ବ୍ୟବହାରକାରୀଙ୍କ ଆଲୋଚନା:Raj K. Mohapatra (Puri)

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
ଆପଣଙ୍କ ତିଆରି ପ୍ରସଙ୍ଗସବୁ
[ସମ୍ପାଦନା]ଆଦରର @Raj K. Mohapatra (Puri), ଖୁବ ଖୁସିର ବିଷୟ ଯେ ଆପଣ ନିକଟରେ ୨୦ ପାଖାପାଖି ଲେଖକଙ୍କ ବାବଦରେ ନୂଆ ପ୍ରସଙ୍ଗ ଗଢ଼ିଛନ୍ତି । ତେବେ ସେ ସବୁଯାକ ସିଧା କୌଣସି ବହିରୁ କପି କଲା ଭଳି ଲାଗୁଛି । ଲେଖକମାନଙ୍କ ବିଷୟରେ ଆଗରୁ ଥିବା ପ୍ରସଙ୍ଗରୁ (ଯଥା ଭୀମ ଭୋଇ ଆପଣ ଲିଖନଶୈଳୀ, ପ୍ରସଙ୍ଗର ବିଭିନ୍ନ ବିଭାଗ ଓ ତା ଭିତରେ ସଜାଣି ଆଦି ଦେଖିପାରିବେ ଆଉ ନିଜେ ସମାନ ଶୈଳୀରେ ଲେଖିପାରିବେ । ତେବେ ନୂଆ ପ୍ରସଙ୍ଗ ଗଢ଼ିବା ଆଗରୁ ଦୟାକରି ସର୍ଚ ଘରେ ପ୍ରସଙ୍ଗର ନାମ ଟାଇପ କରି ଖୋଜିବେ । ବେଳେବେଳେ "ସତ୍ୟ ରଞ୍ଜନ" ଆଉ "ସତ୍ୟରଞ୍ଜନ" କିମ୍ବା "ସବିତା ରାଣୀ" ଆଉ "ସବିତା ରାଣୀ" ଭଳି ନାମ ଥିଲେ ଉଭୟ ବନାନ (ସ୍ପେସ ଥାଇ ଓ ନଥାଇ) ଖୋଜିବେ । ଫଳରେ ସମାନ ବ୍ୟକ୍ତିଙ୍କ ଉପରେ ଏକାଧିକ ପ୍ରସଙ୍ଗ ଗଢ଼ାହେବ ନାହିଁ କି ଏକାଧିକ ଉଇକିଆଳିଙ୍କ ପରିଶ୍ରମ ବୃଥାରେ ଯିବ ନାହିଁ । ଆପଣଙ୍କ ଏବେ ଯାଏ ଗଢ଼ା ୨୦ଟି ପ୍ରସଙ୍ଗ ଉଇକିପିଡ଼ିଆ:ଲିଖନ ଶୈଳୀ ଅନୁସାରେ ଲେଖାଯାଇନଥିବାରୁ ସେସବୁକୁ ଆପଣଙ୍କ ବ୍ୟବହାରକାରୀ ନାମ ଅଧୀନରେ ଉପପୃଷ୍ଠା ଭାବେ ଘୁଞ୍ଚେଇଲି । ପ୍ରସଙ୍ଗଗୁଡ଼ିକ ଭଲ ଭାବେ ଲେଖାହେଲେ ଆପଣ ନିଜେ ଘୁଞ୍ଚେଇପାରିବେ (ଡେସ୍କଟପ/ଲ୍ୟାପଟପରେ ସମ୍ପାଦନା କରୁଥିଲେ ସର୍ଚ ଘର ବାଁକୁ ଅଧିକ > ଘୁଞ୍ଚାଇବେ ଉପରେ କ୍ଲିକକରିବେ) । ସମାନ ଭାବେ ଯଦି ନୂଆ ଗଢ଼ିବାକୁ ଯାଉଥିବା ଏକ ପ୍ରସଙ୍ଗରେ ଏବେ ଅଧିକ ତଥ୍ୟ ନଥିଲେ (ଯଥା ରାଜକିଶୋର ମହାପାତ୍ର) ସିଧା ପ୍ରସଙ୍ଗ ତିଆରି ନ କରି ନିଜ ବ୍ୟବହାରକାରୀ ଉପପୃଷ୍ଠାରେ ରଖି (ଯେମିତି ଏବେ ଅଛି) ତାକୁ ଧୀରେ ଧୀରେ ଉନ୍ନତ କରିବେ । ଅତ୍ୟାବଶ୍ୟକୀୟ ତଥ୍ୟ ରହିଲେ ତାକୁ ଏକ ପ୍ରସଙ୍ଗ ଭାବେ ଘୁଞ୍ଚାଇବେ । Psubhashish (ମୋ ଆଲୋଚନା) ୨୦:୪୨, ୨୨ ଅଗଷ୍ଟ ୨୦୨୪ (IST)
ଆଧାର ଆବଶ୍ୟକ
[ସମ୍ପାଦନା]ବନ୍ଧୁ । ଆପଣ ବହୁ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ୁଛନ୍ତି । ସେଥିପାଇଁ ଆପଣଙ୍କ ଅଭିନନ୍ଦନ ଓ ଧନ୍ୟବାଦ । କିନ୍ତୁ କୌଣସି ତଥ୍ୟ ଯୋଡ଼ିବା ସହିତ, ସେଥିପାଇଁ ଆବଶ୍ୟକ ଆଧର ଯୋଡ଼ିବା ମଧ୍ୟ ନିହାତି ଜରୁରୀ । ଆଧାର ନଥିଲେ, ଆପଣ ଯୋଡ଼ିଥିବା ତଥ୍ୟକୁ ହଟେଇ ଦିଆଯାଇପାରେ । ଆଧାର ନିମନ୍ତେ ଆପଣ ଜଣାଶୁଣା ୱେବସାଇଟ, ପତ୍ରପତ୍ରିକା ବା ଖବରକାଗଜ ବ୍ୟବହାର କରିପାରିବେ । ଯେଉଁପ୍ରସଙ୍ଗ ଆପଣ ଅଦ୍ୟତନ କରୁଛନ୍ତି, ସେଥିରେ ଅନ୍ୟ ତଥ୍ୟ ସହିତ ଆଧାର କିପରି ଦିଆଯାଇଛି ଦେଖନ୍ତୁ, ଆପଣ ନିଜେ ଦେଖି ଶିଖିପାରିବେ । ଯେକୌଣସି ଅସୁବିଧା ଆପଣ ଆଲୋଚନା ସଭାରେ ଲେଖିପାରିବେ । ପୁରୁଖା ଉଇକିଆଳିମାନେ ଆପଣଙ୍କ ପ୍ରଶ୍ନର ଉତ୍ତରେ ଦେବେ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୪୦, ୨୮ ଅଗଷ୍ଟ ୨୦୨୪ (IST)
- ଅଧାର କିପରି ଯୋଡ଼ିବି କହିଲେ ମୁଁ ନିଶ୍ଚୟ ଯୋଡ଼ିଦେବି । ମନେକର ମୁଁ ସୁରେନ୍ଦ୍ର କୁ ମହାରଣାଙ୍କ ପୁସ୍ତକ କିମ୍ବା ଅନ୍ୟ ଯେଉଁ ଲେଖକମାନଙ୍କ ପୁସ୍ତକ ଦେଖି କିଛି ନୂଆ ଯୋଡୁଛି ତାକୁ ଆଧାରରେ କିପରି ଉଲ୍ଲେଖ କରିବି ? Raj K. Mohapatra (Puri) (ମୋ ଆଲୋଚନା) ୧୬:୩୦, ୨୮ ଅଗଷ୍ଟ ୨୦୨୪ (IST)
- @Raj K. Mohapatra (Puri) ଦୟାକରି ଉଇକିପିଡ଼ିଆ:ନିୟମାବଳୀରୁ ଆଧାର କିପରି ଦିଆଯାଏ ଦେଖନ୍ତୁ । ଦ୍ୱିତୀୟରେ ଆପଣ ତିଆରୁଥିବା ନୂଆ ପ୍ରସଙ୍ଗ ଉଇକିପିଡ଼ିଆ ଶୈଳୀରେ ଲେଖାଯାଇନାହିଁ ଓ ମୁଁ ଏ ବାବଦରେ ଉପରେ ଲେଖିଥିଲି
- ଦୟାକରି ପୁଣି ଆଗ ଭଳି ଶୈଳୀରେ ପ୍ରସଙ୍ଗ ଗଢ଼ନ୍ତୁ ନାହିଁ ଆଗରୁ ଥିବା ପ୍ରସଙ୍ଗ ଶୈଳୀର ଅନୁକରଣରେ ନୂଆ ପ୍ରସଙ୍ଗ ଲେଖିବାକୁ ଚେଷ୍ଟାକରନ୍ତୁ ଫଳରେ ଉଇକିପିଡ଼ିଆର ଶୈଳୀ ସହଜରେ ବୁଝାପଡ଼ିବ । Psubhashish (ମୋ ଆଲୋଚନା) ୧୭:୦୪, ୨୮ ଅଗଷ୍ଟ ୨୦୨୪ (IST)
- @Psubhashish ଯାହା ଉତ୍ତର ଲେଖିଲେ, ସେହି ସବୁ ନିୟମକୁ ଅନୁସରଣ କରିବାକୁ ପଡ଼ିବ । ଅମିୟବାଳା ପଟ୍ଟନାୟକ ପ୍ରସଙ୍ଗରେ ଆପଣ ଯୋଡ଼ିଲେ ଯେ, ସେ ସୁନିଲ ଗଙ୍ଗୋପାଧ୍ୟାୟଙ୍କ ପ୍ରଥମ ଆଲୋକ ପୁସ୍ତକକୁ ଅନୁବାଦ କରିଛନ୍ତି । ଏ ତଥ୍ୟ କେଉଁଠୁ ପାଇଲେ ଆପଣ ! ମୁଁ କେବଳ "ପ୍ରଥମ ଆଲୋକ" ଗୁଗୁଲରେ ସର୍ଚ୍ଚ କରିବାରୁ ମତେ ଗୋଟିଏ ଗୁଗୁଲ ବୁକ୍ସର ଲିଙ୍କ ମିଳିଲା, ଯେଉଁଥିରେ ଲେଖାଯାଇଛି ଯେ ପୁସ୍ତକଟିର ଅନୁବାଦିକା ହେଲେ ମମତା ଦାଶ । ମମତା ଦାଶ ପ୍ରସଙ୍ଗରେ ମଧ୍ୟ ସେହି ପୁସ୍ତକର ଉଲ୍ଲେଖ ଅଛି । ସଠିକ ଆଧାର ନଦେଲେ ଆପଣଙ୍କ ଅବଦାନ ହଟେଇ ଦିଆଯିବ । ଏଠାରେ ଉଲ୍ଲେଖ କରିରଖେ ଯେ, ଉଇକିପିଡ଼ିଆକୁ ଭରସାଯୋଗ୍ୟ କରେ, ସେଥିରେ ଦିଆଯାଇଥିବା ଆଧାର । ସେହିପରି "ଅରଣ୍ୟର ଅଧିକାର" ପୁସ୍ତକଟିକୁ "ଅଞ୍ଜଳି ରାୟ" ଅନୁବାଦ କରିଥିବାର ସୁଚନା ମଧ୍ୟ ଗୁଗୁଲ ସର୍ଚ୍ଚରେ ମିଳୁଛି । ପ୍ରଥମ ଆଲୋକର ଗୁଗୁଲ ବୁକ୍ସ ଲିଙ୍କଟି ନିମ୍ନରେ ଦେଲି ।
- https://books.google.co.in/books/about/%E0%AC%AA%E0%AD%8D%E0%AC%B0%E0%AC%A5%E0%AC%AE_%E0%AC%86%E0%AC%B2%E0%AD%8B%E0%AC%95.html?id=ESfRzwEACAAJ&redir_esc=y
- ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୪୨, ୨୯ ଅଗଷ୍ଟ ୨୦୨୪ (IST)
- ଅମିୟବାଳା ପଟ୍ଟନାୟକଙ୍କ ୨୦ରୁ ଉର୍ଦ୍ଧ୍ୱ ଅନୁବାଦ ଓ ୫ରୁ ଅଧିକ ମୌଳିକ କୃତି ପ୍ରକାଶିତ । ଏ ସମସ୍ତ ପୁସ୍ତକର ବିବରଣୀ ଗୁଗୁଲରେ ଉପଲବ୍ଧ ନୁହେଁ ।
- ୧- ପ୍ରଥମ ଆଲୋକ ପାଇଁ
- https://ritikart.com/products/prathama-alok-by-sunil-gangopadhyaya?srsltid=AfmBOoozqdob_hBZgJwYGltjItY3Dy8m6p9LRVYSxMJaiGNqPDkQPqU8
- ୨- ଅରଣ୍ୟର ଅଧିକାର ପାଇଁ
- https://www.flipkart.com/aranyara-adhikar/p/itm6441eb55938a3
- ଆପଣଙ୍କ ମତାମତ ପାଇଁ ଧନ୍ୟବାଦ । ପ୍ରଥମତଃ ଆଧାର କିପରି ସଂଯୋଗ କରିବାକୁ ହୁଏ ମୁଁ ଚେଷ୍ଟା କରି ମଧ୍ୟ ଯୋଗ କରିପାରୁନାହିଁ ।
- ଦ୍ୱିତୀୟତଃ ପାଖାପାଖି ୧୯୯୬ ମସିହାରୁ ମୁଁ କେବଳ ଓଡ଼ିଆ ଲେଖକମାନଙ୍କ ବାୟୋଡାଟା ସଂଗ୍ରହ କରିଚାଲିଛି ଯାହାର ସଂଖ୍ୟା ଏପର୍ଯ୍ୟନ୍ତ ୧୦୦୦୦ରୁ ଅଧିକ ହେବ । ତନ୍ମଧ୍ୟରେ ଅଛନ୍ତି ଏନେକ ଦିବଂଗତ ଓ ଜୀବିତ ଲେଖକ ଯେଉଁମାନଙ୍କର ଲେଖା ବା ପୁସ୍ତକ ସଂପର୍କିତ ତଥ୍ୟ ନା ଗୁଗୁଲ ସର୍ଚ୍ଚରେ ମିଳେ ନା ଅନ୍ୟ କେଉଁଥିରେ । ମୋ ଅଗ୍ରହରୁ ମୁଁ ସେମାନଙ୍କ ଡାଟା ବ୍ୟକ୍ତିଗତ ଭାବରେ ହେଉ ବା ଫୋନ୍ ମାଧ୍ୟମରେ ସେମାନଙ୍କ ସଂଗ୍ରହ କରିଛି । ଏ ସଂପର୍କିତ ମୋର ୩ଖଣ୍ଡ ବହି ମଧ୍ୟ ପ୍ରକାଶିତ । ତେବେ ମୋର ପ୍ରଶ୍ନ ହେଉଛି ଆମେ ସେମାନଙ୍କ ନାମ ଆମେ ୱିକିପେଡିଆରେ ଯୋଗ କରିପାରିବା କି ? ଯଦି କରିପାରିବା ତେବେ ସେ କ୍ଷେତ୍ରରେ ଆମେ କେଉଁ 'ଆଧାର'କୁ ସଂଯୋଗ କରିବା ? Raj K. Mohapatra (Puri) (ମୋ ଆଲୋଚନା) ୧୦:୫୦, ୨୯ ଅଗଷ୍ଟ ୨୦୨୪ (IST)
- ବହିର ଆଧାର ପାଇଁ ଲିଙ୍କ ଅନାବଶ୍ୟକ । ଏ ପୃଷ୍ଠାର "ଆଧାର" ଭାଗରେ କିପରି ବହିର ଆଧାର ଦେବେ ତା' ରହିଛି (ଡାହାଣ ପଟେ ଏକ ଟ୍ୟୁଟୋରିଆଲ ଦେଲି) । ନିଜ ବହି ମଧ୍ୟ ଆଧାର ଭାବେ ଦେଇପାରିବେ । ବହିର ଆଧାର ପାଇଁ କେବଳ ଲେଖକ, ପ୍ରକାଶକ, ବହିର ନାଁ, ପ୍ରକାଶ ବର୍ଷ ଆଦି ତଥ୍ୟ ଲୋଡ଼ା । ତେବେ ଉଇକିପିଡ଼ିଆରେ ଆପଣ ଲେଖିଥିବା ଭଳି ଲେଖକଙ୍କ ବାୟୋଡାଟା ଶୈଳୀରେ ରହେନାହିଁ । ସମ୍ପୂର୍ଣ୍ଣ ବାକ୍ୟ ରହେ ଯାହା ମୁଁ ଉପରେ ଲେଖିଥିଲି । ଯେକୌଣସି ଜଣାଶୁଣା ଲେଖକଙ୍କ (ଯଥା ଭୀମ ଭୋଇ) ପ୍ରସଙ୍ଗ ଯାଇ ତାହା ଦେଖିପାରିବେ ଓ ତା' ଅନୁକରଣରେ ସେହି ଶୈଳୀରେ ଲେଖିପାରିବେ ।
Psubhashish (ମୋ ଆଲୋଚନା) ୨୧:୧୦, ୨୯ ଅଗଷ୍ଟ ୨୦୨୪ (IST)- @Raj K. Mohapatra (Puri) ଦୟାକରି ବହି ଇ-ଷ୍ଟୋରର ଲିଙ୍କ ଆଧାର ଭାବେ ଦିଅନ୍ତୁ ନାହିଁ । ବହିର ବାକି ତଥ୍ୟ (ଲେଖକ, ପ୍ରକାଶକ, ପ୍ରକାଶନ ବର୍ଷ ଆଦି ଯଥେଷ୍ଟ) । କେବଳ ବିଶ୍ୱସନୀୟ ହୋଇଥିଲେ (ଗୁଗୁଲ ବୁକ୍ସ ଭଳି) ଦିଆଯାଇପାରିବ । ଆମାଜନ ଓ ଅନ୍ୟାନ୍ୟ ବ୍ୟବସାୟିକ ବହି ବିକୁଥିବା ସାଇଟ ବିଶ୍ୱସନୀୟ ଆଧାର ଭାବେ ଦିଆଯାଇପାରିବ ନାହିଁ । Psubhashish (ମୋ ଆଲୋଚନା) ୧୭:୨୯, ୧ ସେପ୍ଟେମ୍ବର ୨୦୨୪ (IST)
- ଓକେ Raj K. Mohapatra (Puri) (ମୋ ଆଲୋଚନା) ୧୦:୪୭, ୨ ସେପ୍ଟେମ୍ବର ୨୦୨୪ (IST)
- ଆପଣଙ୍କ ପାଇଁ ଆଉ କେତେକ ସୂଚନା:
- ଦୟାକରି ଉଇକିପିଡ଼ିଆରେ ଆଗରୁ ଥିବା ଏକ ପ୍ରସଙ୍ଗ ଖୋଲି ତା'ର ଶୈଳୀ ଅନୁକରଣ କରିବେ । ଏ ବିଷୟରେ ମୁଁ ବାରମ୍ବାର ଆଗରୁ ଅନୁରୋଧ କରିଛି । ଭୀମ ଭୋଇ ପ୍ରସଙ୍ଗର ଉଦାହରଣ ଦେଇଥିଲି । ତେବେ ଆପଣ ନିକଟରେ ଗଢ଼ିଥିବା ମଞ୍ଜୁବାଳା ପଣ୍ଡା ପ୍ରସଙ୍ଗରେ ମନମୁତାବକ ଶୈଳୀ ରହିଛି ଯାହାକୁ ସଜାଡ଼ିବା ସମୟସାପେକ୍ଷ ।
- ନିକଟର ଥିବା ତ୍ରୁଟିର ଉଦାହରଣ ଯାହା ଆଗକୁ ସଜାଡ଼ିବା ପାଇଁ ଅନୁରୋଧ: ବିଭାଗ ଓ ଉପ ବିଭାଗ ପାଇଁ ବା ଆଧାର ଦେବା ପାଇଁ ଶୈଳୀସବୁ ଏଠି ଅଛି । ରଚନାବଳୀ ବିନ୍ଦୁ ଦେଇ ତାଲିକା କରାଯାଏ (୧, ୨, ୩ ନୁହେଁ) । ପ୍ରତି ବହିର ନାଁ ଇଟାଲିକ (ତେରେଛା) କରାଯାଏ । ବ୍ୟକ୍ତିଙ୍କ ନାମରେ ଉପାଧୀ ବା ଶ୍ରୀଯୁକ୍ତ, ଶ୍ରୀମତୀ, ପଣ୍ଡିତ ଆଦି ରହେନାହିଁ । ଯାହା ଘଟିଯାଇଛି ତାହା ଅତୀତ କାଳରେ ଲେଖାଯାଏ (ଅମୁକ ଲେଖକ ଅମୁକ ମସିହାରେ ଜନ୍ମଗ୍ରହଣ କରିଥିଲେ, କରନ୍ତି ନୁହେଁ) ।
- ଉଇକିପିଡ଼ିଆରେ ଯେତେ ଅଧିକ ସମ୍ଭବ ବିନା ବିଶେଷଣରେ ଓ ସରଳ ଭାବରେ ଲେଖାଯାଏ । ଯଥା: "ଅମୁକ ଲେଖକ ଅନେକ ସୁନ୍ଦର, ସାବଲୀଳ ଓ ମନୋମୁଗ୍ଧକର ରଚନାମାନ ଲେଖିଛନ୍ତି"ରେ ଅନେକ ସୁନ୍ଦର, ସାବଲୀଳ ଓ ମନୋମୁଗ୍ଧକର ଆଦି ଅନାବଶ୍ୟକ । ଯଦି ରଚନାବଳୀର ସଂଖ୍ୟା ନାହିଁ (ଯଥା: ୧୨ଟି କବିତା ସଂକଳନ) ତାହେଲେ କେବଳ "ଅମୁକ ଲେଖକ ସମୁକ ମସିହାରୁ କବିତା, ଗପ ଓ ଉପନ୍ୟାସ ରଚନା କରିଛନ୍ତି" ବୋଲି ଲେଖିପାରିବେ । ସଂକ୍ଷେପରେ କହିଲେ ଯାହା ମାପି ହେବ, ଗଣି ହେବ ବା ସଂଖ୍ୟାରେ ପ୍ରକାଶରେ କରିହେବ ତା' ବିଶେଷଣ ବିନା ଲେଖିବେ । ଏସବୁ ଏ ପୃଷ୍ଠାରେ ରହିଛି ।
- big, small ଆଦି ଟ୍ୟାଗ ବ୍ୟବହାର ନ କରିବାକୁ ଅନୁରୋଧ । ଉପରେ ଯାହା ଲେଖିଛି ବିଭାଗ ଓ ଉପବିଭାଗ ପାଇଁ ଯଥାକ୍ରମେ ଦୁଇ ଓ ତିନି ସମାନ ଚିହ୍ନ ଦେଇ ଲେଖିବେ ।
- ସବୁ ଲିଙ୍କ ଆଧାରଯୋଗ୍ୟ ନୁହେଁ । ଇ-ବହି ଦୋକାନ ଭଳି ବିଭିନ୍ନ ବ୍ୟକ୍ତିଙ୍କ ବ୍ଲଗ, ୟୁଟ୍ୟୁବ ଚ୍ୟାନେଲ ଆଦି ଆଧାର ଅଯୋଗ୍ୟ । ଅପରପକ୍ଷେ, ଜଣାଶୁଣା ନିଉଜ ଚ୍ୟାନେଲ, ଖବରକାଗଜ, ପତ୍ରିକା, ବହି ଆଦି ଯୋଗ୍ୟ । ବହି ପାଇଁ ଯେମିତି "Cite book", ୱେବ ନିଉଜ ପାଇଁ "Cite news" ଓ ଅନ୍ୟାନ୍ୟ ୱେବସାଇଟ ପାଇଁ "Cite web" ବ୍ୟବହାର କରିପାରିବେ । ଏସବୁ ବି ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁରେ ରହିଛି ।
- ଆଧାର ଦେବା ପାଇଁ ଡାହାଣ ପାଖେ ଯେଉଁ ଟ୍ୟୁଟୋରିଆଲ ଅଛି ସେଭଳି ଦେବେ । ପ୍ରସଙ୍ଗ ବିଷୟବସ୍ତୁ ଭିତରେ ଆଧାର ଦେଲେ (ଇନ-ଲାଇନ) ଆଧାର ବିଭାଗରେ ତାଲିକା ଆପେଆପେ ତିଆରି ହେବ । ଦୋହରା ତାଲିକା କରି ଆଧାର ଦେବା ଅନାବଶ୍ୟକ ।
- ଶେଷରେ ଏକ ଭଲମାନର ପ୍ରସଙ୍ଗର ଶୈଳୀ (ଉପରେ ପ୍ରଥମ ଉଦାହରଣ) ଖୋଲିଲେ ଆପଣ ସବୁ ଆବଶ୍ୟକୀୟ ଶୈଳୀ ପାଇପାରିବେ ।
- Psubhashish (ମୋ ଆଲୋଚନା) ୧୮:୪୧, ୨ ସେପ୍ଟେମ୍ବର ୨୦୨୪ (IST)
- ଧନ୍ୟଵାଦ 2402:3A80:18B1:220D:4CD1:4CFF:FE8D:C8FC ୧୯:୧୫, ୨ ସେପ୍ଟେମ୍ବର ୨୦୨୪ (IST)
- ଆପଣ ତିଆରି କରିଥିବା କଲୋସିୟମ ଆଗରୁ କୋଲୋଜିୟମ୍ ନାମରେ ଥିବାରୁ ଲେଉଟାଣି କରିବାକୁ ପଡ଼ିଲା । ଏଠି କହିରଖେ ଯେ ବିଜ୍ଞାନ ଓ ବିଶ୍ୱ ସମ୍ବନ୍ଧୀୟ ଲେଖା ଇଂରାଜୀ ଉଇକିରୁ ଅନୁବାଦ କରିବା ଭଲ କାରଣ ଓଡ଼ିଆ ପେପରରେ ଖୁବ ସଂକ୍ଷେପରେ ଚୁମ୍ବକରେ ଲେଖାଯାଇଥାଏ ଓ ଅନେକ ତଥ୍ୟ ପୁରୁଣା ହୋଇପାରେ । ଇଂରାଜୀ ଉଇକିରେ ଅଧିକସଂଖ୍ୟକ ଲୋକ ବାରମ୍ବାର ଲେଖି ବଦଳାଉଥିବାରୁ ଏ ଡର ନାହିଁ ।
- ଉପରେ ଆଧାର ପାଇଁ କେମିତି ବହି ଓ ଖବରକାଗଜ ଆଦି ବ୍ୟବହାର କରାଯାଏ ତାହା ଲିଙ୍କ ସହ ଦେଇଥିଲି - ଦେଖିବେ । ଖବରକାଗଜ କ୍ଷେତ୍ରରେ ଲିଙ୍କ ଥିଲେ ଭଲ ହେଲେ ଖବରର ନାମିତ ଶୀର୍ଷକ (ଓ ସାମ୍ବାଦିକଙ୍କ ନାମ ଥିଲେ ଭଲ) ଓ ତାରିଖ ଜରୁରୀ । ତେବେ ସାଦା ଲେଖାରେ ନ ଲେଖି ଫର୍ମ ଯୋଗେ ଟେମ୍ପଲେଟ ବା ଛାଞ୍ଚ ବ୍ୟବହାର ବାବଦରେ ଉପରେ ମୁଁ ଲେଖିଚି ଆଉଥରେ ଦେଖିବେ । Psubhashish (ମୋ ଆଲୋଚନା) ୧୮:୨୭, ୨୪ ସେପ୍ଟେମ୍ବର ୨୦୨୪ (IST)
- ଧନ୍ୟବାଦ Raj K. Mohapatra (Puri) (ମୋ ଆଲୋଚନା) ୧୫:୦୯, ୨୫ ସେପ୍ଟେମ୍ବର ୨୦୨୪ (IST)
- @Raj K. Mohapatra (Puri): ସମାନ ଧରଣର ଅସୁବିଧା ନୂର୍ ଇନାୟତ୍ ଖାଁ ପ୍ରସଙ୍ଗରେ । ଓଡ଼ିଆ ଉଇକିରେ ନଥିଲେ ହେଁ ଇଂରାଜୀରେ ବିଶଦ ଭାବେ ଅଛି । ସମ୍ଭବତଃ ଆପଣ ଯେଉଁ ଆଧାର ଦେଇଛନ୍ତି ସେମାନେ ବି ଉକ୍ତ ପ୍ରସଙ୍ଗ ଦେଖି ଲେଖିଛନ୍ତି । ମୁଁ ଆଗରୁ ବି ଲେଖିଛି । ଓଡ଼ିଶା ବାହାର ଅନେକ ପ୍ରସଙ୍ଗ ପ୍ରାୟତଃ ଇଂରାଜୀ ଉଇକିରେ ଭଲ ଭାବେ ଲେଖା ଏଣୁ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବରଂ ଭଲ । ସେ କ୍ଷେତ୍ରରେ ଅଧିକ ଓ ନିରପେକ୍ଷ ତଥ୍ୟ ଅନୁବାଦ କରିହେବ । Psubhashish (ମୋ ଆଲୋଚନା) ୧୫:୫୩, ୨୫ ସେପ୍ଟେମ୍ବର ୨୦୨୪ (IST)
- ମୁଁ ମଧ୍ୟ ଏବେ ଦେଖିଲି, ସୂଚନା ପାଇଁ ଧନ୍ୟବାଦ । ପ୍ରସଙ୍ଗଟିକୁ ହଟାଇବାକୁ ଅନୁରୋଧ । Raj K. Mohapatra (Puri) (ମୋ ଆଲୋଚନା) ୧୬:୩୪, ୨୫ ସେପ୍ଟେମ୍ବର ୨୦୨୪ (IST)
- କେଉଁ ପ୍ରସଙ୍ଗ? କଲୋସିୟମ ପ୍ରସଙ୍ଗରେ ମୁଁ ଆପଣଙ୍କ ନୂଆ ତିଆରି ପ୍ରସଙ୍ଗଟିକୁ ଲେଉଟାଇ (ମିଶାଇ) ଦେଇଥିଲି ହେଲେ ନୂର୍ ଇନାୟତ୍ ଖାଁ ପ୍ରସଙ୍ଗ ନୂଆ ଆଉ ରହିବାଯୋଗ୍ୟ ହେତୁ ଆପଣଙ୍କୁ ପରେ ଧୀରେଧୀରେ ଇଂରାଜୀ ଉଇକି ପ୍ରସଙ୍ଗ ସହ ମେଳ କରିବାକୁ ଅନୁରୋଧ । ନୂର ପ୍ରସଙ୍ଗରେ ଆପଣ କିଛି ଭୁଲ କରିନଥିଲେ ହେଁ ଇଂରାଜୀରେ ଉଚ୍ଚ ମାନର ଲେଖା ଥିବାରୁ ସେଥିରୁ ଅନୁବାଦ କଲେ ଓଡ଼ିଆ ଲେଖାଟା ବି ସମ-ଉନ୍ନତ ହେବ । Psubhashish (ମୋ ଆଲୋଚନା) ୧୯:୦୪, ୨୫ ସେପ୍ଟେମ୍ବର ୨୦୨୪ (IST)
- ମୁଁ ମଧ୍ୟ ଏବେ ଦେଖିଲି, ସୂଚନା ପାଇଁ ଧନ୍ୟବାଦ । ପ୍ରସଙ୍ଗଟିକୁ ହଟାଇବାକୁ ଅନୁରୋଧ । Raj K. Mohapatra (Puri) (ମୋ ଆଲୋଚନା) ୧୬:୩୪, ୨୫ ସେପ୍ଟେମ୍ବର ୨୦୨୪ (IST)
- @Raj K. Mohapatra (Puri): ସମାନ ଧରଣର ଅସୁବିଧା ନୂର୍ ଇନାୟତ୍ ଖାଁ ପ୍ରସଙ୍ଗରେ । ଓଡ଼ିଆ ଉଇକିରେ ନଥିଲେ ହେଁ ଇଂରାଜୀରେ ବିଶଦ ଭାବେ ଅଛି । ସମ୍ଭବତଃ ଆପଣ ଯେଉଁ ଆଧାର ଦେଇଛନ୍ତି ସେମାନେ ବି ଉକ୍ତ ପ୍ରସଙ୍ଗ ଦେଖି ଲେଖିଛନ୍ତି । ମୁଁ ଆଗରୁ ବି ଲେଖିଛି । ଓଡ଼ିଶା ବାହାର ଅନେକ ପ୍ରସଙ୍ଗ ପ୍ରାୟତଃ ଇଂରାଜୀ ଉଇକିରେ ଭଲ ଭାବେ ଲେଖା ଏଣୁ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବରଂ ଭଲ । ସେ କ୍ଷେତ୍ରରେ ଅଧିକ ଓ ନିରପେକ୍ଷ ତଥ୍ୟ ଅନୁବାଦ କରିହେବ । Psubhashish (ମୋ ଆଲୋଚନା) ୧୫:୫୩, ୨୫ ସେପ୍ଟେମ୍ବର ୨୦୨୪ (IST)
- ଧନ୍ୟବାଦ Raj K. Mohapatra (Puri) (ମୋ ଆଲୋଚନା) ୧୫:୦୯, ୨୫ ସେପ୍ଟେମ୍ବର ୨୦୨୪ (IST)
- ଧନ୍ୟଵାଦ 2402:3A80:18B1:220D:4CD1:4CFF:FE8D:C8FC ୧୯:୧୫, ୨ ସେପ୍ଟେମ୍ବର ୨୦୨୪ (IST)
- ଆପଣଙ୍କ ପାଇଁ ଆଉ କେତେକ ସୂଚନା:
- ଓକେ Raj K. Mohapatra (Puri) (ମୋ ଆଲୋଚନା) ୧୦:୪୭, ୨ ସେପ୍ଟେମ୍ବର ୨୦୨୪ (IST)
- @Raj K. Mohapatra (Puri) ଦୟାକରି ବହି ଇ-ଷ୍ଟୋରର ଲିଙ୍କ ଆଧାର ଭାବେ ଦିଅନ୍ତୁ ନାହିଁ । ବହିର ବାକି ତଥ୍ୟ (ଲେଖକ, ପ୍ରକାଶକ, ପ୍ରକାଶନ ବର୍ଷ ଆଦି ଯଥେଷ୍ଟ) । କେବଳ ବିଶ୍ୱସନୀୟ ହୋଇଥିଲେ (ଗୁଗୁଲ ବୁକ୍ସ ଭଳି) ଦିଆଯାଇପାରିବ । ଆମାଜନ ଓ ଅନ୍ୟାନ୍ୟ ବ୍ୟବସାୟିକ ବହି ବିକୁଥିବା ସାଇଟ ବିଶ୍ୱସନୀୟ ଆଧାର ଭାବେ ଦିଆଯାଇପାରିବ ନାହିଁ । Psubhashish (ମୋ ଆଲୋଚନା) ୧୭:୨୯, ୧ ସେପ୍ଟେମ୍ବର ୨୦୨୪ (IST)
ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪
[ସମ୍ପାଦନା]ଆଦରର ଓଡିଆ ଉଇକିଆଳି,
ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।
ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link
ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।
ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78
ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।
ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।
ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!
ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ
ଲେଖକ ଓ ବ୍ୟକ୍ତିତ୍ୱଙ୍କ ସମ୍ପାଦନା କଲାବେଳେ
[ସମ୍ପାଦନା]ଉଇକିପିଡ଼ିଆ:ଲିଖନ ଶୈଳୀରୁ ଦୟାକରି ବିଭାଗର ନାମ, ଜନ୍ମ ତାରିଖ, ରଚନାବଳୀ ଆଦିରେ ଲେଖିବା ଶୈଳୀ ବାବଦରେ ଦେଖିବେ । ଆପଣଙ୍କ ନିକଟରେ ତିଆରି ଅନେକ ଲେଖାରେ ଆପଣ ସୁଧାରିଛନ୍ତି ଆଉ ଆଗକୁ ସୁଧାରିବାରେ କାମରେ ଆସିବ । Psubhashish (ମୋ ଆଲୋଚନା) ୨୨:୧୮, ୩୦ ସେପ୍ଟେମ୍ବର ୨୦୨୪ (IST)
- @Raj K. Mohapatra (Puri): ଦୟାକରି ନିକଟରେ ଆପଣ ସମ୍ପାଦନା କରିଥିବା ଏ ଭଳି ପ୍ରସଙ୍ଗ ସମ୍ପାଦନା କରି ତଳ ବଦଳସବୁ କରିବେ କି?
- ପ୍ରଥମତଃ ବିଭାଗର ଆରମ୍ଭରେ ମୁଖ୍ୟ ବିଭାଗ (ସଂକ୍ଷିପ୍ତ ଜୀବନୀ; ରଚନାବଳୀ ଆଦି) ନାମ କିଭଳି ରହେ ତାହା ଦେଖିବେ - ନାମଟି ସିଲେକ୍ଟ କରି ଉପର ବାମ ଟୁଲ ପଟିରେ ଥିବା "ଅନୁଚ୍ଛେଦ"ରୁ " ଉପଶୀର୍ଷକ୧" ବାଛିବାକୁ ପଡ଼େ ।
- ବିଭାଗ ନାମରେ ନୂଆ ଶୈଳୀ ଅନାବଶ୍ୟକ (ପ୍ରକାଶିତ ବହି ବଦଳରେ "ରଚନାବଳୀ" ହେବ) ।
- ଘନଶ୍ୟାମ ସାହୁ (ଲେଖକ) ପ୍ରସଙ୍ଗର ରଚନାବଳୀ ବିଭାଗର ପ୍ରଥମ ବହି ନାମ ଓ ତା' ପର ଲେଖା ମୁଁ ଆପଣଙ୍କ ଦେଖିବା ପାଇଁ ବଦଳାଇଛି; ଇଟାଲିକରେ ବହିର ନାମ (ବହି ପ୍ରକାର ଯଥା ଭଜନ, ପ୍ରକାଶ ବର୍ଷ) କେବଳ ରହେ । ପ୍ରକାଶକଙ୍କ ନାମ ଦୟାକରି କାଟିବେ ।
- ମୁଁ ଏଇ କାରଣରୁ ଆରମ୍ଭରେ ଆଗରୁ ଲେଖା ପ୍ରସଙ୍ଗ ଅନୁକରଣରେ ଲେଖିବାକୁ ପରାମର୍ଶ ଦେଇଥିଲି । Psubhashish (ମୋ ଆଲୋଚନା) ୧୭:୫୫, ୯ ଅକ୍ଟୋବର ୨୦୨୪ (IST)
- @Raj K. Mohapatra (Puri) ଦୟାକରି ପ୍ରସଙ୍ଗ ଲେଖିବା ବା ସମ୍ପାଦନା କଲାବେଳେ "ସଂକ୍ଷିପ୍ତ ଜୀବନୀ" ଓ "ରଚନାବଳୀ" ଭଳି ବିଭାଗକୁ ବିଭାଗ ଭାବେ ରଖିବେ । ଭିଜୁଆଲ ଏଡିଟର ବ୍ୟବହାର କରୁଥିଲେ ବିଭାଗ ନାମକୁ ସିଲେକ୍ଟ କରି ବାମ ପଟ ଉପରେ "ଅନୁଚ୍ଛେଦ"ରେ କ୍ଲିକ କରି "ଶିରୋନାମ"କୁ ବଦଳାଇବେ । ସୋର୍ସ ଏଡିଟର ବ୍ୟବହାର କଲାବେଳେ ବିଭାଗ ନାମ ଆଗ ଓ ପରେ ଦୁଇଟି ସମାନ ଚିହ୍ନ (ଏମିତି: "== ରଚନାବଳୀ ==") ଦେବେ । ଆu ପ୍ରସଙ୍ଗର ଶେଷରେ ଆଧାର ତଳ ଲେଖା ହେଲା ଭଳି ଦେବେ ହେଲେ ଆଧାର ଆପେ ଆପେ ଯୋଡ଼ାହେବ । ଆଉ କେହି ବା ମୁଁ ଆପଣଙ୍କ ତିଆରି ପ୍ରତିଟି ପ୍ରସଙ୍ଗରେ ଏ ବଦଳ କରୁଛି ହେଲେ ଆପଣ ନିଜେ ଏସବୁ କରିପାରିବେ । ଆପଣଙ୍କ ନିକଟର ତିଆରି ପ୍ରସଙ୍ଗର ଭିତର କୋଡ଼ ଏଇଠୁ ଦେଖିବେ ବୁଝିବା ପାଇଁ ।
== ଆଧାର ==
{{ଆଧାର}}
Psubhashish (ମୋ ଆଲୋଚନା) ୨୧:୦୨, ୨୧ ଅକ୍ଟୋବର ୨୦୨୪ (IST)
- @Raj K. Mohapatra (Puri) ଆଉ ଗୋଟେ କଥା: ନିହାତି ଆବଶ୍ୟକ ନ ପଡ଼ିଲେ କର୍ମବାଚ୍ୟରେ ଲେଖିବେ ନାହିଁ । କର୍ତ୍ତୃବାଚ୍ୟରେ ସବୁଠି ସବୁବେଳେ ଲେଖିବା ଜରୁରୀ । (ଅଧିକ ସୂଚନା) Psubhashish (ମୋ ଆଲୋଚନା) ୨୨:୨୯, ୨୧ ଅକ୍ଟୋବର ୨୦୨୪ (IST)
- @Raj K. Mohapatra (Puri) ଆପଣଙ୍କ ନିକଟର ସମ୍ପାଦନାସବୁକୁ ଅତି ଯତ୍ନରେ ଉଇକିପିଡ଼ିଆ ଶୈଳୀ ଅନୁସାରେ ଲେଖିଥିବାରୁ ବଧେଇ ଓ ସାଧୁବାଦ! ରବୀନ୍ଦ୍ର କୁମାର ନାୟକଙ୍କ ରଚନାବଳୀ ବିଭାଗଟି ଦେଖିବେ । ଅନୁବାଦ ପୁସ୍ତକସବୁ ଟିକେ ଅଲଗା ପ୍ରକାରେ ଲେଖାଯାଏ (ଆଗେ ମୂଳ ଲେଖକଙ୍କ ନାମ ଆଉ ତା'ପରେ ପୁସ୍ତକର ନାମ) । ଅନୁବାଦବଳୀ ତାଲିକା ବାବଦରେ ଅଧିକ ସୂଚନା ଏ ନିୟମାବଳୀ ପୃଷ୍ଠା ଅଛି । Psubhashish (ମୋ ଆଲୋଚନା) ୦୫:୩୮, ୨୭ ଅକ୍ଟୋବର ୨୦୨୪ (IST)
- @Raj K. Mohapatra (Puri) ଆପଣଙ୍କ ନିକଟର ଲେଖାଗୁଡ଼ିକ ଅତି ଉନ୍ନତ ମାନର ହୋଇଛି ବୋଲି ବଧାଇବା ପାଇଁ ଲେଖୁଛି । :-) ଆପଣ ନିଜେ ଲେଖକ ବୋଲି ଚିନୁ ଆଉ ଗପୁଠୁ ଜାଣିଥିଲି । ହେଲେ ଏତେ କମ ସମୟ ଭିତରେ ଉଇକିପିଡ଼ିଆର ନିୟମାବଳୀ ଅନୁସାରେ ଲେଖିବା ବିରଳ ବୋଲି କହିହେବ । ଆମେ ଯେଉଁମାନେ ଏଠି ଅନେକ ବର୍ଷରୁ ସକ୍ରିୟ ଅନେକ ବାର ଲଙ୍ଗଳ ବୁଲାଇ ବୁଲାଇ ଯାହା କିଛି ଆୟତ୍ତ କରିଛୁ ।
- @Raj K. Mohapatra (Puri) ଆପଣଙ୍କ ନିକଟର ସମ୍ପାଦନାସବୁକୁ ଅତି ଯତ୍ନରେ ଉଇକିପିଡ଼ିଆ ଶୈଳୀ ଅନୁସାରେ ଲେଖିଥିବାରୁ ବଧେଇ ଓ ସାଧୁବାଦ! ରବୀନ୍ଦ୍ର କୁମାର ନାୟକଙ୍କ ରଚନାବଳୀ ବିଭାଗଟି ଦେଖିବେ । ଅନୁବାଦ ପୁସ୍ତକସବୁ ଟିକେ ଅଲଗା ପ୍ରକାରେ ଲେଖାଯାଏ (ଆଗେ ମୂଳ ଲେଖକଙ୍କ ନାମ ଆଉ ତା'ପରେ ପୁସ୍ତକର ନାମ) । ଅନୁବାଦବଳୀ ତାଲିକା ବାବଦରେ ଅଧିକ ସୂଚନା ଏ ନିୟମାବଳୀ ପୃଷ୍ଠା ଅଛି । Psubhashish (ମୋ ଆଲୋଚନା) ୦୫:୩୮, ୨୭ ଅକ୍ଟୋବର ୨୦୨୪ (IST)
- ଗୋଟେ ଛୋଟ ବିଷୟରେ ଖାଲି ଲେଖିବି । ଆପଣ ହୁଏତ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କର ଆଉ ଅନେକ ଉଇକିଆଳିଙ୍କ ଲେଖାକୁ ପରିଚାଳକମାନେ ଟିକେ ବଦଳାନ୍ତି । ଯଥା: "ନିଜ ଜ୍ଯେଷ୍ଠ ପୁତ୍ରର ଅକାଳ ବିୟୋଗଜନିତ କଷ୍ଟକୁ ଲାଘବ କରିବାକୁ ଯାଇ ଭରତ ଚନ୍ଦ୍ର ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ ।" ବଦଳରେ "ନିଜ ଜ୍ଯେଷ୍ଠ ପୁତ୍ରର ଅକାଳ ମୃତ୍ୟୁ ପରେ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । " । କାରଣ ପ୍ରବନ୍ଧ ଓ ଅନ୍ୟ ସାହିତ୍ୟରେ ସାହିତ୍ୟ ପୁଟ ରହିଥାଏ । ଉଇକିପିଡ଼ିଆରେ ତାକୁ କାଢ଼ି ଲେଖୁ । ଉଇକିପିଡ଼ିଆରେ କଣ-କେବେ-କିଏ-କାହିଁକି-କେମିତି ରହେ । ଭାବନା ଓ ଅନୁଭବ (କଷ୍ଟକୁ ଲାଘବ କରିବାକୁ) ରହେନା ।
- ସେହିଭଳି "ସନ୍ଥକବି ତୁଳସୀ ଦାସଙ୍କ ରାମଚରିତ ମାନସର "ସୁନ୍ଦରା କାଣ୍ଡ"କୁ ନେଇ ସେ ଲେଖିଥିବା ସୁନ୍ଦରା କାଣ୍ଡର ସୁନ୍ଦରତା ଗୋଟିଏ ଅମୂଲ୍ୟ ରଚନା ।" ବଦଳରେ "ସେ ତୁଳସୀ ଦାସଙ୍କ ରାମଚରିତ ମାନସର "ସୁନ୍ଦରା କାଣ୍ଡ"କୁ ନେଇ ସୁନ୍ଦରା କାଣ୍ଡର ସୁନ୍ଦରତା ନାମ ଏକ ପୁସ୍ତକ ରଚନା କରିଥିଲେ ।" ହେବ । କାରଣ ଅମୂଲ୍ୟ କି ନୁହେଁ ସେ ସିଦ୍ଧାନ୍ତ ପାଠକର । ସାହିତ୍ୟରେ ଧୁରୀଣ ଅନେକଙ୍କ ପାଇଁ ଏଇଟା ଗୋଟେପ୍ରକାର ତାଡ଼ନା । ତେବେ ଏଇଟା ଉଇକିପିଡ଼ିଆ ଆଉ ସବୁ ଏନସାଇକ୍ଲୋପିଡ଼ିଆ ପାଇଁ ଲୋଡ଼ା । ଭାବନା ଓ ଅନୁଭବ ପାଠକ ପାଇଁ ଛାଡ଼ି କେବଳ ନିରୁତା ତଥ୍ୟ ରହିବ
।-- Psubhashish (ମୋ ଆଲୋଚନା) ୨୨:୩୧, ୧୧ ନଭେମ୍ବର ୨୦୨୪ (IST)
- @Raj K. Mohapatra (Puri), ଆପଣ ଓଡ଼ିଆ ସାହିତ୍ୟିକଙ୍କ ସଂଖା (ଉଇକିପିଡ଼ିଆରେ) ବଢ଼େଇଥିବାରୁ ଅନେକ ଧନ୍ୟବାଦ! ମୁଁ ନିକଟର ଲେଖାସବୁ ସାଦରରେ ପଢ଼ୁଛି କାରଣ ଆଉ କେଉଁଠି ବୋଧେ ତଥ୍ୟମୂଳକ ଲେଖା ପାଇବା କଷ୍ଟ । ଗୋଟେ ଛୋଟ ସୂଚନା: ବହିର ନାଁ କେବଳ ଇଟାଲିକ ହେବ, ମସିହା ନୁହେଁ । ମାନେ ଅସ୍ପୃଶ୍ୟ (୨୦୦୧) ହେବ, ଅସ୍ପୃଶ୍ୟ (୨୦୦୧) ନୁହେଁ । ଆଉ ଆପଣ ବହିର ନାଁ ଆଗରୁ ଦିଟା କୋଲୋନ ('') ଚିହ୍ନ ଦେଉଛନ୍ତି ଇଟାଲିକ ପାଇଁ ଯାହାକି ଠିକ । ହେଲେ ବହିର ନାଁ ସରିବା ପରେ ଆଉ ଦିଟା କୋଲୋନ ('') ଦେଇ କୋଡ୍ଟି ସାରୁନଥିବାରୁ ମସିହା ଓ ଅନ୍ୟାନ୍ୟ ସୂଚନା ମଧ୍ୟ ଆପେଆପେ ଇଟାଲିକ ହେଇଯାଉଛି । ଏଇଟା ସେତେବଡ଼ ଅସୁବିଧା ନୁହେଁ ତଥାପି ଜଣେଇଦେଉଛି । ଆଉ ଗୋଟେ ଜିନିଷ । ଆପଣ ନିଜ ବ୍ୟବହାରକାରୀ ପୃଷ୍ଠା ବ୍ୟବହାରକାରୀ:Raj_K._Mohapatra_(Puri) ପୃଷ୍ଠାରେ ନିଜ ବାବଦରେ ଯାହା ଚାହିଁବେ ସର୍ବସାଧାରଣରେ ରଖିପାରିବେ । ପୃଷ୍ଠାଟି ସମସ୍ତେ ଦେଖିପାରିବେ ଏଣୁ ଯାହା ସାଧାରଣରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି ତାକୁ ରଖିବେ ନାହିଁ । Psubhashish (ମୋ ଆଲୋଚନା) ୨୨:୨୩, ୧୩ ଡିସେମ୍ବର ୨୦୨୪ (IST)
ଏସିଆ ମାସ ଗଣ-ସମ୍ପାଦନା ୨୦୨୪ରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ଏସିଆ ମାସ ଗଣସମ୍ପାଦନା ୨୦୨୪ରେ ଯୋଗ ଦେବାକୁ ଅନୁରୋଧ
୨୦୨୪ ନଭେମ୍ବର ୦୧ - ୩୦

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)
ଗପୁ (ମୋ ଆଲୋଚନା) ୧୨:୨୪, ୧ ନଭେମ୍ବର ୨୦୨୪ (IST)
A barnstar for you!
[ସମ୍ପାଦନା]![]() |
The Tireless Contributor Barnstar |
ନମସ୍କାର ବନ୍ଧୁ । ଆପଣ ଲେଖିଥିବା ପ୍ରସଙ୍ଗ ଗୁଡ଼ିକୁ ଦେଖୁଥିଲି । ଲାଗୁଛି ଏ ଭିତରେ ଆପଣ ଜଣେ ପୋଖତ ଉଇକିଆଳି ହେଇଗଲେଣି । ବିଶେଷକରି ବିଭିନ୍ନ ସାହିତ୍ୟିକଙ୍କ ବାବଦରେ ଆପଣଙ୍କ ଲେଖାଗୁଡ଼ିକ ଖୁବ ଭଲ ଓ ତଥ୍ୟପୂର୍ଣ୍ଣ ହୋଇପାରିଛି । ନୂଆ ପ୍ରସଙ୍ଗ ଲେଖିବା ସହିତ, ଆପଣ ନିଜର ପୁରୁଣା ପ୍ରସଙ୍ଗକୁ ମଧ୍ୟ ପରଖନ୍ତୁ ଓ ଶିଖୁଥିବା କୌଶଳସବୁ ସେ ପୁରୁଣା ପ୍ରସଙ୍ଗରେ ମଧ୍ୟ ପ୍ରୟୋଗକରି ତାକୁ ଉନ୍ନତ କରନ୍ତୁ । ତେବେ ଏତେ ଅଳ୍ପଦିନରେ ଆପଣଙ୍କ ଭଳି ଏତେ ଭଲ ଲେଖିପାରୁଥିବା ଉଇକିଆଳି ଖୁବ କମ ଦେଖାଯାଆନ୍ତି । ଆପଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଆପଣଙ୍କର ନିରବିଚ୍ଛିନ୍ନ ଅବଦାନପାଇଁ ଗୋଟିଏ ବାର୍ଣ୍ଣଷ୍ଟାର ।
ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୨୨, ୫ ନଭେମ୍ବର ୨୦୨୪ (IST) |
A barnstar for you!
[ସମ୍ପାଦନା]![]() |
The Resilient Barnstar |
ଏତେ ଅଳ୍ପ ଦିନ ଭିତରେ ଏତେଗୁଡ଼ିଏ ଉପାଦେୟ ପ୍ରସଙ୍ଗ ଅବିରତ ଭାବେ ଲେଖିଚାଲିଥିବାରୁ ଆପଣଙ୍କ ପାଇଁ ଛୋଟ ଇ-ଉପହାରଟେ! Psubhashish (ମୋ ଆଲୋଚନା) ୨୩:୧୩, ୧୮ ଡିସେମ୍ବର ୨୦୨୪ (IST) |
@Raj K. Mohapatra (Puri) କ୍ୱଚିତ ଉଇକିଆଳିଏ ପୁରୁଣା ଲେଖାକୁ ଫେରନ୍ତି ଆଉ ଆପଣ ପୁରୁଣା ଲେଖାକୁ ପୁଣି ସୁଧାରୁଥିବା ଦେଖି ଖୁସିଲାଗୁଚି । ବାବାଜୀ ଚରଣ ଜେନା ପ୍ରସଙ୍ଗରେ "ସମ୍ମାନ ଓ ପୁରସ୍କାର" ପ୍ରସଙ୍ଗରେ ଅତିଅଧିକ ସଂଖ୍ୟକ ପୁରସ୍କାର ଓ ସମ୍ବର୍ଦ୍ଧନା ରହିଛି ଆଉ ତା' ବି ପ୍ରତି ସହର ନାମ ସହ ଯାହା ଉଇକିପିଡ଼ିଆରେ ୨ଟି କାରଣ ପାଇଁ କେବେ ରହିପାରିବନି । ୧) ଉଇକିପିଡ଼ିଆରେ ସମ୍ବର୍ଦ୍ଧନା ନ ରହି ପୁରସ୍କାର ରହେ ଆଉ ମୁଖ୍ୟ ଓ ଅତି ଜଣାଶୁଣା ପୁରସ୍କାର ରହି ସ୍ଥାନୀୟ ପୁରସ୍କାର ବାଦ ଦିଆଯାଏ; ତେବେ ସ୍ଥାନ-କାଳ-ପାତ୍ରରେ ଏ ସିଦ୍ଧାନ୍ତ ଲେଖୁଥିବା ଉଇକିଆଳିଙ୍କର । ଧରନ୍ତୁ ମନୋଜ ଦାସ ତାଙ୍କ ଜୀବନରେ କେହି ହଜାର ସମ୍ବର୍ଦ୍ଧନା ପାଇଥିବାରୁ ସେସବୁ ପୂରା ବାଦ ଦିଆଯାଇ ତାଙ୍କର ଶହଶହ ପୁରସ୍କାର ଭିତରୁ କେବଳ ଗଣିଗଣି ବିଶ୍ୱ ଓ ଭାରତର ଅତି ସମ୍ମାନଜନକ ପୁରସ୍କାର କେବଳ ତାଲିକାରେ ରହିବ । ତେବେ କେବଳ ରାଜ୍ୟସ୍ତରରେ ଜଣା ଜଣେ ଲେଖକଙ୍କ ସମ୍ବର୍ଦ୍ଧନାସବୁ ନରହି ଅତି ଜଣାଶୁଣା ରାଜ୍ୟସ୍ତରୀୟ ପୁରସ୍କାରସବୁ (ଧରନ୍ତୁ, ୧୦୦ ପାଇଥିଲେ ୧୦-୧୫ଟି; ୨୦ ପାଇଥିଲେ ୫-୧୦ ଯାଏ) ରହିବ ।
ଏ ପ୍ରସଙ୍ଗଟିକୁ ସମ୍ପାଦନା କରି ସୁଧାରିବାକୁ ଏଣୁ ଅନୁରୋଧ । ସହର ତାଲିକା ଆଦୌ ରହିବ ନାହିଁ ଓ ରାଜ୍ୟସ୍ତରରେ ଜଣା ପୁରସ୍କାର ଏକ ବୁଲେଟ ପଏଣ୍ଟ (ଯେମିତି ଆପଣ ନିଜେ ଅନ୍ୟ ପ୍ରସଙ୍ଗରେ ଲେଖିଆସୁଛନ୍ତି) ବା ପାରାଗ୍ରାଫ ଭାବେ ରହିବ । Psubhashish (ମୋ ଆଲୋଚନା) ୧୯:୦୯, ୩୦ ଡିସେମ୍ବର ୨୦୨୪ (IST)
Invitation to Participate in the Wikimedia SAARC Conference Community Engagement Survey
[ସମ୍ପାଦନା]Dear Community Members,
I hope this message finds you well. Please excuse the use of English; we encourage translations into your local languages to ensure inclusivity.
We are conducting a Community Engagement Survey to assess the sentiments, needs, and interests of South Asian Wikimedia communities in organizing the inaugural Wikimedia SAARC Regional Conference, proposed to be held in Kathmandu, Nepal.
This initiative aims to bring together participants from eight nations to collaborate towards shared goals. Your insights will play a vital role in shaping the event's focus, identifying priorities, and guiding the strategic planning for this landmark conference.
Survey Link: https://forms.gle/en8qSuCvaSxQVD7K6
We kindly request you to dedicate a few moments to complete the survey. Your feedback will significantly contribute to ensuring this conference addresses the community's needs and aspirations.
Deadline to Submit the Survey: 20 January 2025
Your participation is crucial in shaping the future of the Wikimedia SAARC community and fostering regional collaboration. Thank you for your time and valuable input.
Warm regards,
Biplab Anand