Topic on ଉଇକିପିଡ଼ିଆ:ଆଲୋଚନା ସଭା

ଟ୍ରେନ ଦ ଟ୍ରେନର - ୨୦୨୪, ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା

4
Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୧୩ ପରଠାରୁ ସବୁ ବର୍ଷ ସି.ଆଇ.ଏସ.-ଏ2କେ / CIS-A2K ଦ୍ଵାରା ଭାରତରେ ସକ୍ରିୟ ଥିବା ଉଇକି ସମ୍ପ୍ରଦାୟ ଗୁଡିକର ନୂଆ ଉଅଇକିଆଳି ମାନଙ୍କ ଦକ୍ଷତା ବୃଦ୍ଧି ତଥା ସହାୟତା ପାଇଁ ଆୟୋଜନ କରାଯାଇ ଆସୁଛି । ଆମ ଦଳରୁ ମଧ୍ୟ ଅତୀତରେ ଅନେକ ଉଇକିଆଳି (ମୃତ୍ୟୁଞ୍ଜୟ ଭାଇ, ସୁବାସ ସାର, ଜ୍ଞାନ ବାବୁ, ଶିତିକଣ୍ଠ ବାବୁ, ସଂଗ୍ରାମ ବାବୁ, ପ୍ରତୀକ, ଅଲିଭା ଦିଦି, ମୁଁ ନିଜେ) ଏହି ପ୍ରୋଗ୍ରାମର ପ୍ରତିଭାଗୀ ହୋଇଛୁ ଓ ଶୁଭ ଭାଇ କିଛି ବର୍ଷ ନିଜେ CIS-A2K ର କର୍ମଚାରୀ ତଥା ହୋଷ୍ଟ ଭାବରେ ଏହାକୁ ବାଙ୍ଗାଲୋରରେ ପରିଚାଳନା କରିଛନ୍ତି । ଚଳିତ ବର୍ଷ CIS-A2K ଦ୍ଵାରା ନୂଆ କରି ଆରମ୍ଭ କରାଯାଇଥିବା Community Collaboration ପ୍ରୋଗ୍ରାମରେ ଆମେ(ସଂଗ୍ରାମ ବାବୁ, ଜ୍ଞାନ ବାବୁ ଓ ମୁଁ ) ଓଡିଆ ଉଇକିଆଳି ୟୁଜର ଗ୍ରୁପ ତରଫରୁ ଟ୍ରେନ ଦ ଟ୍ରେନର - ୨୦୨୪ (ଅଗଷ୍ଟ ୧୫ - ସେପ୍ଟେମ୍ବର ୩୦ ଭିତରେ), ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା ପାଇଁ ଇଚ୍ଚ୍ହୁକ ଅଛୁ । ଏ ନେଇ ଆପଣଙ୍କ ମତାମତ ଦେବାକୁ ଅନୁରୋଧ । --Maina ୨୧:୪୬, ୨ ଅପ୍ରେଲ ୨୦୨୪ (IST)

Ssgapu22 (ଆଲୋଚନାଅବଦାନ)

ଏହା ଆମ ପାଇଁ ଏକ ଭଲ ସୁଯୋଗ ହେବ ନିହାତି ।

Hellohappy (ଆଲୋଚନାଅବଦାନ)

ଆମ ୟୁଜର ଗ୍ରୁପରେ ତ କେହି ନୂଆ ଉଇକିଆଳି ନାହାନ୍ତି । ଏହାଦ୍ୱାରା ଆମ ୟୁଜର ଗ୍ରୁପର ଲାଭ କଣ ହେବ !

Chinmayee Mishra (ଆଲୋଚନାଅବଦାନ)

ଏହା କେବଳ ଆମର ନୁହେଁ, ବିଭିନ୍ନ କମ୍ୟୁନିଟିର ନୂଆ ଉଇକିଆଳିମାନଙ୍କ ଉନ୍ନତ୍ତି ପାଇଁ ଆବଶ୍ୟକ ପଦକ୍ଷେପ । ସେମିତିରେ ଆମେ ମାନେ ଏବେ ଯାଏଁ ଜାତୀୟ ସ୍ତରରେ କୌଣସି ପ୍ରୋଗ୍ରାମ ଆୟୋଜନ କରିନୁ । ଏହା ଆମ ପାଇଁ ଏକ ନୂଆ ଆରମ୍ଭ ହୋଇପାରିବ ବୋଲି ଭାବୁଛୁ ।

"ଟ୍ରେନ ଦ ଟ୍ରେନର - ୨୦୨୪, ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା"ଙ୍କୁ ଉତ୍ତର