ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦
ଦେଖଣା
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ପ୍ରସଙ୍ଗ ତାଲିକା | ଅଂଶଗ୍ରହଣ କରିଥିବା ଉଇକିଆଳି |
ଏହି ଗଣସମ୍ପାଦନାରେ ସମୁଦାୟ ୧୯ଟି ନୂଆ ପ୍ରସଙ୍ଗ ନୂଆ ଗଢ଼ା କିମ୍ବା ବଦଳ ହୋଇଛି ।
ଗଣସମ୍ପାଦନାର ନିୟମ
- ମାତୃଭାଷା ଦିବସରେ ଏହି ଗଣ-ସମ୍ପାଦନା କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଭାଷା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ବା ନୂଆ ପ୍ରସଙ୍ଗ ତିଆରି କରାଯିବ ।
- ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
- ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
- ଏଥିସହିତ ଗଣ-ସମ୍ପାଦନାରେ ତିଆରି କରାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗକୁ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ିବାକୁ ଅନୁରୋଧ ।
ଦ୍ରଷ୍ଟବ୍ୟ:
- ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ତାକୁ ଫଉଣ୍ଟେନ୍ ଟୁଲ୍ରେ ଯୋଡ଼ିବାକୁ ଅନୁରୋଧ ।
ଆୟୋଜକ
- ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ
ଅଶଂଗ୍ରହଣ କରନ୍ତୁ
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ପ୍ରସଙ୍ଗ ଯୋଡ଼ନ୍ତୁ
ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍ରେ ଯାଇ ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ଫଳାଫଳ
ଏହି ଗଣ-ସମ୍ପାଦନାରେ ୧୨ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା ଏବଂ ୧୮ଟି ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା । ନୂଆ ପ୍ରସଙ୍ଗ ମଧ୍ୟରେ ପ୍ରୀତିରଞ୍ଜନ ତ୍ରିପାଠୀ ସର୍ବାଧିକ ୭ଟି, ହରିହର ଶତପଥୀ ୩ଟି ଏବଂ ସୁଭାସିସ ପାଣିଗ୍ରାହୀ ଓ ସଂଗ୍ରାମ କେଶରୀ ସେନାପତି ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।