ପାରିକରିବେ ଭୋଳାଶଙ୍କର
ପାରିକରିବେ ଭୋଳାଶଙ୍କର | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ଅଜୟ ରାଉତ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାସ ପଟ୍ଟନାୟକ |
କାହାଣୀ | ଚିନ୍ମୟ ଦାସ ପଟ୍ଟନାୟକ |
କଳାକାର | ଦୀପକ ବାରିକ ସସ୍ମିତା ପିୟାଲି ସାହୁ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା ବୀଣା ମହାରଣା |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୬ ନଭେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାରିକରିବେ ଭୋଳାଶଙ୍କର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ସସ୍ମିତା ପିୟାଲି ସାହୁ ।[୩] ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା, ରବି ମିଶ୍ର, ସୌମ୍ୟ, ଗୁଡ୍ଡୁ, ଲକି, ସୌରାନ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୬ ତାରିଖରେ, ବଡ଼ ଓଷା ଅବସରରେ ଜୀ ସାର୍ଥରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ଦୀପକ ବାରିକ
- ସସ୍ମିତା ପିୟାଲି ସାହୁ
- ପିଣ୍ଟୁ ନନ୍ଦ
- ପ୍ରଦ୍ୟୁମ୍ନ ଲେଙ୍କା
- ବୀଣା ମହାରଣା
- ରବି ମିଶ୍ର
- ସୌମ୍ୟ
- ଗୁଡ୍ଡୁ
- ଲକି
- ସୌରାନ୍ସ (ଶିଶୁ କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ।[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସ୍ୱସ୍ତିକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫] ୩୧ ଅକ୍ଟୋବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୬]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ହର ହର ମହାଦେବ" | ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି, ସ୍ୱସ୍ତିକ | |
2. | "ପାରିକରିବେ ଭୋଳାଶଙ୍କର" | ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି | |
3. | "ଦିଲ୍ ତତେ ଦେଇଦେଲିରେ" | ସୋହିନୀ ମିଶ୍ର, ତାରିକ୍ ଅଜିଜ୍ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ବଡ଼ଓଷା ଅବସରରେ ଜୀ ସାର୍ଥକରେ ପ୍ରସାରିତ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'". Sambad. 6 November 2022. Archived from the original on 26 December 2022. Retrieved 26 December 2022.
- ↑ ୨.୦ ୨.୧ "ପାରି କରିବେ ଭୋଳାଶଙ୍କର". ସମ୍ବାଦ (ରବିବାର). 6 November 2022. Archived from the original on 26 December 2022. Retrieved 26 December 2022.
- ↑ Panda, Abhayananda (1 November 2022). "ନଭେମ୍ବର ୬ରେ 'ପାରି କରିବେ ଭୋଳାଶଙ୍କର' - Dharitri". Dharitri Odia News. ଭୁବନେଶ୍ୱର. Archived from the original on 26 December 2022. Retrieved 26 December 2022.
- ↑ "ଜୀ ସାର୍ଥକ ନୂଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର' ସଙ୍ଗୀତ ଉନ୍ମୋଚିତ". Samaja Live. ଭୁବନେଶ୍ୱର. 3 November 2022. Archived from the original on 26 December 2022. Retrieved 26 December 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'ର ଅଡିଓ ରିଲିଜ". Samaja Live. ଭୁବନେଶ୍ୱର. 31 October 2022. Archived from the original on 26 December 2022. Retrieved 26 December 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'ର ଅଡିଓ ରିଲିଜ". News18 Odia. ଭୁବନେଶ୍ୱର. 31 October 2022. Archived from the original on 26 December 2022. Retrieved 26 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପାରିକରିବେ ଭୋଳାଶଙ୍କର