ଲଙ୍ଗଳ

ଉଇକିପିଡ଼ିଆ‌ରୁ
ହଳ ଲଙ୍ଗଳ
କଳ ଲଙ୍ଗଳ

ଲଙ୍ଗଳ (ସଂସ୍କୃତ: ଲାଙ୍ଗଳ) ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର । ଏହା ଖ୍ରୀ.ପୂ. ୫୫୦୦ରେ ମେସୋପଟାମିଆରେ ଉଦ୍ଭାବନ ହୋଇଥିଲା।[୧] ମଣିଷର ସ୍ଥାୟୀ ସଭ୍ୟତା ପାଇଁ ଲଙ୍ଗଳର ଭୂମିକା ଅତି ଗୁରୁତ୍ୱପୂର୍ଣ ସାବ୍ୟସ୍ତ ହୋଇଥିଲା, କାରଣ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ପ୍ରଥମ ଆବଶ୍ୟକତା ଥିଲା କୃଷି। କୃଷି ପାଇଁ ଲଙ୍ଗଳର ଆବଶ୍ୟକତାକୁ ତ ଏଡ଼ାଇ ଦିଆ ଯାଇ ନପାରେ। ଜମିକୁ ଭଲ ଭାବରେ କର୍ଷଣ କଲେ ହିଁ ତାହା ଅଙ୍କୁରୋଦ୍‌ଗମ ପାଇଁ ସୁଗମ ହୋଇଥାଏ। ସେବେକାର ଲଙ୍ଗଳ ଓ ଏବେର ଲଙ୍ଗଳ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଅନୁମାନ କରାଯାଇପାରେ । ପ୍ରାଥମିକ ସମୟର ଲଙ୍ଗଳ ମୁଖ୍ୟତଃ ପଶୁମାନଙ୍କଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ଏବେ ଏହା ଯନ୍ତ୍ରଦ୍ୱାରା ଚାଳିତ ହେଉଅଛି ।

ଗଠନ[ସମ୍ପାଦନା]

ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:

  1. ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
  2. ଈଷ = ଲାଙ୍ଗଳଦଣ୍ଡ
  3. ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
(କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
(ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।

ଲଙ୍ଗଳର ଭିନ୍ନ ଭିନ୍ନ ଅଂଶର ନାମ ଯଥା—ଯୁଆଳି, ମୁଣ୍ଡା, କୀଳା, ଶଇଳ, ଇଷ, ମୁଠା ଫାଳ, ଆନ୍ଧି, ଯୋତ, ଖାଡ଼ିଯୋତ, ଆନ୍ଧିକଣ୍ଟିକୀଳା, ପିଚି କୀଳ, ଜୋଳି, ଲୁହା ।[୨]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. 1001 inventions that changed the world. Hachete India. ISBN 9789350096857.
  2. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. "ଲଙ୍ଗଳ". Retrieved 19 January 2014.[permanent dead link]

ବାହାର ଲିଙ୍କ[ସମ୍ପାଦନା]