ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୮

ଉଇକିପିଡ଼ିଆ‌ରୁ


ବିଜ୍ଞାନ ପୋର୍ଟାଲ ବାବଦରେ[ସମ୍ପାଦନା]

ବଛା ଛବି ବାବଦରେ[ସମ୍ପାଦନା]

ବଛା ଛବିଟିକୁ ଟିକିଏ ବଡ କରାଗଲେ ଭଲ ଦେଖାଯିବ ଭାବୁଛି । --ଶିତିକଣ୍ଠ (ଆଲୋଚନା) ୧୫:୫୪, ୭ ଜାନୁଆରୀ ୨୦୧୪ (UTC)

ଡିଫଲ୍ଟ ଆକାର ୩୦୦ . ଯେହେତୁ ଆମେ ଠିକ ଭାବେ ଛବି ବାଛି ପାରୁନୁ, ଓଡ଼ିଶା ସମ୍ବଧିତ ଛବି ବେଶୀ ନାହିଁ ବା ଥିଲେ ବି ସେତେ ଭଲ ମାନର ନୁହେଁ, ଆଉ ଛବିର ଆକାର ମଧ୍ୟ ମାନକ ନୁହେଁ, ତେଣୁ ଛବି ଯୋଡିବା ସମୟରେ ବଢେଇବାକୁ ଅନୁରୋଧ । MKar‎ ଭାଇ ଧନ୍ୟବାଦ ଆକାର ବଢେଇବା ପାଇଁ ଆଉ Aditya Mahar‎ ଭାଇ ଅନବରତ ଛବି ଅପଡେଟ ପାଇଁ ଅଶେଷ ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୩୭, ୮ ଜାନୁଆରୀ ୨୦୧୪ (UTC)
ମୋ ତରଫରୁ ବି ମୃତ୍ୟୁଞ୍ଜୟ ଭାଇ ଓ ଆଦିତ୍ୟ ଭାଇଙ୍କୁ ଧନ୍ୟବାଦ । ଆଜି ମଧୁସୂଦନ ରାଓଙ୍କ ଫୋଟୋ ଟିଏ ଅପଲୋଡ କରିଛି । କେହି ଏହାକୁ ବଛା ଲେଖାରେ thumbnail ଭାବେ ଯୋଡିଦେବେକି ?--ଶିତିକଣ୍ଠ (ଆଲୋଚନା) ୨୨:୦୯, ୮ ଜାନୁଆରୀ ୨୦୧୪ (UTC)
 ଯୋଡ଼ାଗଲା--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୮, ୯ ଜାନୁଆରୀ ୨୦୧୪ (UTC)
ଅଂଶୁମାନ ଭାଇ ଆମେ ଫୋଟ ସଂଗ୍ରହ ପାଇଁ ଏକ କାର୍ଯ୍ୟକ୍ରମ କରିପାରିଲେ ଭଲ ହୁଅନ୍ତା । ଖରା ଛୁଟିରେ ପ୍ରାୟ ସବୁ ଫ୍ରୀ ଥିବେ ବୋଧେ ବାହାରେ ଥିବା ଅନେକ ଲୋକ ଘରେ ଥିବେ । ଏହି ସମୟ ପ୍ରକୃଷ୍ଠ ହେବ ।--ଶିତିକଣ୍ଠ (ଆଲୋଚନା) ୨୨:୦୯, ୮ ଜାନୁଆରୀ ୨୦୧୪ (UTC)
ଶିତିକଣ୍ଠ ଭାଇ ଯେଉଁ ଜାଗା ମାନଙ୍କର ଫୋଟ କମନ୍ସରେ ନାହିଁ ତାହାର ଏକ ଲିଷ୍ଟ ତିଆରି କରି ସେ ସମୟରେ ଯେଉଁମାନେ ଭୁବନେଶ୍ଵରରେ ଥିବେ ତାଙ୍କ ସହିତ ମିଶି କରିପାରିବେ । ପ୍ରଥମେ ଲିଷ୍ଟ ତିଆରି ହେଲା ପରେ ଦୁଇ ଚାରି ଜଣ ବାହାରିଲେ କଲେ ଭଲ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୬, ୮ ଫେବୃଆରୀ ୨୦୧୪ (UTC)
ଠିକ ଅଛି ଭାଇ ଚେଷ୍ଟା କରିବି ।--ଶିତିକଣ୍ଠ (ଆଲୋଚନା) ୧୧:୩୧, ୧୯ ଫେବୃଆରୀ ୨୦୧୪ (UTC)

ଉଇକିଆଳିମାନଙ୍କୁ ଏକ ଆଲୋଚନା ନିମନ୍ତେ ତାରିଖ ଏବଂ ସ୍ଥାନ ପାଇଁ ପ୍ରସ୍ତାବ[ସମ୍ପାଦନା]

ସମସ୍ତ ଉଇକିଆଳିମାନଙ୍କୁ ଆଲୋଚନା ନିମନ୍ତେ ତାରିଖ ଏବଂ ସ୍ଥାନ ପାଇଁ ପ୍ରସ୍ତାବ ମାଗୁଛି । ଏହି ଆଲୋଚନାର ମୁଖ୍ୟ ବିଷୟ ରହିବ "ଵର୍ତମାନ ଓଡିଆ ଉଇକିପିଡ଼ିଆର ସ୍ଖିତି ଏବଂ ଭବିଷ୍ଯତ ଯୋଜନା" । ଏହି ଆଲୋଚନାଟି ଭୁବନେଶ୍ୱରରେ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । ସମସ୍ତ ଉଇକିଆଳିମାନେ ନିଜ ନିଜ ମତ ଦିଅନ୍ତୁ । ଶିତିକଣ୍ଠ, ସୁବାଷ ସାର୍ ଓ ଶୈଳେସ ଆପଣମାନେ ତାରିଖ ଏବଂ ସ୍ଥାନ ପାଇଁ ପ୍ରସ୍ତାବ ଦେଲେ ଭଲ ହୁଅନ୍ତା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୨୮, ୧୩ ଜାନୁଆରୀ ୨୦୧୪ (UTC)

ଜ୍ଞାନ ଭାଇ କେଉଁ ବାବଦରେ ଆଲୋଚନା କଥା କହୁଛନ୍ତି ? IRC ରେ କଲେ ଚଳିବ ?--ଶିତିକଣ୍ଠ (ଆଲୋଚନା) ୧୫:୦୯, ୧୪ ଜାନୁଆରୀ ୨୦୧୪ (UTC)
IRC ରେ କଲେ ଚଳିବ ହେଲେ ସାମନାରେ ବସି କଥା ହେଲେ ଭଲ ହୂଅନ୍ତା --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୧୩, ୧୫ ଜାନୁଆରୀ ୨୦୧୪ (UTC)
ମୁଁ ଆଜି ସଂଧ୍ୟା, କାଲି ସକାଳ, ଏହି ରବିବାର ସକାଳ (୧୨ଆଗରୁ) ହେଲେ ବ୍ୟକ୍ତିଗତ ଭାବେ ଯୋଗଦେଇ ପାରିବି । ଅନ୍ୟଦିନ ହେଲେ ଆଇଆରସିରେ ଯୋଗଦେଇପାରିବି ।--ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୫:୨୧, ୧୬ ଜାନୁଆରୀ ୨୦୧୪ (UTC)
ଶିତିକଣ୍ଠ,ସୁବାଷ ସାର୍, ଶୈଳେସ କଣ କହୁଛନ୍ତି ?--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୧୩, ୧୬ ଜାନୁଆରୀ ୨୦୧୪ (UTC)
ସକାଳୁ ଉଠିବା ନିହାତି ଯନ୍ତ୍ରଣା ଦାୟକ :P ଏଣୁ ସନ୍ଧ୍ୟାବେଳେ ଠିକ ହେବ ।--ଶିତିକଣ୍ଠ (ଆଲୋଚନା) ୧୧:୦୨, ୧୬ ଜାନୁଆରୀ ୨୦୧୪ (UTC)
ହେଲେ ତୁମକୁ ସୁହଇଲା ଭଳି ତାରିଖଟି କୁହ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୧୩, ୧୬ ଜାନୁଆରୀ ୨୦୧୪ (UTC)
ଆଜି ସନ୍ଧ୍ୟା ନହେଲେ କାଲି । --ଶିତିକଣ୍ଠ (ଆଲୋଚନା) ୧୧:୩୧, ୧୬ ଜାନୁଆରୀ ୨୦୧୪ (UTC)
ଭୁବନେଶ୍ବରରେ ଥିବା ଉଇକିଆଳିମାନେ କାଲି ରବିବାର ଉପରବେଳା ୪ଟା ସମୟରେ ମୋ ଆପାର୍ଟମେଣ୍ଟକୁ ଆସନ୍ତୁ । ସେଠାରେ ବସି ଆଲୋଚନା କରିବା । ଥରେ ବସିଲେ ତା ପରେ କଅଣ କରିବା ଚିନ୍ତା କରିବା । --Subas Chandra Rout (ମୋ ଆଲୋଚନା) ୦୭:୩୮, ୧୮ ଜାନୁଆରୀ ୨୦୧୪ (UTC)
ମୋର କିଛି ଅସୁବିଧା ନାହିଁ ..... ଜ୍ଞାନ ଭାଇ କଣ କହୁଛ ?--ଶିତିକଣ୍ଠ (ଆଲୋଚନା) ୧୮:୫୪, ୧୮ ଜାନୁଆରୀ ୨୦୧୪ (UTC)

୧୯ ଜାନୂୟାରୀ ୨୦୧୪ ରବିବାର ଦିନ ଭୂବନେଶ୍ୱରର ଉଈକିଆଳିମାନଙ୍କ ଆଲୋଚନା[ସମ୍ପାଦନା]

ଗତ ୧୯ ଜାନୂୟାରୀ ୨୦୧୪ ରବିବାର ଦିନ ବର୍ତ୍ତମାନ ଭୂବନେଶ୍ୱରରେ ରହୁଥିବା ଉଈକିଆଳିମାନଙ୍କୁ ଲକ୍ଷରେ ରଖି ଏକ ଆଲୋଚନାର ଆୟୋଜନ କରାଯାଇଥିଲା । ଏଥିରେ ଓଡିଆ ଉଇକିଆଳି ସୁବାଷ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାଶଜ୍ଞାନରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ମେଳଣଟି ସୁବାଷ ଚନ୍ଦ୍ର ରାଉତଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ।

ଏଥିରେ କେତୋଟି ମୌଳିକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସେଥିରୁ କେତୋଟି ହେଲା :

୧୯ ଜାନୂୟାରୀ ରବିବାର ଦିନ ଭୂବନେଶ୍ୱରର ଉଈକିଆଳିମାନଙ୍କ ଆଲୋଚନା
ସମସ୍ତ ଉଇକିଆଳିମାନଙ୍କୁ ଏସଏମଏସ ଓ ଇ-ମେଲ ମାଧ୍ୟମରେ ଯୋଗାଯୋଗ ଓ ଉଇକିପିଡିଆ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ନିୟମିତ ଭାବେ ସୂଚନା ।
ବର୍ତ୍ତମାନ ଓଡିଆ ଉଇକିପେଡିଆ ସହିତ ଜଡ଼ିତ ହୋଇ ରହିଥିବା ଲୋକମାନଙ୍କ ସହ ଯୋଗାଯୋଗ କହିବାକୁ ଗଲେ ଯାହା ଖାଲି ମେଲିଂଗ୍ ଲିସ୍ଟ୍ ଜରିଆରେ ହେଉଛି ।ଏହି ଯୋଗାଯୋଗ କିପରି ଅଧିକରୁ ଅଧିକ ଲୋକମାନଙ୍କ ସହ ହୋଇପାରିବ ସେଥିପଇଁ ଉଇକିପିଡିଆରେ ଆଗ୍ରହ ଦେଖାଉଥିବା ଲୋକମାନଙ୍କ ମୋବାଇଲ୍ ନମ୍ବର୍ ଆଣି ସେମାନଙ୍କ ଉଇକିପେଡିଆରେ ଆଗକୁ ଥିବା କର୍ମଶାଳା, ଆଲୌଚନା ଈତ୍ଯାଦିର ସୂଚନା ମାନ ଦେଲେ ତାହା ଅଧିକ ଫଳପ୍ରଦ ହୋଇ ପାରନ୍ତା।
ଉଇକିପିଡିଆରେ ନିୟମିତ ଭାବେ ସଚଳ ରହୁଥିବା ବ୍ୟକ୍ତିମାନଙ୍କୁ କିଛି ବିଶେଷ ପଦ ବା ସେହିଭଳି ମାନକ ଦେବା ।
ଓଡିଆ ଉଇକିପିଡିଆରେ ନିୟମିତ ଭାବେ ଲେଖାଲେଖି କରୁଥିବା ସଭ୍ୟମାନଙ୍କୁ କିଛି ବିଶେଷ ମାନକ କିମ୍ବା ସମ୍ମାନ ଦେଲେ ତାହା ଅଧିକ ଆଗ୍ରହ ବଢାଇ ପାରନ୍ତା ।
ମୁଣ୍ଡିଆ ଲେଖା ପାଇଁ ମାନକ । 
ବର୍ତ୍ତମାନ ଓଡିଆ ଉଇକିପିଡିଆରେ ମୁଣ୍ଡିଆ ଲେଖା ପାଇଁ ସେପରି କିଛି ବିଶେଷ ମାନକ ନାହିଁ ତେଣୁ କିଛି ଗୋଟେ ମାନକ ରଖିଲେ ଭଲ ହୁଅ ନ୍ତା।
ଭୁବନେଶ୍ଵର ଉଇକିପିଡିଆ ଗୋଷ୍ଠୀ ଗଠନ ଓ ପରିଚାଳନା ପାଇଁ ପ୍ରସ୍ତାବ ।
ଭୁବନେଶ୍ଵର ଉଇକିପିଡିଆ ଗୋଷ୍ଠୀ ଗଠନ ଓ ପରିଚାଳନା କରିବା ପାଇଁ ପ୍ରସ୍ତାବ ରଖାଗଲା ଏବଂ ପ୍ରାଥମିକ ପଦକ୍ଷେପ ଭାବେ ଭୁବନେଶ୍ଵର ଉଇକିଆଳି ଫେସବୁକ୍ ଗ୍ରୁପ୍ କରାଗଲା ।

ଆପଣ ଏହି ଲିଙ୍କ ଉପରେ କ୍ଲିକ୍ କରି ଦେଖିପାରିବେ।ଏହାର ଦାଇତ୍ଵ ସୁବାଷ୍ ସାରଙ୍କୁ ଦିଆଗଲା ।ଭୁବନେଶ୍ଵର ଉଇକିଆଳିମାନେ ବର୍ତମାନ୍ ସ୍ବଳ୍ପ ଖର୍ଚ ବିନିମୟରେ ସୁବାଷ୍ ସାର୍ ରହୁଥିବା ଆପାର୍ଟ୍ମେନ୍ଟ୍ କମ୍ୟୁନିଟି ହଲକୁ ବ୍ୟବହାର କରିପାରିବେ ।

ଉଇକିପିଡିଆରେ ବଟ୍ ବ୍ୟବହାର ପାଇଁ ପ୍ରସ୍ତାବ ।
ଶିତିକଣ୍ଠ ଉଇକିପିଡିଆରେ ବଟ୍ ବ୍ୟବହାର ପାଇଁ ପ୍ରସ୍ତାବ ରଖିଥିଲେ ଏହି ଅଲୋଚନାଟି ଅଧିକ ଉଇକିଆ ଳିମାନଙ୍କ ଉପସ୍ଥିତିରେ ଭଲ ହେବ ବୋଲି ପ୍ରସ୍ତାବ ରଖାଗଲା ।
ଓଡିଆ ଉଇକିଆଳିମାନଙ୍କର କିସ ଓ କିଟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଭୂମିକା ।
କିସ ଓ କିଟରେ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଇକିଆଳିମାନେ କଣ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଏଯାବତ୍ ଏହି କାର୍ଯ୍ୟକ୍ରମରେ ଉଇକିଆଳିମାନଙ୍କ ଭୁମିକା ସ୍ପଷ୍ଟ ହୋଇନାହିଁ।
ବିଜ୍ଞାନ ପୋର୍ଟାଲର ଉନ୍ନତି ବଛାଲେଖା ଓ ବଛାଛବି ପାଇଁ ପ୍ରସ୍ତାବ ।
ବିଜ୍ଞାନ ପୋର୍ଟାଲରେ ବଛାଲେଖା ଓ ବଛାଛବି ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବଂ ସୁବାଷ୍ ସାର୍ ଏଥିରେ ସହୋଯାଗ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ ।
ଓଡିଆ ଉଇକିପିଡିଆରେ କିପରି ଅଧିକ ସଚଳ ସଭ୍ୟ ଆସିବେ ସେ ନେଇ ପ୍ରସ୍ତାବ ।
ବର୍ତ୍ତମାନ ଓଡିଆ ଉଇକିପିଡିଆରେ ସଭ୍ୟ ସଂଖ୍ୟା କିପରି ବଢାଯିବ କିପରି ନୁଆ ସଚଳ ସଭ୍ୟ ଅଣାଯିବ ସେ ବିଷୟରେ ଅଲୋଚନା କରାଯାଇଥିଲା।ଏହା ବିଷୟରେ ଅଧିକ ଅଲୋଚନା ଅଗାମୀ ମାସିକ ଅଲୋଚନାରେ କରାଯିବ ବୋଲି ପ୍ରସ୍ତାବ’ରଖାଯାଇଥିଲା।
ଅନ୍ୟ ଉଇକିପେଡିଆ ଗୋଷ୍ଠୀମାନଙ୍କ ଠାରୁ ସେମାନଙ୍କ କାର୍ଯ୍ୟପନ୍ଥା ବିଷୟରେ ବୁଝିବା ଓ ଓଡିଆ ଉଇକିପିଡିଆରେ ପ୍ରଣୟନ କରିବା ।
ଭାରତରେ ଥିବା ଅନ୍ୟ ଉଇକିପିଡିଆ ଗୋଷ୍ଠୀମାନଙ୍କ ଠାରୁ ସେମାନଙ୍କ କାର୍ଯ୍ୟପନ୍ଥା ଓ ସେମାନେ କିପରି ଅଧିକ ସଚଳ ଉଇକିଆଳି ଅଣିପାରୁଛନ୍ତି ସେ ନେଇ ଅଲୋଚନା କରାଯାଇଥିଲା ଏବଂ କିପରି ସେହି ଅନ୍ୟ ଗୋଷ୍ଠୀମାନଙ୍କ ସହ ଯୋଗାଯୋଗ କରି ଅଧିକ ତଥ୍ୟ ଅଣାଯାଇପାରିବ ସେ ବିଷୟରେ ଅଲୋଚନା କରାଯାଇଥିଲା।
ଓଡିଆ ଉଇକିପିଡିଆ ଭିଡିଓ ଟ୍ୟୁଟୋରିଆଲ ତିଆରି କରିବା ପାଇଁ ପ୍ରସ୍ତାବ ।;
ଶିତିକଣ୍ଠ ଓଡିଆ ଉଇକିପିଡିଆ ସମ୍ପାଦନ ପାଇଁ ଏକ ଭିଡିଓ ଟ୍ୟୁଟୋରିଆଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ।

ଅଗାମୀ ଭୁବନେଶ୍ଵର ଉଇକିଆଳି ଅଲୋଚନା ଫେବୃଆରୀ ମାସ ମଧ୍ୟଭାଗରେ ହେବାକୁ ଅଛି ।ଅମେ ଆଶା କରୁଛୁକି ଏଥିରେ ଅଧିକ ଉଇକିଆଳିମାନେ ଭାଗ ନେବେ ।ଉପର ଲେଖାରେ ବନାନ ଜନିତ ତୃଟିଥିଲେ କ୍ଷମା କରିବେ। ubuntuରେ ଲେଖୁଥିବାରୁ ଯୁକ୍ତାକ୍ଷରଗୁଡିକ ଠିକରେ ଅସୁନାହିଁ । ଏହି ଅଲୋଚନା ବାବଦରେ ଆପଣଙ୍କ ମତ ଦେବାକୁ ଅନୁରୋଧ ।କେମିତି ଅଲୋଚନାକୁ ସଫଳ କରାଯିବ ଏବଂ ଉଇକିପିଡିଆ ପାଇଁ ଆଉ କଣ କଣ ପଦକ୍ଷେପ ନିଆଗଲେ ଭଲ ହେବ ସେ ବିଷୟରେ ମତ ଦିଅନ୍ତୁ। ଏହି ଲେଖାର ଡାହାଣପଟେ ଥିବା ସମ୍ପାଦନାରେ କ୍ଲିକ୍ କରନ୍ତୁ ଓ ସଭାତଳେ ନିଜର ମତ ଲେଖି ଚାରୋଟି ~ ଚିନ୍ହ ଦେଇ ସାଇତି ଦିଅନ୍ତୁ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୪୮, ୨୩ ଜାନୁଆରୀ ୨୦୧୪ (UTC)


୧୧ ଜାନୁୟାରୀରେ କିସଠାରେ ଓଡିଆ ଉଇକିପିଡିଆ ଓ ଉଇକିଆଳିମାନଙ୍କ ଦ୍ଵାରା ହୋଇଥିବା କାର୍ଯ୍ୟକ୍ରମ[ସମ୍ପାଦନା]

ଜାନୁୟାରୀ ୧୧ ତାରିଖରେ କିସଠାରେ ଏଟୁକେ(A2K) ସହ କିସ ଏବଂ କିଟର ଏକ ସହବନ୍ଧିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଟୁକେ(A2K)ର ପ୍ରୋଗ୍ରାମିଂ ଅଫିସର ଶୁଭାଶିଷ ପାଣିଗ୍ରାହୀ ଏବଂ ପ୍ରୋଗ୍ରାମିଂ ଡାଇରେକ୍ଟର ବିଷ୍ଣୁବର୍ଦ୍ଧନ ଉପସ୍ଥିତ ଥିଲେ । ଓଡିଆ ଉଇକିଆଳି ଶୁବାଷ ଚନ୍ଦ୍ର ରାଉତ, ଶୈଳେଶ ପଟ୍ଟନାୟକ, ଶିତିକଣ୍ଠ ଦାସ ଏବଂ ଜ୍ଞାନରଞ୍ଜନ ସାହୁ ଉପସ୍ଥିତ ଥିଲେ । ପ୍ରଥମେ କିସଠାରେ କିଟ କୁଳପତି ଅଚ୍ୟୁତ ସାମନ୍ତ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ ବ୍ୟକ୍ତିବିଶେଷଙ୍କ ଉପସ୍ଥିତରେ ଏହି ସହବନ୍ଧିତା ହୋଇଥିଲା । ଏହାପରେ ଓଡିଆ ଉଇକିଆଳିମାନେ ଏଟୁକେ(A2K)ର ପ୍ରୋଗ୍ରାମିଂ ଅଫିସର ଶୁଭାଶିଷ ପାଣିଗ୍ରାହୀ ଏବଂ ପ୍ରୋଗ୍ରାମିଂ ଡାଇରେକ୍ଟର ବିଷ୍ଣୁବର୍ଦ୍ଧନ ସହ ମିଶି ଓଡିଆ ଉଇକିପିଡିଆରେ ଅତୀତରେ ହୋଇଥିବା ବିଭିନ୍ନ କାର୍ଯ୍ୟକଳାପ, ବର୍ତ୍ତମାନ ହେଉଥିବା ଅସୁବିଧା, ଅନ୍ୟ ଉଇକିପିଡିଆ ଗୋଷ୍ଠୀମାନଙ୍କର କାର୍ଯ୍ୟପନ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ଏହା ଛଡା ଭବିଷ୍ୟତରେ ଓଡିଆ ଉଇକିପିଡିଆ ଉନ୍ନତି ପାଇଁ କଣ କଣ ପଦକ୍ଷେପ ନିଆ ଯିବ ସେ ବିଷୟରେ ଆଲୋଚନା କରିଥିଲେ । ଏହାପରେ ବିଷ୍ଣୁବର୍ଦ୍ଧନ କିସ ର ପାର୍ଥସେନ ଗୁପ୍ତା ଓ କେଏସଓଏମର ସୂର୍ଯ୍ୟ ମିଶ୍ରଙ୍କ ସହ ଓଡିଆ ଉଇକିଆଳି ମାନଙ୍କ ଭେଟ କରାଇଥିଲେ । ସେମାନଙ୍କ ସହ ଦୁଇଟି ମୁଖ୍ୟ ବିଷୟରେ ଆଲୋଚନା ହୋଇଥିଲା:

  1. କିସର ଛାତ୍ରଛାତ୍ରୀମାନଙ୍କୁ କିପରି ଓଡିଆ ଲେଖା ଶିଖାଯିବ ଏବଂ ତାଦ୍ଵାରା ଓଡିଆ ବହିଗୁଡିକର ଡିଜିଟାଲ ସଂସ୍କରଣ କରାଯିବ ।
  1. ଏହି ଡିଜିଟାଲ ବହିଗୁଡିକୁ ନେଇ ଉଇକିଡାଟା ବା ଉଇକି ସୋର୍ସ ପାଇଁ ପ୍ରସ୍ତାବ ରଖିବା ।

ଏହା ପରେ ଶୁଭାଶିଷ ପାଣିଗ୍ରାହୀ,ବିଷ୍ଣୁବର୍ଦ୍ଧନ, ଶୈଳେଶ ପଟ୍ଟନାୟକ, ଶିତିକଣ୍ଠ ଦାସ ଏବଂ ଜ୍ଞାନରଞ୍ଜନ ସାହୁ କିଟର ଅତିଥି ଭବନଠାରେ ଓଡିଆ ଉଇକିପିଡିଆ ତଥା ଉଇକିପିଡିଆର ବିଭିନ୍ନ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା କରିଥିଲେ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୪୫, ୧୫ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପିଡ଼ିଆର ଇଣ୍ଟରଫେସ ମେସେଜମାନଙ୍କର ତାଲିକା ଓ ସଂଶୋଧନ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ଥିବା ଇଣ୍ଟରଫେସ ବା ସିଷ୍ଟମ ମେସେଜମାନଙ୍କର (ଯେଉଁ ଶବ୍ଦ ସବୁ ଉଇକିପିଡ଼ିଆରେ ବିଭିନ୍ନ କାମ ପାଇଁ କମାଣ୍ଡ ରୂପେ ଅଛି) ଅନୁବାଦ ଟ୍ରାନ୍ସଲେଟ-ଉଇକି ନାମକ ଏକ ବାହାର ୱେବସାଇଟରେ ହୋଇଥାଏ । ଅନେକ ସମୟରେ ନୂଆ ସଦସ୍ୟମାନଙ୍କ ପାଇଁ ଏସବୁ କିଛି ପରିମାଣରେ ଅସୁବିଧାଜନ‌କ ହୋଇଥାଏ । ଅତୀତରେ ଓ ନିକଟ ଅତୀତରେ ଅନେକ ଥର ଅନେକେ ମୋତେ ଓଡ଼ିଆ ଉଇକିପିଡ଼ିଆରେ ଥିବା ନାନାଦି ଶବ୍ଦର ବିକଳ୍ପ ଶବ୍ଦସବୁ ବାବଦରେ ମତ ଦେଇଛନ୍ତି । ଯଦିଓ ୩ ବର୍ଷ ତଳେ ଥିବା ଅନେକ ଶବ୍ଦ ଏବେ ବ‌ହୁବାର ବଦଳାଯାଇସାରିଲାଣି ଓ ଅନୁବାଦରେ ଯୋଗଦାନ କରିଥିବା ସମସ୍ତ ଉଇକିଆଳି ଏଥିରେ ଅଂଶଗ୍ରହଣ କରିଛନ୍ତି, ଏଠାରେ ଏକ ସ୍ଥାୟୀ ପୃଷ୍ଠା କେବଳ ଏହି ଅନୂଦିତ ଶବ୍ଦରାଜି ଓ ସେ ବାବଦରେ ହେଉଥିବା ଆଲୋଚନା ପାଇଁ ରଖାଗଲେ ସୁବିଧା ହୁଅନ୍ତା । ଉଇକିପିଡ଼ିଆ:ବ୍ୟବ‌ହୃତ ଶବ୍ଦ ବା ସେହିବଳି ଏକ ଉଇକିପିଡ଼ିଆ ନେମସ୍ପେସ ଥିବା ପୃଷ୍ଠାରେ ଏହି ଶବ୍ଦର ତାଲିକା ରଖା‌ଯାଇପାରନ୍ତା । ଉଇକିଆଳି ଓ ଭାଷାବିଦମାନେ ସେଥିରେ ବିକଳ୍ପମାନ ଲେଖିପାରନ୍ତେ ଓ ତାହା ସର୍ବସମ୍ମତି କ୍ରମେ ଉଇକିପିଡ଼ିଆରେ ବ୍ୟବ‌ହାର ହୋଇପାରିବ । ସମସ୍ତେ ଦୟାକରି ଏହା ଉପରେ ନିଜର ମତ ଦେଲେ ଏହି ପୃଷ୍ଠାଟି ଆରମ୍ଭ କରି ତାଲିକା ପ୍ରସ୍ତୁତି କରାଯାଇପାରିବ ।--ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୧୦:୫୨, ୨୧ ଜାନୁଆରୀ ୨୦୧୪ (UTC)

ସୁଭ ଭାଇ କିଛି ମାସ ତଳେ ଆମେ ତମେ ଆମ ସାମ୍ନା ରେ କିଛି "ବଟନ" ରେ ଲେଖା ବଦଳେଇଥିଲ । ସେଇ ବିଷୟ ରେ ମତାମତ ଦିଆହବ କି? --ଦୀପ୍ତିମାନ ପାଣିଗ୍ରାହୀ

ଦୀପ୍ତିମାନ ଭାଇ, କ୍ଷମା ଚାହୁଁଛି ବିଳମ୍ବରେ ଉତ୍ତର ଦେବା ପାଇଁ । ତମେ, ଶିତିକଣ୍ଠ ଓ ମୁଁ ଜୁଲାଇ ମାସରେ ଭେଟି ଏକାଠି ବସି କିଛି ସିଷ୍ଟମ ମେସେଜରର ଅନୁବାଦ କରିଥଲେ । ସେହିଦିନ ଓ ତା ପରେ/ଆଗରୁ ମୁଁ କରିଥିବା ସମସ୍ତ ଅନୁବାଦ ଏହି ଲିଙ୍କରେ ମିଳିପାରିବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୪୩, ୧୨ ଫେବୃଆରୀ ୨୦୧୪ (UTC)

ଓଡ଼ିଆରେ ଲେଖିବାରେ ଅସୁବିଧା ଭୋଗୁଛନ୍ତି କି?[ସମ୍ପାଦନା]

ଓଡ଼ିଆରେ ଟାଇପ କରିବା ଅପ୍ସନ ସକ୍ରିୟ କରିବା

ବନ୍ଧୁଗଣ, ଆପଣମାନଙ୍କ ଭିତରୁ ଅନେକେ ଓଡ଼ିଆର ଟାଇପ କରିବାରେ କାଲିଠାରୁ ଅସ‌ଫଳ ହେଉଥିବେ । କିଛି ଟେକନିକାଲ ତ୍ର୍ରୁଟି ଯୋଗୁଁ ଏହା ହେଉଛି । ଉଇକିମିଡ଼ିଆ ଫାଉଣ୍ଡେସନର ଲାଙ୍ଗୁଏଜ ଇଞ୍ଜିନିଅରିଙ୍ଗ ଦଳ ଏହାକୁ ଠିକ କରିବାରେ ଲାଗିଛନ୍ତି । ତେବେ ଓଡ଼ିଆରେ ଟାଇପ କରିବା ପାଇଁ ନିଜର ସଭ୍ୟ ପସନ୍ଦକୁ ଯାଇ "Enable the Universal Language Selector" ଚିତ୍ରରେ ଦେଖା ହେଲା ଭଳି) ଅପ୍‌ସନ‌ଟି ସକ୍ରିୟ କରିବେ । ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୫୪, ୨୨ ଜାନୁଆରୀ ୨୦୧୪ (UTC).

ଡିଫଲ୍ଟ ଟାଇପିଙ୍ଗ ଟୁଲ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ପାଇଁ ଓଡ଼ିଆକୁ ଡିଫଲ୍ଟ ଭାଷା କରାଗଲେ, ଖାସ କରି ନୂଆ ଉଇକିଆଳିମାନଙ୍କୁ ଅଧିକ ସୁବିଧା ହୁଅନ୍ତା । ବର୍ତ୍ତମାନ ULS ବି ବନ୍ଦ ଥିବାରୁ ଏହି ବ୍ୟବସ୍ଥାଟି ଅଧିକ ଆବଶ୍ୟକୀୟ ମନେହେଉଛି । ପୂର୍ବରୁ ନେପାଳି ଉଇକିପିଡିଆରେ ଏହି ବ୍ୟବସ୍ଥା କରାଯାଇଛି । ଏଣୁ ଆମେ ଏପରି କରିବା ଠିକ ହେବ କି ନାହିଁ ସମସ୍ତଙ୍କୁ ମତାମତ ଦେବାକୁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୯:୩୨, ୨୨ ଜାନୁଆରୀ ୨୦୧୪ (UTC)

ମୁଁ ଭାବୁଛି ଭଲ ହୁଅନ୍ତା --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୫୦, ୨୩ ଜାନୁଆରୀ ୨୦୧୪ (UTC)
ULS କିଛିଦିନ ଭିତରେ ପୁଣି ସମସ୍ତଙ୍କ ପାଇଁ ଉପଲବ୍ଧ ହେବ, ଏବେ ବନ୍ଦ କରାଯାଇଛି କିଛି ଫଣ୍ଟ ଅସୁବିଧା ପାଇଁ । ମୋତେ ଲାଗୁଛି ULS ଏନାବଲ କଲାପରେ ଓଡ଼ିଆ ହିଁ ଡିଫଲ୍ଟ ଭାଷା ଭାବେ ଆସୁଛି, କେବଳ ଇନପୁଟ ମେଥଡକୁ ଆପଣଙ୍କ ପସନ୍ଦ ଅନୁସାରେ ଚୟନ କରି ସେଭ କରିଦେଲେ ହେଲା, ତାପରେ Ctrl+M ସାହାଯ୍ୟରେ toggle କରିପାରିବେ ଇଂରାଜୀ ଓ ଓଡ଼ିଆ ପାଇଁ । କିନ୍ତୁ ଲଗ-ଇନ ନହୋଇ ସେଭ କଲେ ଠିକ ଭାବେ କାମ ନକରିପାରେ । -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୬, ୨୩ ଜାନୁଆରୀ ୨୦୧୪ (UTC)
ULS ଏନାବଲ ହେଲାପରେ ଲଗ-ଇନ ନହୋଇଥିବା ବେଳେ ଆଉ ଲଗ-ଇନ ଥିବା ବେଳେ କେଉଁ ଇନପୁଟ ଟୁଲଟି ଡିଫଲ୍ଟ ଭାବେ ଆସୁଛି ଟିକେ ସମସ୍ତେ ଦେଖିବେ, ଲେଖନୀ ଡିଫଲ୍ଟ ଭାବେ ଆସୁଛି ବୋଧେ । -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୬, ୨୩ ଜାନୁଆରୀ ୨୦୧୪ (UTC)
ଏବେ ଲଗ-ଇନ ହୋଇନ‌ଥିବା ବେଳେ କିଛି ଆସୁନାହିଁ । ତେବେ ଏ ଅସୁବିଧାଟି ସୁଧରିବା ପରେ ଯାଇ ଜଣାପଡ଼ିବ କେଉଁଟି ଡିଫଲ୍ଟ ଆସୁଛି । କିନ୍ତୁ ଅନେକ ନୂଆ ଉଇକିଆଳି ତ‌ଥା ବିଶେଷ କରି ପାଠକମାନେ ଆପେଆପେ ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆରେ ଟାଇପ କରିବା ବାବଦରେ ଜାଣିପାରୁନାହାନ୍ତି । ଅନେକ ସମୟରେ ସେମାନେ ଇଂରାଜୀ ନାମ ଥିବା ପ୍ରସଙ୍ଗ ବି ତିଆରି କରିବସୁଛନ୍ତି । ଓଡ଼ିଆ ଡିଫଲ୍ଟ ହେଲେ ଏ ଅସୁବିଧା ସୁଧରିଯିବ । ପ୍ରକଳ୍ପର ଭାଷା ଓଡ଼ିଆ ଥିବାରୁ ଟାଇପିଂର ଲିପି ଓଡ଼ିଆ ରଖିଲେ ସୁବିଧା ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୧୬, ୨୬ ଜାନୁଆରୀ ୨୦୧୪ (UTC)
ଶିତିକଣ୍ଠଙ୍କ ଉପରୋକ୍ତ ପ୍ରସ୍ତାବ ସହ ସମ୍ପୂର୍ଣ୍ଣ ଏକମତ । ULS ଉପଲବ୍ଧ ହେବାପରେ ମଧ୍ୟ ଏହା ନୂଆ ବ୍ୟବହାରକାରୀଙ୍କ ନିମନ୍ତେ ଅଧିକ ଉପଯୋଗୀ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୨, ୨୨ ଫେବୃଆରୀ ୨୦୧୪ (UTC)

Invitation to Telugu Wikipedia Dasabdi Vedukalu 2014[ସମ୍ପାଦନା]


Hi Odiya Community members,

Telugu Wikipedia community is celebrating its 10th anniversary celebrations at Vijayawada on 15th & 16th February 2014.
You can see our Official event page at te wiki and the Facebook event page.
We have also planned a lot of activities pre event and post event, on-wiki and off-wiki.

We look forward to see you at Vijayawada on 15-16 February 2014

Pranayraj1985 (talk) ೧೮:೨೧, ೩ ಫೆಬ್ರುವರಿ ೨೦೧೪ (UTC) Secretary, Tewiki 10th Organizing Committee(Sorry for writing in English)

Answer ????????? ସମସ୍ତଙ୍କ ସହଯୋଗ ଓ ପରିଶ୍ରମକୁ ନେଇ କେହି ମାଗଣା ନାଆଁ କମାଇ ପ୍ରଚାର ନ କର[ସମ୍ପାଦନା]

''ଯେ କୈଣସି କର୍ମଶାଳା ଓ ଆଲୋଚନାଚକ୍ରର ଏମିତି ଯୋଜନା ଥିଲେ ଉଇକିପିଡିଆ ସହିତ ଦୀର୍ଘଦିନରୁ ସମ୍ପୃକ୍ତ ସଭ୍ୟମାନଙ୍କୁ ଅନ୍ତତଃ ୧୦-୧୨ ଦିନ ପୂର୍ବରୁ ଜଣାଇ ଆଲୋଚନା ସଭାରେ ଉପସ୍ଥାପନା କଲେ କିଛି ସୁଫଳ ମିଳନ୍ତା | ଏପରି ଅଚାନକ ଯୋଜନାର ଅର୍ଥ : ବାହାଘର ଦିନ ବାଇଗଣ ଗଛ ଲଗାଇବା ଓ ବୃଥା ପରିଶ୍ରମ | ମନଇଛା ତାରିଖ ଓ ସମୟ ସ୍ଥିର କରିବା କୈଣସି ଗୋଷ୍ଠୀଯୁକ୍ତ କାର୍ଯ୍ୟର ଅବନ୍ନତିର ଲକ୍ଷଣ | ସ୍ବଚ୍ଛ ମନଭାବ ରଖି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି କାମ କଲେ, ସମସ୍ତ କାର୍ଯ୍ୟରେ ଉନ୍ନତି ହୁଏ | ସମସ୍ତଙ୍କ ସହଯୋଗ ଓ ପରିଶ୍ରମକୁ ନେଇ କେହି ମାଗଣା ନାଆଁ କମାଇ ପ୍ରଚାର ନ କରି ଓ ପାତର ଅନ୍ତର ମନଭାବ ନ ରଖିବାକୁ ଅନୁରୋଧ । '

delete kia kale o kanhiki ?? Mkar, Adithya Mahar,Shitikantha Das, Ansuman tame mane sata ku bahara kara.. kahara sahajya na nei Odia ku aagaku nia.. A2k pls don't entfr in an Odia Wikipedia. Stop ur drama... Adithya,Mkar,Shitikantha aau 2/3 jana nka pain 5000 topic re aaji pahanchichi.. A2K kan magana publicity karibaa pain achhi ki.. ?? A2K ra darkar kan Odia wiki re .. ???

ଭାଇ ମୁଁ ତୁମ ସହିତ ଏକମତ, କିନ୍ତୁ ତୁମେ ଯଦି ଏମିତି ଅଜଣା ହୋଇ ଲେଖିବ ତେବେ କିଛି ଲାଭ ହେବନି! ମୁଁ ଏକା ଯେତିକି ପାରୁଛି କହୁଛି । -- ଅଂଶୁମାନ ତାର ଯୋଡ଼ିବେ? ୧୫:୧୪, ୮ ଫେବୃଆରୀ ୨୦୧୪ (UTC)
ଭାଇ/ଭଉଣୀ ଏହି ବିଷୟରେ ଉଇକିଆଳି ମାନେ ଗତଥର ଦେଖା ହେଇଥିଲା ବେଳେ କଥା ହେଇଥିଲେ ଏବଂ ସେଥିପାଇଁ ଏପ୍ରିଲ ୧ରେ ହେବାକୁ ଥିବା ମେଳଣ ପାଇଁ ଏବେଠାରୁ ପ୍ରସ୍ତାବ ରଖାଯାଇଛି । ଆଲୋଚନା ଦ୍ଵାରା ଆମେ ପୂର୍ବ ଭୁଲ ଗୁଡିକ ସୁଧାରି ପାରିବା । ଆଉ ମୋ ମତରେ ପ୍ରାୟ ଓଡିଆ ଉଇକିପିଡିଆରେ ପାତର ଅନ୍ତର ମନୋଭାବ କାହାର ନାହିଁ । ଆଦିତ୍ୟ ଭାଇ, ମୃତ୍ୟୁଞ୍ଜୟ ଭାଇ ଏବଂ ଶିତିକଣ୍ଠ ଯୋଗୁ ବହୁତ ଉନ୍ନତି ହେଇଛି । ବିନା ସାହାଯ୍ୟରେ ଗୋଟେ ଗୋଷ୍ଠୀଗତ କାମକୁ ସଫଳ କରିବା ବହୁତ କଷ୍ଟ ଏବଂ ଅସମ୍ଭବ ଭଳି । A2K, ଉଇକିମିଡିଆ ଫାଉଣ୍ଡେସନ ତରଫରୁ ଆର୍ଥିକ ବୁଝାମଣା କରୁଛି । ଆପଣ ନିଜ ପରିଚୟ ଦେଇ ଲେଖିଲେ ଭଲ ହୁଅନ୍ତା । କାରଣ ଏମିତି ଲେଖିଲେ ଆପଣଙ୍କ କଥାକୁ ବାହାର ଲୋକଙ୍କ କଥା ଭାବେ ଆଉ ଗ୍ରହଣ ନ କରା ଯାଇପାରେ । ପରିଚୟ ନ ଦେଲେ ଆପଣଙ୍କ ପ୍ରଶ୍ନର ଉତ୍ତର ନ ଦିଆଯାଇପାରେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୧୨, ୯ ଫେବୃଆରୀ ୨୦୧୪ (UTC)
ଯେହେତୁ ଏଥିରେ ଆଗରୁ ଯୋଜନା କରିବା ବାବଦରେ ଲେଖାଯାଇଛି ଜଣାଇଦେବାକୁ ଚାହେଁ ଯେ ଏ ବାବଦରେ ଆଲୋଚନା ଯଥେଷ୍ଟ ଆଗରୁ (ନ‌ଭେମ୍ବର ୨୮ରେ) ଆରମ୍ଭ କରି ଏଥି ପାଇଁ ଏକ କାର୍ଯ୍ୟକ୍ରମ ପୃଷ୍ଠା ମୁଁ ଆରମ୍ଭ କରିଥିଲି । ତେବେ କି କି କାର୍ଯ୍ୟକ୍ରମ କରା‌ଯିବ ଏଥିପାଇଁ କିଛି ଆଲୋଚନା, ଆଲୋଚନା ସଭାରେ ହୋଇ‌ନ‌ଥିଲା । ଏହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ଯେ, ଆଲୋଚନା ସଭାରେ ଆଗରୁ ଆଲୋଚନା କରି କାର୍ଯ୍ୟକ୍ରମ କଲେ ଯାଇ ସୁଫଳ ମିଳିବ ଓ କାର୍ଯ୍ୟକ୍ରମଟିଏ ସଫଳ ହେବ । ଦ୍ୱିତୀୟତଃ ଓଡ଼ିଆ ଉଇକିପିଡ଼ିଆର ୧୦ ବର୍ଷ ପୂରଣ ଉପରେ ହୋଇଥିବା କାର୍ଯ୍ୟକ୍ରମରେ A2K ନୁହେଁ, ବରଂ ଏଥିରେ ଯେଉଁ ଉଇକିଆଳିମାନ‌ଙ୍କର ଅବଦାନ ରହିଛି ସେମାନଙ୍କୁ ଶ୍ରେୟ ଦିଆଯାଇଛି । ଯେଉଁମାନେ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସେମାନେ ଏ ବାବଦରେ ଅଧିକ କ‌ହିପାରିବେ । ମୁଁ ଆଉଏକ ସ୍ପଷ୍ଟୀକରଣ ଦେବାକୁ ଚାହେଁ ଯେ A2K କେବଳ ଆର୍ଥିକ ଅନୁଦାନ ଦେଇଥିଲା । ଏହା ବାଦ ମୁଁ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲି । ଏହା ଉପରେ ଯେଉଁ ଗଣମାଧ୍ୟମରେ ସମ୍ବାଦ ଆଦି ପ୍ରକାଶିତ ହୋଇଛି ତାହା ସମୃକ୍ତ ଅନୁଷ୍ଠାନ ବା ସାମ୍ବାଦିକଙ୍କର ମତ ଏଥିରେ ମୋର/A2Kର କୌଣସି ସଂପୃକ୍ତି ନାହିଁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୪୧, ୧୧ ଫେବୃଆରୀ ୨୦୧୪ (UTC)

ShitiBot ପାଇଁ ସମର୍ଥନ ଆବଶ୍ୟକ[ସମ୍ପାଦନା]

ShitiBotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଯଦିଓ ଏହାକୁ ନୂଆ ଲେଖା ତିଆରି ପାଇଁ ଯୋଜନା କରିଥିଲି, ଲେଖା ତିଆରି ବ୍ୟତୀତ ପୁରୁଣା ଲେଖାକୁ ଉନ୍ନତ କରିବା, ଶ୍ରେଣୀ ଯୋଗ ଇତ୍ୟାଦି ଆହୁରି ଅନେକ କାମ ଏହା ଦ୍ଵାରା କରାଯାଇପାରିବ ।--ଶିତିକଣ୍ଠ (ଆଲୋଚନା) ୧୬:୨୦, ୭ ଫେବୃଆରୀ ୨୦୧୪ (UTC)



ansumang ଭାଇ ଆପଣଙ୍କ ମତକୁ ଉଇକିପିଡ଼ିଆ:Bots/Requests for approval/ShitiBot କୁ ଘୁଞ୍ଚାଇଦେଇଛି । ଶ୍ରୀକାନ୍ତ ଭାଇ ଆଗରୁ ଯେପରି କରିଥିଲେ ତାକୁ ଅନୁସରଣ କରି ସେଇ ଢାଞ୍ଚାରେ ଆବେଦନ କରିଛି । ଯଦି କିଛି ଭୁଲ ଭାଲ ଅଛି ଠିକ କରିଦେବେ । :)--ଶିତିକଣ୍ଠ (ଆଲୋଚନା) ୧୫:୫୭, ୮ ଫେବୃଆରୀ ୨୦୧୪ (UTC)

AWB ବ୍ୟବହାରକରି Stub ତିଆରି[ସମ୍ପାଦନା]

ପୂର୍ବ ଆଲୋଚନା: ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୭#AWB ବ୍ୟବହାରକରି Stub ତିଆରି

ବହୁତ ଡେରିରେ ମୋ ମତ ରଖୁଥିବାରୁ ପ୍ରଥମେ ମୁଁ ସମସ୍ତଙ୍କ ନିକଟରୁ ପ୍ରଥମେ କ୍ଷମା ଚାହିଁବି ।
  • ଅଧିକାଂଶ ନୂଆ ବ୍ୟବହାରକାରୀ ନାମମାତ୍ର ପ୍ରସଙ୍ଗ (ମୁଣ୍ଡିଆ ବା stub) ତିଆରି କରି ଉଇକିପିଡ଼ିଆରେ ସମ୍ପାଦନା ଆରମ୍ଭ କରିଥାନ୍ତି (ମୁଁ ବି ସେପରି ଆରମ୍ଭ କରିଥିଲି) । ଓଡ଼ିଆ ଉଇକିପିଡ଼ିଆରେ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା କମ, ତେଣୁ ଗୋଟିଏ ନୂଆ ନାମମାତ୍ର ପ୍ରସଙ୍ଗ ତିଆରି ହେବାପରେ ସେଥିରେ ଏକାଧିକ ବ୍ୟବହାରକାରୀ ଅଧିକ ତଥ୍ୟ ଯୋଡ଼ି ତାହାକୁ ବଡ଼ କରିବା କ୍ବଚିତ ଦେଖିବାକୁ ମିଳେ ‌। କେବଳ ଏହି କାରଣ ଯୋଗୁଁ ଜଣେ ସାଧାରଣ ବ୍ୟବହାରକାରୀ ଭାବେ ନାମମାତ୍ର ପ୍ରସଙ୍ଗ ତିଆରି କରିବାକୁ ମୁଁ ବ୍ୟକ୍ତିଗତ ଭାବେ ସମର୍ଥନ କରେ ନାହିଁ । ମୁଁ ଅଂଶୁମାନଙ୍କ ମତ ସହ ସଂପୂର୍ଣ୍ଣ ଏକମତ ଯେ କେବଳ ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ନିମନ୍ତେ ସ୍ବୟଂକ୍ରିୟ ପ୍ରକ୍ରିୟାରେ ଏହିପରି ଶତାଧିକ ନାମମାତ୍ର ପ୍ରସଙ୍ଗ ତିଆରି କରିବା ଅନୁଚିତ ଓ ତିଆରି କରିବା ପୂର୍ବରୁ ଏବାବଦରେ ଉଇକିପିଡ଼ିଆରେ ଆଲୋଚନା ହେବା ଉଚିତ ।
  • ତେବେ ଓଡ଼ିଆ ଉଇକିପିଡ଼ିଆରେ ଏକାଧିକ ନାମମାତ୍ର ପ୍ରସଙ୍ଗ, କୌଣସି ଜଣେ ବ୍ୟବହାରକାରୀ ତିଆରି କରିବା ପ୍ରଥମ ଘଟଣା ନୁହେଁ (ସ୍ଵୟଂକ୍ରିୟ ଉପାୟରେ ତିଆରି କରିବାରେ ଏହା ପ୍ରଥମ)। ଏହାପୂର୍ବରୁ କମଳାକାନ୍ତ ବିଭିନ୍ନ ଦେଶ ବାବଦରେ ଏହିଭଳି ନାମମାତ୍ର ପ୍ରସଙ୍ଗ ତିଆରି କରିଥିଲେ । ଏବେ ଆଦିତ୍ୟ ତିଆରି କରୁଥିବା ଭାରତର ବିଭିନ୍ନ ଜିଲ୍ଲା ସମ୍ବନ୍ଧୀୟ ପ୍ରସଙ୍ଗ ଗୁଡ଼ିକ ମଧ୍ୟ ସେହି ଶ୍ରେଣୀ ଅନ୍ତର୍ଗତ । ତେବେ ମୋ ମତରେ ଏହି ତିନିପ୍ରକାର (ଦେଶ, ଜିଲ୍ଲା ଓ ଡାଇନୋସର) ଲେଖା ମଧ୍ୟରୁ ଡାଇନୋସର ଲେଖାଗୁଡ଼ିକର ଆବଶ୍ୟକତା ସବୁଠୁ କମ, ଯାହା ନିଜେ ଶିତିକଣ୍ଠ ମଧ୍ୟ ପୂର୍ବ ଆଲୋଚନାରେ ସ୍ଵିକାର କରିଛନ୍ତି । ୨୦୧୧ରେ କମଳାକାନ୍ତ ଦେଶ ସମ୍ବନ୍ଧୀୟ ପ୍ରସଙ୍ଗ ତିଆରି କରିବାବେଳେ ମୁଁ ଜାଣିଥିଲି । ସେ ସମୟରେ ସେ ମୋର ମତ ଲୋଡ଼ିବାରୁ ମୁଁ କ୍ରିକେଟ ଖେଳାଳୀଙ୍କ ବଦଳରେ ବିଭିନ୍ନ ଦେଶ ବାବଦରେ ପ୍ରସଙ୍ଗ ତିଆରି କରିବାକୁ ପରାମର୍ଶ ଦେଇଥିଲି। ୨୦୧୩ରେ ଶିତିକଣ୍ଠ ଡାଇନୋସର ପ୍ରସଙ୍ଗ ତିଆରି କରିବା ପୂର୍ବରୁ ମୁଁ ଜାଣିନଥିଲି । ଏଥିପାଇଁ ଅବଶ୍ୟ ଶିତିକଣ୍ଠଙ୍କୁ ମୁଁ ସଂପୂର୍ଣ୍ଣ ଦୋଷ ଦେଉନି, କାରଣ ସେ ଏଥି ନିମନ୍ତେ କୌଣସି ଯୋଜନା କରିନଥିଲେ ଅକସ୍ମାତ ତିଆରି କରିଦେଇଛନ୍ତି।
  • ମୁଁ ଅଂଶୁମାନଙ୍କ ମତ ସହ ପୁନଶ୍ଚ ଏକମତ ଯେ ଆଲୋଚନା ସଭାରେ ଅଜଣା ବ୍ୟବହାରକାରୀଙ୍କ ଦ୍ୱାରା CISA2K ବାବଦରେ ଦିଆଯାଇଥିବା ମନ୍ତବ୍ୟକୁ ଶୁଭାଶିଷ ପଛକୁ ଫେରାଇବା ଠିକ ହେଇନି। ସେହି ମନ୍ତବ୍ୟକୁ ପଛକୁ ଫେରାଇବା ନିମନ୍ତେ ଆଦିତ୍ୟ ମତେ ଅନୁରୋଧ କରିଥିଲେ, କିନ୍ତୁ ମୁଁ ବଦଳାଇବା ପୂର୍ବରୁ ହିଁ ତାହା ବଦଳା ସରିଥିଲା । ପୂର୍ବରୁ ଥରେ ମୁଁ Tag କରିଥିବା ପୃଷ୍ଠାଟିକୁ ନିଜେ ଲିଭାଇଦେଇ ଥିବାରୁ ଅଂଶୁମାନ ମତେ ଏ ସମ୍ବନ୍ଧୀୟ ନୀତି ବାବଦରେ ଅବଗତ କରାଇଥିଲେ । ସେଇଥି ଯୋଗୁଁ ମୁଁ କନ୍ଥା ପ୍ରସଙ୍ଗର ଉଇକିଡାଟା ସଂଯୋଗ ପଛକୁ ନ ଫେରାଇ କେବଳ ନିଜ ମତ ରଖିଥିଲି ।
  • ଓଡ଼ିଆ ଉଇକିପିଡ଼ିଆର କେତେକ ବିଷୟ ନିମନ୍ତେ ସ୍ବତନ୍ତ୍ର ନିୟମାବଳୀ ନଥିବାରୁ ପରିଚାଳକ କ୍ଷମତା ବ୍ୟବହାର କରିବାବେଳେ କେତେକ ନିଷ୍ପତି ମୁଁ ନିଜେ ନିଜେ ନେଇଥାଏ, ଯଥା ବଛା ଲେଖା ଓ ବଛା ଛବି ବାଛିବା, ଅନୁପଯୁକ୍ତ ପ୍ରସଙ୍ଗ ଲିଭାଇବା ଓ ବିଭିନ୍ନ ପ୍ରସଙ୍ଗକୁ ନୂଆ ନାମକୁ ଘୁଞ୍ଚାଇବା ଇତ୍ୟାଦି। ଯଦି କେହି ଏବାବଦରେ ଅସନ୍ତୁଷ୍ଟ ଥାଆନ୍ତି କିମ୍ବା କିଛି ସ୍ପଷ୍ଟିକରଣ ଚାହୁଁଥାଆନ୍ତି ତେବେ ନିଃସଙ୍କୋଚରେ ଲେଖନ୍ତୁ। ଜଣେ ସହ-ପରିଚାଳକ ଭାବେ ସମସ୍ତ ବ୍ୟବହାରକାରୀଙ୍କୁ, ସେମାନଙ୍କ ମୁଲ୍ୟବାନ ଅବଦାନ ନିମନ୍ତେ ଧନ୍ୟବାଦ ଦେବା ସହ ଭବିଷ୍ୟତରେ ମଧ୍ୟ ଏହିପରି ନିରନ୍ତର ସହଯୋଗ ପାଇବା ନିମନ୍ତେ ଆଶା କରୁଛି, ଜୟ ଜଗନ୍ନାଥ... --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୦, ୯ ଫେବୃଆରୀ ୨୦୧୪ (UTC)
ବିଳମ୍ବରେ ହେଲେ ବି ଏ ବିଷୟରେ ଲେଖିଥିବାରୁ ଅନେକ ଧନ୍ୟବାଦ ମୃତ୍ୟୁଞ୍ଜୟ ଭାଇ । ମୁଁ ଉପରୋକ୍ତ ସମସ୍ତ ବିଷୟରେ ଏକମତ । ମୁଁ ମୋ ଭୁଲ ସ୍ୱୀକାର କରୁଛି । ଅଂଶୁମାନ ମୋତେ ଏ ବାବଦରେ ଜଣାଇବା ପରେ ଆଉଥରେ ଏକ ମତ ଅଜଣା ଭାବେ କେହି ଜଣେ ଲେଖିଥିଲେ ଯେଉଁଥିରେ ମୁଁ କିଛି ବି ବଦଳ କରିନାହିଁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୨୮, ୧୧ ଫେବୃଆରୀ ୨୦୧୪ (UTC)
  • କ୍ରିକେଟ ଖେଳାଳୀ ଓ ଡାଇନୋସର ପ୍ରସଙ୍ଗ ତୁଳନାରେ ଦେଶ ଓ ଜିଲ୍ଲା ସମ୍ବନ୍ଧୀୟ ପ୍ରସଙ୍ଗର ଆବଶ୍ୟକତା ନିଶ୍ଚିତ ଭାବେ ଅଧିକ । କିନ୍ତୁ ଜଣେ ବ୍ୟବହାରକାରୀ କେବଳ/ବା ଅଧିକ ଷ୍ଟବ ତିଆରି ନକରି, କିଛି ତିଆରି କଲା ପରେ ସେଗୁଡିକୁ ଉନ୍ନତ କରିବା ଦରକାର । କେଉଁ ପ୍ରକାର stub ତିଆରି କଲେ ପରେ ଉନ୍ନତ କରିହେବ ଧ୍ୟାନ ଦେବା ଉଚିତ ଏବଂ stubରେ କମସେ କମ ଗୋଟିଏ ଉପଯୁକ୍ତ ଆଧାର ରହିବା ନିହାତି ଆବଶ୍ୟକ ।
  • ଯେଉଁ ପ୍ରକାର ନିଷ୍ପତି ନିଜେ ନେଲେ ଅସୁବିଧା ହେବନି ବା ନିଆଯିବା ଆବଶ୍ୟକ ସେମିତି ନିଷ୍ପତି ଆମମାନଙ୍କୁ ନେବାକୁ ହେବ । ଏହା ପରିଚାଳକମାନଙ୍କର ଗୋଟିଏ ଦାୟିତ୍ଵ । ଧନ୍ୟବାଦ, ଜୟ ଜଗନ୍ନାଥ -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୯, ୧୨ ଫେବୃଆରୀ ୨୦୧୪ (UTC)

ShitiBot ବାବଦରେ ମତ :[ସମ୍ପାଦନା]

ShitiBot ବ୍ୟାବହାର କରି ମୁଁ ଯେଉଁ କିଛି ବଦଳ AWB ଦ୍ଵାରା କରିଛି ସେ ସମ୍ପର୍କରେ ମତ ରଖୁଛି :

♦ କିଛି ଦିନ ତଳେ (ଦୁଇ ଦିନ ତଳେ) ShitiBot ବହୁତ ବଦଳ କରିଥିଲା, ଏଥିରେ କୌଣସି ନୂଆ ଲେଖା ତିଆରି ହୋଇନଥିଲା ବରଂ ଆଗରୁ ତିଆରି ହୋଇଥିବା ମୁଣ୍ଡିଆ କୁ ଉନ୍ନତି କରଯାଇଥିଲା । ଏହା ଦୁଇଟି ପର୍ଯ୍ୟାୟରେ କରାଗଲା :
୧ - ପୂର୍ବରୁ ତିଆରି ହୋଇଥିବା ଲେଖାରେ {{ଛୋଟ|xxxx}} ହଟାଇ ଇଂରାଜୀ ଲିଙ୍କ ଯୋଗ; {{lang-en|xxxx}} ଜାଗାରେ ଇଂରାଜୀ ନାଁ ଯୋଗ; ଓ ଶେଷରେ କେବଳ ଇଂରାଜୀ ଇଣ୍ଟରଉଇକି ଯୋଗ । ପରେ ଯଦି ସମ୍ଭବ ହେବ ଏହାକୁ ଉଇକିଡାଟା ସହ ଯୋଗ କରିଦିଆଯିବ । ବର୍ତ୍ତମାନ କିଛି ଅସୁବିଧା ହେଉଛି । ବୋଧେ bot flag ନଥିବାରୁ (ଯଦି ନହୁଏ ମନୁଆଲି କରିବାକୁ ପଡିବ)|
୨ - ଯେଉଁ ଡାଇନୋସର ସବୁ କ୍ରେଟାସିଆସ ଯୁଗର ଥିଲେ ସେଥିରେ ସେହି ତଥ୍ୟ ଓ ଶ୍ରେଣୀ ଯୋଗ କରାଗଲା ।
♦ ଆଗକୁ କିଛି ଯୋଜନା ଅଛି । ଯଥା :
  1. - ଜୁରାଶିକ ଓ ଟ୍ରାଇଆଶିକ ଯୁଗର ଡାଇନୋସରରେ ତଥ୍ୟ ଯୋଗ ।
  2. - ଡାଇନୋସର ଖାଦ୍ୟ ବାବଦରେ ତଥ୍ୟ ଯୋଗ ।
  3. - ବସାସ୍ଥାନ ବାବଦରେ ତଥ୍ୟ ଯୋଗ ।
  4. - ଓଡ଼ିଆ ନାମକୁ ଘୁଞ୍ଚାଇବା । (ତଥ୍ୟ ଇଂରାଜୀ ଉଇକିରେ ଲିଷ୍ଟ ଓ ଶ୍ରେଣୀ ଭାବେ ଅଛି ଏଣୁ କାମ ସାରିବା ପରେ ଶେଷରେ ଓଡ଼ିଆ ନାଁ କୁ ଘୁଞ୍ଚାଇଦିଆ ଯିବ)
♦ ବାକି ଥିବା ଅନ୍ୟ ଡାଇନୋସର ପ୍ରସଙ୍ଗ ତିଆରି ।--ଶିତିକଣ୍ଠ (ଆଲୋଚନା) ୨୦:୪୭, ୯ ଫେବୃଆରୀ ୨୦୧୪ (UTC)

ଜନ୍ମତିଥି[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଆମେ ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିବା ପ୍ରଥମ ସମ୍ପାଦନା ଆଧାରରେ ପାଳନ କରୁଛେ । କିନ୍ତୁ ସେହି ସମ୍ପାଦନା ଇତିହାସର ଲିଙ୍କ କେଉଁଠି ପୂର୍ବରୁ ଦିଆଯାଇଛି କି? ମୁଁ ଆଲୋଚନା ସଭା ଅଭିଲେଖରେ ଓ ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥିରେ ପାଇଲିନି । ଏହା ଯେଉଁ ସ୍ଥିର କରାଯାଇଥିଲା କେଉଁଠି ଆଲୋଚନା ହୋଇଥିଲା କି? ଯଦି ହୋଇଥିଲା କେଉଁଠି? ମୃତ୍ୟୁଞ୍ଜୟ ଭାଇ, ସୁଭାସିସ ଦୟାକରି କଣ ଜାଣିଛନ୍ତି ଜଣାଇବେ? ମୋର ସନ୍ଧାନ ଅନୁସାରେ ମୁଁ ୨୦୦୨ ମସିହା ଓ ୨୦୦୪ ମସିହାର କିଛି ସମ୍ପାଦନା ପାଇଛି, ୨୦୦୨ର ସମ୍ପାଦନା ଲିଭାହୋଇସାରିଛି, ୨୦୦୪ Jan ୨୯ର ସମ୍ପାଦନା ଇଉଜର "MediaWiki_default" ଦ୍ଵାରା, ଯାହା ଏକ ବଟ । ଏ ବିଷୟରେ କଣ କହିବେ ଆପଣମାନେ? -- ଅଂଶୁମାନ ତାର ଯୋଡ଼ିବେ? ୦୭:୪୯, ୧୨ ଫେବୃଆରୀ ୨୦୧୪ (UTC)

ଅଂଶୁମାନ, ଏହି ଲିଙ୍କରେ ଦିଆଯାଇଥିବା ବଦଳଟି ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ବଦଳ । ଏହା ସିଜୁ ଏହି ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । ତେଣୁ ସେହି ଲିଙ୍କ ଅନୁସାରେ ୨୦୧୨ ପରଠାରୁ ଏହି ଦିନ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବେ ପାଳନ କରାଯାଉଛି । ମୋର ବିଶ୍ୱାସ ତା' ଆଗରୁ ଆଉ କିଛି ବଦଳ ହୋଇନ‌ଥିଲା । ମୃତ୍ୟୁଞ୍ଜୟ ଭାଇଙ୍କ ମତ କଣ? ଏହି ପୃଷ୍ଠାର ତ‌ଥ୍ୟଗୁଡ଼ିକୁ ବ୍ୟବ‌ହାର କରି ଓଡ଼ିଆ ଉଇକିପିଡ଼ିଆର ଇତିହାସ ପୃଷ୍ଠାଟିକୁ ସମୃଦ୍ଧ କରାଯାଇପାରିବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୪୬, ୧୨ ଫେବୃଆରୀ ୨୦୧୪ (UTC)
  • ସେହି ମେଟା ପୃଷ୍ଠା ଅନୁସାରେ te:Special:diff/1 ତେଲୁଗୁ ଉଇକି ପାଇଁ ସମାନ ତାରିଖ ଆଉ ପୃଷ୍ଠା ମଧ୍ୟ ସମାନ, Templete:All messages କିନ୍ତୁ te:WP:Tewiki10ରୁ ଜଣାପଡୁଛି ସେମାନେ ୨୯ ଜାନୁଆରୀ ୨୦୦୪ କୁ ପାଳନ ନକରି ୧୦ ଡିସେମ୍ବର ୨୦୦୩ ପାଳନ କରୁଛନ୍ତି ।
  • ଓଡ଼ିଆ ଉଇକିରେ Special:Diff/1ର ତାରିଖ ୨୯ ଜାନୁଆରୀ ୨୦୦୪ ଓ Special:Diff/2ର ୩ ଜୁନ ୨୦୦୨, ତ diff/oldid ଓ ତାରିଖ କ୍ରମରେ ରହୁନି ।
  • Special:Diff/2ର ସଂସ୍କରଣକୁ ପୁନସ୍ଥାପନ କରିବା ପରେ ଆମେ ଦେଖିପାରିବା ତାରିଖ ୨୦୦୨/୦୬/୦୩, ଆମେ ଯେଉଁ କହୁଛେ ୨୦୦୨ ରେ ଆରମ୍ଭ ହୋଇଥିଲା ତାହା ଏହି ବଦଳ ପାଇଁ, ଆଉ କିଛି ବଦଳ ୨୦୦୨ରୁ ମିଲୁନି ।
  • ୨୯ ଜାନୁଆରୀ ୨୦୦୪ ରେ ବଟ ବଦଳକୁ ମାନିବାରେ କିଛି ଯଥାର୍ଥତା ନାହିଁ, କାରଣ ୨୦୦୮/୨୦୦୯ ପର୍ଯ୍ୟନ୍ତ ସେମିତି କିଛି ଓଡିଆରେ ଲେଖାହେଇନି । ଆମେ ୨୦୦୫ର Special:Diff/2172, ୨୦୦୬ର Special:Diff/5076 ବା ପ୍ରଧାନ ପୃଷ୍ଠାର ଇତିହାସ ଅନୁସାରେ Special:Diff/5092/Special:Diff/5093 କୁ ମଧ୍ୟ ବିଚାର କରିପାରିବା ।
  • ମୋ ମତରେ diff 2 ଅନୁସାରେ ୩ ଜୁନ ୨୦୦୨ (ପ୍ରଧାନ ପାତା)ର ବଦଳକୁ ମାନିବା ଠିକ ହେବ, ଯେହେତୁ ଏବିଷୟରେ ଆଗରୁ କିଛି ଆଲୋଚନା ହେଇନି ଆମେ ବିଚାର କରି ସ୍ଥିର କରିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୪:୧୮, ୧୩ ଫେବୃଆରୀ ୨୦୧୪ (UTC)
ଯୁକ୍ତିଯୁକ୍ତ ଲାଗୁଛି ଉପରର ସମସ୍ତ କ‌ଥା । ସମସ୍ତଙ୍କ ମ‌ତକୁ ଅପେକ୍ଷା, ଆଉ ଏମିତି ହେଲେ ଜୁନ ୩ରେ ଆଉଥରେ ଜନ୍ମତିଥି ପାଳନ ହେବ? :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୦, ୧୩ ଫେବୃଆରୀ ୨୦୧୪ (UTC)
ମୁଁ ଖୋଜି ମୋ ମତରଖିଲି, ଆପଣମାନଙ୍କ ଇଚ୍ଛା । ତିନିବର୍ଷ ପାଳନ କରିଛେ, ଆଶା ତିରିସ ବର୍ଷ ପାଳନ କରିବା ତ ସଠିକ ତାରିଖରେ ପାଳନ କଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୦୩:୦୭, ୧୫ ଫେବୃଆରୀ ୨୦୧୪ (UTC)
ମୋ ମତରେ ଜୁନ ୩ ହିଁ ଠିକହେବ । କିନ୍ତୁ ଏ ବର୍ଷ ଆଉଥରେ ପାଳନ କରିବା ହାସ୍ୟାସ୍ପଦ ହେବ ।--ଶିତିକଣ୍ଠ (ଆଲୋଚନା) ୦୫:୨୪, ୧୫ ଫେବୃଆରୀ ୨୦୧୪ (UTC)
ଯଦି ପ୍ରଥମ ସମ୍ପଦନାକୁ ଜନ୍ମଦିନ ଭାବେ ପାଳନ କରାଯିବ ତେବେ or.wikipedia.orgରେ ପ୍ରମାଣିତ ହେଇପାରୁଥିବା ଭଳି ସମ୍ପାଦନାଟି ହେଉଛି ପ୍ରଧାନ ପ୍ରତା ଆଉ ସେଇ ଅନୁସାରେ ଜୁନ 3 ହିଁ ଜନ୍ମଦିନ ରୂପେ ପାଳନ କରାଯିବା ଉଚିତ । ଜଣାଶୁଣା ପ୍ରସଙ୍ଗ ହିସାବରେ ଭାରତକୁ ନିଆଯାଇପାରିବ । ଯଦି ଏହି ସବୁ ଜିନିଷର ସେମିତି କିଛି ସଠିକ ତଥ୍ୟ ମିଳୁନାହିଁ ତ ମୋ ମତରେ or.wikipedia.orgରେ ଯେଉଦିନ ଓଡ଼ିଆ ଉଇକିପେଡିଆ ଲେଖା ହେଲା ସେହିଦିନକୁ ମଧ୍ୟ ପାଳନ କରାଯାଇପାରିବ । ଆଉ ଯଦି ଜୁନ ୩କୁ ପାଳନ କରାଯାଉଛି ତେବେ ଏଇ ବର୍ଷ ପାଳନ କଲେ ଭଲ ହେବନି ବିଭିନ୍ନ ଆଡୁ ବିଭିନ୍ନ ପ୍ରଶ୍ନ ଆସିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୦, ୧୫ ଫେବୃଆରୀ ୨୦୧୪ (UTC)
ମତେ ୨୫ ମାର୍ଚ୍ଚ (୨୦୦୫) ଅଧିକ ଯୁକ୍ତିଯୁକ୍ତ ଲାଗୁଛି ( ପ୍ରଧାନ ପାତାରେ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର)। ୩ ଜୁନ (୨୦୦୨) କୁ ଆରମ୍ଭ ଧରିଲେ ଆଉ ୪ମାସପରେ ଦ୍ଵାଦଶ ଜନ୍ମତିଥି ପାଳନ କରିବା ଉଚିତ ହେବ । ଅଂଶୁମାନ ଭାଇ ଏହି ପ୍ରଶଂସନୀୟ ଉଦ୍ୟମ (ଜନ୍ମତିଥିର ଆଧାର ସମ୍ବନ୍ଧୀୟ ପ୍ରାମାଣିକ ତଥ୍ୟ) ନିମନ୍ତେ ମୋ ତରଫରୁ ଶୁଭେଚ୍ଛା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୮, ୧୮ ଫେବୃଆରୀ ୨୦୧୪ (UTC)
ମୃତ୍ୟୁଞ୍ଜୟ ଭାଇ ୨୫ ମାର୍ଚ୍ଚ ୨୦୦୪ର Special:Diff/765 ସମ୍ପାଦନା? ହଁ କିନ୍ତୁ "ପ୍ରଧାନ ପାତା" ପୃଷ୍ଠାର ନାମ ଓଡିଆ ଲିପି ପରା ଯାହା ୩ ଜୁନ ୨୦୦୨ ରେ ଲେଖାଯାଇଛି, ସେଇଟା ପ୍ରଥମ ବ୍ୟବହାର ନୁହେଁ କି? ଧନ୍ୟବାଦ ଭାଇ.. -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)
  • ଏହି ଆଲୋଚନାରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ତାହେଲେ ଏବେଠୁ ୩ ଜୁନ :) କିନ୍ତୁ ଆସନ୍ତା ବର୍ଷଠୁ ପାଳନ କରିବା ଠିକ ହେବ, ଯେଉଁମାନେ ପ୍ରଶ୍ନ କରିବେ ସେମାନଙ୍କୁ ଏହି ସମ୍ପାଦନା ଓ ଓଡ଼ିଆ ଲିପିର ପ୍ରଥମ ବ୍ୟବହାର ବିଷୟରେ ଅବଗତ କରାଇପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୦୩, ୨୮ ଫେବୃଆରୀ ୨୦୧୪ (UTC)

ଫେବ୍ରୁଆରିରେ କର୍ମଶାଳା ପାଇଁ ଆମନ୍ତ୍ରଣ[ସମ୍ପାଦନା]

ବନ୍ଧୁଗଣ, ଏହି ମାସରେ ନ୍ୟାସନାଲ ମ୍ୟାନେଜମେଣ୍ଟ କନ‌ଭେନସନ ତରଫରୁ CIS-A2Kକୁ ଯୋଗଦାନ କରି ଡିଜିଟାଲ ମାଧ୍ୟମରେ ଭାଷାର ବ୍ୟବ‌ହାର ଉପରେ ବକ୍ତୃତା ଦେବା ନିମନ୍ତେ ବିଷ୍ଣୁବର୍ଦ୍ଧନ ଓ ମୋତେ ଅନୁରୋଧ ମିଳିଛି । ଏହାର ଯିବାଆସିବା ଖର୍ଚ୍ଚ କିଟ ତରଫରୁ ବ‌ହ‌ନ କରାଯାଉଥିବାରୁ ମୁଁ ମୋର ଓଡ଼ିଶା ଗସ୍ତରେ ଉଇକିଆଳିମାନଙ୍କ ସ‌ହ ମିଶି କିଛି କର୍ମଶାଳାରେ ଭାଗନେବା ନିମନ୍ତେ ଇଚ୍ଛୁକ । ୨୧ରୁ ୨୩ ତାରିଖ ଭିତରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ତରଫରୁ ଅଧ୍ୟାପକ ଓ ଛାତ୍ରମାନଙ୍କ ନିମନ୍ତେ ଉଚ୍ଚତର ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା ଓ ଭାରତୀୟ ଜନସଂଚାର ସଂସ୍ଥାନରେ କର୍ମଶାଳା ନିମନ୍ତେ ୨୫/୨୬ ତାରିଖରେ ଅନୁରୋଧ ମିଳିଛି । ଏହା ବ୍ୟତୀତ ୨୧/୨୨ ତାରିଖରେ ଭୁବନେଶ୍ୱର ଓ କଟକରେ ଓଡ଼ିଆ ଉଇକିଆଳିଙ୍କ ସ‌ହ ବିଷ୍ଣୁ ଓ ମୁଁ ଭେଟିପାରିବୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୨୯, ୧୪ ଫେବୃଆରୀ ୨୦୧୪ (UTC)

  • ୨୧-୨୩ ତାରିଖ: ଓଡ଼ିଆ ଉଇକିପିଡ଼ିଆ ଉଚ୍ଚତର କର୍ମଶାଳା (ଭାଗ ନେଉଥିଲେ ଏହି ବିଭାଗଟି ସମ୍ପାଦନା କରି ତଳେ ନିଜର ନାମ ଉଲ୍ଲେଖ କରନ୍ତୁ)
  1. ସୁବାସ ଚନ୍ଦ୍ର ରାଉତ --Subas Chandra Rout (ମୋ ଆଲୋଚନା) ୧୬:୩୯, ୧୫ ଫେବୃଆରୀ ୨୦୧୪ (UTC)
  2. ଜ୍ଞାନରଞ୍ଜନ ସାହୁ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୩୫, ୧୬ ଫେବୃଆରୀ ୨୦୧୪ (UTC)
  • ଉଇକିଆଳି ମେଳଣ (୨୧/୨୨ ତାରିଖ): ଭୁବନେଶ୍ୱର/କଟକ (ଭାଗ ନେଉଥିଲେ ଏହି ବିଭାଗଟି ସମ୍ପାଦନା କରି ତଳେ ନିଜର ନାମ ଉଲ୍ଲେଖ କରନ୍ତୁ)
  1. ସୁବାସ ଚନ୍ଦ୍ର ରାଉତ --Subas Chandra Rout (ମୋ ଆଲୋଚନା) ୧୬:୩୯, ୧୫ ଫେବୃଆରୀ ୨୦୧୪ (UTC)
  2. ଜ୍ଞାନରଞ୍ଜନ ସାହୁ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୩୫, ୧୬ ଫେବୃଆରୀ ୨୦୧୪ (UTC)
  3. ଶିତିକଣ୍ଠ ଦାଶ ( ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ନପାରେ କିନ୍ତୁ ମେଳଣରେ ଯୋଗ ଦେବା ପାଇଁ ଚେଷ୍ଟା କରିବି )--ଶିତିକଣ୍ଠ (ଆଲୋଚନା) ୦୧:୫୪, ୧୮ ଫେବୃଆରୀ ୨୦୧୪ (UTC)
  • ଉଚ୍ଚତର ଉଇକିପିଡ଼ିଆ କର୍ମଶାଳା (୨୫/୨୬ ତାରିଖ): ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ (ଭାଗ ନେଉଥିଲେ ଏହି ବିଭାଗଟି ସମ୍ପାଦନା କରି ତଳେ ନିଜର ନାମ ଉଲ୍ଲେଖ କରନ୍ତୁ)
  1. ସୁବାସ ଚନ୍ଦ୍ର ରାଉତ --Subas Chandra Rout (ମୋ ଆଲୋଚନା) ୧୬:୩୯, ୧୫ ଫେବୃଆରୀ ୨୦୧୪ (UTC)

କର୍ମଶାଳାମାନଙ୍କରେ ସାମାନ୍ୟ ବଦଳ[ସମ୍ପାଦନା]

ବିଳମ୍ବରେ ଏ ବିଷୟରେ ଜଣାଉଥିବାରୁ ପ୍ରଥମେ କ୍ଷମା ମାଗିନେଉଛି । ପିଲାଙ୍କର ପରୀକ୍ଷାରେ ଶିକ୍ଷକମାନେ ବ୍ୟସ୍ତ ଥିବାରୁ ବୋଧେ ୨୧/୨୨/୨୩ ତାରିଖରେ କିସଠାରେ କର୍ମଶାଳା ହୋଇ‌ପାରିବ ନାହିଁ । ଭାରତୀୟ ଜନସଂଚାର ସଂସ୍ଥାନର ଦୁଇ ମୁଖ୍ୟ ଅଧ୍ୟାପକ ମୃଣାଳ ଚାଟ୍ଟାର୍ଜୀ ଓ ଜ୍ୟୋତିପ୍ରକାଶ ମହାପାତ୍ର ଢେଙ୍କାନାଳରେ ନ ଥିବାରେ ସେଠାରେ ମଧ୍ୟ କର୍ମଶାଳା କରିବା ଉପରେ ଆଶଙ୍କା ଉପୁଜୁଛି । ତେବେ ଆମର ଗସ୍ତ ଖର୍ଚ୍ଚ କିଟ ବ‌ହ୍ନ କରୁଥିବାରୁ ମୁଁ ଓଡ଼ିଶାରେ ରହିଥିବା ଦିନଗୁଡ଼ିକ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧିତ କାମ ପାଇଁ ବ୍ୟବ‌ହାର କରିପାରିବି । ଆମ ଓଡ଼ିଆ ଉଇକିଆଳିମାନଙ୍କ ଭିତରୁ ଅନେକଙ୍କର ବିଶେଷ ଗୁଣମାନ ଅଛି ଯାହା ବାକିମାନେ ଶିଖିପାରିବେ । ଉପସ୍ଥାପନା ଶୈଳୀ (Presentation skills), କାରିଗରୀ ଜ୍ଞାନ (Technical knowledge), କାର୍ଯ୍ୟକ୍ରମ ପରିଚାଳନା (Event management) ଆଦି ଅନେକ ବିଷୟରେ ଜଣେ କେବେ ବି ଅଭିଜ୍ଞ ନୁହେଁ । କିନ୍ତୁ ଜଣେ ଏହି ଗୁଣର ବିଶେଷ ଅଧିକାରୀ ଆଉ ବାକିମାନେ ସେହି ବ୍ୟକ୍ତିର ବିଶେଷ ଗୁଣମାନ ଶିଖିପାରିଲେ ଓଡ଼ିଆ ଉଇକିପିଡ଼ିଆ ପାଇଁ ବ‌ହୁତ ଲାଭଦାୟକ ହେବ । ମୁଁ ମୃତ୍ୟୁଞ୍ଜୟ ଭାଇଙ୍କୁ ଉପସ୍ଥାପନା ଶୈଳୀ, ଅଂଶୁମାନ, ଶିତିକଣ୍ଠଶ୍ରୀକାନ୍ତଙ୍କୁ କାରିଗରୀ ଜ୍ଞାନ, ଜ୍ଞାନସୁବାସ ସାରଙ୍କୁ କାର୍ଯ୍ୟକ୍ରମ ପରିଚାଳନା ଉପରେ ବାକିମାନଙ୍କୁ ତାଲିମ ଦେବାପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିବି । ତେବେ ଦୟାକରି ନିଜର ମତ/ଭିନ୍ନ ମତ ରଖନ୍ତୁ । ୨୧, ୨୨ ଓ ୨୪ ତାରିଖ ଆଂଶିକ ଭାବେ ଓ ବାକି ସବୁଦିନ (୨୩, ୨୫ ଓ ୨୬ ତାରିଖ) ମୁଁ ସମ୍ପୂର୍ଣ୍ଣ ଭାବେ ମୁଁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇପାରିବି । ବିଷ୍ଣୁ ୨୩ ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ହୋଇପାରିବେ । ଯଦି ଆମ ଦୁହିଁଙ୍କଠାରୁ କିଛି ବିଶେଷ ସ‌ହ୍ୟୋଗ ଲୋଡ଼ା ତାହା ବି ଉଲ୍ଲେଖ କରନ୍ତୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୨୩, ୧୯ ଫେବୃଆରୀ ୨୦୧୪ (UTC)

ବର୍ତ୍ତମାନ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହେଲା ଏପ୍ରିଲ ୧ | ଏଣୁ ଯଦି ମୃତ୍ୟୁଞ୍ଜୟ ଭାଇ କି ବିଷ୍ଣୁ ଆସିପାରିବେ ଓ TEWP10 ବାବଦରେ ନିଜ ଅଭିଜ୍ଞତା ଜଣେଇବେ ତେବେ ଭଲ ହୁଅନ୍ତା । ଯେଉଁମାନେ ବି ଏକାଠି ହେଇପାରିବେ ସେହି ବିଷୟରେ ଆଲୋଚନା କରିବା ଠିକ ହେବ ।--ଶିତିକଣ୍ଠ (ଆଲୋଚନା) ୨୦:୫୭, ୨୦ ଫେବୃଆରୀ ୨୦୧୪ (UTC)
କାଲି ରାତିରେ ଓଡ଼ିଆ ପୁରୁଣା ବ‌ହିର ଡିଜିଟାଲ-କରଣ କରୁଥିବା ଅନୁଷ୍ଠାନ ସୃଜନିକାର ମୁଖ୍ୟ ନିଖିଳ ମୋହ‌ନ ପଟ୍ଟନାୟକଙ୍କ ନିକଟରୁ ଏକ ମେଲ ଆସିଥିଲା ଯେଉଁଥିରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କ ପାଇଁ ବ‌ହିମାନଙ୍କର ଡିଜିଟାଲ ରୂପ ଦେବା ଉପରେ ଏକ ସେମିନାରର ସୂଚନା ଦେଇଥିଲେ । ଏହା ଯଦିଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ନିମନ୍ତେ କେବଳ ଉଦ୍ଦିଷ୍ଟଥିଲା ମୁଁ ଏଥିରେ ଭାଗନେଇଥିଲି । ସମୟର ସ୍ୱଳ୍ପ‌ତା ଓ ଇଣ୍ଟରନେଟ ଉପଲବ୍ଧ ନ ଥିବା ହେତୁ ମୁଁ କେବଳ ଶିତିକଣ୍ଠକୁ ଟେଲିଫୋନ ଯୋଗେ ଜଣାଇଥିଲି । ଏଥିରେ ଭାଗ ନେଇ ର ପ୍ରୋଗ୍ରାମ ଡାଇରେକ୍ଟର ବିଷ୍ଣୁ ଓ ମୁଁ ସୃଜନିକା ଏଯାବତ ୭୪୦ ପାଖାପାଖି ବ‌ହି ଡିଜିଟାଲ-କରଣ କରିଥିବା ଜାଣିବାକୁ ପାଇଲୁ । ଏହି ବ‌ହିସବୁ ୧୯୫୦ ମସିହା ପୂର୍ବର ଓ ଅତ୍ୟନ୍ତ ଉପାଦେୟ । ଏହି ବ‌ହିମାନଙ୍କ ଭିତରୁ ୨୪୦ଟି ଏନଆଇଟି ରାଉରକେଲା ସ‌ହ‌ଯୋଗରେ ସ୍କାନ କରାଯାଇ ୱେବ ସାଇଟରେ ଡାଉନଲୋଡ଼ ପାଇଁ ଉପଲବ୍ଧ କରାଯାଇଛି । ବାକି ବ‌ହିମାନଙ୍କ ଡିଜିଟାଲ ସସ୍କରଣ ସୃଜନିକା ପାଖରେ ବିକ୍ରି ପାଇଁ ଉଦ୍ଦିଷ୍ଟ । ଏ ସମସ୍ତ ବ‌ହିର ଡିଜିଟାଲ ରୂପର ମୂଲ୍ୟ ୧୪୯୦୦ ଟଙ୍କା । ତେବେ ଏ ବ‌ହିମାନ ସୃଜନିକା ଖୋଲାରେ ବିକ୍ରିପାଇଁ ଉପଲବ୍ଧ କରିନାହାନ୍ତି । ତେଣୁ ସାମୁହିକଭାବେ ଆମେ ଏ ବ‌ହିମାନଙ୍କର ଓଡ଼ିଆ ଉଇକିପିଡ଼ିଆ ନିମନ୍ତେ ଉପ‌ଯୋଗିତା ବାବଦରେ ଏକ ଅନୁରୋଧ ପ‌ତ୍ର ଦେଲେ ସେମାନେ ଆମ. ଅନୁରୋଧ ଗ୍ରହଣ କରିବେ । ଏଥିପାଇଁ ଅର୍ଥଭାର ବ‌ହ‌ନ କରିବ । କିନ୍ତୁ ଆପଣମାନେ ଏ ବ‌ହିଗୁଡ଼ିକ ବ୍ୟବ‌ହାର କରିବା ତ‌ଥା ନୂତନ ଉଇକିଆଳିଙ୍କୁ ଏହା ବ୍ୟବ‌ହାର କରିବା ସମ୍ବନ୍ଧରେ ଅବଗତ କରାଇବା ସମ୍ବନ୍ଧରେ ତଳେ ଲେଖନ୍ତୁ । ଏ ସମସ୍ତ ମତାମତକୁ ସଙ୍କଳିତ କରି ଓଡ଼ିଆ ଉଇକି ସମାଜର ଡିଜିଟାଲ ଲାଇବ୍ରେରି ପାଇଁ ଅନୁରୋଧକୁ ଆମେ ସୃଜନିକାକୁ ଜଣାଇପାରିବୁ ।

ବ‌ହିମାନଙ୍କର ସଂକ୍ଷିପ୍ତ ତାଲିକା:

  • ପୂର୍ଣ୍ଣଚନ୍ଦ୍ର ଇ-ଭାଷାକୋଷ (୭ ଖଣ୍ଡ)
  • ଓଡ଼ିଆ ଅଭିଧାନ ସଂଗ୍ରହ (୧୮୧୧-୧୯୪୨ ଭିତରୁ ପ୍ରକାଶିତ ମୋଟ ୨୮ଟି ମୁଖ୍ୟ ଅଭିଧାନର ସଂଗ୍ରହ)
  • ସୃଜନିକାର ନିଜ ପ୍ରକାଶନ (ବିଜ୍ଞାନ ତରଙ୍ଗ ଓ ଅନ୍ୟାନ୍ୟ ବିଜ୍ଞାନ ଭିତ୍ତିକ ବ‌ହି)
  • ଉତ୍କଳ ଦୀପିକା (୧୮୬୬ରେ ପ୍ରକାଶିତ ପ୍ରଥମ ଓଡ଼ିଆ ଖବରକାଗଜ): ୨ ଟି ଭାଗ
  • ଉତ୍କଳ ସାହିତ୍ୟ (୧୮୯୭ରର ପ୍ରକାଶିତ ପ୍ରଥମ ଦୀର୍ଘସ୍ଥାୟୀ ସାହିତ୍ୟ ପ‌ତ୍ରିକା)
  • ସ‌ହକାର (୧୯୨୧): ସାହିତ୍ୟ ପ‌ତ୍ରିକା
  • ଓଡ଼ିଆ ପ‌ତ୍ରପ‌ତ୍ରିକା (୧୯୦୬-୧୯୪୭ ଭିତରେ ପ୍ରକାଶିତ ମୁକୁର, ସ‌ତ୍ୟବାଦୀ, ନ‌ବଭାରତ, ଶଙ୍ଖ ଆଦି ପ‌ତ୍ରିକା)
  • ବାଲେଶ୍ୱର ସମ୍ବାଦବାହିକା ଓ ସମ୍ବଲପୁର ହୈତେଷିଣୀର ଇ-ସଂସ୍କରଣ
  • ବିଂଶ ଶତାବ୍ଦୀର ଆରମ୍ଭରେ ପ୍ରକାଶିତ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ବାଦପ‌ତ୍ରର (ନ‌ବୀନ, ଆଶା ଆଦି) ସଂକଳନ
  • ୧୮୫୬ରୁ ଆରମ୍ଭ କରି ୧୯୫୦ ଭିତରେ ପ୍ରକାଶିତ ଛୋଟ ବଡ଼ ବିଭିନ୍ନ ବ‌ହି
  • ବିକଳ୍ପ ବିଚାର ପ‌ତ୍ରିକାର ସମସ୍ତ ସଂସ୍କରଣ
  • ଯତୀନ୍ଦ୍ରମୋହ‌ନ ସୃଜନସମ୍ଭାର (ଯତୀନ୍ଦ୍ରମୋହ‌ନ ମହାନ୍ତି ଓ ବିଜୟଲକ୍ଷ୍ମୀ ମହାନ୍ତିଙ୍କର ସମସ୍ତ ସାହିତ୍ୟିକ କୃତି)

ଏହି ବ‌ହିସମୂହର ଇ-ସଂସ୍କରଣ କିଣିବା ଦ୍ୱାରା ଓଡ଼ିଆ ଉଇକିଆଳିମାନ‌ଙ୍କ ନିମନ୍ତେ ଏକ ଡିଜିଟାଲ ଲାଇବ୍ରେରି ଭାବେ କିପରି କାମରେ ଆସିବ, ନୂତନ ଓ ଅଭିଜ୍ଞ ଉଇକିଆଳିମାନଙ୍କ ପାଇଁ ଆଧାର ଦେବାରେ କିପରି ସ‌ହାୟକ ହେବ ଓ ଉଇକିପିଡ଼ିଆ ଓ ଉଇକି-ପାଠାଗାର (ଉଇକିସୋର୍ସ)ର ବିକାଶରେ କି ଭୂମିକା ନିଭାଇବ ତାହା ଉପରେ ନିଜର ମତ ରଖିବାକୁ ଅନୁରୋଧ ।

ଏହି ରବିବାର ଦିନ ସକାଳେ ଆମେମାନେ ୧୦ ଘଟିକା ସମୟରେ ଆପଣମାନଙ୍କ ସୁବିଧା ହେଲେ କିଟର ଗେଷ୍ଟ‌ହାଉସରେ ଏକାଠି ଭେଟି ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ମାନଙ୍କ ବାବଦରେ ଆଲୋଚନା କରିପାରିବା । ୨୬ ତାରିଖ ଦିନ ନାଲକୋରେ ଆଲୋଚନା ପାଇଁ ମୃତ୍ୟୁଞ୍ଜୟ ଭାଇ, ଶଶାଙ୍କ ଭାଇଙ୍କୁ ସମୟ ଓ ସ୍ଥାନ ସ୍ଥିର କରିବାକୁ ଅନୁରୋଧ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୧୫, ୨୧ ଫେବୃଆରୀ ୨୦୧୪ (UTC)

ଏହା ଭଲ ପ୍ରସ୍ତାବ । ଅତିକମରେ ଇଂରାଜୀରୁ ଓଡ଼ିଆ ଅନୁବାଦ କରିବା କଷ୍ଟ କମିଯିବ । ଦ୍ଵିତୀୟରେ ବହୁତ ପୁରୁଣା ତଥ୍ୟ ମିଳିଯିବ ପୁରୁଣା ପତ୍ରିକାରୁ । ଯଦି ସେଥିରେ ଚିତ୍ର/ଫୋଟୋ ଅଛି ସେଗୁଡିକ ବି ବ୍ୟବହାର କରାଯାଇ ପାରିବ । ଆଉ ଓଡିଆ ଉଇକି ଏମିତି ଏକ ଜ୍ଞାନ ଭଣ୍ଡାର ହୋଇପାରିବ ଯାହା ଇଂରାଜୀରେ ସମ୍ଭବ ନୁହେଁ । ସେଗୁଡିକ ବହୁତ ପୁରୁଣା ହୋଇଥିବାରୁ ବୋଧେ ସତ୍ଵାଧିକାର ନଥିବ ଓ ଅପ୍ଲୋଡ କଲେବି କେହି ବିରୋଧ କରିବେ ନାହିଁ । ଉପରୋକ୍ତ ବହି ସହ ଜ୍ଞାନମଣ୍ଡଳ (ଡିଜିଟାଲ) ସଂସ୍କରଣ ସୃଜନିକା ଠୁଁ ଅଣାଯିବା ପାଇଁ ଆଲୋଚନା କଲେ ଭଲ ହେବ । ଏହା ତାଙ୍କ ସତ୍ଵାଧିକାରରେ ନଥିବାରୁ ଏହାକୁ ପ୍ରାଇଭେଟଲି ବିତରଣ କରିଦେବା । ଏହି ଆଲୋଚନା ପୂର୍ବ ମେଳଣରେ ବି ହୋଇଥିଲା, ସେହି ସମ୍ପର୍କିତ ଆଲୋଚନା ଚଳୁଥିବାରୁ ଖାଲି ମାନେ ପକେଇଦେଲି । ଏହା ଦ୍ଵାରା Dsasanka ଭାଇ ଉଠାଇଥିବା ସମସ୍ୟାର ବି ଏକ ପ୍ରକାରର ସମାଧାନ ହୋଇଯିବ । ସେହି ଭଳି ତଥ୍ୟ ଅଭାବ ସମସ୍ୟା ଊଣା ଅଧିକେ ସମସ୍ତେ ଭୋଗୁଥିବେ । ତାର ଏକ ସରଲ ସମାଧାନ ହୋଇପାରିବ ।--ଶିତିକଣ୍ଠ (ଆଲୋଚନା) ୦୭:୩୬, ୨୨ ଫେବୃଆରୀ ୨୦୧୪ (UTC)
ବହୁତ ଭଲ କଥା । ମୁଁ ଭାବୁଛି ଓଡିଆ ଉଇକିପିଡ଼ିଆରେ କିଛି ଲେଖା ପାଇଁ ଆଧାର ନ ମିଳୁଥିବାରୁ ଏହା ଆମକୁ ସାହାଯ୍ୟ କରିବ । କିଛି ଉଇକିଆଳି ସକ୍ରିୟ ଭାବେ ଏହି କାର୍ଯ୍ୟକୁ ଆଗକୁ ନେବାକୁ ପଡିବ । ଫଟୋଗୁଡ଼ିକ ମଧ୍ୟ କାମରେ ଆସିବ । ଆମେ ଆସନ୍ତା କାଲି କୀଟରେ ଭେଟ କରି ଆଲୋଚନା କରିପାରିବା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୮:୦୮, ୨୨ ଫେବୃଆରୀ ୨୦୧୪ (UTC)
  • ତେଲୁଗୁ ଉଇକିପିଡ଼ିର ଦଶମ ଜନ୍ମଦିନ ବହୁତ ଆଡ଼ମ୍ବର ସହକାରେ ତେଲୁଗୁ ଉଇକିଆଳୀମାନେ ମିଳିମିଶି ଯୋଜନାବଦ୍ଧ ଭାବେ ପାଳନ କରିଥିଲେ । ପରବର୍ତ୍ତୀ ସାକ୍ଷାତରେ ସେ ବିଷୟରେ ନିଶ୍ଚିତ ଭାବେ ଆଲୋଚନା କରିବା ।
  • ପୂର୍ବନିର୍ଦ୍ଧାରିତ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ଏହି ରବିବାର ଭୁବନେଶ୍ଵରକୁ ଯାଇ ଆଲୋଚନାରେ ଭାଗନେବାର ସମ୍ଭାବନା କମ ଦେଖାଯାଉଛି, ତଥାପି ଚେଷ୍ଟା କରିବି ।
  • ୨୬ ତାରିଖ ଦିନସାରା ମୁଁ ନାଲକୋନଗରରେ ରହିବି, ତେଣୁ ବାହାରୁ ଆସିବାକୁ ଥିବା ଉଇକିଆଳିମାନେ ପହଞ୍ଚିବା ପରେ ଯେକୌଣସି ସମୟରେ ମଧ୍ୟ ଆମେ ଆଲୋଚନା କରିପାରିବା । କେତେଜଣ ଉଇକିଆଳି ନାଲକୋ ଆସିବେ (ଓ କେବେଠାରୁ ଆସିବେ?) ତାହା ଜାଣିବାପରେ ଏକ ଉପଯୁକ୍ତ ସ୍ଥାନ ସ୍ଥିର କରିବା ନିମନ୍ତେ ଚେଷ୍ଟା କରିବୁ ।
  • Indian Rupee ₹ ୧୪,୯୦୦ ଦେବା ପରେ କେତେ ଜଣ ଉଇକିଆଳି ଏହାକୁ ବ୍ୟବହାର କରିପାରିବେ? ଭବିଷ୍ୟତରେ ଦରକାର ପଡ଼ିଲେ, ଆବଶ୍ୟକ ଅନୁସାରେ ଆମେ ସେଗୁଡ଼ିକର (ସିଡି/ ଡିଭିଡିର) ଅଧିକ ନକଲ କରିପାରିବା କି? ସେ ବାବଦରେ ସୃଜନିକା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଅନୁରୋଧ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୬, ୨୨ ଫେବୃଆରୀ ୨୦୧୪ (UTC)
  • ମୁଁ ଦୁଇଜଣ ଛାତ୍ର କିଶନ ଓ ପଦ୍ମଠାରୁ ଫୋନ ଓ ଫେସବୁକ ଯୋଗେ ଅନୁରୋଧ ପାଇଲି । ସେମାନେ ୨୬ ତାରିଖ ଦିନ ଆମମାନଙ୍କୁ ଢେଙ୍କାନାଳ ଆସିବାକୁ ଅନୁରୋଧ କରୁଛନ୍ତି । ମୃତ୍ୟୁଞ୍ଜୟ ଭାଇ ଓ ବାକି କିଏ କିଏ ୨୬ ତାରିଖରେ ଆସିପାରିବେ ଜଣାଇବେ । ଆସନ୍ତା କାଲି ସକାଳ ଅଧିବେଶନରେ ଆମେ ଆଉ ଏକ ବିଷୟରେ ଆଲୋଚନା କରିପାରିବା । ଜଗନ୍ନାଥ ମହାନ୍ତିଙ୍କ ପରିବାର ତାଙ୍କର ସମସ୍ତ ଲେଖା (ଶିଶୁସାହିତ୍ୟ, ଶିକ୍ଷା ସମ୍ବନ୍ଧୀୟ ପ୍ରବନ୍ଧ, ଓଡ଼ିଶାର ବ୍ୟକ୍ତିତ୍ୱ ଆଦି) କ୍ରିଏଟିଭ କମନ୍ସ ଲାଇନ୍ସେସରେ ଡିଜିଟାଲ ରୂପରେ ପ୍ରକାଶ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କ ପରିବାର ସ‌ହ ଏକ ଆଲୋଚନା ପରେ ସେମାନେ ସମ୍ମତି ଦେଇଛନ୍ତି । ତେବେ କିସର ସ୍କୁଲପିଲାଙ୍କ ମାଧ୍ୟମରେ କିଛି ଉପାଦେୟ ବ‌ହିର ଡିଜିଟାଲ ରୂପ ଉଇକିପାଠାଗାର (ଉଇକିସୋର୍ସ) କାମରେ ଲାଗିପାରିବ । ଏପ୍ରିଲ ପ‌ହିଲା ଆଗରୁ ଆମର କିସର ଶିକ୍ଷକ ଓ ଛାତ୍ରଙ୍କୁ ନେଇ ଉଇକିପାଠାଗାରର ଉଷୁମଘରର ବିକାଶ ଓ ଢେଙ୍କାନାଳର ପିଲାଙ୍କୁ ନେଇ ଉଇକିପିଡ଼ିଆରେ ସେମାନଙ୍କ ଦେଇ ଲେଖାଯାଇଥିବା ଓ ଅଳ୍ପ ତ‌ଥ୍ୟ ଥିବା ପ୍ରସଙ୍ଗସମୂହ ଉନ୍ନତ କରିପାରିଲେ ସେ ଏକ ବିଶାଳ ହାସଲ ହେବ ।
  • ମୃତ୍ୟୁଞ୍ଜୟ ଭାଇ, କପିରାଇଟ ନିୟମ ଅନୁସାରେ ପବ୍ଲିକ ଡୋମେନରେ ଥିବା ବ‌ହି (ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପରେ ବ‌ହି ଆପେ ଆପେ ପବ୍ଲିକ ଡୋମେନ‌କୁ ଚାଲିଯାଏ) ଖୋଲାଖୋଲି ଜନସାଧାରଣରେ ବିତରଣ କରିହେବ । କପିରାଇଟଥିବା ବ‌ହି କରିହେବନି । କିନ୍ତୁ ଆଧାର ପାଇଁ ବ୍ୟବ‌ହାର କରିହେବ । ତେବେ ସୃଜନିକାର ନିଜ ପ୍ରକାଶନ‌କୁ ଛାଡ଼ି ବାକି ବ‌ହିଉପରେ କପି‌ରାଇଟ ନ ଥିବ । ତେଣୁ ଓଡ଼ିଆ ଉଇକି ସମାଜ ତରଫରୁ ସମସ୍ତଙ୍କ ମତ ସଂକଳିତ ଏକ ଅନୁରୋଧ ପ‌ତ୍ର ଦେଇ ଆମେ ବ‌ହିମାନ‌ଙ୍କ ବିଷୟରେ ଓ ପୁନ‌ବ୍ୟବ‌ହାର ବିଷୟରେ ଅଧିକ ଜାଣିହେବ । ବାକି ଆଲୋଚନା କାଲି :) ମୁଁ IRC ଚାଟର #wikipedia-or ରେ ଅନଲାଇନ ଆସିବାକୁ ଚେଷ୍ଟାକରିବି ଯଦି କେହି ଅନଲାଇନ ଆସି କିଛି ମତ ଦେବା/ପ୍ରଶ୍ନ ପଚାରିବାକୁ ଚାହାଁନ୍ତି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୪୭, ୨୨ ଫେବୃଆରୀ ୨୦୧୪ (UTC)
ଏତେଗୁଡିଏ ପ୍ରାଚୀନ ଅମୂଲ୍ୟ ପୁସ୍ତକ ମିଳିଲେ ବହୁତ କାମରେ ଆସିବ ।--Dsasanka (ମୋ ଆଲୋଚନା) ୧୮:୦୮, ୨୨ ଫେବୃଆରୀ ୨୦୧୪ (UTC)
୨୬ ତାରିଖ (ବୁଧବାର) ଢେଙ୍କାନାଳ ଯାଇପାରିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୦, ୨୨ ଫେବୃଆରୀ ୨୦୧୪ (UTC)

ଶିରୋନାମା ବଦଳ[ସମ୍ପାଦନା]

କିଛି ଦିନ ତଳେ ଆମର ଜଣେ ଉଇକିଆଳି ମୁଁ ଲେଖିଥିବା 'ଡେଙ୍ଗୁ ଜର' ବିଷଯରେ ପ୍ରଶ୍ନ କରିଥିଲେ ଜର=ଜ୍ଵର ?। ସେ ଇଚ୍ଛା କରିଥିଲେ ଜ୍ଵର ଲେଖି ବଦଳେଇ ପାରିଥାଆନ୍ତେ, କିନ୍ତୁ ତାହା ନ କରି ମୋତେ ଏହାର ବୈଧତା ବିଷୟରେ ମତାମତ ପଚାରିଥିଲେ । ଜଣେ ୫୦ ବର୍ଷର ବିଶେଷଜ୍ଞଙ୍କ ଲେଖାକୁ କାଟିବା ସମିଚୀନ ନୁହେଁ ଭାବି ସେ ଏହା କରି ନ ଥିଲେ । ଜୀବନଯାକର ଅନୁଭୁତି ନେଇ ଜଣେ ଲେଖିଥିବା ବିଷୟକୁ ଅନ୍ୟ ଜଣେ କାଟି ଦେବାଟା ସୁନ୍ଦର ନୁହେଁ । ଏହାକୁ ଆଲୋଚନା ପୃଷ୍ଠାରେ ଲେଖିଥିଲେ ବା ଫେସବୁକରେ ପଚାରିଥିଲେ ଅଧିକ ଜ୍ଞାନ ଗର୍ଭକ ହୋଇଥାଆନ୍ତା । --Subas Chandra Rout (ମୋ ଆଲୋଚନା) ୦୫:୦୮, ୧୬ ଫେବୃଆରୀ ୨୦୧୪ (UTC)

ସାର, ବ୍ୟକ୍ତିଗତ ମତ ରଖୁଛି । ମୋ ମତରେ ଯେହେତୁ ଉଇକିପିଡ଼ିଆଟି ଖୋଲା ଜ୍ଞାନ‌କୋଷ ଆମେମାନେ ଟିକେ ଏ ବିଷୟରେ ଟିକେ ଖୋଲା ହେଲେ ଭଲ । ଉଭୟ ଜର ଓ ଜ୍ୱର ଠିକ ଓ ମାନ‌କ ଓଡ଼ିଆରେ ବ୍ୟବ‌ହୃତ ହୁଏ । ତେବେ ପଢ଼ାବ‌ହି ଆଦିରେ ଡେଙ୍ଗୁଜ୍ୱର, ପାଳିଜ୍ୱର ଆଦି ବ୍ୟବ‌ହୃତ ହେବାବେଳେ ଅନେକ ଲେଖାରେ ଜ୍ୱର ବଦଳରେ ଜର ଲେଖାହୋଇ‌ଥାଏ । ତେଣୁ ଆମେ ଜ୍ୱରକୁ ମାନକ ଭାବେ ନେଇ ସମସ୍ତ ଲେଖାରେ ଜ୍ୱର ବ୍ୟବ‌ହାର କରିପାରିବା । ତେବେ ଏହା ମୋର ବ୍ୟକ୍ତିଗତ ମତ ଓ ଯଦି ସମସ୍ତେ ସିଦ୍ଧାନ୍ତ ନିଅନ୍ତି ଏହା ଜର ହେବ ତାହେଲେ ତାହାକୁ ଗ୍ରହଣ କରାଯାଇପାରିବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୧୨, ୧୮ ଫେବୃଆରୀ ୨୦୧୪ (UTC)
ଜର ହେଉଛି କଥିତ ଭାଷା, ଜ୍ଵର ହେଉଛି ଭଲ ଭାଷା ଓ ଉଭୟ ଅଭିଧାନ ସମ୍ମତ, କିନ୍ତୁ ମୋର ଉପର ଲିଖିତ ଆଲୋଚନା ଜର ବା ଜ୍ଵର ବିଷୟରେ ଲେଖା ହୋଇ ନ ଥିଲା, ଏହା ଏକ ସଙ୍କେତ ଥିଲା ଓ ଅନ୍ୟ ବିଷୟ ସମ୍ପର୍କରେ ଲେଖାହୋଇଥିଲା । --Subas Chandra Rout (ମୋ ଆଲୋଚନା) ୧୫:୧୭, ୧୮ ଫେବୃଆରୀ ୨୦୧୪ (UTC)

ବଟ ବ୍ୟବହାର କରି ନୂଆ ଲେଖା ତିଆରି[ସମ୍ପାଦନା]

  1. ବଟ ବ୍ୟବହାର କରି ବାକି ଥିବା ଡାଇନୋସର ଲେଖା ତିଆରି କରିବା ବାବଦରେ ସମସ୍ତଙ୍କ ମତାମତ ଆବଶ୍ୟକ । ମୁଁ ଶନିବାର ରାତିରେ ଏହା କରିବାକୁ ଯୋଜନା ରଖିଛି । ସବୁ ଡାଇନୋସର ନାଁ ନଥିବାରୁ ପୁରୁଣା ମୁଣ୍ଡିଆରେ ତଥ୍ୟ ଯୋଗ କରିବା ପରେ ପୁଣି ନୂଆ ଲେଖା ପରେ ତିଆରି ହେଲେ ଆଉଥରେ ତଥ୍ୟ ଯୋଗ କରିବାକୁ ପଡିବ । ଯାହାକି ସମୟ ସାପକ୍ଷ । ସବୁ ଲେଖା ହେଇଗଲେ ତଥ୍ୟ ସବୁ ଏକା ଥରେ ଯୋଡିଦିଆଯାଇ ପାରିବ । ଏହି ପ୍ରକ୍ରିୟାରେ ପ୍ରାୟ ୪ ରୁ ୫ ଧାଡି ବିଶିଷ୍ଟ ଲେଖା ତିଆରି ହୋଇପାରିବ ଯାହାକି ସଂପୂର୍ଣ୍ଣ ମୁଣ୍ଡିଆ ହେବ ନାହିଁ ।
  2. ଡାଇନୋସର ଲେଖା ତିଆରି ହେବା ପରେ ନୋବେଲ ପୁରସ୍କାର ବିଜେତା ମାନଙ୍କ ଉପରେ ୫ ରୁ ୬ ଧାଡି ବିଶିଷ୍ଟ ଲେଖା ତିଆରିର ଯୋଜନା ।)
  3. ଭାରତରେ ଥିବା ଉଚ୍ଚ ଅଟ୍ଟାଳିକା ବାବଦରେ ପ୍ରାୟ ୬ ଧାଡି ବିଶିଷ୍ଟ ଲେଖା ତିଆରିର ଯୋଜନା ।--ଶିତିକଣ୍ଠ (ଆଲୋଚନା) ୧୧:୧୯, ୧୯ ଫେବୃଆରୀ ୨୦୧୪ (UTC

ଆଲୋଚନା[ସମ୍ପାଦନା]

ଭାଇ ଆପଣଙ୍କ ଚିନ୍ତାଧାରା ପାଇଁ ଧନ୍ୟବାଦ । ବଟ ବାବଦରେ ମୋର କିଛି ଅନୁଭୂତି ଆଉ ଅଭିଜ୍ଞତା ନଥିବାରୁ ମୁଁ ଏତିକି କହିବି ଯେ ଆପଣ ଅଳ୍ପ କିଛି ସମ୍ପାଦନା କରନ୍ତୁ ଯଦି ଏହା ସଫଳ ହେଉଛି ତେବେ ଅଧିକ ପାଇଁ ଚେଷ୍ଟା କରିବା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୦୩, ୧୯ ଫେବୃଆରୀ ୨୦୧୪ (UTC)

ଭାଇ ଡାଇନୋସର ଲେଖା ତିଆରି ହେବ ପରେ ଯାଇ ମୁଁ ଅନ୍ୟ ଗୁଡିକରେ ହାତ ଦେବି ବୋଲି ଭାବୁଛି । ହଁ ତେବେ ତିଆରି କରିବା ପୂର୍ବରୁ ଅଳ୍ପ କିଛି ତିଆରି କରିଦେବି । ଆଉ ଡାଇନୋସର ଗୁଡିକ ଆଗରୁ ତିଆରି ହେଇଛି କିନ୍ତୁ ଅଳ୍ପ । ବାକିଥିବା ଡାଇନୋସର ଲେଖା ତିଆରି ହୋଇଗଲେ, ତଥ୍ୟ ଯୋଗକରି ସେଗୁଡିକୁ ବଡ କରିବାରେ ସୁବିଧା ହେବ ।--ଶିତିକଣ୍ଠ (ଆଲୋଚନା) ୦୪:୩୯, ୨୦ ଫେବୃଆରୀ ୨୦୧୪ (UTC)
ଜ୍ଞାନ ଭାଇ ଏଇ ଶ୍ରେଣୀରେ କିଛି ଲେଖା ସାମ୍ପଲ ଭାବେ ତିଆରି କରିଛି - ଶ୍ରେଣୀ:ବଟ ଦ୍ଵାରା ତିଆରି ଜୀବନୀ--ଶିତିକଣ୍ଠ (ଆଲୋଚନା) ୦୫:୫୧, ୨୦ ଫେବୃଆରୀ ୨୦୧୪ (UTC)
  • କାଲି କେବଳ ନୋବେଲ ପୁରସ୍କାର ବିଜେତାଙ୍କ ବାବଦରେ ୬୦୦ ଲେଖା ତିଆରି କରିବାର ଯୋଜନା ଥିଲା । ତେବେ ଅନ୍ୟ ମାନଙ୍କ ମତାମତ ପାଇଁ ଏହାକୁ କିଛି ସ୍ଥଗିତ ରଖା ଯାଉଛି । ଇତ୍ୟବସରରେ ମୁଁ ଅନ୍ୟ ଲେଖା ପାଇଁ ବି ଡାଟା ଅନୁବାଦ କରିଦେବୀ । ତେବେ ଏକା ଥରେ ୭୦୦ ଉପରେ ଲେଖା ତିଆରି ହେବ ବୋଧେ ।--ଶିତିକଣ୍ଠ (ଆଲୋଚନା) ୧୬:୨୬, ୨୦ ଫେବୃଆରୀ ୨୦୧୪ (UTC)
  • ମୋ ମତରେ ଏକାଥରେ ଏତେଗୁଡିଏ ତିଆରି ନକରି ୫୦ କିମ୍ବା ୧୦୦ଟି ତିଆରି କରି ଆଧାର ଯୋଡି ଉନ୍ନତ କରିବା ପରେ ପୁଣି ଆଉ ତିଆରି କଲେ ଭଲ ହେବ । ବିନା ଆଧାରରେ ଏତେ ସଂଖ୍ୟାରେ ପ୍ରସଙ୍ଗ ବେଶୀ ଦିନ ରଖିବା ଠିକ ଲାଗୁନି । କିନ୍ତୁ ମୁଁ ବୁଝୁଛି ବଟ ଦ୍ଵାରା ଏକାଥରେ ବେଶୀ ତିଆରି କଲେ ଜଲ୍ଦି ଆଉ ସହଜରେ ହୋଇଯିବ । କିନ୍ତୁ ଏତେ ଯୋଜନା କରିବା ପୂର୍ବରୁ ଜାଣିବା ଦରକାର, ଏମିତି ବଟ ଦ୍ଵାରା ପ୍ରସଙ୍ଗ ତିଆରି କରିବାରେ କାହାରି କିଛି ଆପତ୍ତି ନାହିଁ ତ? ଯାହାବି ହେଉ ଏମିତି ଯଦି ସହଜରେ କାମ ହୋଇ ପାରୁଛି, ଆଉ କୌଣସି ମତେ କିଛି ଅସୁବିଧା ନାହିଁ, ତେବେ ତୁମେ en:WP:IAR ଅନୁସାରେ ମଧ୍ୟ କରିପାରିବ :) କିନ୍ତୁ ମୁଁ ଚାହିଁବିନି en:WP:IAR? ପୃଷ୍ଠାକୁ ଭଲ ଭାବେ ନପଢି ଏହି ନିୟମ ଅନୁସାରେ କେହି କିଛି କରନ୍ତୁ ବୋଲି! :D -- ଅଂଶୁମାନ ତାର ଯୋଡ଼ିବେ? ୧୮:୩୪, ୨୦ ଫେବୃଆରୀ ୨୦୧୪ (UTC)
ମତାମତ ପାଇଁ ଧନ୍ୟବାଦ ଭାଇ । ମୁଁ ନୋବେଲ ପୁରସ୍କାର ବିଜେତାଙ୍କ ବାବଦରେ ଲେଖା ତିଆରି ପାଇଁ କିଛି ଦିନ ଅପେକ୍ଷା କରୁଛି । ସମସ୍ତଙ୍କ ମତାମତ ପାଇଁ । ବାକି ସେତେବେଳ ଯାଏଁ ଡାଇନୋସର ବାବଦରେ ଲେଖାସବୁ ଅଳ୍ପ ଅଳ୍ପ କରି (୫୦ ରୁ ୧୦୦ ଭିତରେ) ପ୍ରତିଦିନ ତିଆରି କରିଚାଲିବି । କାରଣ ସବୁ ଲେଖା ତିଆରି ନକରି ବାରମ୍ବାର ବଟ ବ୍ୟବହାର କରିବା ଦ୍ଵାରା କିଛି ତଥ୍ୟ ଦୁଇଥର ଲେଖି ହେଇଯାଉଛି । ଏଣୁ ମୁଁ ଆଗ ଯଥା ସମ୍ଭବ ଅଳ୍ପ ଅଳ୍ପ କରି ଲେଖି ସବୁ ଡାଇନୋସର ପ୍ରସଙ୍ଗ ସାରିବି । ଆଗରୁ ଗଢା ଯାଇଥିବା ଡାଇନୋସର ମୁଣ୍ଡିଆ ଗୁଡିକୁ ଅନୁବାଦ କରିବା ପାଇଁ ପ୍ରଥମେ କିଛି ସହଯୋଗ ଆବଶ୍ୟକ । ସମସ୍ତେ ନିଜ ସମୟ ମୁତବକ ଅଳ୍ପ ଅଳ୍ପ ଅନୁବାଦ କରିବାରେ ସହଯୋଗ କରନ୍ତୁ । -> ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଡାଇନୋସର ଅନୁବାଦ --ଶିତିକଣ୍ଠ (ଆଲୋଚନା) ୧୯:୧୩, ୨୦ ଫେବୃଆରୀ ୨୦୧୪ (UTC)
Mo hisabare 1 month helaa Odia Wiki re topic edit na hei Discuss adhika heuchi, emiti re profit kn ??? aau Bot use kari New article create karile 1 month re 1 Lacs Stub heijiba, anya Wiki re dekhantu Bot use kari New Article create heuchhi kemiti o kete  ??? semiti karantu Bot use kari 2-3 Lacs kari diantu.. emiti na kari nua users nku motvt karai nua aau puruna Article ku improve karibaa, ( mora Odia lekhi heuni ebe system re ) .-- (ଅଜଣା ବ୍ୟକ୍ତି)
ଉପରେ ଲେଖିଥିବା ବ୍ୟବହାରକାରୀଙ୍କ ପାଇଁ । ଆପଣ ଭଲ ଭଲ ମତ ଦେଉଛନ୍ତି ହେଲେ ନିଜ ପରିଚୟ ଦେଇ ଲେଖିଲେ ଆହୁରି ଭଲ ହୁଆନ୍ତା । ଏମିତି ଅଜଣା ହୋଇ ଲେଖିଲେ ଟିକେ ଭଲ ଲାଗୁନି । ଆପଣଙ୍କର ଗୋଟେ ID ତିଆରି କରି ସେଥିରେ ଲେଖନ୍ତୁ ଯାହା ଫଳରେ ଆମେ ଆପଣଙ୍କୁ ସମ୍ବୋଧନ କରିପାରିବୁ ଏବଂ ଆଲୋଚନା ବଢିପାରିବ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୫୫, ୨୨ ଫେବୃଆରୀ ୨୦୧୪ (UTC)
ଏଥିରେ ମୁଁ ବି ସମର୍ଥନ କରିବି - ଲେଖା କମ ଆଲୋଚନା ଅଧିକା :) । କିନ୍ତୁ ଭାଇ କଣ କରିପାରିବା ଆଲୋଚନା ବି ଗୁରୁତ୍ୱପୂର୍ଣ୍ଣ । ଆଉ ରହିଲା bot ବ୍ୟବହାରକରି ନୂଆଲେଖା ତିଆରି କରିବା କଥା - ଏକା କୌଣସି ଦୋଷାବହ ଅପରାଧ ନୁହେଁ କି ଏହି ଯୋଜନା ପ୍ରଥମ ଥର ପାଇଁ ଓଡ଼ିଆ ଉଇକିରେ ହେଉନାହିଁ; ଏପରିକି ଆପଣ ପ୍ରଥମ ବ୍ୟକ୍ତି ନୁହନ୍ତି ଯିଏ ଏହାର ବିରୋଧ କରିଛନ୍ତି । ମୁଁ ବିଶେଷ ଖୋଲତାଡ କରିନି ଅଳ୍ପ କିଛି ତଥ୍ୟ ଦେଉଛି - rambot ବ୍ୟବହାର କରାଯାଇ ଇଂରାଜୀ ଉଇକିରେ ବହୁତ ଲେଖା ଆମେରିକୀୟ ସହର ଓ ମୁନିସିପାଲ ଉପରେ ବହୁତ ତିଆରି କରଯାଇଥିଲା । GaneshBot ବ୍ୟବହାର କରାଯାଇ ଗେଣ୍ଡାମାନଙ୍କ ଉପରେ ୧୮୦୦୦ ରୁ ଊର୍ଦ୍ଧ୍ଵ ଲେଖା ତିଆରି ହୋଇଛି । ସ୍ଵେଡିସ ଉଇକିପିଡିଆ ୧୦ ଲକ୍ଷ ପାର କରିଗଲା Lsbot ର 454,000 ଲେଖା ଦ୍ଵାରା - ଏହି ଲିଙ୍କଏହି ଲିଙ୍କ ଦେଖନ୍ତୁ (ଏଥିରେ ଆହୁରି ଅନେକ ପଢିବା ଯୋଗ୍ୟ କଥା ଅଛି - ଆଲୋଚନା ଓ ସମାଲୋଚନା ଇତ୍ୟାଦି । Lsbot catalogueoflife.orgଏହାର ତଥ୍ୟ ବ୍ୟବହାର କରିଥିଲା ) | ସେମାନେ ବି ବିରୋଧ ଓ ସମାଲୋଚନାର ଶିକାର ହୋଇଛନ୍ତି । କିନ୍ତୁ କଥା ହେଲା ସେମାନଙ୍କ ପାଖରେ ଗୁଡାଏ ତଥ୍ୟ ରେଡି ଅଛି ଯାହା ଆମ ପାଖରେ ଉପଲବ୍ଧ ନୁହେଁ । ଇଂରାଜୀରୁ ତଥ୍ୟ ଆଣି ତାକୁ ଅନୁବାଦ କରିବା କାଠିକରପାଠ । ତା'ପରେ ବି ତୁମେ ଏକଥା କାହିଁକି ଭାବୁଛ ଯେ ଏହା ନୂଆ ଉଇକିଆଳିଙ୍କ ପାଇଁ ବାଧକ ହେବ । ଲେଖା bot ତିଆରି କରିବ ସବୁଦିନ ରାତିରେ । ଏହା ନଗଦ ବଦଳରେ ବି ଦେଖାଯିବ ନାହିଁ । ଅନ୍ୟ ମାନେ ଯିଏ ଯେପରି କାମ କରୁଥିଲେ ତାହା ଜାରି ରଖିବେ । ପ୍ରଥମେ ଲେଖା ତିଆରି ହେବ ପରେ ଅନ୍ୟମାନେ ଯଦି ଚାହିଁବେ ଏହାକୁ ବଡ କରିପାରିବେ । ଏହା ଅପେକ୍ଷା କୃତ ସହଜ ହେବ । ଏବଂ ଅଧିକ ଲେଖା ଦେଖିଲେ ପୁରୁଣା ଉଇକିଆଳିଙ୍କ ମନୋବଳ ଫେରିବ । ଜଣେ ପାଠକ ଯେତେବେଳେ ଖୋଜିବ କିଛି ନପାଇବା ଅପେକ୍ଷା କିଛି ତ ପାଇବ । ଭୁଲ ଭଟକା ରୋକିବା ପାଇଁ ଅଂଶୁମାନ ଭାଇଙ୍କ କହିବା ଅନୁଯାୟୀ ମୁଁ କମ କମ ଲେଖା ତିଆରି କରିବି - ଯାହାଦ୍ୱାରା ସମସ୍ତେ ଏହାକୁ ପରଖିପାରିବେ । ସବୁ ଭାଷା ଉଇକିପିଡିଆ (ଏପରିକି ବଡ ବଡ ଉଇକି ବି) ଯେତେବେଳେ ଏପରି କରୁଛନ୍ତି ଆମ ଭଳି ଛୋଟ ଉଇକିରେ ଏପରି ନକରିବା କାହିଁକି ?--ଶିତିକଣ୍ଠ (ଆଲୋଚନା) ୦୮:୧୪, ୨୨ ଫେବୃଆରୀ ୨୦୧୪ (UTC)

──────────────────────────────────────────────────────────────────────────────────────────────────── ପ୍ରତି ସପ୍ତାହରେ/ ଦୁଇସପ୍ତାହରେ ଥରେ ଯଦି ଗୋଟିଏ ମାସର ସମସ୍ତ ତାରିଖ ବାବଦରେ ପ୍ରସଙ୍ଗ ବଟ ଦ୍ଵାରା ତିଆରି କରିପାରିବ, ତେବେ ମୋ ମତରେ ଏହା ଅଧିକ ଉପଯୋଗୀ ହେବ । ଯଥା ଆସନ୍ତା ସପ୍ତାହରେ ତୁମର ସମୟ ଓ ସୁବିଧା ଦେଖି ୧ଫେବୃଆରୀ -୨୯ଫେବୃଆରୀ ସମସ୍ତ ପୃଷ୍ଠା ତିଆରି କରିବ, ପରବର୍ତ୍ତୀ ପର୍ଯ୍ୟାୟରେ ୧ମାର୍ଚ୍ଚ- ୩୧ ମାର୍ଚ୍ଚ ଏହିପରି କିଛିମାସ ଭିତରେ ୩୬୬ଟି ଉପଯୋଗୀ ପ୍ରସଙ୍ଗ ଉଇକିପିଡ଼ିଆରେ ତିଆରି ହେଇଯିବ । ତେବେ ତୁମର ଏବେକାର ଯୋଜନା ଅନୁସାରେ ତୁମେ କାମ ଜାରୀ ରଖ, ଏହି ତାରିଖ ବାବଦରେ ପ୍ରସଙ୍ଗ ସବୁ ଭବିଷ୍ୟତରେ ସମୟ ଓ ସୁବିଧା ଦେଖି ତିଆରି କରିବା ନିମନ୍ତେ ଅନୁରୋଧ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୧, ୨୨ ଫେବୃଆରୀ ୨୦୧୪ (UTC)

ଠିକ ଅଛି ଭାଇ ତିଆରି ହେଇଯିବ । କିନ୍ତୁ "ବିଷୟ ବସ୍ତୁ", "ଶ୍ରେଣୀ", "navbox" ଆଦି କଣ ରହିବ ଜାଣିବା ପାଇଁ ଗୋଟିଏ ଲେଖା ମାନୁଆଲି ତିଆରି କରିବାକୁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୬:୫୨, ୨୨ ଫେବୃଆରୀ ୨୦୧୪ (UTC)
  • Bot (ସିଏସଭି ପ୍ଲଗଇନ) ବ୍ୟବହାର କରି ଅନ୍ୟ ଉଇକିରେ ହେଇଥିବା ନୂଆ ଲେଖା :
  • Creation of articles on Tamil Wiktionary. Around 100,000 dictionary entries were created. — by User:தகவலுழவன்
  • Used by many Dutch contributors of the Animal Project. Around 300,000 articles were created. — by User:Grashoofd

ଉତ୍ସ--ଶିତିକଣ୍ଠ (ଆଲୋଚନା) ୨୦:୪୦, ୨୬ ଫେବୃଆରୀ ୨୦୧୪ (UTC)

ନାଲ୍‌କୋ ଉଇକିଟୁଙ୍ଗି[ସମ୍ପାଦନା]

ବିଭିନ୍ନ ଲେଖାମାନ ଉଇକିପିଡିଆରେ ଦେଲା ବେଳେ ଆଧାର ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ମୋମତରେ ବର୍ଷର ବିଭିନ୍ନ ସମୟରେ ହେଉଥିବା ଅନୁଦାନରୁ ଯଦି କିଞ୍ଚିତ ରାଶି ପୁସ୍ତକ ପାଇଁ ମିଳନ୍ତା , ତେବେ ନାଲ୍‌କୋ ଏକ ଲାଇବ୍ରେରୀ ହୋଇପାରନ୍ତା ।--Dsasanka (ମୋ ଆଲୋଚନା) ୧୦:୧୪, ୨୧ ଫେବୃଆରୀ ୨୦୧୪ (UTC)

* ତେବେ ତମର ଏ ଅନୁରୋଧରେ କି କି ମାସିକ/ଦୈମାସିକ/ତ୍ରୈମାସିକ/ବାର୍ଷିକ କାର୍ଯ୍ୟକ୍ରମ କରାଯିବ, କେଉଁ କେଉଁ ବ‌ହି ଓ କେତେଖଣ୍ଡ ବ‌ହିର ଆବଶ୍ୟକ‌ତା ଅଛି, କେଉଁଠାରେ ବ‌ହିସବୁ ରଖାଯିବ ଏ ବିଷୟରେ ଲେଖ । ତା ଛଡ଼ା ତମେ ଯେତେବେଳେ ଏହି ଆଲୋଚନାରେ ଭାଗ ନେଇଛ ଜାଣିଥିବ ଯେ, ସୃଜନିକା ଓ ଏନ ଆଇ ଟି ରାଉରକେଲା ମିଳିତ ଭାବେ ୨୪୦ ଖଣ୍ଡ ବ‌ହି http://oaob.nitrkl.ac.in/view/title ୱେବସାଇଟରେ ଉପଲବ୍ଧ କରାଇଛନ୍ତି ତାହା ଜାଣିଥିବ । ସେହି ବ‌ହିମାନ ଉଇକିଟୁଙ୍ଗିର ଡିଜିଟାଲ ଲାଇବ୍ରେରି ପାଇଁ ସ‌ହାୟକ ହେବ । https://archive.org/details/Purnachandra.Odia.Bhashakosha.Complete ୱେବସାଇଟରେ ସମ୍ପୂର୍ଣ୍ଣ ଭାଷାକୋଷ୍ଟି ଡାଉନଲୋଡ଼ ନିମନ୍ତେ ଉପଲବ୍ଧ । ତେବେ ଏହି ବ‌ହିମାନଙ୍କ ଭିତରେ କେଉଁକେଉଁ ବ‌ହି ଆବଶ୍ୟକ ତାହା ପ୍ରଥମେ ଉଇକିପିଡ଼ିଆରେ ଏକ ତାଲିକା କରି ଧୀରେ ଧୀରେ ଡାଉନଲୋଡ଼ କରି ନିଜ ପାଖରେ ରଖିବା ଆରମ୍ଭ କର ।
  • ଏହା ବାଦ ଆଉ କି କି ବ‌ହି ଆବଶ୍ୟକ ତାହାର ଏକ ତାଲିକା ପ୍ରସ୍ତୁତ କରି ଏଠାରେ ଲେଖ ।
  • କିଏ କିଏ ଏହି ଲାଇବ୍ରେରିର ପରିଚାଳନରେ କି କି ଭୂମିକା ନିଭାଇବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କର ।
  • ବାକି ରହିଲା ଅନ୍ୟାନ୍ୟ ଅନୁଦାନରୁ ବଳକା ଅର୍ଥ ନାଲ‌କୋନ‌ଗର ଉଇକିଟୁଙ୍ଗିରେ ବ୍ୟ‌ବ‌ହାର କରିବା । ତାହା କଦାଚିତ ସମ୍ଭବ ନୁହେଁ । ବଳକା ରାଶି ସବୁବେଳେ ଫେରିଯାଏ । ଏହା ଏକ ନୂଆ ପ୍ରସ୍ତାବ ଓ ଏଥି ନିମନ୍ତେ ଏକ ସବିଶେଷ କାର୍ଯ୍ୟାବଳୀର ତାଲିକା ଓ ସମ୍ବାବିତ ରାଶି ବାବଦରେ ତଳେ ଲେଖ । ତାହା ବାକି ଉଇକିଆଳିମାନେ ପଢ଼ି, ଦେଖି ବିଚାର କଲାପରେ ଆମେ ନିଶ୍ଚିତ ଭାବେ ଅର୍ଥ ବ୍ୟବସ୍ଥା କରିବୁ । ତେବେ ଅନୁଦାନ‌କାରୀ ବାକି ଦୁଇ ସଂସ୍ଥା; ଉଇକିମିଡ଼ିଆ ଫାଉଣ୍ଡେସନ ଓ ଉଇକିମିଡ଼ିଆ ମଧ୍ୟ ଅର୍ଥ ଅନୁଦାନ ଦେଇଥାନ୍ତି । ତମର ଅନୁରୋଧ ଆମ ପାଖକୁ ଆସିଲେ ଆମେ ସେମାନଙ୍କ ସ‌ହ ଆଲୋଚନା କରି ଅନୁଦାନ ଦେବୁ ।
  • ଯଦି ଆଉ କେଉଁ ଅନୁଷ୍ଠାନ ବ‌ହି/କିଛି ଉପକରଣ/ରାଶି ରୂପରେ ଅନୁଦାନ ଦେଇପାରିବେ ତାହା ମଧ୍ୟ ଉଲ୍ଲେଖ କରିବ ।
  • ଯଦି ବ‌ହି ବାଦ ଆଉ କିଛି ଉପକରଣର ଆବଶ୍ୟକ‌ତା ଅଛି ତାହା ମଧ୍ୟ ଉଲ୍ଲେଖ କର ।
  • ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଲା କେତେ ପରିମାଣର ରାଶି ଅନୁଦାନ ଭାବରେ ଦରକାର ତାହା ମୋଟ ଭାବେ ଓ ଉପର ଲିଖିତ କେଉଁ କେଉଁ ଉପଦାନରେ କେତେ ଖର୍ଚ ହେବ ଏକ ସମ୍ଭାବିତ ଖର୍ଚର ତାଲିକା, ମାସିକ ଓ ବାର୍ଷିକ ହିସାବରେ ଏଠାରେ ଲେଖ । ଯଦି ଏ ସବୁ ଯୋଜନା ଠିକଣା ସମୟରେ ହୋଇପାରିଲା ତାହେଲେ ଏପ୍ରିଲ ୧ ଆଡ଼କୁ ହେବାକୁ ଥିବା "ଓଡ଼ିଶା ଦିବସ ପାଳନ" ବେଳେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିହେବ :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୨୦, ୨୭ ଫେବୃଆରୀ ୨୦୧୪ (UTC)
ଶଶାଙ୍କ ବାବୁ, ଲାଇବ୍ରେରୀ ଏକ ବିରାଟ ଯୋଜନା । ଏଥି ନିମନ୍ତେ ଗୋଟିଏ ଘର ବା ଏକ ବଖରା, ଥାକ, ସଫା କରିବା ନିମନ୍ତେ ଲୋକ ଓ ପରିଚାଳନା ନିମନ୍ତେ ଲୋକ ଦରକାର । ଏ ବିଷୟରେ ମଧ୍ୟ ଚିନ୍ତା କରିବେ । --Subas Chandra Rout (ମୋ ଆଲୋଚନା) ୦୬:୦୩, ୨୭ ଫେବୃଆରୀ ୨୦୧୪ (UTC)
ସୁବାସ ସାର, ଆପଣ ଯେଉଁ କଥା କହୁଛନ୍ତି, ଠିକ୍‌କଥା । ଠାକୁରଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଗଛମୂଳରେ ସିନ୍ଦୂର ମାରି ପୂଜା କରାଯାଏ ଯେପର୍ଯ୍ୟନ୍ତ ମନ୍ଦିର ତୋଳା ନ ହୋଇଛି । ତେଣୁ ନାଲ୍‌କୋଟୁଙ୍ଗିରେ ଲାଇବ୍ରେରୀର ରୂପରେଖ ସେହିପରି । କରବାବୁ ଓ ଏଠାରେ ଥିବା ଅନ୍ୟ ଉଇକିଆଳିମାନେ ତାର ପରିଚାଳନା କରିବେ । ବର୍ତ୍ତମାନ ପୁସ୍ତକ ପାଇଁ ୫୦୦୦ଟଙ୍କା ଅନୁଦାନ ଚାହୁଁଛୁ ଏବଂ ପ୍ରତିବର୍ଷ ୧୦୦୦ଟଙ୍କା ଦରକାର । ଲାଇବ୍ରେରି ପାଇଁ ଆବଶ୍ୟକ ହେଉଥିବା ବୁକ୍‌ସେଲ୍‌ଫ ଓ ଅନ୍ୟାନ୍ୟ ଉପକରଣ ପରେ ସମସ୍ତେ ଆଲୋଚନା କରିବା । ବର୍ତ୍ତମାନ ଆବଶ୍ୟକ ହେଉଥିବା ପୁସ୍ତକର ତାଲିକା :

1. ଓଡ଼ିଶାର ସନ୍ଥସାହିତ୍ୟ- ରତ୍ନାକର ସାହୁ 2. ଓଡ଼ିଶାର ତନ୍ତ୍ର ସଂସ୍କୃତି- ଓଡ଼ିଶା ସାହିତ୍ୟ ଏକାଡେମୀ 3. ପ୍ରାଚୀନଦୀର ଐତିହାସିକ ବିଭବ- ଓଡ଼ିଶା ସାହିତ୍ୟ ଏକାଡେମୀ 4. ମହାନଦୀ- ଡକ୍ଟର ହେମନ୍ତ କୁମାର ଦାସ- ଓଡ଼ିଶା ସାହିତ୍ୟ ଏକାଡେମୀ 5. ବୈଦିକ ସମାଜ, ସାହିତ୍ୟ ଓ ସଂସ୍କୃତି-ଡଃ ଭୋଳାନାଥ ରାଉତ 6. ଅନ୍ତରଙ୍ଗ ଭାରତ- ଭାଗ-୧, ୨- ମନୋଜ ଦାସ 7. ଶ୍ରୀ ବରାହ ସଂସ୍କୃତି- ଡଃ ଏକଦଶୀ ପାଢୀ 8. ଶିବ ଉପସନା ଓ ଆଦ୍ୟାଶକ୍ତି ଭୁବନେଶ୍ୱରୀ 9. ସୂର୍ଯ୍ୟକ୍ଷେତ୍ର କୋଣାର୍କ- ବଳରାମ ମିଶ୍ର 10. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ- ଡାକ୍ତର ପ୍ରଫୁଲ୍ଲ କୁମାର ତ୍ରିପାଠୀ 11. ମହାଭାରତ- ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ 12. ରାମାୟଣ- ଜାନକୀ ବଲ୍ଲଭ ପଟ୍ଟନାୟକ 13. ମତ୍ସ୍ୟ ପୁରାଣ- ପଣ୍ଡିତ ନୀଳମଣି ମିଶ୍ର 14. ବିଷ୍ଣୁ ପୁରାଣ କଥା- ପଣ୍ଡିତ ନୀଳମଣି ମିଶ୍ର 15. ବାମନ ପୁରାଣ- ପଣ୍ଡିତ ନୀଳମଣି ମିଶ୍ର 16. ମାର୍କଣ୍ଡେୟ ପୁରାଣ- ପଣ୍ଡିତ ନୀଳମଣି ମିଶ୍ର 17. ପଞ୍ଚତନ୍ତ୍ର- ଅନୁବାଦକ- ଶ୍ରୀଧର ଦାସ 18. ବିରଜା କ୍ଷେତ୍ର- ନାରାୟଣ କୁମାର ରାଉତରାୟ 19. ତନ୍ତ୍ର ପରମ୍ପରାରେ ବିରଜା- ଡାକ୍ତର ସୁରେନ୍ଦ୍ର କୁମାର ମିଶ୍ର 20. ଶ୍ରୀକ୍ଷେତ୍ର: ଶ୍ରୀଜଗନ୍ନାଥ : ଭାଗ-୧, ୨, ୩- ଉତ୍କଳ ପାଠକ ସଂସଦ 21. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ 22. ମା ମଙ୍ଗଳା- ଶ୍ରୀ ରଘୁଦେବ ପଣ୍ଡା 23. ବ୍ରତସାହିତ୍ୟ- ଅରବିନ୍ଦ ପଟ୍ଟନାୟକ- ଓଡ଼ିଶା ସାହିତ୍ୟ ଏକାଡେମୀ 24. ଗନ୍ଧମାର୍ଦ୍ଦନ ପର୍ବତର ପ୍ରତ୍ନତାତ୍ତ୍ୱିକ ବୈଭବ- ଡଃ ଶଶାଙ୍କ ଶେଖର ସାମଲ 25. ଲୋକନାଟ୍ୟ ପରମ୍ପରା ଓ କଣ୍ଢେଇ- ଡଃ ଗୈରାଙ୍ଗ ଚରଣ ଦାସ 26. ଓଡ଼ିଶାର ସାଂସ୍କୃତିକ ଇତିହାସ-ଭାଗ-୨,୩,୪- ଡଃ ସତ୍ୟ ନାରାୟଣ ରାଜଗୁରୁ- ଓଡ଼ିଶା ସାହିତ୍ୟ ଏକାଡେମୀ 27. ଭାରତର ଐତିହର ଶତେକ ପ୍ରଶ୍ନ- ମନୋଜ ଦାସ 28. ଓଡ଼ିଶାର ଦେବଦେବୀ-ଭାଗ-୧, ୨, ୩- ଉତ୍କଳ ପାଠକ ସଂସଦ

ଓଡ଼ିଶା ଦିବସ ପାଳନ[ସମ୍ପାଦନା]

ଉଇକିଆଳିଗଣ,

ଓଡ଼ିଆ ଉଇକିପିଡ଼ିଆ ତରଫରୁ ଏପ୍ରିଲ ୧ ତାରିଖରେ ଓଡ଼ିଆ ଭାଷାକୁ ରାଜଭାଷା କରି ଭାଷା ଭିତ୍ତିରେ ୧୯୩୬ ମସିହାରେ ଭାରତର ପ୍ରଥମ ପ୍ରଦେଶ ଗଠନ କରାଯାଇଥିଲା । ଆମ ଭାଷାର ଏହି ମହାଦିବସକୁ ଓଡ଼ିଆ ଉଇକିପିଡ଼ିଆ ତରଫରୁ "ଓଡ଼ିଶା ଦିବସ" ପାଳନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା ଯାହା ଏହି ମାସ ୨୩ ତାରିଖରେ ଭୁବନେଶ୍ୱରରେ ଓଡ଼ିଆ ଉଇକିଆଳିଙ୍କ ଭିତରେ ଆଲୋଚିତ ହୋଇଥିଲା । ତେବେ ଏ ସମ୍ପର୍କିତ ଆଲୋଚନା ଓ କାର୍ଯ୍ୟକ୍ରମର ସୂଚନା ଏହି ପୃଷ୍ଠାରୁ ଦେଖିପାରିବେ । ତେବେ ଆମେ ସମସ୍ତେ ଏ ବିଷୟରେ ବିଷଦଭାବେ ମାର୍ଚ୍ଚ ମାସ ପ୍ରଥମ ମଙ୍ଗଳବାର (ମାର୍ଚ୍ଚ ୪ ତାରିଖ) ସଞ୍ଜରେ IRC ମାଧ୍ୟମରେ ଆଲୋଚନା କରିପାରିବା କି? ଦୟାକରି ଦିନ ଓ ସମୟ ସ୍ଥିର କରି ଏଠାରେ ତଳେ ଲେଖିବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୦୧, ୨୭ ଫେବୃଆରୀ ୨୦୧୪ (UTC)


ଉତ୍କଳ ଦିବସ ପାଳନ ପାଇଁ IRC ରେ ହବାକୁ ଥିବା ଅଲୋଚନା :
୧. ସଭାସ୍ଥାନ ନିର୍ଣ୍ଣୟ
୨. ଦାୟିତ୍ଵ ବଣ୍ଟନ
୩. ଅତିଥି ନିମନ୍ତ୍ରଣ
୪. ପ୍ରାକ୍ ପ୍ରସ୍ତୁତି ଆଲୋଚନା
୫. ସହଯୋଗୀ ଅନୁଷ୍ଠାନ ଆଲୋଚନା


IRC ବିବରଣୀ:
Channel: #Wikipedia-or
Date: ମାର୍ଚ୍ଚ ୧୦, ୨୦୧୪ (ସୋମବାର)
Time: ସନ୍ଧ୍ୟା ୬.୩୦ ରୁ ୯ ଟା


--ଦୀପ୍ତିମାନ୧୨:୪୩, ୧୦ ମାର୍ଚ୍ଚ ୨୦୧୪ (UTC)

ଇଣ୍ଟରଫେସରେ କିଛି ବଦଳ[ସମ୍ପାଦନା]

ଉଇକିପିଡ଼ିଆ ପୃଷ୍ଠାର ଉପରେ ଥିବା ସାଇଟ ଘୋଷଣାରେ ମୁଁ ପ୍ରଶ୍ନ ପଚାରିବା ନିମନ୍ତେ ଲିଙ୍କଟିକୁ ଏକ ବଟନ ଭଳି କରିଛି । ଯଦି କିଛି ଭିନ୍ନ ମତ ଥାଏ ଦୟାକରି ଉଲ୍ଲେଖ କରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୦୨, ୧୨ ମାର୍ଚ୍ଚ ୨୦୧୪ (UTC)

ଭୁବନେଶ୍ଵର ମେଳଣ[ସମ୍ପାଦନା]

ଆଦରର ଉଇକିଆଳି ବନ୍ଧୁମାନେ,

ଆଜି ଭୁବନେଶ୍ଵରରେ ଥିବା କିଛି ଉଇକିଆଳି ଦେଖା କରିବା ପାଇଁ ଯୋଜନା କରିଛୁ । ଏଥିରେ ଆଗାମୀ ଓଡ଼ିଶା ଦିବସ ପାଳନ ମୁଖ୍ୟ ଆଲୋଚ୍ୟ ବିଷୟ ହେବ । ଏହାର ଆୟୋଜନ-ପ୍ରଗତି ଓ କିଏ କେଉଁ କଥା ବୁଝିବ ଆଲୋଚନା କରାଯିବ । ସନ୍ଧ୍ୟା ପ୍ରାୟ ୫.୩୦ ରୁ ୬ ଭିତରେ ଜୟଦେବ ବିହାର ସ୍ଥିତ ଅକ୍‌ସ୍‌ଫୋର୍ଡ୍ ବୁକ୍‌ଷ୍ଟୋରକୁ ଆସିବା ପାଇଁ ଅନୁରୋଧ । ଯଦି ଅନ୍ୟ କେହି ପୁରୁଣା ଉଇକିଆଳି ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି ଯୋଗଦେବାପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୦:୨୩, ୨୫ ମାର୍ଚ୍ଚ ୨୦୧୪ (UTC)