ଦୁର୍ଗା ପୂଜା
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ପୌରାଣିକ ଭିତ୍ତିଭୂମି
ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।
[ଏହାକୁ ବଦଳାନ୍ତୁ] ମାସ/ତିଥି
ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ- ଦଶମୀ (ସେପ୍ଟେମ୍ବର-ଅକ୍ଟୋବର)
[ଏହାକୁ ବଦଳାନ୍ତୁ] ଅଞ୍ଚଳ
ବିଶେଷକରି କଟକ, ସମ୍ବଲପୁର, ସୋନପୁର ସମେତ ସମଗ୍ର ଓଡ଼ିଶା ତଥା ଭାରତ
[ଏହାକୁ ବଦଳାନ୍ତୁ] ସଂକ୍ଷେପରେ
ଏହି ପର୍ବର ଆରମ୍ଭ ହୁଏ ଆଶ୍ୱିନ ଶୁକ୍ଳ ପକ୍ଷର ଆରମ୍ଭ ଅମାବସ୍ୟା ଠାରୁ, ଯାହାକୁ ମହାଳୟା ବୋଲି କୁହାଯାଏ। ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତୀର ପୂଜାର୍ଚନା ଷଷ୍ଠୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଚାଲେ। ସହରର ବିଭିନ୍ନ ସ୍ଥାନରେ ସିଂହାସନା, ଦଶଭୂଜଧାରିଣୀ ଦେବୀ ଦୁର୍ଗା ଓ ତାଙ୍କ ପଦାନତ ମହିଷାସୁରର ବିଶାଳ ମୂର୍ତୀ ସୁସଜ୍ଜିତ ତୋରଣ ମାନଙ୍କରେ ଶୋଭାପାଏ। ଭସାଣି ପର୍ବ ମଧ୍ୟ ବହୁତ ଆଡ଼ମ୍ବର ସହିତ ସମାପିତ ହୁଏ।