ନବ ଚରଣ ମାଝି
ନବ ଚରଣ ମାଝି | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ୨୦୨୪ | |
ପୂର୍ବ ଅଧିକାରୀ | ବିଶ୍ୱେଶ୍ୱର ଟୁଡୁ |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଶଇବ ସୁଶୀଳ କୁମାର ହାଁସଦା |
ପର ଅଧିକାରୀ | ଜଲେନ ନାଏକ |
ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଅପ୍ରେଲ ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ଧାମୁ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନବ ଚରଣ ମାଝି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନବ ଚରଣ ମାଝି ୧୯୬୧ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧାମୁ ମାଝି ।[୪] ନବଙ୍କର ଶିକ୍ଷାଗତ ଯୋଗ୍ୟତା ଇତିହାସରେ ସ୍ନାତକ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ନବ ଚରଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୪]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ, ସେ ସମୁଦାୟ ୫,୮୫,୯୭୧ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ୨,୧୯,୩୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Mayurbhanj, Odisha Lok Sabha Election Results 2024 Highlights: Naba Charan Majhi Wins by a Margin of 219334 Votes". India Today (in ଇଂରାଜୀ). 2024-06-04. Retrieved 2024-06-05.
- ↑ "Odisha Lok Sabha Election Result 2024: BJP Won on 20 Seats of Odisha Chunav. Check Stats at results.eci.gov.in". Jagranjosh.com (in ଇଂରାଜୀ). 2024-06-05. Retrieved 2024-06-05.
- ↑ "Mayurbhanj, Odisha Lok Sabha Election Results 2024 Highlights: BJP उम्मीदवार Naba Charan Majhi बने Mayurbhanj लोकसभा सीट के विजेता". आज तक (in ହିନ୍ଦୀ). 2024-06-04. Retrieved 2024-06-05.
- ↑ ୪.୦ ୪.୧ ୪.୨ "Shri Naba Charan Majhi". odishaassembly.nic.in. Odisha Assembly. Retrieved 28 October 2019.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Mayurbhanj (Odisha)". Election Commission of India. Retrieved 6 June 2024.