ଫେସ୍ବୁକ୍ ମେସେଞ୍ଜର୍ ଗ୍ରୁପ୍ ସକ୍ରିୟ ଉଇକିଆଳିରେ ସୁଭାସିସ ଭାଇ ଆରମ୍ଭ କରିଥିବା ଆଲୋଚନ ଓ ଅନ୍ୟ ସଦସ୍ୟମାନଙ୍କର ସହମତିରେ ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ଆସନ୍ତା ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକି ଆଗାମୀ ୧୫ ତାରିଖ ଯାଏଁ ଚାଲିବ । ଏହି ଗଣ-ସମ୍ପାଦନାରେ ଯୋଗ ଦେବାକୁ ସଭିଙ୍କୁ ଅନୁରୋଧ ।
ଉଇକିପିଡ଼ିଆ:ଆଲୋଚନା ସଭା
ଧନ୍ୟବାଦ ଗପୁ: ପୃଷ୍ଠାଟା ସୁନ୍ଦର ହୋଇଛି!
ବାସ୍ ଗଣ-ସମ୍ପାଦନାଟି ସେହି ହିସାବରେ ସଫଳ ହେଉ ବୋଲି ଆଶା କରିବା ।
ଆମେ ଆଗରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଉପାଧି ଯୋଡ଼ିବା ସପକ୍ଷରେ ଊଣାଅଧିକେ ସହମତ ହୋଇଥିଲେ । ତା' ପରେ ଅନେକଙ୍କ ପ୍ରସଙ୍ଗରେ ଉପାଧି ଯୋଡ଼ାହେଲା ।
ମୁଁ ଗୋଟେ ଛୋଟ ପରଖ କରୁଥିଲି । କୁଞ୍ଜବିହାରୀ ଦାଶଙ୍କ ପ୍ରସଙ୍ଗରେ ତାଙ୍କ ଉପାଧି ନଥିଲା ଆଉ ଯୋଡ଼ିଲି । ତେବେ ଉପାଧି ଆଉ ନାଁକୁ ଅଲଗା ଦେଖେଇବା ପାଇଁ ଉପାଧୀକୁ ଟିକେ ଛୋଟ କରି (<small> ଟ୍ୟାଗ ବ୍ୟବହାର କରି) ଲେଖିଛି । ନାଁଟା ଆଗରୁ ବୋଲ୍ଡରେ ଲେଖାହୁଏ । ଏଣୁ ଉପାଧି ଆଉ ନାଁ ଉଭୟ ଏକା ଜାଗାରେ ରହିବ ଆଉ ଦେଖିଲେ ଜାଣିହେବ କେଉଁଟା ନାମ କେଉଁଟା ଉପାଧି ।
ସମସ୍ତଙ୍କୁ ଅନୁରୋଧ କୁଞ୍ଜବିହାରୀ ଦାଶଙ୍କ ପ୍ରସଙ୍ଗର ଉପକ୍ରମରେ ଟିକେ ଦେଖିବେ । ଯଦି ଠିକ ଲାଗୁଚି (ନ ଲାଗୁଥିଲେ ବି କହିବେ) ତାହେଲେ ଆଗକୁ ଆମେ ଏଭଳି କରିପାରିବା ।
ଇନ୍ଫୋବକ୍ସରେ ଯେମିତି ଅଛି, ତାହା ଠିକ୍ ଲାଗୁଛି । କିନ୍ତୁ ନାଁ ଆଗରୁ ଲେଖିବା ମୋତେ ଠିକ୍ ଲାଗୁନାହିଁ । ହଁ କିଛି ଜଣଙ୍କ କ୍ଷେତ୍ରରେ ଏହା ଅଲଗା ହୋଇଥାଏ, ତାକୁ ସିଧାସଳଖ ବୋଲ୍ଡରେ ଲେଖିଲେ ବି ଚଳିବ । ଯେମିତି ଇଂରାଜୀ ଉଇକିପିଡ଼ିଆରେ Isaac Newtonଙ୍କ ପ୍ରସଙ୍ଗ ଏହିଭଳି ଲେଖାଯାଇଛି । ଯଦିଓ ସାନ କରିକି ଲେଖିଲେ, ସଭିଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ, କିନ୍ତୁ ସବୁ ପ୍ରସଙ୍ଗରେ କ'ଣ ଲେଖାଯାଇପାରିବ କି?
ଯଦି ନିର୍ମଳ ଚନ୍ଦ୍ର ରାଉତଙ୍କର ପ୍ରସଙ୍ଗ ବିଷୟରେ ଆଲୋଚନା କରିବା, ସେ ତାଙ୍କ ନାମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ ବୋଲି ସବୁଠି ଲେଖନ୍ତି, ଯେଉଁଠି ଏହି ଉପାଧିଟି ତାଙ୍କୁ ଜାନକୀ ପଟ୍ଟନାୟକ ଦେଇଥିଲେ ବୋଲି ସେ କୁହନ୍ତି, ହେଲେ ଅନ୍ଲାଇନ୍ରେ ସେମିତି କିଛି ତଥ୍ୟ ନାହିଁ । ତା' ଛଡ଼ା ତାଙ୍କୁ ଯେଉଁ ମଞ୍ଚରେ ନିମନ୍ତ୍ରଣ ହୁଏ, ସବୁଠି ଏହି ଉପାଧି ସହିତ ନାମ ଲେଖାଯାଏ । ହେଲେ ଏହି ପ୍ରସଙ୍ଗରେ ଉପାଧି ରହିବା ଯୁକ୍ତିଯୁକ୍ତ ଲାଗୁନାହିଁ ।
ଭଲ କଥାଟେ ଉଠେଇଲ । ପ୍ରଥମ ଉଦାହରଣରେ ଆଇଜାକ ନିଉଟନଙ୍କ ସାର ଉପାଧି ଏକ ଅତି ବ୍ୟାପକ ଭାବେ ଜଣା ଉପାଧି । ତେଣୁ ଓଡ଼ିଶା/ଭାରତର ବ୍ୟକ୍ତିତ୍ୱଙ୍କ ପାଇଁ ପ୍ରଯୁଯ୍ୟ ସମାନ ଧରଣର ଉପାଧି ପାଇଁ କେବଳ ଉପାଧି ରହିବ । ମୋର ଯେତେ ଦୂର ମନେପଡ଼ୁଛି ଏ ବାବଦରେ ପ୍ରତୀକ ଯୁକ୍ତିକରିଥିଲା । ମୁଁ ଆରମ୍ଭରୁ ଉପାଧି ସପକ୍ଷରେ ନଥିଲି କିନ୍ତୁ ଅନେକ ବ୍ୟକ୍ତିତ୍ୱଙ୍କ ଉପାଧି ଏତେ ଅଧିକ ଜଣାଶୁଣା (ଯେମିତି କୁଳବୃଦ୍ଧ, ଉତ୍କଳଭାରତୀ, ଉତ୍କଳମଣି, ଉତ୍କଳଘଣ୍ଟି ଆଦି) ଯେ ନ ଲେଖିଲେ ଅପୂରା ଅପୂରା ଲାଗିପାରେ ଅନେକ ପାଠକଙ୍କୁ । ତେବେ ସବୁ ଉପାଧି ରହିବ ନାହିଁ । ତମେ ନିର୍ମଳ ଚନ୍ଦ୍ର ରାଉତଙ୍କ ଉଦାହରଣ ଯେଉଁ ଦେଲ ସେ ଭଳି କ୍ଷେତ୍ରରେ ରହିବ ନାହିଁ । ଉପାଧିଟି ଅତି ଜଣାଶୁଣା ହୋଇଥିଲେ ଅନେକ ସ୍ଥାନରେ ଲିପିବଦ୍ଧ ମଧ୍ୟ ହୋଇଥିବ । ସେସବୁ ଆମେ ଦେଇପାରିବା । ଉପାଧିକି ବୋଲ୍ଡ କରି ଲେଖିବା ବାବଦରେ ମୁଁ ଅବଗତ । କେବଳ ନାଁଠୁ ଭିନ୍ନ କରି ଲେଖିବା ଉଦ୍ଦେଶ୍ୟରେ ପ୍ରସ୍ତାବଟି । ବାକିମାନେ କଣ ଭାବୁଛନ୍ତି ଅପେକ୍ଷାରେ ରହିଲି ।
ଅବଶ୍ୟ ମୋତେ ବି ବେଳେବେଳେ ସେଇଆ ଲାଗେ, ଖାଲି ଗୋପବନ୍ଧୁ ଦାସ ଲେଖିଲେ ଭଲ ଶୁଭୁନି, କାରଣ ଅଭ୍ୟାସ ନାହିଁ । କିନ୍ତୁ ଆଜି ଏମିତି ଗୋଟେ ପ୍ରସଙ୍ଗ ଜଣାନାହିଁ କେମିତି ମୋତେ ସର୍ଟସ୍ ଦେଖେଇଲା, ଯେଉଁଥିରେ ଉଇକିପିଡ଼ିଆରେ କାହିକିଁ ଛତ୍ରପତି ଶିବାଜୀ ମହାରାଜ ବୋଲି ଲେଖା ହୋଇନି ବୋଲି ଜଣେ କହୁଥିଲେ, ସତରେ ଖାଲି ଶିବାଜୀ ବୋଲି ରହିଛି । ହେଲେ ଆମେ କେତେକଙ୍କ କ୍ଷେତ୍ରରେ ରହିଲେ ଭଲ ହେବ । ହେଲେ କାହାର ରହିବ, ତା'ର ମାନଦଣ୍ଡ ବି ଆମକୁ ଆଗ ନିର୍ଦ୍ଧାରଣ କରିବାକୁ ହେବ ।
Please feel free to translate this into your preferred language.
Dear Wikimedians,
Exciting news from A2K! We're thrilled to announce that CIS-A2K is now seeking proposals for collaborative projects and activities to advance Indic Wikimedia projects. If you've got some interesting ideas and are keen on co-organizing projects or activities with A2K, we'd love to hear from you.
Check out all the details about requirements, process, timelines, and proposal drafting guidelines right here.
We're looking forward to seeing your proposals and collaborating to boost Indic Wikimedia projects and contribute even more to the open knowledge movement.
Regards
Feel free to translate into your language.
Dear Wikimedians,
In February, CIS-A2K effectively completed numerous initiatives, and we are delighted to share a detailed monthly newsletter encapsulating the events and activities from the previous month. This newsletter offers a thorough glimpse into significant updates, showcasing the breadth of our varied undertakings.
- Collaborative Activities and Engagement
- Telugu Community Conference 2024
- International Mother Language Day 2024 Virtual Meet
- Wiki Loves Vizag 2024
- Reports
- Using the Wikimedia sphere for the revitalization of small and underrepresented languages in India
- Open Movement in India (2013-23): The Idea and Its Expressions Open Movement in India 2013-2023 by Soni
You can access the newsletter here.
To subscribe or unsubscribe to this newsletter, click here.
Regards
ଦୁଇବର୍ଷ ହେଲାଣି ମୁଁ କଣ୍ଟେଣ୍ଟ ଟ୍ରାନ୍ସଲେସନ୍ ବ୍ୟବହାର କରିଆସୁଛି । ଗତ ବର୍ଷ ହାଇଦ୍ରାବାଦରେ ଆୟୋଜିତ ଉଇକି କନ୍ଫରେନ୍ସବେଳେ @Jnanaranjan sahu ଭାଇଙ୍କ ସହିତ ଆଲୋଚନା ବେଳେ ଏହାକୁ ସରଳୀକରଣ କରିବାର କିଛି ଉପାୟ କହୁଥିଲେ । କଣ୍ଟେଣ୍ଟ ଟ୍ରାନ୍ସଲେସନ ଯଦିଓ ଅନେକ ଲୋକଙ୍କ ଦ୍ୱାରା ତିଆରି ହୋଇଛି, କିନ୍ତୁ ବଡ଼ ପ୍ରସଙ୍ଗ ହେଲେ, ଏହା ଭଲରେ କାମ କରୁନି । ଅନୁବାଦ ମଧ୍ୟ ଅନେକ ସମୟରେ କଟିଯାଉଛି ଆଉ କେବଳ ଗୁଗୁଲ୍ ଟ୍ରାନ୍ସଲେସନ୍ ହିଁ ବ୍ୟବହାର ହୋଇପାରୁଛି । ନୂଆ ବ୍ୟବହାରକାରୀଙ୍କୁ ଅନୁବାଦ ପାଇଁ ଶିଖାଇବା ଟିକେ ସହଜ ହେବ ଆଉ ଜ୍ଞାନ ଭାଇଙ୍କ ମତ ଅନୁସାରେ, ଏହାର ଏକ ସରଳୀକରଣ ଟୂଲ୍ ଆମେ ନିଜେ ପ୍ରସ୍ତୁତ କରିପାରିଲେ ନୂଆ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ସହଜ ହେବ । ତେଣୁ ଜ୍ଞାନ ଭାଇଙ୍କୁ ଅନୁରୋଧ ଯଦି ସମ୍ଭବ ହେବ, ତେବେ ଏହା ଉପରେ କାମ ଆଗକୁ ବଢ଼େଇବାକୁ ଏବଂ ଅନ୍ୟମାନଙ୍କୁ ଅନୁରୋଧ ଏହା ଉପରେ ମତ ରଖିବାକୁ ।
cc @Psubhashish @Hellohappy @Soumendrak
ଟୁଲ ତିଆରି ପାଇଁ ସାଧାରଣତଃ ଅଧିକ ସମୟ ଲାଗେ ତେଣୁ ଗ୍ରାଣ୍ଟଟେ ଆଣି କଲେ ଏ କାମଟି ଭଲରେ ହେବ । ମୁଁ ତମ ସହ ଏକମତ ଏ ଅସୁବିଧା ବାବଦରେ । ମୁଁ ନିଜେ ବିଙ୍ଗ ଟ୍ରାନ୍ସଲେଟର ବ୍ୟବହାର କରେ ହେଲେ ମାନୁଆଲି ସବୁ କରିବାକୁ ପଡ଼େ । ମୁଁ ଉଇକିକୋଡ଼ ସହ ପରିଚିତ ବୋଲି ସେତେ ବେଶୀ ଅସୁବିଧା ହୁଏନି । ହେଲେ ନୂଆଙ୍କ ପାଇଁ ସେ ବାଟ ଜମା ସୁବିଧା ନୁହେଁ । ଟୁଲ ହେଲେ ଉଇକି ଲିଙ୍କ ଆଦି ସହଜରେ ହେଇପାରିବ ତେଣୁ ସମସ୍ତଙ୍କୁ ନିହାତି ସୁବିଧା ହେବ ।
@Ssgapu22 ବିଷୟଟିକୁ ଆଲୋଚନା ସଭାରେ ଲେଖିଥିବାରୁ ଧନ୍ୟବାଦ ।
ଉଇକିମିଡ଼ିଆ ଅନୁବାଦ ଦଳଙ୍କୁ ବାରମ୍ବାର ମୁହାଁମୁହିଁ ଏବଂ ଫାବ୍ରିକେଟରରେ ଅନୁରୋଧ କରି ମଧ୍ୟ କିଛି ବିଶେଷ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଜ୍ଞାନ ଭାଇ ଏବଂ ମୁଁ Microsoft Azure ଅନୁବାଦ API ଉପଯୋଗ କରି ଆମ ଉଇକିପିଡ଼ିଆରେ ଏକ ଅନୁବାଦ ଉପକରଣ କରିବୁ ବୋଲି ମଝିରେ ଆଲୋଚନା କରିଥିଲୁ । ଶୁଭ ଭାଇଙ୍କ କହିବା ମୁତାବକ, @Jnanaranjan sahu ଭାଇ ଗ୍ରାଣ୍ଟଟିଏ ଆବେଦନ ହେଉ :) ।
ପୂର୍ବ ବର୍ଷମାନଙ୍କ ଭଳି ଏବର୍ଷ ମଧ୍ୟ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୪ ଅନ୍ୟ ଉଇକିପିଡ଼ିଆ ସମେତ ଓଡ଼ିଆ ଭାଷାରେ ମଧ୍ୟ ଆରମ୍ଭ ହୋଇସାରିଛି । ଭାଗ ନେବାକୁ ସଭିଙ୍କୁ ଅନୁରୋଧ । ହଁ ଏଥର ପ୍ରସଙ୍ଗ ପାଇଁ ଶବ୍ଦ ୪୦୦ରୁ ଅଧିକ ହୋଇଥିବା ଆବଶ୍ୟକ ।
ସମର୍ଥନ ବଢ଼ିଆ ହେବ!
ଗଣ-ସମ୍ପାଦନାର ପ୍ରଥମ ମାସ ଶେଷ ହେଇଗଲାଣି । ୨ୟ ମାସରେ ଚେଷ୍ଟା କରିବା କିଛି ଭଲ ଆଉ ଉନ୍ନତମାନର ପ୍ରସଙ୍ଗ ଗଢ଼ିବାକୁ । ଯୋଗଦାନ କରିବାକୁ ସଭିଙ୍କୁ ଅନୁରୋଧ ।
Feel free to translate into your language.
Dear Wikimedians,
In January, CIS-A2K successfully concluded several initiatives, and we are pleased to present a comprehensive monthly newsletter summarizing the events and activities of the past month. This newsletter provides an extensive overview of key information, highlighting our diverse range of endeavors.
- Conducted Events
- Roundtable on Digital Cultures
- Discussion on Disinformation and Misinformation in Wikimedia Projects
- Roundtable on Digital Access
You can access the newsletter here.
To subscribe or unsubscribe to this newsletter, click here.
Regards
ଓଡ଼ିଆ ଉଇକିପିଡ଼ିଆରେ ଏଯାଏ ଲଗ ଇନ ନ କରି ନୂଆ ପ୍ରସଙ୍ଗ ତିଆରି କରିବାର ସୁବିଧା ସମସ୍ତଙ୍କ ପାଇଁ ଥିଲା । ହେଲେ ୨୦୨୩ ନଭେମ୍ବର ୨୦ରୁ ଆରମ୍ଭ କରି ଆଜିଯାଏ "ଲକ୍ଷ୍ମୀନାରାୟଣ ମହାରଣା" ପ୍ରସଙ୍ଗଟି କେବଳ ସମ୍ଭବତଃ ଜଣଙ୍କ ଦ୍ୱାରା ୩୨ରୁ ଅଧିକ ଥର ତିଆରି କରାଯାଇସାରିଲାଣି । ଏଭଳି ଅପବ୍ୟବହାର ଓଡ଼ିଆ ଉଇକିପିଡ଼ିଆ ଇତିହାସରେ ପ୍ରଥମ । ଏଭଳି ପ୍ରସଙ୍ଗ ତିଆରି ହେଲେ ଜଣେ ଅଣ-ପରିଚାଳକ ପ୍ରଥମେ ସେଥିରେ "ଲିଭାନ୍ତୁ" ଛାନ୍ଚ ପକାନ୍ତି । ଜଣେ ପରିଚାଳକ ତାକୁ ଦେଖି ପ୍ରସଙ୍ଗଟି ଲିଭାନ୍ତି । ସମାନ ନାମରେ ଆଉଥରେ ପ୍ରସଙ୍ଗ ତିଆରି ରୋକିବାକୁ ପୃଷ୍ଠାଟି କିଳନ୍ତି । ଆଉ ପୃ୍ଷ୍ଠାର ଅପବ୍ଯବହାରକାରୀଙ୍କୁ ଅଟକାନ୍ତି । ଆମ ଛୋଟ ସମୁଦାୟ ନୂଆ ପ୍ରସଙ୍ଗ ଲେଖିବା ଓ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିବାକୁ ବେଳ ପାଉନି । ଆମେ ନୂଆ ବ୍ୟବହାରକାରୀଙ୍କୁ ଉତ୍ସାହିତ କରି ଆଣିବାକୁ ବେଳ ପାଉନୁ । ଏସବୁ ଭିତରେ ଏ ନୂଆ ଅସୁବିଧା ବୋଝ ଉପରେ ନଳିତା ବିଡ଼ା ଭଳି । ଏଣୁ କେବଳ ଲଗ ଇନ କରିଥିବା ବ୍ୟବହାରକାରୀଙ୍କୁ ନୂଆ ପ୍ରସଙ୍ଗ ତିଆରି ଅନୁମତି ଦେବା ସପକ୍ଷରେ ମୁଁ ପ୍ରସ୍ତାବ ବାଢ଼ୁଛି । ସମସ୍ତଙ୍କ ମତ ଭିତ୍ତିରେ ଆଗାମୀ ୭-୧୦ ଦିନ ଭିତରେ ଏ ବଦଳ କରାଯିବ ।
ନିଜ ମତରେ {{ସମର୍ଥନ}} କରିପାରିବେ ବା ଅଲଗା ମତ ଥିଲେ ଦେବେ ।
ବିନା ଲଗ-ଇନ ରେ ଉଇକିପିଡ଼ିଆ କାହିଁକି ପୃଷ୍ଠା ତିଆରି କରିବାକୁ ଅନୁମତି ଦେଉଛି, ସେ ତରଫରୁ ଯୁକ୍ତି ମଧ୍ୟ ରଖିବା ଉଚିତ ।
ପ୍ରତି ଉଇକିପିଡ଼ିଆ କମ୍ୟୁନିଟି ଏ ବିଷୟଟି ଆଲୋଚନା କରି ସିଦ୍ଧାନ୍ତ ନେଇପାରିବ ଆଉ ଏଇଟା ସାମଗ୍ରୀକ ଭାବେ ସବୁ ଉଇକିପିଡ଼ିଆ ପାଇଁ ନୁହେଁ ବରଂ କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ । ମୋର ଯେତେ ଦୂର ମନେ ଅଛି ଏଇଟା "low-entry barrier" ସକାଶେ ରଖାଯାଇଥିଲା । ମାନେ ଜଣେ ଉଇକିପିଡ଼ିଆରେ ନୂଆ ହେଲେ ବି ବା ପ୍ରଥମ କରି କିଛି ଲେଖିବାକୁ ଚେଷ୍ଟାକରୁଥିଲେ ବି ବିନା ବାଧାରେ ପ୍ରସଙ୍ଗଟିଏ ଗଢ଼ିପାରିବେ । ହେଲେ ବ୍ୟବହାର ଅପେକ୍ଷା ଅପବ୍ୟବହାର ଏବେ ଚରମ ସୀମାରେ ପହଞ୍ଚିଛି । ଗତ କିଛି ଦିନ ଧରି ଦିନକୁ ୨-୩ ଥର ଉପରୋକ୍ତ ପ୍ରସଙ୍ଗଟି ତିଆରି ହେଉଛି ।
ଧନ୍ୟବାଦ ।
ଜଣେ ବ୍ୟକ୍ତି ଯଦି ସଠିକ ପରିମାଣରେ ଉତ୍ସାହିତ ଥିବ, ଚାହିଁଲେ ଗୁଡ଼ିଏ ଇମେଲ ଉପଯୋଗ କରି, ଅନେକ ଉଇକିପିଡ଼ିଆ ଖାତା ଖୋଲି ମଧ୍ୟ ଏଭଳି ପ୍ରସଙ୍ଗ ଗଢ଼ିଚାଲିବ ।
ଯଦିଓ ବିନା ଖାତାରେ ପ୍ରସଙ୍ଗ ତିଆରି ବନ୍ଦ କରିବା ଆମ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ, ବର୍ତ୍ତମାନ ପରିସ୍ଥିତିରେ ଦେଖିଲେ କିଛି ମାତ୍ରାରେ ଏହା ଏଭଳି ପ୍ରସଙ୍ଗ ଗଠନରେ ବାଧା ସୃଷ୍ଟି କରିପାରିବ ।
ଅନ୍ୟପକ୍ଷରେ ପରିସଂଖ୍ୟାନ ଦେଖିଲେ କଦବା କ୍ଵଚିତ ଅନାମଧେୟ ବ୍ୟବହାରକାରୀଗଣ ନୂତନ ପ୍ରସଙ୍ଗ ଲେଖନ୍ତି
ପ୍ରସଙ୍ଗ ଗଢ଼ିବାକୁ ଇଛୁକ ବ୍ୟକ୍ତିଟିଏ, ଉଇକିପିଡ଼ିଆରେ ଖାତାଟିଏ ବି ଅକ୍ଲେଶରେ ଖୋଲି, ପ୍ରସଙ୍ଗ ପ୍ରାରମ୍ଭ କରି ପାରିବ ।
ସମର୍ଥନ
ଆଇପିରୁ କରିବା ଦ୍ୱାରା ଖାଲି ଏହି ଲକ୍ଷ୍ମୀନାରୟଣ ପୃଷ୍ଠା ନୁହେଁ, ଅନେକ ଅଣ-ଓଡ଼ିଆମାନେ ମଧ୍ୟ କିଛି ମେସିନ୍ ଅନୁବାଦ ଦ୍ୱାରା ପ୍ରସଙ୍ଗ ଗଢ଼ୁଛନ୍ତି, ଯାହାକି ରହିବା ଯୋଗ୍ୟ ନୁହେଁ । ତେଣୁ ସବୁଦିନ ପାଇଁ ନହେଲେ ବି ଏବେ କିଛିଦିନ ପାଇଁ ଲଗ୍ ଇନ୍ କରିବା ବାଧ୍ୟତାମୂଳକ ହେବା ସହିତ, ନୂଆ ଯୋଗ ଦେଇବା ଉଇକିଆଳି ନୂଆ ପ୍ରସଙ୍ଗ ଗଢ଼ିବା ପାଇଁ ଅତିକମରେ ତାଙ୍କର ଇ-ମେଲ୍ ଭେରିଫାଏ କରିବା ଅଫ୍ସନ୍ ରହିଲେ, ସ୍ପାମ୍ କମିବ ବୋଲି ଆଶା ।
ଗପୁ ସାରଙ୍କ କଥାରେ ଏକମତ । ଏ ପରିସ୍ଥିତିରେ କିଛି ଦିନ ପାଇଁ ଲଗ-ଇନ ବାଧ୍ୟତାମୂଳକ କରିଲେ ଭଲ ।
ସମସ୍ତଙ୍କ ଅବଗତି ପାଇଁ ଫାବ୍ରିକେଟରରେ ହୋଇଥିବା ଅନୁରୋଧ ଲିଙ୍କଟି ଦେଲି । ଆଶା ଏ ଅସୁବିଧାଟି ଶୀଘ୍ର ସମାଧାନ ହେବ ।
ସମର୍ଥନ ସମସ୍ତେ ସବୁବେଳେ ଆକ୍ଟିଭ ରହି ପାରୁନାହାନ୍ତି । ଏମିତି ସ୍ପାମ ସମ୍ଭାଳିବାରେ ରୋସୋର୍ସ ନ ଯାଊ ।
Hello Odia Wikipedians!
Apologies as this message is not in your native language, Please help translate to your language.
The WMF Language team wants to make MinT the default machine translation support in Odia Wikipedia Content Translation. MinT uses the IndicTrans2 machine translation model, which recently has a new version.
Our proposal to set MinT as the default machine translation service in this Wikipedia will expose contributors to open source service by default and allow them to switch to other services if they prefer those services. Contributors can decide to switch to another translation service that is not default if they prefer the service, which will be helpful in analysing user preferences in the future.
The WMF Language team is requesting feedback from members of this community in this thread if making the MinT the default translation service is okay in Odia Wikipedia. If there are no objections to the above proposal. In that case, MinT will become the default machine translation in this Wikipedia by the 6th of February 2024.
Thank you for your feedback.
On behalf of the WMF Language team.
ଓଡ଼ିଶା ସରକାର ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ [https://wolc.odisha.gov.in/ | ଓଡ଼ିଆ ଭାଷା ସମ୍ମିଳନୀ] ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଏବଂ ଓଡିଆ ଉଇକିପିଡ଼ିଆକୁ ସାହାଯ୍ୟ କରିବା ପାଇଁ ଏବଂ ଏକ ଦୀର୍ଘତମ ସମୟର ଉଦ୍ୟମର ଅଂଶଗ୍ରହଣ କରିବା ପାଇଁ ସେମାନେ ଓଡିଆ ଉଇକିପିଡ଼ିଆର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ଭୁବନେଶ୍ୱରର ଥିବା ଉଇକିଆଳିମାନେ ଆସନ୍ତା ସପ୍ତାହରେ ଓଡିଆ ଭର୍ଚୁଆଲ୍ ଏକାଡେମୀର କର୍ମଚାରୀଙ୍କୁ ଭେଟିବାକୁ ଯୋଜନା କରୁଛୁ। ଆମେ ଉଇକିଆଳିମାନେ କଣ ପ୍ରସ୍ତାବ ଦେଇପାରିବା ସେହି ସମ୍ବନ୍ଧରେ ଆପଣଙ୍କ ମତାମତ ଏବଂ ବିଚାର ନେବାକୁ ଚାହୁଁଛୁ। ଆମେ କଣ ପ୍ରସ୍ତାବ ଦେବା ସେଥିପାଇଁ ୧୪ ଜାନୁଆରୀ ରବିବାର ଦିନ ଏକ ସଭାରେ ଯୋଗଦେବାକୁ ଅନୁରୋଧ କରୁଛୁ | WhatsApp ଗ୍ରୁପ୍ ଏବଂ ମେସେଞ୍ଜରରେ ସଭାର ବିବରଣୀ ଜଣେଇବୁ |
ସମୟ: ୬:୩୦ଟା ରାତିରୁ ୭:୩୦।