କପିଳାସ ଶିବ ମନ୍ଦିର
| କପିଳାସ ଶିବ ମନ୍ଦିର | |
|---|---|
କପିଳାସ ଶିବ ମନ୍ଦିର |
|
| ଦିଗବାରେଣି: | 20°40′55.4″N 85°45′47.13″E / 20.682056°N 85.7630917°Eଦିଗବାରେଣି: 20°40′55.4″N 85°45′47.13″E / 20.682056°N 85.7630917°E |
| ଅବସ୍ଥାନ | |
| ଦେଶ: | |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | ଢେଙ୍କାନାଳ |
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।
ବିଷୟସୂଚୀ |
ଉପକ୍ରମ [ସମ୍ପାଦନା]
କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହର ର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଚନ୍ଦ୍ରଶେଖର ମହାଦେବଙ୍କ ପାଇଁ କପିଳାସ ପର୍ବତ ସୁପ୍ରସିଦ୍ଧ । ଏହା ଢେଙ୍କାନାଳ ସହର ଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱର ଠାରୁ ୯୦ କିଲୋମିଟର ଦୂର ରେ ଅବସ୍ଥିତ।
ଅବସ୍ଥିତି ଓ ସ୍ଥାପତ୍ୟ [ସମ୍ପାଦନା]
ଏହା ସମୁଦ୍ର ପତ୍ତନ ଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିର କୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢି ଅଥବା ବାରବାଙ୍କି ଘାଟି ରାସ୍ତା ଦ୍ଵାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶ ର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିର କୁ ୧୨୪୬ ଖ୍ରୀଷ୍ଟାବ୍ଦ ରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ଵ ରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ଵ ରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠ ରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥ ଙ୍କୁ ପାର୍ଶ୍ଵଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ଵନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକ ମାନଙ୍କ ଅନୁସାରେ ବିଶ୍ଵନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢା ଲିଙ୍ଗ ମଧ୍ୟ କୁହାଯାଏ।
ଇତିହାସ [ସମ୍ପାଦନା]
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନି ଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳ ଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତା ଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶ ଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି।
ଭ୍ରମଣ ସମୟ [ସମ୍ପାଦନା]
ଏଠାକୁ ଯେକୌଣସି ସମୟ ରେ ଯିବାର ଅସୁବିଧା ନଥିଲେ ମଧ୍ୟ କାର୍ତ୍ତିକ ମାସ ଓ ଶ୍ରାବଣ ମାସ ବୁଲିବାର ପ୍ରକୃଷ୍ଟ ସମୟ । ମେଘୁଆ ପାଗ ତଥା ଶୀତ ଦିନେ କପିଳାସ ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ।