ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫


ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ହେଉଛି ଏକ ବାର୍ଷିକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଏସିଆ ମହାଦେଶର ଥିବା ଅନ୍ୟାନ୍ୟ ଉଇକିପିଡ଼ିଆ ସମୂହକୁ ଜାଣିବା ଏବଂ ବୁଝିବା ପାଇଁ ଅନ୍ୟ ଦେଶରମାନଙ୍କର ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ଏହି ଗଣ-ସମ୍ପାଦନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା । ଓଡ଼ିଆ ଉଇକିପିଡ଼ିଆ ଆରମ୍ଭରୁ ଏହି ଗଣ-ସମ୍ପାଦନା ସହିତ ଜଡ଼ିତ ଏବଂ ଭାରତର ବାହାରେ ଥିବା ଦେଶଗୁଡ଼ିକ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହା ଜରିଆରେ ଗଢ଼ାଯାଉଛି । ଏହି ଗଣ-ସମ୍ପାଦନାରେ ଲେଖିବା ଫଳରେ ଉଇକିଆଳୀମାନେ ବାହାର ଦେଶର ସଂସ୍କୃତି, ସଭ୍ୟତା, ପରମ୍ପରା, ଚାଲିଚଳଣି ଆଦି ବିଷୟରେ ସମ୍ୟକ ସୂଚନା ମଧ୍ୟ ପାଉଛନ୍ତି ।

ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକପିଡ଼ିଆ ଗୁଡ଼ିକ ଖାଲି ଏସିଆ ମହାଦେଶର ନୁହେଁ, ବାହାର ମହାଦେଶର ସମୁଦାୟ ମଧ୍ୟ ଯୋଗ ଦେଉଛନ୍ତି । ପ୍ରତ୍ୟେକ ବର୍ଷ ୬୩ଟିରୁ ଅଧିକ ଭାଷାରେ ଆୟୋଜିତ ହେଉଥିବା ଏହି ଗଣ-ସମ୍ପାଦନାରେ ୨୯୦୦ରୁ ଅଧିକ ଉଇକିଆଳି ଯୋଗ ଦେଇଥିବା ବେଳେ ୩୭,୫୦୦ରୁ ଅଧିକ ଉନ୍ନତମାନର ପ୍ରସଙ୍ଗ ଗଢ଼ାଗଲାଣି ।

ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧ ତାରିଖରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥାଏ ଏବଂ ୩୦ ତାରିଖ ଯାଏଁ ଚାଲିଥାଏ । ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ତେଣୁ ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ ଏକ ଛୋଟ ଉପ‌ହାର ପ୍ରଦାନ କରାଯାଇଥାଏ । ଅତିକମରେ ୪ଟି ପ୍ରସଙ୍ଗ ଗଢ଼ିଥିବା ଉଇକିଆଳୀଙ୍କୁ ବାହାର ଦେଶରୁ ଗୋଟିଏ ପୋଷ୍ଟକାର୍ଡ଼ (କରୋନା ପରେ ଇ-ପୋଷ୍ଟକାର୍ଡ଼ ଦିଆଯାଉଛି) ସ‌ହ ଏକ ଧନ୍ୟବାଦ ବାର୍ତ୍ତା ପଠାଯାଇଥାଏ, ଫଳରେ ଉଭୟ ଉଇକିପିଡ଼ିଆ ସମୂହ ମଧ୍ୟରେ ବନ୍ଧୁତ୍ୱର ଆଦାନପ୍ରଦାନ ହୋଇଥାଏ ।

ଏଥିସ‌ହିତ ଗୋଟିଏ ଉଇକିଡ଼ିଆ ସମୂହର ଯେଉଁ ଉଇକିଆଳୀ ସବୁଠାରୁ ଅଧିକ ପ୍ରସଙ୍ଗ ଗଢ଼ିଥାନ୍ତି, ତାଙ୍କୁ "ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍" ଭାବରେ ସମ୍ମାନିତ କରିବା ସହ ଏହି ଗଣ-ସମ୍ପାଦନାର ଆବାହକ ତ‌ଥା ଆୟୋଜକମାନେ ଏକ ମାନପତ୍ର (କରୋନା ପରେ ଇ-ମାନପତ୍ର ଦିଆଯାଉଛି) ପ୍ରଦାନ କରାଯାଇଥାଏ ।