ଉଇକିପିଡ଼ିଆ:ଆଲୋଚନା ସଭା

About this board

ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକି ଭିତ୍ତିକ ଆଲୋଚନା ହୋଇଥାଏ ।


ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · [[ଉଇକିପିଡ଼ି ଆ:ଆଲୋଚନା ସଭା/ଅଭିଲେଖ ୨୩|୨୩]]

ଶେଷଥର ଅଲୋଚନାଗୁଡିକ ୨୦୧୮-୦୭-୧୯ ଦିନ ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୩ରେ ସାଇତା ଯାଇଛି ।

Jnanaranjan sahu (ଆଲୋଚନାଅବଦାନ)

ଗତ ମାସ ମାସିକିଆ କଲରେ ଆମେ ସୋସିଆଲ ମେଡ଼ିଆ ଆକାଉଣ୍ଟଗୁଡ଼ିକୁ କେମିତି ପୁଣି ଥରେ ଉଦ୍ଧାର ଆଉ କରିବୁ ସେଇ ବିଷୟରେ ଅଲୋଚନା କରିଥିଲୁ । ମୁଖ୍ୟତଃ ଜିମେଲ, ୟୁ ଟୁବ, ଫେସବୁକ, ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ।

ଏବେ କାହା ପାଖରେ କେଉଁ ଆକାଉଣ୍ଟ ଅଛି ସେଇଟା ଜଣେଇଲେ ଏଇ ବାବଦରେ ଆଗକୁ ବଢ଼ିବା ଆଉ କେମିତି ପୁଣି ସଚଳ କରିପାରିବା ସେଇଟା ଯୋଜନା କରିବା । ଯାହା ପାଖରେ ଯାହା ଅଛି ଟିକେ ଜଣାନ୍ତୁ ।

ସୋସିଆଲ ମେଡ଼ିଆ ପ୍ରଚାର ପ୍ରସାର ବାବଦରେ ଅଲଗା ମତାମତ ଥିଲେ ବି ଜଣାନ୍ତୁ ।

Ssgapu22 (ଆଲୋଚନାଅବଦାନ)

ଟୁଇଟର୍ ପାଇଁ ଅନେକ ଅସୁବିଧା ଆସୁଛି, @Psubhashish ଭାଇ ଏହାର ସବିଶେଷ ତଥ୍ୟ ଜଣେଇପାରିବେ ।

Soumendrak (ଆଲୋଚନାଅବଦାନ)

ଆମେ ଲେଖୁଥିବା ପୃଷ୍ଠାଗୁଡ଼ିକ ସାଧାରଣ ପାଠକମାନଙ୍କ (ଏବଂ ଭବିଷ୍ୟତର ଉଇକିଆଳି) ନିକଟରେ ପହଞ୍ଚାଇବାକୁ ସାମାଜିକ ଗଣମାଧ୍ୟମ ସାହାର୍ଯ୍ୟ କରିବ, ଏହାକୁ ସକ୍ରିୟରୂପେ ସଚଳ କରିଲେ ଭଲ ହେବ

Psubhashish (ଆଲୋଚନାଅବଦାନ)

ଟୁଇଟର: ୨୦୨୦ ମସିହାରେ ଟୁଇଟର ବ୍ଲକ ହୋଇଯାଥିଲା କୌଣସି କାରଣରୁ । ସେତେବେଳେ ଅନଲାଇନରେ ଚେଷ୍ଟା କରିବା ସହ ଜଣଙ୍କ ମାଧ୍ୟମରେ ମୁଁ ଟୁଇଟରର ଭାରତ ଅଫିସ ସହ ଯୋଗାଯୋଗ କରି ଅନୁରୋଧ କରିଥିଲି । ବିଭିନ୍ନ ଜିନିଷ ପରଖ କଲାପରେ ସେମାନେ ଅଟକ ଛାଡ଼ କରିଥିଲେ । ଅଟକ ଛାଡ଼ ହେଲା ପରେ ଆମର ଜଣେ ଉଇକିଆଳିଙ୍କ ନମ୍ବର, ଓଡ଼ିଆ ଉଇକିର ଇମେଲ ଦେଇ ନୂଆ ପାସୱାର୍ଡ଼ ବଦଳାଇଦେଇଥିଲୁ । MFA ପାଇଁ ଗୋଟେ ମୋବାଇଲ ଆପ ଦରକାର ପଡ଼ିବାରୁ କେବଳ ସେଇଟି ମୋ ଫୋନର ଆପ ସହ ଯୋଡ଼ାଥିଲା । ସେ ସମୟରେ ଟୁଇଟଡେକ ବ୍ୟବହାର କରିଇ ଏକାଧିକ ଆକାଉଣ୍ଟରୁ ଟୁଇଟ କରିହେଉଥିବାରୁ ପ୍ରଥମ ଥର ଛଡ଼ା ଆଉ କେବେ ଲଗଇନ କରିବା ଆବଶ୍ୟକତା ପଡ଼ିନଥିଲା । ସେ ଭିତରେ ମୁଁ ମୋବାଇଲ ବଦଳାଇଲି ଆଉ ନୂଆ ମୋବାଇଲର TOTP ଆଉ ସଚଳ କରିନଥିଲି । ବୋଧେ ଗତବର୍ଷ ଟୁଇଟଡେକରେ ଆଉ ଲଗ ଇନ ହେଲାନି । ଏ ଭିତରେ ଟୁଇଟଡେକ ବନ୍ଦ ବି ହେଲାଣି ବୋଧେ । ଓଟିପି ଆପ ନଥିବାରୁ ଲଗ ଇନ କରିହେଉନି । ସେ ଉଇକିଆଳିଙ୍କ ମୋବାଇଲ ଆଉ ଇମେଲ ବ୍ୟବହାର କରି ଲଗ ଇନ କରିବାକୁ ଚେଷ୍ଟା କଲେ ବି ଲଗ ଇନ ହେଉନି । ଆଉ କଣ କରିହେବ ଜାଣିନି । ଟୁଇଟରରେ ଆଉ କେହି ମଣିଷ ଅନୁରୋଧ ଦେଖୁନାହାନ୍ତି । ତେଣୁ ଅନେକ ଥର ଅନୁରୋଧ କରିବି କିଛି ଫଳ ମିଳିନି । ହୁଏତ ଆମେ ନୂଆ ଆକାଉଣ୍ଟଟେ ଆରମ୍ଭ କରିବା । ଯଦି ଆଉ କେହି ଅନ୍ୟ ବାଟରେ ଆକାଉଣ୍ଟ ରିକଭରି କରିବା ଜାଣିଥିବେ କହିବେ ।

Jnanaranjan sahu (ଆଲୋଚନାଅବଦାନ)

ନୁଆ ଟ୍ୱିଟର ଆକାଉଣ୍ଟ ଗୋଟେ କରିବା ଆଉ । ଅଲଗା ଆକାଉଣ୍ଟ ସବୁ କେମିତି ମ୍ୟାନେଜ କରିବା ସେଇଟା ବି ମତାମତ ଦିଅନ୍ତୁ ।

Ssgapu22 (ଆଲୋଚନାଅବଦାନ)

ମୁଁ ଭାବୁଛି, ଓଡ଼ିଆ ଉଇକିପିଡ଼ିଆ ହ୍ୟାଣ୍ଡେଲ୍ ସେମିତି ଥାଉ ଆଉ ଇଉଜର ଗ୍ରୁପ୍ ନାଁରେ ଗୋଟେ କରିବା ।

Psubhashish (ଆଲୋଚନାଅବଦାନ)

+1

"ସୋସିଆଲ ମେଡ଼ିଆ ଆକାଉଣ୍ଟ ବାବଦରେ"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ଗତ ଅଗଷ୍ଟ ୨୭ ତାରିଖରେ ସେ ଆୟୋଜିତ ଅନ୍‌ଲାଇନ୍ କଲ୍ ଜରିଆରେ ଏହି ମାସରେ ପରମ ବୀର ଚକ୍ର ସମ୍ମାନିତ ଭାରତୀୟ ସୈନିକଙ୍କ ଉପରେ ଗଣ-ସମ୍ପାଦନାଟିଏ କରିବା ପାଇଁ ସୌମେନ୍ଦ୍ର ଭାଇ ପ୍ରସ୍ତାବ ଦେଇଥିଲେ । ଉପସ୍ଥିତ ସମସ୍ତ ଉଇକିଆଳିଙ୍କ ସହମତିରେ ଏହି ଗଣ-ସମ୍ପାଦନା କରିବାକୁ ଧାର୍ଯ୍ୟ କରାଯାଇଥିଲା ।

ତେବେ ଆସନ୍ତା ୧୫ ତାରିଖରୁ ଏହି ଗଣ-ସମ୍ପାଦନା ଆରମ୍ଭ କରାଯିବ ଏବଂ ୨୦ ତାରିଖ ଯାଏଁ (୬ ଦିନ ଧରି) ଏହି ଗଣ-ସମ୍ପାଦନା ଚାଲିବ । ଶନିବାର ଠାରୁ ଆରମ୍ଭ କରି ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ନୂଆଖାଇ ପଡ଼ୁଥିବାରୁ ୫ ଦିନର ଭରପୁର ସଯୁପଯୋଗ ହେଲେ, ଏହି ଗଣ-ସମ୍ପାଦନାଟି ସଫଳ ହୋଇପାରିବ ।

Soumendrak (ଆଲୋଚନାଅବଦାନ)

 ସମର୍ଥନ

ସଂଗ୍ରାମ ଭାଇ, ଗଣସମ୍ପାଦନାଟିର ମୁଖ୍ୟ ପୃଷ୍ଠା ଭଲ ରଙ୍ଗ ଥିମରେ ସଜେଇଛ । ଧନ୍ୟବାଦ 🙏🏼

Psubhashish (ଆଲୋଚନାଅବଦାନ)

ସବୁଠୁ ମଜା କଥା ହେଲା ଏଠି ସମର୍ଥନରେ ନାଁ ଯୋଡ଼ିନଥିଲେ ବି ଅନେକେ ଭାଗନେଇ ପ୍ରସଙ୍ଗ ଗଢ଼ିଛନ୍ତି । ଆମ ଉଇକିରୁ ବାହାରି ବାକି ଚାରି ଭାଷାକୁ ବଢ଼ିବା ଆଉ ଓଡ଼ିଆରେ ବି ଅନେକ ପ୍ରସଙ୍ଗ ଲେଖାଯିବା ହେତୁ ଏ ଗଣସମ୍ପାଦନା ସଫଳ ହେଲା ବୋଲି କୁହାଯାଇପାରିବ । :)

Ssgapu22 (ଆଲୋଚନାଅବଦାନ)

ଆମକୁ ଲଗେଇକି ସମୁଦାୟ ୭ଟିରେ ବୋଧେ ହେଇଛି । ତେଲୁଗୁରେ ବୋଧେ କରାଯାଇନାହିଁ, କିନ୍ତୁ ସେମାନେ କରିବେ ବୋଲି ନାଁ ଯୋଡ଼ିଥିଲେ ।

"ପରମ ବୀର ଚକ୍ର ଗଣ-ସମ୍ପାଦନା ସମ୍ପର୍କରେ"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ସେପ୍ଟେମ୍ବର ମାସର ଶେଷ ରବିବାର (୨୪ ତାରିଖ) ଦିନ ଏହି ମାସର ଅନ୍‌ଲାଇନ୍ କଲ୍ ଆୟୋଜନ କରାଯିବ । ଏଥି ନିମନ୍ତେ ପୃଷ୍ଠା ତିଆରି ହୋଇସାରିଛି । ଆଲୋଚନା ହେବାକୁ ପ୍ରସଙ୍ଗ ଉପରେ ୪ଟି ପ୍ରସଙ୍ଗ ଲେଖାଯାଇଛି, ଅନ୍ୟ ଆଲୋଚିତ ପ୍ରସଙ୍ଗ ଯୋଡ଼ିବାକୁ ଅନୁରୋଧ ।

"ସେପ୍ଟେମ୍ବର ମାସର ଅନ୍‌ଲାଇନ୍ ମେଳଣ"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

A2K is excited to invite you to the third call of the Indic Community Monthly Engagement Calls initiative scheduled for September 8, 2023, where A2K is hosting “Learning Clinic: Collective learning from grantee reports in South Asia” by Let’s Connect. This event is designed to foster collaboration and knowledge-sharing among community members interested in the region's progress, grantees, potential grantees, and Regional Fund Committee members. The dedicated meta page is here. Here are the details:

  • Date: September 8th
  • Time: 6:00 PM - 7:30 PM IST
  • Language: English
  • Facilitation: Jessica Stephenson (WMF - Let’s Connect), Pavan Santhosh (CIS-A2K), Chinmayee Mishra (Let’s Connect working group)
  • Duration: 1.5 hours
  • Zoom Link: Zoom Link

You can find detailed information on the given meta page. We look forward to meeting you there tomorrow. :) Regards

"Invitation to the Indic Community Monthly Engagement Call on September 8, 2023"ଙ୍କୁ ଉତ୍ତର

ଅଗଷ୍ଟ ମାସର ଅନ୍‌ଲାଇନ୍ ମେଳଣ

1
Ssgapu22ଙ୍କ ଲିଖିତ ସାରାଂଶ

ଏହି କଲ୍ ଆୟୋଜିତ ହୋଇଯାଇଛି ଏବଂ ଏହାର ବିବରଣୀ ମଧ୍ୟ ଲେଖାସରିଛି ।

Ssgapu22 (ଆଲୋଚନାଅବଦାନ)

ଅଗଷ୍ଟ ମାସର ଶେଷ ରବିବାର (୨୭ ତାରିଖ) ଦିନ ଏହି ମାସର ଅନ୍‌ଲାଇନ୍ କଲ୍ ଆୟୋଜନ କରାଯିବ । ଏଥି ନିମନ୍ତେ ପୃଷ୍ଠା ତିଆରି ହୋଇସାରିଛି । ଆଲୋଚନା ହେବାକୁ ପ୍ରସଙ୍ଗ ଉପରେ ୪ଟି ପ୍ରସଙ୍ଗ ଲେଖାଯାଇଛି, ଅନ୍ୟ ଆଲୋଚିତ ପ୍ରସଙ୍ଗ ଯୋଡ଼ିବାକୁ ଅନୁରୋଧ ।

MediaWiki message delivery (ଆଲୋଚନାଅବଦାନ)

Hello!

Apologies as this message is not in your language, ⧼Please help translate⧽ to your language.

The WMF Language team has added another machine translation (MT) system for Content Translation in your Wikipedia called MinT; you can use MinT machine translation when translating Wikipedia articles using the Content and Section Translation tool.

The WMF Language team provides the MinT service. It is hosted in the Wikimedia Foundation Infrastructure with neural machine translation models that other organizations have released with an open-source license. MinT integrates translation based on NLLB-200, OpusMT and IndicTrans2 which is the model MinT is using in your Wikipedia. This MT is set as optional in your Wikipedia. Still, you can choose not to use it by selecting "Start with empty paragraph" from the "Initial Translation" dropdown menu.

Since MinT is hosted in the WMF Infrastructure and the models are open source, it adheres to Wikipedia's policies about attribution of rights, your privacy as a user and brand representation. You can find more information about the MinT Machine translation and the models on this page.

Please note that the use of the MinT MT is not compulsory. However, we would want your community to:

  • use it to improve the quality of the Machine Translation service
  • provide feedback about the service and its quality, and the service you prefer as default for your Wikipedia.

We trust that introducing this MT is a good support to the Content Translation tool.

Thank you!

UOzurumba (WMF) (ଆଲୋଚନା) ୧୩:୩୫, ୩ ଜୁଲାଇ ୨୦୨୩ (IST)

Soumendrak (ଆଲୋଚନାଅବଦାନ)

Thank you

"MinT Machine Translation added to your Wikipedia"ଙ୍କୁ ଉତ୍ତର

ମାସିକ ଅନ୍‌ଲାଇନ୍ ଆଲୋଚନା ବିଷୟରେ

9
Ssgapu22ଙ୍କ ଲିଖିତ ସାରାଂଶ

ଏହି ମେଳଣଟି ଆୟୋଜନ ହୋଇସାରିଛି ଏବଂ ଆଲୋଚିତ ପ୍ରସଙ୍ଗର ସବିଶେଷ ବିବରଣୀ ଲେଖା ସରିଛି ।

Ssgapu22 (ଆଲୋଚନାଅବଦାନ)

ନମସ୍କାର । ଆମ ଇଉଜର୍ ଗ୍ରୁପ ତରଫରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ସନ୍ଧ୍ୟା ୭ଟାରୁ ୭ଟା ୩୦ ଯାଏଁ ଅନ୍‌ଲାଇନ୍‌ରେ (ଗୁଗୁଲ୍ ମିଟ୍ କିମ୍ବା ଜୁମ୍) ଏକ ଅଧଘଣ୍ଟିଆ ମେଳଣ ଆୟୋଜନ ସମ୍ପର୍କରେ ପ୍ରସ୍ତାବ ରଖୁଛି । ଅଳ୍ପ ସମୟ ମଧ୍ୟରେ ସେହି ମାସରେ ହୋଇଥିବା କାମ, ଆଗାମୀ ମାସର ଯୋଜନା, କର୍ମଶାଳା, ଗଣ-ସମ୍ପାଦନା, ଉଇକିଆଳିମାନେ ଭୋଗୁଥିବା ଅସୁବିଧା, ଉଇକିଆଳିମାନଙ୍କର ବ୍ୟକ୍ତିଗତ ମତାମତ ଆଦି ବିଷୟରେ ଆଲୋଚନା ହେବ ।

ଏହି ମାସ (ଜୁଲାଇ ୨୦୨୩) ପାଇଁ ଆଗାମୀ ୩୦ ତାରିଖ ସନ୍ଧ୍ୟାରେ ଏହା ଆରମ୍ଭ କରିଲେ ଭଲ ହୁଅନ୍ତା । ସଭିଙ୍କର ମତାମତ ଅପେକ୍ଷାରେ ।

@MKar @Psubhashish @Jnanaranjan sahu @Chinmayee Mishra @Aliva Sahoo @Subas Chandra Rout @Soumendrak @Saileshpat @Skumarm @Hpsatapathy @Hellohappy

Soumendrak (ଆଲୋଚନାଅବଦାନ)

ହଁ, ହେବା କଥା। ସମର୍ଥନ।

Hellohappy (ଆଲୋଚନାଅବଦାନ)

ନିଶ୍ଚିତ କରାଯାଉ ।

Jnanaranjan sahu (ଆଲୋଚନାଅବଦାନ)

ଭଲ କଥା । ସମର୍ଥନ ।

Hpsatapathy (ଆଲୋଚନାଅବଦାନ)

ନିଶ୍ଚିତ କରାଯାଉ ````

Psubhashish (ଆଲୋଚନାଅବଦାନ)

ସମର୍ଥନ । ଆଲୋଚନା ପାଇଁ କିଛି ଅନୁରୋଧ: ଜଣେ (ଆୟୋଜନକାରୀ ଭାବେ ଗପୁଠୁ ଆରମ୍ଭ ହୋଇପାରେ) ସମୟ ଓ ନିର୍ଘଣ୍ଟ ଜଗିଲେ ଭଲ । ନହେଲେ ଅଧ ଘଣ୍ଟା ୩ ଘଣ୍ଟା ହେବ । ଆମେ ସମସ୍ତେ ମୁହାଁମୁହିଁ ବେଶୀ ଭେଟିପାରୁନୁ ତେଣୁ ଅନଲାଇନ ବିକଳ୍ପ ଭଲ ହେଲେ ସମସ୍ତେ ହୁଏତ ଅଧିକ ସମୟ କାଢ଼ିପାରିବେନି । ଦ୍ୱିତୀୟରେ ପ୍ରତି ମିଟିଂ ପାଇଁ ୨-୩ଟା ମୁଖ୍ୟ ଜିନିଷ ଆଗୁଆ ପ୍ଲାନ ହେଲେ ଭଲ । ସମୟକୁ ଆଖିରେ ରଖି ସମସ୍ତେ ଯେତେ ଅଳ୍ପରେ କହିବା ପାଇଁ ଚେଷ୍ଟା କରିବେ ସେତେ ଭଲ । ସମସ୍ତେ ସମାନ ଭାବେ ଭାଗନେବା କଥା ହେଲେ ସମସ୍ତେ ସବୁ ଜିନିଷ ବାବଦରେ ଜାଣିଥିବା ବା ଆଗ୍ରହୀ ଥିବା ସମ୍ଭବ ନୁହେଁ । ତେଣୁ ୨-୩ଟି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଇଁ ୧୦ ମିନିଟ ଲେଖା ରଖିଲେ ଭଲ । ସେ ସମୟ ଭିତରେ ଯେଉଁମାନେ ତାଙ୍କ ମତ ଆଦି ରଖିବା କଥା ରଖିବେ । ଶେଷରେ ଅଳ୍ପକୁହାମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ପାଇଁ ଅନୁରୋଧ । ବଡ଼କୁହାଙ୍କ ପାଇଁ ଅଳ୍ପକୁହାଙ୍କ ତୁଣ୍ଡ ଯେମିତି ତୁନି ନ ପଡ଼ୁ ।

Ssgapu22 (ଆଲୋଚନାଅବଦାନ)

ଠିକ କଥା । ଆସନ୍ତା କଲ୍ ବିଷୟରେ ଆଗରୁ ଆମେ କ'ଣ ଆଲୋଚନା କରିବା ସେସବୁ ଉପରେ ଏକ ପୃଷ୍ଠା ଗଢ଼ିବା । ଅନ୍ୟମାନେ ମଧ୍ୟ ସେ ମାସରେ ଆଲୋଚନା ହେବାକୁ ଥିବା ବିଷୟରେ ନିଜ ମତ ଯୋଡ଼ିପାରିବେ । କ'ଣ ଆଲୋଚନା ହେଲା, ସେ ସମ୍ପର୍କରେ ବି ସବିଶେଷ ତଥ୍ୟ ସେହି ପୃଷ୍ଠାରେ ଯୋଡ଼ିବା ।

Soumendrak (ଆଲୋଚନାଅବଦାନ)

++ @Psubhashish ଙ୍କ ମତକୁ ସମର୍ଥନ

ପ୍ରତି ଆଲୋଚନା ପାଇଁ ଏମିତି ଦଲିଲ ରଖିଲେ ଭଲ:

  1. ଆଲୋଚନା ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ
  2. ଆଲୋଚିତ ବିଷୟବସ୍ତୁ
  3. Action Items on which person with deadline
Ssgapu22 (ଆଲୋଚନାଅବଦାନ)

ଆଗାମୀ ୩୦ ତାରିଖର କଲ୍ ପାଇଁ ପୃଷ୍ଠାଟିଏ ତିଆରି କରାଯାଇଛି । ସଭିଙ୍କୁ ଅନୁରୋଧ ଏଥିରେ ନିଜର ମତାମତ ବି ରଖିପାରିବେ ।

ସ୍ୱାଧୀନତା ଦିବସ ଗଣ-ସମ୍ପାଦନା ସମ୍ପର୍କରେ

6
Ssgapu22ଙ୍କ ଲିଖିତ ସାରାଂଶ

ଏହି ଗଣ-ସମ୍ପାଦନାଟି ଶେଷ ହୋଇଯାଇଛି ଏବଂ ଏହାର ଫଳାଫଳ ଲେଖା ସରିଛି । ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଉଇକିମିଡ଼ିଆ ବାର୍ଣ୍ଣଷ୍ଟାର୍ ଦିଆଯିବ ସହିତ ଇ-ପୋଷ୍ଟକାର୍ଡ଼ ହ୍ୱାଟସ୍ଆପ୍ ମାଧ୍ୟମରେ ପ୍ରଦାନ କରିଦିଆଯାଇଛି ।

Ssgapu22 (ଆଲୋଚନାଅବଦାନ)

ଆଗାମୀ ୧୫ ତାରିଖ ଦିନ ଆମେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ । ଏହି ଶୁଭ ଅବସରରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏକ କ୍ଷୁଦ୍ର ଗଣ-ସମ୍ପାଦନା କରିପାରିବା କି? ଇଂରାଜୀରୁ ପ୍ରସଙ୍ଗ ଅନୁବାଦ ହେଲେ ବି କିଛି ଖରାପ ନୁହେଁ । ଯେମିତି ସିଆଇଏସ୍ ବାଲା ପୂର୍ବରୁ ଦୁଇଦିନିଆ ଗଣ-ସମ୍ପାଦନା କରୁଥିଲେ, ଆମେ ବି ସେମିତି କରିଲେ ଭଲ ହୁଅନ୍ତା ।

୧୪-୧୫ କିମ୍ବା ୧୫-୧୬ ତାରିଖରେ ଏହାକୁ କଲେ, ଛୁଟି ଥିବାରୁ ହୁଏତ ଅତିକମରେ ୧୦-୧୨ଟି ପ୍ରସଙ୍ଗ ଗଢ଼ାଯାଇପାରନ୍ତା ବୋଲି ଆଶା । ଏହି ବିଷୟରେ @Psubhashish ଭାଇଙ୍କ ସହିତ ବି କଥା ହେଉଥିଲି, ସେ ବି ଏଥିରେ ରାଜି ଅଛନ୍ତି । ଅନ୍ୟମାନେ ଟିକେ ଟିକେ ସମୟ ଦେଲେ ଦୁଇ କିମ୍ବା ତିନି ଦିନିଆ ଗଣ-ସମ୍ପାଦନାଟିଏ ହେଇପାରନ୍ତା ।

@Subas Chandra Rout, @Aliva Sahoo, @Hellohappy, @Soumendrak @Hpsatapathy, @MKar, @Skumarm; ଆପଣମାନଙ୍କ ମତାମତ ଅପେକ୍ଷାରେ ।

Aliva Sahoo (ଆଲୋଚନାଅବଦାନ)

ମୁଁ ସହମତ ।

Soumendrak (ଆଲୋଚନାଅବଦାନ)

ହଁ, ହଉ ମୋର ପୂର୍ବ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ କିଛି ପୁରୁଣା ପ୍ରସଙ୍ଗରେ ଆଉ ଗୋଟେ ଦି'ଟା ନାଲି ପ୍ରସଙ୍ଗ ଅଛି, ଏଇ ସୁଯୋଗରେ ଲେଖିଦେବା।

Hellohappy (ଆଲୋଚନାଅବଦାନ)

ସର୍ବାଧିକ ପ୍ରସଙ୍ଗ ଲେଖିଥିବା ୩ଜଣ ଉଇକିଆଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇପାରିବ କି !

Ssgapu22 (ଆଲୋଚନାଅବଦାନ)

କିଛି ପଠେଇବାକୁ ନିଶ୍ଚୟ ଚେଷ୍ଟା କରିବି ।

Soumendrak (ଆଲୋଚନାଅବଦାନ)

👏🏼

ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଓଡ଼ିଆ ଉଇକିପିଡ଼ିଆ ସଭ୍ୟ ଚୟନ

11
Jnanaranjan sahu (ଆଲୋଚନାଅବଦାନ)

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ତରଫରୁ ଏଇ ବର୍ଷ ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଅଗଷ୍ଟ ୧୫ ଭିତରେ ଆମକୁ ଦୁଇଟି ନାମ ପ୍ରସ୍ତାବିତ କରିବାକୁ ପଡ଼ିବ । ଆପଣଙ୍କୁ ଅନୁରୋଧ ଯେ ଇଭେଣ୍ଟ ପାଇଁ ନାମ ପ୍ରସ୍ତାବ ଦିଅନ୍ତୁ । ଏଇ ଇଭେଣ୍ଟ ବିଷୟରେ ଅଧିକା ଜାଣନ୍ତୁ । https://meta.wikimedia.org/wiki/Wikimedia_Summit_2024

Hellohappy (ଆଲୋଚନାଅବଦାନ)
  1. ମୃତ୍ୟୁଞ୍ଜୟ କର
  2. ସଂଗ୍ରାମ କେଶରୀ ସେନାପତି
Subas Chandra Rout (ଆଲୋଚନାଅବଦାନ)

ମୋର ମତ: ସଂଗ୍ରାମ କେଶରୀ ସେନାପତି ସହିତ Hellohappy ବା ଶୁଭାଶିଷ ଗଲେ ଭଲ ହେବ ,

Psubhashish (ଆଲୋଚନାଅବଦାନ)

ଗପୁ, ଚିନୁ ଓ ଅଲିଭା ଏ ତିନି ଜଣଙ୍କ ନାଁ ଯୋଡ଼ୁଛି । ତାଙ୍କ ଭିତରୁ ୨ ଜଣଙ୍କ ନାଁ ପଠେଇବୁ ।

Ssgapu22 (ଆଲୋଚନାଅବଦାନ)

ଜ୍ଞାନ ଭାଇ ଓ ଚିନୁ ଗଲେ ଭଲ ହେବ ବୋଲି ମୋର ମତ ।

Chinmayee Mishra (ଆଲୋଚନାଅବଦାନ)

ମୁଁ ଗପୁ ଭାଇ ଆଉ ମୋ ନିଜ ନାଁ ଲେଖୁଛି ।

Soumendrak (ଆଲୋଚନାଅବଦାନ)

ଗପୁ ଆଉ ଚିନୁ ଯାଆନ୍ତୁ ।

Subas Chandra Rout (ଆଲୋଚନାଅବଦାନ)

ଅନେକ ନାମ ପ୍ରସ୍ତାବ ଆସିଛି । ତେବେ ଯେଉଁମାନେ ଅଧିକ କାମ କରୁଛନ୍ତି ଓ ଇଭେଣ୍ଟ ବିଷୟରେ ଅବଗତ ଅଛନ୍ତି, ସେମାନଙ୍କ ନାମ ଚୟନ କଲେ ଭଲ ହେବ । କାମ ନ କରୁଥିବା ବା ସ୍ୱଳ୍ପ କାମ କରୁଥିବା ସଭ୍ୟଙ୍କ ନାମ ଦେଲେ ସଂସ୍ଥାର କିଛି ଉପକାର ହେବ ବୋଲି ମୁଁ ଆଶା କରୁନି ।

Jnanaranjan sahu (ଆଲୋଚନାଅବଦାନ)

ଗପୁ, ଚିନୁ, ସୌମେନ୍ଦ୍ର ଭିତରୁ କେହି ଗଲେ ଭଲ ହୁଅନ୍ତା । ଏଇ ସମିଟରେ କମ୍ୟୁନିଟି ବିଷୟରେ ଅଧିକ ଜାଣିଥିବା ଆଉ ରିପ୍ରେଜେନ୍ଟ କରିପାରୁଥବା ଲୋକ ଗଲେ ଭଲ ।

Psubhashish (ଆଲୋଚନାଅବଦାନ)

ଏଠି ମିଳିଥିବା ମତାଧାରେ ଆଉ ମୋଟାମୋଟି ଯୋଗଦାନ ଓ ନେତୃତ୍ୱ ଆଧାରରେ ଚିନୁ ଆଉ ଗପୁ ଦି ଜଣଙ୍କ ନାଁ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର ଗ୍ରୁପ ତରଫରୁ ଦିଆଗଲା । ସେମାନେ ଆବେଦନ ଫର୍ମରେ ଆବେଦନ କରିବେ ଆଉ ଆମ ୟୁଜର ଗ୍ରୁପର ପ୍ରତିନିଧିତ୍ୱ କରିବେ । ଏତେ କମ ସମୟ ଭିତରେ ମତ ଦେଇଥିବାରୁ ଜ୍ଞାନ, ପ୍ରୀତି ଭାଇ, ସୁବାସ ସାର, ଗପୁ, ଚିନୁ, ସୌମେନ୍ଦ୍ରଙ୍କୁ ଆଉ ଏ ଆଲୋଚନାଟି ଠିକଣା ସମୟରେ ଆରମ୍ଭ କରିଥିବାରୁ ଜ୍ଞାନକୁ ଅନେକ ସାଧୁବାଦ ।

Hellohappy (ଆଲୋଚନାଅବଦାନ)

ଚିନୁ ଆଉ ଗପୁ । ଅଭିନନ୍ଦନ । ସେଠି ଯାଇ ନାଁ କରି ଆସ ।

"ଉଇକିମିଡ଼ିଆ ସମିଟ ୨୦୨୪ ପାଇଁ ଓଡ଼ିଆ ଉଇକିପିଡ଼ିଆ ସଭ୍ୟ ଚୟନ"ଙ୍କୁ ଉତ୍ତର
Psubhashish (ଆଲୋଚନାଅବଦାନ)

ଆର ସପ୍ତାହରେ ଉଇକିମାନିଆ । ଏବର୍ଷ ହାଇବ୍ରିଡ଼ । ଅନେକେ ସିଂଗାପୁର ଯାଇ ଯୋଗଦେବେ ଆଉ ଅନେକେ ଅନଲାଇନରେ । ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ବିଶେଷ ଅନୁରୋଧ ଫେରିବା ପରେ ଏ ଥ୍ରେଡ଼ରେ କଣ କଣ ଶିଖିଲେ ଲେଖିବେ । ଫେରିବାର ଅଳ୍ପ ଦିନ ପରେ ଲେଖିପାରିଲେ ଭଲ କାରଣ ଆମେ ସବୁ ଚଞ୍ଚଳ ଭୁଲିଯାଉ । ତଳ ୨-୩ଟା ଜିନିଷ ଆମ ସମସ୍ତଙ୍କ ପାଇଁ ମୋଟାମୋଟି ଦରକାରୀ:

  • ବେନି ଜନେ ସମ ଦଶା: ଆମ ଭଳି ସମାନ ପ୍ରକାରର ଉଦ୍ୟମ, ପ୍ରକଳ୍ପ ଆଦି ଆଉ କିଏ କରୁଛନ୍ତି? ସେମାନେ ସମାନ ପ୍ରକାରର ଅସୁବିଧାକୁ କେମିତି ସମାଧାନ କରୁଛନ୍ତି?
  • ବାଟ: ଅନ୍ୟମାନେ ଏମିତି କିଛି ବାଟରେ କାମ କରୁଛନ୍ତି କି ଯେଉଁଥିରୁ ଆମେ ଶିଖିପାରିବୁ?
  • ବିବିଧତା: ଆମେ ବହୁ ବର୍ଷ ଧରି ଛୋଟ ସମୁଦାୟଟେ ହୋଇ ଅଛେ । ଆମ ସମୁଦାୟରେ ପ୍ରାୟ ସମସ୍ତେ ସମାନ ସାମାଜିକ ପରିବେଶରୁ । ବାକିମାନଙ୍କ ପାଖରୁ କିଛି ନୂଆ ବାଟ ଶିଖିଲେ କି ଯାହା ଆମ କାମରେ ଲାଗିବ?
  • ଟେକନୋଲୋଜି: ନୂଆ ଟେକନୋଲଜି ବାବଦରେ ଶିଖିଲେ ତା' କିପରି ଆମ କାମରେ ଲାଗିବ? କି କି ଅସୁବିଧା ସମାଧାନରେ ସହାୟକ ହେବ?

ଶେଷରେ ଆପଣ ଯଦି ଉଇକିମାନିଆରେ କିଛି ଭାଷଣ, କର୍ମଶାଳା ବା ହ୍ୟାକାଥନ ଆଦିରେ ନିଜ କାମ ପରିବେଷଣ କଲେ ତା' ଜଣେଇବେ ।

Jnanaranjan sahu (ଆଲୋଚନାଅବଦାନ)

ମୁଁ ଏଇ ବିଷୟରେ ଲେଖିବାକୁ ଯାଊଥିଲି ଆପଣ ଲେଖିଦେଲେ । ଯଦି ଆଉ କିଛି ମତାମତ ଅଛି ଅନ୍ୟମାନଙ୍କର ଦେଲେ ଆମେ ତାକୁ ବି କାର୍ଯ୍ୟକାରୀ କରିପାରିବୁ ।

"ଉଇକିମାନିଆ ୨୦୨୩ରୁ କଣ ଶିଖିଲେ"ଙ୍କୁ ଉତ୍ତର