"ଭୁବନେଶ୍ୱର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ fixing dead links |
Hellohappy (ଆଲୋଚନା | ଅବଦାନ) ଛବି ପ୍ରଦାନ |
||
୫୯ କ ଧାଡ଼ି: | ୫୯ କ ଧାଡ଼ି: | ||
<gallery> |
<gallery> |
||
File:Ravindra Mandap, Bhubaneswar,Odisha.jpg|ରବିନ୍ଦ୍ର ମଣ୍ଡପ |
File:Ravindra Mandap, Bhubaneswar,Odisha.jpg|ରବିନ୍ଦ୍ର ମଣ୍ଡପ |
||
File:BayaBabaMath_Bhubaneswar1.JPG|ବାୟା ବାବା ମଠ |
|||
</gallery> |
</gallery> |
||
୧୫:୪୩, ୧୭ ନଭେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ
ଭୁବନେଶ୍ୱର | |
ମନ୍ଦିର ମାଳିନୀ ନଗର | |
— ରାଜଧାନୀ — | |
ଦିଗବାରେଣି | 20°16′N 85°50′E / 20.27°N 85.84°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ଖୋର୍ଦ୍ଧା |
ମେୟର | ଅନନ୍ତ ନାରାୟଣ ଜେନା |
ଲୋକସଂଖ୍ୟା |
୯,୦୪,୨୨୫[୧] (48) (2010[update]) • 4,900/km2 (12,691/sq mi) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
[convert: invalid number] • 45 metres (148 ft) |
ଭୁବନେଶ୍ଵର Audio file "ଭୁବନେଶ୍ବର.ogg" not found ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି,[୨] ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ଵାରା ବିଶେଷ ଆଦୃତ ହୋଇଅଛି ।
ଭୁବନେଶ୍ୱର ୨୦୦୦ ବର୍ଷ ଆଗରୁ ଚେଦି ବଂଶ ଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି ।
ଜନସଂଖ୍ୟା
୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱର ସହରର ଲୋକସଙ୍ଖ୍ୟା ୮,୩୭,୭୩୭ ଓ ଭୁବନେଶ୍ୱର ନଗରାଞ୍ଚଳର ଲୋକସଙ୍ଖ୍ୟା ୮,୮୧,୯୮୮ । [୩]
ଯାତାୟତ
ସଡ଼କ ପଥ
ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରରେ ଅବସ୍ଥିତ । ଭୁବନେଶ୍ୱର ବସଷ୍ଟାଣ୍ଡଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳି ଠାରୁ ୮ କି.ମି ଦୁର ବରମୁଣ୍ଡା ଠାରେ ଅବସ୍ଥିତ । ଭୁବନେଶ୍ୱର ଦେଶର ଅନ୍ୟ ସହର ସହିତ ଜାତୀୟ ରାଜପଥ ୫ ଓ ଜାତୀୟ ରାଜପଥ ୨୦୩ ଦ୍ଵାରା ଯୋଡ଼ି ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ସିଟି ବସ ଏବଂ ଅଟୋରିକ୍ସାର ସୁବିଧା ରହିଛି । ସିଟି ବସ ସେବା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ କରିବା ସହ ଭୁବନେଶ୍ୱରକୁ କଟକ ଏବଂ ପୁରୀ ସହିତ ଯୋଡୁଛି । ଟ୍ରାଫିକ ନିୟନ୍ତ୍ରଣ ରକ୍ଷା କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ।
ରେଳ ପଥ
ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ରେଳଷ୍ଟେସନ ଭାରତ ର ଉନ୍ନତ ରେଳଷ୍ଟେସନ ମଧ୍ୟରୁ ଅନ୍ୟତମ । ଭୁବନେଶ୍ୱରର ମୁଖ୍ୟ ରେଳଷ୍ଟେସନଟି ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଅବସ୍ଥିତ, ଏହା ଭୁବନେଶ୍ୱରକୁ ଭାରତ ର ଅନ୍ୟ ସହର ସହିତ ଯୋଗା ଯୋଗ କରାଏ । ଭୁବନେଶ୍ୱର ସହର ମଧ୍ୟରେ ୫ ଗୋଟି ରେଳଷ୍ଟେସନ ଅବସ୍ଥିତ । ନିମ୍ନ ପ୍ରଦତ୍ତ ରେଳଷ୍ଟେସନ ଗୁଡିକ ମଧ୍ୟରୁ ବାଣୀବିହାର ରେଳଷ୍ଟେସନ( ମାଷ୍ଟର କ୍ୟାନ୍ଟିନ ରେଳଷ୍ଟେସନ ) ଟି ପ୍ରଧାନ. ଯାହା ବାଣୀବିହାର ଛକ ଥାରୁ ପ୍ରାୟ ୩ କିମି ଦୁର ରେ ଅବସ୍ଥିତ. ସେଗୁଡିକ ହେଉଛି :
- ପଟିଆ ରେଳଷ୍ଟେସନ
- ମଞ୍ଚେଶ୍ଵର ରେଳଷ୍ଟେସନ
- ବାଣୀବିହାର ରେଳଷ୍ଟେସନ
- ଭୁବନେଶ୍ୱର ରେଳଷ୍ଟେସନ
- ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ
ଆକାଶ ପଥ
ବିଜୁ ପଟ୍ଟନାୟକ ବିମାନ ବନ୍ଦରଟି ଓଡ଼ିଶାର ଏକ ମାତ୍ର ଜାତୀୟ ବିମାନ ବନ୍ଦର ଅଟେ । ଏହି ବିମାନ ବନ୍ଦରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ଠାରୁ ମାତ୍ର ୩ କି.ମି ଦୁରରେ ଅବସ୍ଥିତ । ବହୁ ଶୀଘ୍ର ଏହି ବିମାନ ବନ୍ଦରଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପରିଣତ ହେବାକୁ ଯାଉଛି ।[୪][୫] [୬]
ଗାଲେରୀ
-
ରବିନ୍ଦ୍ର ମଣ୍ଡପ
-
ବାୟା ବାବା ମଠ
ଆଧାର
- ↑ "India: largest cities and towns and statistics of their population". World Gazetteer. Archived from the original on 17 ନଭେମ୍ବର 2006. Retrieved 10 ମାର୍ଚ୍ଚ 2010.
- ↑ Jon T. Lang. A concise history of modern architecture in India. Page 38.
- ↑ Bhubaneswar (Bhubaneswar Town) City
- ↑ http://www.orissalinks.com/orissagrowth/archives/671
- ↑ http://www.bhubaneswarairport.com/php/showNews.php?newsid=374&linkid=1052
- ↑ http://www.constructionupdate.com/News.aspx?nId=7ns+hLinJBtJyr9sda3NMA==
ଅଧିକ ତଥ୍ୟ