Jump to content

ଉଇକିପିଡ଼ିଆ:ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪

ଉଇକିପିଡ଼ିଆ‌ରୁ

ଏହି ଗଣସମ୍ପାଦନାରେ ସମୁଦାୟ ୩୧ଟି ନୂଆ ପ୍ରସଙ୍ଗ ଗଢ଼ା କିମ୍ବା ବଦଳ ହୋଇଛି ।

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ସାହିତ୍ୟ ତଥା ସାହିତ୍ୟିକଙ୍କ ବିଷୟରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯିବ ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଆ କରି ତିଆରି କରାଯିବ । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ ।

ସମୟସୀମା

ସମୟସୀମା:ଉତ୍କଳ ଦିବସରୁ ପଣା ସଂକ୍ରାନ୍ତି (୧ରୁ ୧୫ ଅପ୍ରେଲ) ୨୦୨୪

ଗଣସମ୍ପାଦନାର ନିୟମ

  • ଓଡ଼ିଆ ସାହିତ୍ୟ ଉପରେ ଏହି ଗଣ-ସମ୍ପାଦନାଟି ଆୟୋଜନ କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
  • ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
  • ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।

ଆୟୋଜକ

  • ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ

ଅଶଂଗ୍ରହଣ କରିଥିବା ଉଇକିଆଳି

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।


  1. ଗପୁ (ମୋ ଆଲୋଚନା) ୧୫:୨୫, ୨୫ ମାର୍ଚ୍ଚ ୨୦୨୪ (IST)[reply]
  2. Psubhashish (ମୋ ଆଲୋଚନା) ୦୯:୫୦, ୧ ଅପ୍ରେଲ ୨୦୨୪ (IST)[reply]
  3. ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୪୫, ୧ ଅପ୍ରେଲ ୨୦୨୪ (IST)[reply]

ପ୍ରସଙ୍ଗ ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ ଯାଇ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ପ୍ରସଙ୍ଗ ଓ ଆଧାର ତାଲିକା

ତଳ ତାଲିକାସବୁ ଖୋଲିଲେ ସେଥିରେ ବ୍ୟକ୍ତିତ୍ୱଙ୍କ ନାମ ଓ ଆଧାର ଆଦି ପାଇବେ । ପ୍ରସଙ୍ଗ ଉଇକିପିଡ଼ିଆରେ ଆଗରୁ ଥିଲେ ନାଁ ନୀଳ ଲିଙ୍କ ଓ ନଥିଲେ ନାଲି ଲିଙ୍କ । କେତେକାଂଶରେ ନ ଥିଲେ କଳା ରଙ୍ଗରେ ମଧ୍ୟ ଥିବ । ସେ ନାଁରେ ପ୍ରସଙ୍ଗ ଗଢ଼ିପାରିବେ

ଅନ୍ୟାନ୍ୟ ସାଧନ

ଫଳାଫଳ

ଅପ୍ରେଲ ୧, ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଗଣ-ସମ୍ପାଦନାଟିକୁ ଆଉ ୭ ଦିନ ବୃଦ୍ଧି କରାଯାଇଥିଲା । ୨୨ ଅପ୍ରେଲରେ ଶେଷ ହୋଇଥିବା ଗଣ-ସମ୍ପାଦନାଟିରେ ୩ ଜଣ ବ୍ୟବହାରକାରୀଙ୍କ ଦ୍ୱାରା ସମୁଦାୟ ୩୧ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା, ଯେଉଁଥିରୁ ପ୍ରିତିରଞ୍ଜନ ତ୍ରିପାଠୀ ୧ଟି, ସୁଭାସିସ ପାଣିଗ୍ରାହୀ ୭ଟି ଓ ସଂଗ୍ରାମ କେଶରୀ ସେନାପତି ୨୩ଟି ପ୍ରସଙ୍ଗ ଗଢ଼ିଥିଲେ ।