆରବନ୍ଧର ଉପରେ ନବଗ୍ରହ ଶ୍ରେଣି ରହିଛନ୍ତି, ପ୍ରଟିଟି ଗ୍ରହ ଏକ ଆସନ ଉପରେ ଅଧୀଷ୍ଠିତ । "ସୂର୍ଯ୍ୟ" ଉଭୟ ହାତରେ ପଦ୍ମ ଧରିଛନ୍ତି ଓ "କେତୁ" ଏକ ସାପ ହାତରେ ଧରିଥାନ୍ତି । ଏହା ଭୁବନେଶ୍ଵର ମୁନିସିପାଲ କର୍ପୋରେସନ ଦେଇ ପରିଚାଳିତ । ଏହା ଭଲଭାବରେ ସଂରକ୍ଷିତ ହୋଇରହିଛି ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଟୀକା [ସମ୍ପାଦନା]
- ↑ The forgotten monuments of Orissa. Volume 2.Kamalā Ratnam, India. Ministry of Information and Broadcasting. Publications Division, Indian National Trust for Art and Cultural Heritage
ଆଧାର [ସମ୍ପାଦନା]
- Pradhan, Sadasiba (2009). Lesser Known Momunents Of Bhubaneswar. Bhubaneswar: Lark Books. ପୃଷ୍ଠା. 1–2. ISBN 8173751641.