Jump to content

ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୧୪

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆ ଶିକ୍ଷଣ ଭିଡ଼ିଓ ପାଇଁ ପ୍ରସ୍ତୁତି ଆରମ୍ଭ

[ସମ୍ପାଦନା]

ଆମେ ବହୁତ ଆନନ୍ଦିତ କାରଣ ଆମେ ନୂଆ ସଭ୍ୟ ମାନଙ୍କୁ ଉଇକିପିଡ଼ିଆ ଏବଂ ଏହାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ପରିଚୟ କରାଇବା ପାଇଁ ଶିକ୍ଷଣ ଭିଡ଼ିଓ ତିଆରି କରିବା ପୂର୍ବ ପ୍ରସ୍ତୁତି କାମ ଆରମ୍ଭ କରି ଦେଇଛୁ ।

ଗତ କିଛି ବର୍ଷ ହେଲାଣି, ନୂଆ ବ୍ୟବହାରକାରୀମାନଙ୍କୁ ଶିଖାଇବା ପାଇଁ ବହୁତ ଭିଡ଼ିଓ ତିଆରି ହେଇ ସାରିଲାଣି । ଏହି ଶିକ୍ଷଣରେ ଭିଜୁଆଲ ଏଡିଟର ଏବଂ ନୂଆ ଆଧାର ଯୋଡୁଥିବା ଟୁଲସାଇଟୋଏଡ଼ (Citoid) ବିଷୟରେ ଦର୍ଶାଯିବ ।

ଏହି ଭିଡ଼ିଓ ଏବଂ ଏଥିରେ ଜଡ଼ିତ ଅନ୍ୟ ଉପାଦାନଗୁଡ଼ିକ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପରେ ପ୍ରକଳ୍ପରେ ଭାଗ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସାହାଯ୍ୟ କରିବ । ଏହାଛଡ଼ା ଏହା ଉଇକିମିଡ଼ିଆ କାର୍ଯ୍ୟକର୍ତ୍ତା ଏବଂ ସ୍ଵଚ୍ଛାସେବୀମାନଙ୍କୁ ଗ୍ୟାଲେରୀ, ପୁସ୍ତକାଗାର, ଅଭିଲେଖାଗାର ଏବଂ ସଂଗ୍ରହାଳୟ (GLAMs) ବିଷୟରେ ଅଧିକ ସୂଚନାଦେବ ଏବଂ ଦର୍ଶାଇବ ଯେ ତାଙ୍କ ଅବଦାନଗୁଡ଼ିକ ଉଇକିପିଡ଼ିଆ ଏବଂ ଏହାର ଅନ୍ୟ ପ୍ରକଳ୍ପଗୁଡ଼ିକରେ ଲୋକମାନଙ୍କ ସାହାଯ୍ୟରେ ଆସିପାରୁଛି । ଏହାଛଡ଼ା ସେମାନେ କିପରି ଲେଖିବେ ବା ଫାଇଲ ଅପଲୋଡ଼ କରିବେ ତାହା ମଧ୍ୟ ଶିକ୍ଷା ଦେବ ।

ଏହି ଭିଡ଼ିଓଗୁଡିକ ଭାଗ ଭାଗ ହୋଇ ରହିବ ଯାହାକି ଅଲଗା ଅଲଗା ଭାବେ ଦେଖି ହେବ, ଅନୁବାଦ କରିହେବ ଏବଂ ସମ୍ପାଦିତ କରିହେବ ।

ବର୍ତ୍ତମାନ ଏଥିରେ ଆରବିକ, ଆର୍ମେନିଆନ, ଜର୍ମାନ, ଗ୍ରୀକ, ଓଡ଼ିଆ ଏବଂ ସ୍ପ୍ଯାନିଶ ଭାଷା ପାଇଁ କିଛି ସ୍ଵେଚ୍ଛାସେବୀ ଅବଦାନକାରୀ ଅଛନ୍ତି । ଅଧିକ ସ୍ଵେଚ୍ଛାସେବୀ ଯାହାଙ୍କର ଭାଷାଉପରେ ଅଧିକ ଜ୍ଞାନ ଅଛି ସେମାନେ ଆଲୋଚନା ପୃଷ୍ଠାରେ ନିଜ ନାମ ଲେଖାଇ ପାରିବେ.

ଆମେମାନେ ଆଉଟଲାଇନରେ ସ୍କ୍ରିପ୍ଟ ପାଇଁ ମତାମତ ଏବଂ ଏହି ଭିଡ଼ିଓ ପାଇଁ ଭଲ ନାମ ଯୋଗାଇବା ପାଇଁ ସାହାଯ୍ୟ ଖୋଜୁଛୁ । ଦୟାକରି ଆପଣଙ୍କ ମତାମତ ଏହି ଆଲୋଚନା ପୃଷ୍ଠାରେ ଦିଅନ୍ତୁ!

ଆପଣଙ୍କର ବିନୀତ,

Pine
ଭିଡ଼ିଓ ନିର୍ଦ୍ଦେଶକ ଏବଂ ସ୍କ୍ରିନଲେଖକ
ବି.ଦ୍ର

ଏହି ଭିଡ଼ିଓ individual engagement grantଦ୍ଵାରା ଆର୍ଥିକ ସାହାଯ୍ୟ ପାଇଅଛି । କମ୍ୟୁନିଟି, ଆଇଇଜି କମିଟି ଏବଂ ଡ଼ବଲଇଉଏମଏଫ(WMF)କୁ ବହୁତ ଧନ୍ୟବାଦ ।

ଓଡ଼ିଆ ଉଇକିପିଡ଼ିଆରେ ପରଖଜାଗା (Sandbox)

[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ବ୍ୟବହାରକାରୀଙ୍କ ନିମନ୍ତେ ଏବେ 'ପରଖଜାଗା' (Sandbox) ବିକଳ୍ପ ଉପଲବ୍ଧ ନାହିଁ । ଏହି ପରଖଜାଗା ସଚଳ କରିବା ନିମନ୍ତେ ମୁଁ ସାଥୀ ଉଇକିଆଳୀଙ୍କ ମତାମତ ଜାଣିବାକୁ ଚାହୁଁଛି । ପରଖଜାଗା ସଚଳ ହେଲେ ପ୍ରସଙ୍ଗ ତିଆରି କରିବା ପୂର୍ବରୁ ଏଥିରେ କାମ କରିବା ସୁବିଧାଜନକ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୪୧, ୨୩ ଜାନୁଆରୀ ୨୦୧୬ (IST)reply

ସମର୍ଥନ ସମର୍ଥନ

[ସମ୍ପାଦନା]

ବିରୋଧ ବିରୋଧ

[ସମ୍ପାଦନା]

ନିରପେଖ ନିରପେକ୍ଷ

[ସମ୍ପାଦନା]

ଫଳାଫଳ

[ସମ୍ପାଦନା]

କିଛିଦିନ ଅପେକ୍ଷା କରିବା ପରେ ଉପଲବ୍ଧ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୦୭, ୨୮ ଜାନୁଆରୀ ୨୦୧୬ (IST)reply

 Done --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୩୪, ୧ ଫେବୃଆରୀ ୨୦୧୬ (IST)reply

Article Placeholder

[ସମ୍ପାଦନା]

ArticlePlaceholder ନାମକ ଏକ ନୂଆ ପ୍ରୟୋଗ କିଛି ମାସ ପରେ ସବୁ ଉଇକିପିଡ଼ିଆ ନିମନ୍ତେ ଉପଲବ୍ଧ ହେବାକୁ ଯାଉଛି । ସବୁ ଉଇକିପିଡ଼ିଆ ନିମନ୍ତେ ଉପଲବ୍ଧ ହେବା ପୂର୍ବରୁ ଏହାକୁ ଅଳ୍ପ କିଛି ଉଇକିରେ ସଚଳ କରାଯାଇ ପରଖ କରିବାର ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଉଇକିପିଡ଼ିଆରେ ଏହାକୁ ପରୀକ୍ଷାମୂଳକ ଭାବେ ସଚଳ କରିବା ବାବଦରେ ମୁଁ ସାଥୀ ଉଇକିଆଳୀଙ୍କ ମତାମତ ଜାଣିବାକୁ ଚାହୁଁଛି । ArticlePlaceholder ସଚଳ କରିବା ପରେ ଓଡ଼ିଆ ଉଇକିରେ ଯେଉଁ ସବୁ ପ୍ରସଙ୍ଗ ନାହିଁ ସେସବୁ ପ୍ରସଙ୍ଗ ବାବଦରେ ଉଇକିଡାଟାରେ ଥିବା ତଥ୍ୟ, ପାଠକ ଓଡ଼ିଆ ଭାଷାରେ ଦେଖିବାକୁ ପାଇବେ । ଉଦାହରଣ ସ୍ଵରୂପ ଏଡା ଲଭ୍‌ଲେସ୍‌ ପ୍ରସଙ୍ଗଟି ଓଡ଼ିଆ ଉଇକିପିଡ଼ିଆରେ ଲେଖାଯାଇନଥିଲେ ପାଠକ ଏତିକି ତଥ୍ୟ ଦେଖିବାକୁ ପାଇଥାନ୍ତେ । ଏହାଦ୍ଵାରା ଓଡ଼ିଆ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଓ ପ୍ରସଙ୍ଗ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବନାହିଁ । ଏଥିରେ ଦେଖାଯାଉଥିବା ତଥ୍ୟକୁ ଆମେ କିଛିମାତ୍ରାରେ ସଜାଇପାରିବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୫୧, ୨୧ ଜାନୁଆରୀ ୨୦୧୬ (IST)reply

ସମର୍ଥନ ସମର୍ଥନ

[ସମ୍ପାଦନା]

ବିରୋଧ ବିରୋଧ

[ସମ୍ପାଦନା]

ନିରପେଖ ନିରପେକ୍ଷ

[ସମ୍ପାଦନା]

ଫଳାଫଳ

[ସମ୍ପାଦନା]

Geographical Indications in India Edit-a-thon

[ସମ୍ପାଦନା]

​Hello,

CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating an improving Geographical Indications in India related articles.

We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical_Indications_in_India_Edit-a-thon

Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୨୩:୦୪, ୧୮ ଜାନୁଆରୀ ୨୦୧୬ (IST)reply

ଆଲୋଚନା/ମତାମତ

[ସମ୍ପାଦନା]
ସମସ୍ତଙ୍କୁ ଆଉଥରେ ଅନୁରୋଧ ଅତି କମରେ ଓଡ଼ିଶା ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକର ସମ୍ପାଦନା କରିବା ପାଇଁ । ଏଥିସହିତ ଉପରେ ଦେଖାଯାଇଥିବା ଭଳି ଆଉ ଗୋଟେ ନୂଆ ସୁବିଧା ସକ୍ରିୟ କରାଯାଇପାରିଲେ କାର୍ଯ୍ୟକ୍ରମଟି ଅଧିକ ଉଇକିଆଳିଙ୍କ ଆଖିରେ ପଡ଼ିବ । ଦେଖଣାତାଲିକା ଦେଖୁଥିବା ଉଇକିଆଳିଏ ସଭା ଉପରେ ଏକ ବଡ଼ ସୁସ୍ପଷ୍ଟ ସୂଚନା ଦେଖିପାରିବେ ।--ସୁଭାସିସ ପାଣିଗାହି (ଆଳାପ) ୨୨:୪୧, ୨୧ ଜାନୁଆରୀ ୨୦୧୬ (IST)reply

ନୂଆ ଓଡ଼ିଆ ଫଣ୍ଟ ତିଆରି ଲାଗି CDIF ଗ୍ରାଣ୍ଟ ଆବେଦନ

[ସମ୍ପାଦନା]

ଓଡ଼ିଆ ଲାଗି ଅତ୍ୟାବଶ୍ୟକ ଥିବା ଗୋଟେ ଭଲ ଓପନ ସୋର୍ସ ଫଣ୍ଟ ତିଆରି ଲାଗି ଜରୁରୀ ଅର୍ଥ ପାଇଁ CDIF ଗ୍ରାଣ୍ଟ ଆବେଦନ କରିବା ଲାଗି ମୁଁ ପ୍ରସ୍ତାବ ଦେଉଛି। ଇଚ୍ଛୁକ ଉଇକିଆଳି ମାନେ ଭାଗ ନେବାକୁ ଚାହୁଁଥିଲେ ଦୟାକରି ଏଠାରେ ନିଜର ନାଁ ଦିଅନ୍ତୁ। କିଛି ପ୍ରଶ୍ନ ବା ଭିନ୍ନ ମତ ଥିଲେ ଏଠି ଜଣାଇବାକୁ ଅନୁରୋଧ। Coldbreeze16 (ମୋ ଆଲୋଚନା) ୦୯:୦୫, ୧୧ ଜାନୁଆରୀ ୨୦୧୬ (UTC)

ଭାଗ ନେବା ପାଇଁ ଇଚ୍ଛୁକ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୩୮, ୧୧ ଜାନୁଆରୀ ୨୦୧୬ (UTC)
ନସିମ ଭାଇ, ଏ ଯୋଜନା ଟା କେତେ ବାଟ ଗଲା କିଛି ଜଣା ପଡିଲାନି ଆଉ କେହି ମତ ମଧ୍ୟ ଦେଲେନି। ଭବିଷ୍ୟତରେ କାମ ହେବ ନା ବାତିଲ ହେଲା ଟିକେ ଜଣେଇବ । ଏମିତି ସବୁ ଆଲୋଚନା ଅଭିଲେଖରେ ରହିଯାଉଛି। --ଆଦିତ୍ୟ ମହାର (ଆଲୋଚନା) ୦୯:୨୫, ୧୦ ଜୁଲାଇ ୨୦୧୬ (IST)reply
କାମ ବିଶେଷ କିଛି ଆଗେଇନି ଯେହେତୁ ମୋର ପରୀକ୍ଷା ଥିଲା, ତା ଛଡ଼ା ଗ୍ରାଣ୍ଟ ଲାଗି ବି ଆବେଦନ କରାଯାଇନି । ନିଜ ଦରମାରୁ କିଛି ଖର୍ଚ୍ଚ କରି କରିବି ବୋଲି ଭାବିଛି କିନ୍ତୁ ବ୍ରହ୍ମପୁରରେ ହସ୍ତଲିଖନ ଲାଗି କେହି ମିଳିବା କଷ୍ଟ । ଭୁବନେଶ୍ୱର ଆଡ଼େ କହି ଥିଲେ ଜଣାଇବାକୁ ଅନୁରୋଧ । ମୁଁ ନିଜେ ସମୟ ଦେଇ ଗିମ୍ପ ଆଉ ଇଙ୍କସ୍କେପ ଶିଖେଇ ଦେବି । Coldbreeze16 (ମୋ ଆଲୋଚନା) ୦୦:୧୨, ୨୬ ଜୁଲାଇ ୨୦୧୬ (IST)reply

Train-a-Wikipedian

[ସମ୍ପାଦନା]

Hello,
I would like to inform you about CIS-A2K's new initiative Train-a-Wikipedian. It is an online learning initiative for editors and potential administrators to hone their skillsets related to Wikipedia editing and it's policies and guidelines in details. As you know, there is a lot to learn but it is difficult at times for many editors to find out exactly what they intend to learn to help their community in a better manner. This initiative would be useful to:

  1. empower Editors to become better editors.
  2. help Potential Administrators: here we will discuss Wikipedia policies and guidelines, admin's tasks and other responsibilities (Please note that admins are always selected by the communities, we would only help the participating editors to learn about the admin tasks)
  3. help Admins to become more skilled and powerful. The training will be mostly online, but we may conduct offline sessions too if needed. If you want to nominate someone or join yourself, please do it by including the username below. --Titodutta (ମୋ ଆଲୋଚନା) ୦୬:୨୦, ୭ ଜାନୁଆରୀ ୨୦୧୬ (UTC)

ବଛା (nomination and selection)

[ସମ୍ପାଦନା]

Discussion on this user

[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରଫେସରେ ବଦଳ ପାଇଁ ପ୍ରସ୍ତାବ

[ସମ୍ପାଦନା]

କୌଣସି ନୂଆ ଉଇକିଆଳି ଲେଖିବା ସମୟରେ ବଦଳ କରିବା ଦ୍ଵାରା ସେମାନଙ୍କ ପରିଶ୍ରମ ନଷ୍ଟ ହେବାର ସମ୍ଭାବନା ରହିଛି । ଏଥିରୁ ବର୍ତ୍ତିବା ପାଇଁ ନିଜ ସ୍ୟାଣ୍ଡ-ବାକ୍ସ ରେ ଆଗ ଲେଖିସାରି ଅଣାଯାଇ ପାରିବ କିନ୍ତୁ ନୂଆ ଲୋକଟିଏ ପାଇଁ, କଣ କରାଯିବ ? ନିମ୍ନୋକ୍ତ ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ କେଉଁଟି ଉପଯୋଗୀ ମନେହେଉଛି ଜଣେଇବେ:

  • କୌଣସି ନାଲି ଲିଙ୍କ ଉପରେ କ୍ଲିକ କରି ନୂଆ ଲେଖାଟିଏ ଲେଖିବା ପାଇଁ ଖୋଲିଲେ ଆପେ ଆପେ ଆସିବ
{{ତିଆରି ଚାଲିଛି}}<!-- ଆପଣ ଲେଖା ସାରିବା ପର୍ଯ୍ୟନ୍ତ ଏହି ଛାଞ୍ଚଟିକୁ ହଟାନ୍ତୁ ନାହିଁ । ଏହି ଛାଞ୍ଚ ଥିବା ଯାଏଁ କେହି ଆପଣଙ୍କ ଲେଖା ବଦଳାଇବେ ନାହିଁ । -->
  • (କିମ୍ବା) ଆମେ ଇଂରାଜୀ ଉଇକି edit box ଉପରେ ଯେପରି କପିରାଇଟ କଥା ଲେଖାଯାଉଛି ସେହିପରି ଏହି ଛାଞ୍ଚଟିକୁ ପକେଇବା ପାଇଁ ଲେଖିବା । ଆଉ ସେଥିରେ help ଆଉ ଚାଟସଭାର ଲିଙ୍କବି ଦେଇପାରିବା ।
  • (କିମ୍ବା) ଉଭୟ ।

--ଶିତିକଣ୍ଠ (ଆଲୋଚନା) ୧୯:୩୫, ୨୯ ଅଗଷ୍ଟ ୨୦୧୫ (UTC)

ମତାମତ

[ସମ୍ପାଦନା]
ବାକି ଦୁଇଟି କାମ ସରୁ ଏହା କଥା ବୁଝିବା । ଯୋଜନା ସାମୟିକ ଭାବେ ସ୍ଥଗିତ ଅଛି । --ଶିତିକଣ୍ଠ (ଆଲୋଚନା) ୧୪:୪୭, ୨୨ ଅକ୍ଟୋବର ୨୦୧୫ (UTC)

ଆଲୋଚନା/ଭିନ୍ନ ମତ

[ସମ୍ପାଦନା]
  • ଶିତି ଭାଇ ଉପରେ ତିନୋଟି ଅଲଗା ଅଲଗା ପ୍ରସ୍ତାବ ଦେଇଛନ୍ତି ,ହେଲେ ସମସ୍ତେ କେମିତି ସମର୍ଥନ କରିଛନ୍ତି ମୁଁ ବୁଝିପାରୁନି :( --ଆଦିତ୍ୟ ମହାର (ଆଲୋଚନା) ୦୫:୦୨, ୬ ସେପ୍ଟେମ୍ବର ୨୦୧୫ (UTC)
  • ତିନୋଟି ଜାଗାରେ ଅଲଗା ଅଲଗା । ତିନୋଟିଯାକ ପ୍ରକୃତରେ ପରସ୍ପର ସହ ଜଡ଼ିତ ନୁହନ୍ତି । କିନ୍ତୁ ସେ ଏକାସଙ୍ଗେ ତିନୋଟିଯାକ ଲେଖିଥିବାରୁ ସଭିଏଁ ଟିକେ ଦ୍ୱନ୍ଦରେ ପଡ଼ୁଛନ୍ତି । :) --ସୁଭାସିସ ପାଣିଗାହି (ଆଳାପ) ୦୬:୫୭, ୯ ସେପ୍ଟେମ୍ବର ୨୦୧୫ (UTC)


ଆଲୋଚନା ପାଇଁ Flow ବ୍ୟବହାର କରିବା

[ସମ୍ପାଦନା]

ମତାମତ

[ସମ୍ପାଦନା]
ଏବେ ଏହାର କଣ ସ୍ଥିତି? ସଚଳ କରାଯାଇଛି ନା ନାହିଁ? ମୋ ବର୍ଷପୂର୍ବର ଅନୁଭୂତିରୁ ମୁଁ କହିବି ଏହାର ସେତେ ଆବଶ୍ୟକତା ନାହିଁ, ଯଦି କିଛି ସଂଶୋଧନ କରି ଉନ୍ନତି କରାଯାଇଛି, ତାହେଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୫୬, ୨୧ ଅକ୍ଟୋବର ୨୦୧୫ (UTC)
ବିଶେଷ ଆଗେଇନି । ଏହା ବିଷୟରେ ଆଗରୁ ଆଲୋଚନା ହେଇଥିଲା । ଅନ୍ୟ ଭାରତୀୟ ଉଇକିରେ ସଚଳ ହେଇସାରିଲାଣି - ଯଥା ତେଲୁଗୁ ଆଉ ତାମିଲ । ଆଲୋଚନା ଥାକ ଥାକ ହେଇ ରହିବ । ଠିକ ରେ ଜଣା ପଡିବ କାହା କଥାର କିଏ ମନ୍ତବ୍ୟ ଦେଲା । ଏଣୁ ଏହାର ଆବଶ୍ୟକତା ରହିଛି । --ଶିତିକଣ୍ଠ (ଆଲୋଚନା) ୧୪:୪୪, ୨୨ ଅକ୍ଟୋବର ୨୦୧୫ (UTC)

Hello!

Sorry for posting in English. ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ!

The current request to deploy Flow is stalled due to a lack of notifications (2% done). Do you plan to make the translations, or are we supposed to deploy Flow with English as a fallback language? We also still need some other information.

Thanks! Trizek (WMF) (ମୋ ଆଲୋଚନା) ୦୬:୦୬, ୨୮ ମଇ ୨୦୧୬ (IST)reply

ଓଡ଼ିଆ ଉଇକିପିଡ଼ିଆରେ ଲୋକାଲ ଫାଇଲ ଅପଲୋଡ଼ ବ୍ୟବସ୍ଥା ସଚଳ କରିବା ପାଇଁ ଆବେଦନ

[ସମ୍ପାଦନା]

କିଛି ଦିନ ତଳେ ଏହି ବ୍ୟବସ୍ଥାକୁ ଅଚଳ କରିଦିଆଯାଇଥିଲା । ଓଡ଼ିଆ ଉଇକିରେ ବହୁତ କପରାଇଟ ଯୁକ୍ତ ଫୋଟ ଅପଲୋଡର ଆବଶ୍ୟକତା ଅନୁଭୂତ ହେଉଛି । ଯେପରିକି ଜୀବନୀ ସମ୍ପର୍କରେ ଲେଖିଲା ବେଳେ ଖବର କାଗଜରେ ଥିବା ଫୋଟୋ ଅପଲୋଡ କରିହେଉନି । ଏଣୁ ପୁନଃ ଏହି ସଚଳ କରିବା ପାଇଁ ପଡିବ ବୋଲି ମୁଁ ଭାବୁଛି । ଯଦି କିଛି ଭିନ୍ନ ମତ ଥାଏ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୦୯:୪୮, ୩୦ ଅଗଷ୍ଟ ୨୦୧୫ (UTC)

ମତାମତ

[ସମ୍ପାଦନା]
ଉଇକିପିଡ଼ିଆରେ ଫ୍ରୀ କଣ୍ଟେଣ୍ଟ ଅନୁମତି ଦେବାପାଇଁ ବଦଳ କରିଦେଇଛି । https://meta.wikimedia.org/wiki/Non-free_content#Wikipedia । କିଛି ଆପତ୍ତି ଥିଲେ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୧୯
୦୩, ୨୧ ସେପ୍ଟେମ୍ବର ୨୦୧୫ (UTC)
ସମ୍ମତି ମିଳିଯାଇଛି ବୋଧେ? ମିଳିଲାପରେ ଏଠାରେ ସେବାବଦରେ ଲେଖି ଆଲୋଚନାଟିକୁ ସମ୍ପୂର୍ଣ କରିବା ଦରକାର, ତାହାଲେ ଯାଇ ଅଭିଲେଖରେ ପରେ ଜଣେ ପଢିଲେ ଜାଣିପାରିବ ସ୍ଥିତି ବିଷୟରେ । ମୁଁ ଦେଖୁଛି ଅଧିକାଂଶ ଆଲୋଚନାର ସିଦ୍ଧାନ୍ତ କିଛି ଲେଖାଯାଉନାହିଁ, ଏହା ଭଲ ଅଭ୍ୟାସ ନୁହେଁ । ମୋର ଯାହା ମନେ ଅଛି, ଗ୍ଲୋବାଲ କମ୍ୟୁନିଟି ଏ ବାବଦରେ ନିଷ୍ପତ୍ତି ନେଇ ଅଚଳ କରିଥିଲା, ଓ ଏହା ପରିଚାଳକମାନଙ୍କୁ ଛାଡି ବାକି ମାନଙ୍କ ପାଇଁ ଅଚଳ କରାଯାଇଥିଲା ଓ ଏହା ଠିକ ମଧ୍ୟ ଥିଲା କାରଣ ଅଳ୍ପ କିଛି ବ୍ୟବହାରକାରୀଙ୍କୁ ଛାଡିଦେଲେ ଅନେକ ଜାଣିନାହାନ୍ତି ଏଠାରେ କେଉଁ ପ୍ରକାରର ଫାଇଲ ଅପଲୋଡ କରାଯିବା ଆବଶ୍ୟକ ଓ ସେଥିରେ କଣ ଲାଇସେନ୍ସ ବ୍ୟବହାର କରାଯିବା ଉଚିତ । ଏଭଳି ଛୋଟ ଉଇକିରେ ଅଯଥାରେ କାମ ନବଢିବା ପାଇଁ, ଓ ଏଭଳି ସଫେଇ କାମ କରିବା ପାଇଁ ଯଥେଷ୍ଟ ଉଇକିଆଳି ନଥିବାରୁ ଏହି ନିଷ୍ପତ୍ତି ଠିକ ଥିଲା । ପ୍ରଥମତ ଶିତି ଭାଇ ଠିକ ଭାବେ ଲେଖିନାହାନ୍ତି ଯେ ଏହା ପରିଚାଳକମାନଙ୍କୁ ଛାଡି ଅନ୍ୟମାନଙ୍କ ପାଇଁ ଅଚଳ କରାଯାଇଥିଲା ବୋଲି ଓ ଦ୍ଵିତୀୟତ ସେ ଏଭଳି ବଡ ଧରଣର ବଦଳ ପାଇଁ ଆବେଦନ କରିବା ପୂର୍ବରୁ ପରିଚାଳକମାନଙ୍କୁ ସ୍ଵତନ୍ତ୍ର ଭାବେ ପଚାରିନାହାନ୍ତି । ଯଦି ବି ନପଚାରିଲେ ପରେ ଆବେଦନ କରିବା ପୂର୍ବରୁ ଦେଖିବାର ଥିଲା ଓ ପଚାରିବାର ଥିଲା ଯେହେତୁ କେବଳ ଜଣେ ମାତ୍ର ପରିଚାଳକ ସମର୍ଥନ ଦେଇଛନ୍ତି । ଶିତିକଣ୍ଠ ଭାଇ, ଆଶାକରୁଛି ଏମିତି ଆଉ କେବେ ହେବନି । -- ଅଂଶୁମାନ ତାର ଯୋଡ଼ିବେ? ୦୭:୪୦, ୨୧ ଅକ୍ଟୋବର ୨୦୧୫ (UTC)
ଆମର କମ୍ୟୁନିଟି ଏତେ ବଡ ନୁହେଁ ଯେ ପରିଚାଳକଙ୍କ ପାଇଁ ଅଲଗା ଜାଗାରେ ପଚରାଯିବ । ଆଉ ଏ କି କଥା କଥା ହେଲା ଜଣେ ପରିଚାଳକ ମତ ଦେଲେ ? ପରିଚାଳକ ମାନେ ସକ୍ରିୟ ରହୁନାହାନ୍ତି .... ଏଥିରେ ମୋର କଣ ଭୁଲ ? ଯଦି କାହାର ଭିନ୍ନ ମତ ଥିଲା ଜଣେଇଥାନ୍ତେ । ମୋର ଏବେ ଗୋଟେ ଲୋଗୋ ଅପଲୋଡ କରିବାର ଅଛି, ତେବେ କଣ ମୁଁ ଫେସବୁକରେ ପରିଚାଳକଙ୍କୁ କହିବି ... ଏଇଟା ଅଫିସିଆଲ ? ନା ଏଇଠି ଅଲଗା ଫର୍ମ କରି ଅପ୍ଲୋଡ ବ୍ୟବସ୍ଥା କରିବା ଠିକ ହେବ ? ଆଉ ଏ ଆଲୋଚନା ବହୁତ ଦିନରୁ ହେଇଛି । ସଭିଏଁ ମତ ଦେଇଛନ୍ତି । ଆଉ ବ୍ୟବସ୍ଥା ଅଚଳ ହେବା ପରଠାରୁ ଗୋଟିଏ ବି ଫାଇଲ ଓଡ଼ିଆ ଉଇକିରେ ଅପଲୋଡ ହେଇନି । --ଶିତିକଣ୍ଠ (ଆଲୋଚନା) ୧୪:୩୩, ୨୨ ଅକ୍ଟୋବର ୨୦୧୫ (UTC)
ଲାଗୁଛି ଏକୁଟିଆ କମ୍ପ୍ୟୁଟର ଆଗରେ ବସି ବସି, ଉଇକିରେ ଘାଣ୍ଟି ହୋଇ ମୁଣ୍ଡ ଖରାପ କରିସାରିଲଣି! :D ଭାବିଥିଲି ତୁମେ ପରିଚାଳକ ହେବ ବୋଲି :| । ତୁମେ ଆଲୋଚନା ସଭା ଓ ଫେସବୁକ ବାହାରେ 'User Talk Page, Wikipedia Email' ବିଷୟରେ ଜାଣିନ ସେଥିପାଇଁ ମୋର ଭୁଲ!? ଯେହେତୁ ତୁମେ ମୋ ମତ ଅନୁସାରେ ଉତ୍ତର ଦେଇନ, ଆଉଥରେ ଦୋହରାଉଛି । ତୁମେ ଠିକ ଭାବେ ଲେଖିନ ଯେ ଏ ସୁବିଧା କେଉଁମାନଙ୍କ ପାଇଁ ଅଚଳ କରାଯାଇଛି ଓ କାହିଁକି ଅଚଳ କରାଯାଇଛି । ଯଦି ତୁମେ ଜାଣିନଥିଲ, ପଚାରିବାର ଥିଲା; ପୁଣି ଥରେ ଜାଗାର ଠିକଣା କହିବିନି! ଯଦି ଜାଣିକରି ଲେଖିନ ତାହେଲେ ତୁମେ ଭୁଲ କରିଛ, ଏଠି ଏମିତି କାମ ହୁଏନାହିଁ । ଯଦି ତୁମର ଦରକାର ଅଛି ଠିକଭାବେ କର, ନହେଲେ ସାହାଯ୍ୟ ମାଗ କିମ୍ବା ଅପେକ୍ଷା କର । ଯେଉଁ ସୁବିଧାଟି କେବଳ ପରିଚାଳକମାନଙ୍କ ପାଇଁ ଅଛି, ଅନ୍ୟମାନଙ୍କ ପାଇଁ ନାହିଁ, ସେହି ଜାଗାରେ ବଦଳ ପାଇଁ ତୁମେ ଯଦି ସେମାନଙ୍କୁ ଥରେ ପଚାରିପାରିବ ନାହିଁ, ତାହାଲେ ମୁଁ ଆଉ ତୁମପାଖରୁ କଣ ଆଶା କରିବି! -- ଅଂଶୁମାନ ତାର ଯୋଡ଼ିବେ? ୧୮:୧୫, ୨୨ ଅକ୍ଟୋବର ୨୦୧୫ (UTC)
ମୁଁ ଆକଚୁଆଲି ଫର୍ମରେ ଫୋଟ ଅପଲୋଡ କଥା କହୁଥିଲି । photo submit ପାଇଁ ପରେ ଯେମିତି ଭେରିଫିକେସନ ହେଇପାରିବ । ଅଲୋଚନ ପୃଷ୍ଠାରେ କେମିତି କରିବି ?--ଶିତିକଣ୍ଠ (ଆଲୋଚନା) ୦୮:୩୭, ୨୩ ଅକ୍ଟୋବର ୨୦୧୫ (UTC)
ମିଡ଼ିଆଉଇକି_ଆଲୋଚନା:Licenses ରେ ଉଲ୍ଲେଖ କରାଯାଇଛି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୪୯, ୨୧ ଅକ୍ଟୋବର ୨୦୧୫ (UTC)
ପଢିଲି ଫବ୍ରିକେଟରରେ । User Right 'Uploader' ସଚଳ କରାଯାଉ । କିନ୍ତୁ ଏଠାରେ ସମସ୍ତଙ୍କ ପାଇଁ ଫାଇଲ ଅପଲୋଡ ସୁବିଧା କରାନଯାଉ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୪୯, ୨୧ ଅକ୍ଟୋବର ୨୦୧୫ (UTC)
ଭାଇ ଆପଣ ସେଠି ପୁରା ଆଲୋଚନା ନପଢି ମତ ଦେଇଦେଲେ ? ଆମେ ବି ତ ସେଇ କଥା କହୁଛୁ - 'ଅପଲୋଡ଼ର ଗ୍ରୁପ' ତିଆରି ପାଇଁ । ସେ ପାଗଳ ଗୁଡାକ ସେଠି ଲାଇସେନ୍ସ ଲାଇସେନ୍ସ ହଉଛନ୍ତି । ହିନ୍ଦୀ ଆଉ ବଙ୍ଗାଳୀରେ ଅଛି କିନ୍ତୁ ଆମ ବେଳକୁ ଲାଇସେନ୍ସ । ଆପଣଙ୍କ ମତ ଯୋଗୁଁ ସେମାନେ 'କ୍ଳୋଜ' କରିଦେଲେ । - " when you have a specific request with the respective on-wiki preparatory work completed and consensus achieved." । ସେ କଥା ଏବେ ତୁମକୁ ଲାଗିଲା । ତୁମେ ନୂଆ ବଗ ଫାଇଲ କର ।--ଶିତିକଣ୍ଠ (ଆଲୋଚନା) ୧୪:୩୮, ୨୨ ଅକ୍ଟୋବର ୨୦୧୫ (UTC)
କେମିତି ଜାଣିଲ ମୁଁ ପଢିନାହିଁ ବୋଲି! ଅପଲୋଡର ରାଇଟ କଥା ଏଠି କଣ ପାଇଁ ଉଲ୍ଲେଖ କରାଯାଇନି ? ଉଇକିପିଡିଆରେ ଏମିତି ଭାଷା ତୁମ ମୁହଁରୁ ଶୋଭା ପାଉନି । ତାଙ୍କୁ ପାଗଳ କହିବା ଆଗରୁ ବୁଝିବାକୁ ଚେଷ୍ଟା କର ସେମାନେ କଣ ପାଇଁ ଲାଇସେନ୍ସ ବିଷୟରେ ପଚାରୁଛନ୍ତି । ଯଦି ମୋ ମତ ଯୋଗୁଁ ବନ୍ଦ କରିଦେଲେ, ତାର ମାନେ ଏହା କଣ ପାଇଁ ଭାବୁନ ଯେ, ସେମାନେ ମୋ ମତକୁ ବିଚାରକୁ ନେଲେ ତୁମର ନେଲେନି । ମୋତେ ବିଶ୍ବାସ ହେଉନି, ଏତେଦିନ କାମ କଲାପରେ ତୁମେ ଏମିତି କଥା କହୁଛ!! ଉଇକିପିଡିଆରେ କେମିତି କାମ ହୁଏ ଜାଣିନ ଲାଗୁଛି । ଏତେ ଛୋଟ କମ୍ୟୁନିଟିରେ ଏମିତି କହୁଛ, ବଡ କମ୍ୟୁନିଟି ହେଲେ କଣ କହିବ? କେମିତି କାମ କରିବ? ସମସ୍ତଙ୍କୁ ନେଇ କେମିତି ଚାଲିବ? ତୁମେ ଯଦି ଠିକ ଭାବେ ପଢିବ, ତାହେଲେ ଜାଣିପାରିବ ଯେ ମିଡ଼ିଆଉଇକି:Licenses ପୃଷ୍ଠା ପ୍ରସ୍ତୁତ ନଥିବା ଓ ଆମ ପ୍ରସ୍ତାବରେ ଆମେ କଣ ଚାହୁଞ୍ଚୁ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିବା କାରଣରୁ "କ୍ଳୋଜ" କରାଯାଇଛି ବୋଲି । ତୁମେ ଉପରେ ନିଜେ ଉଲ୍ଲେଖ କରିଛ; "a specific request", "on-wiki preparatory work completed" । କିନ୍ତୁ ପ୍ରକୃତ କାରଣ ହେଉଛି, ଆମେ ଜାଣିନୁ ଆମେ ନିଜେ କଣ କଣ "Copyright Template" ବ୍ୟବହାର କରିବାକୁ ଚାହୁଁଞ୍ଚୁ!, ମିଡ଼ିଆଉଇକି:Licenses ଅନୁସାରେ । - "No need for legal feedback, https://or.wikipedia.org/wiki/MediaWiki:Licenses is not ready yet: it contains non-existing copyright templates. Please only include the templates which were actually created on the local wiki after an assessment that they are needed and compliant with local EDP." -- ଅଂଶୁମାନ ତାର ଯୋଡ଼ିବେ? ୧୮:୧୫, ୨୨ ଅକ୍ଟୋବର ୨୦୧୫ (UTC)
ସେମାନେ ପ୍ରଥମେ କହିଲେ ହେଇପାରିବନି । ତୁମର EDP ନହିଁ । ଯେତେବେଳେ ୟୁଜର ଗ୍ରୁପ କଥା ଉଠିଲା । ସେ କହିଲେ ହେଇପାରିବ । ତା'ପରେ କହିଲେ ଭାରତରେ ଲାଇସେନ୍ସ ଠିକଠାକ ନାହିଁ ଏଣୁ ଅନୁମତି ନାହିଁ । ଯେତେବେଳେ କହିଲୁ ଅନ୍ୟ ଉଇକି (ହିନ୍ଦୀ, ବଙ୍ଗାଳୀ) ଅଛି ଆମର ବି କରିବାରେ ଲାଇସେନ୍ସ ରେ ଅସୁବିଧା କେଉଁଠି, ଅନ୍ୟ ଭାଷାର ଉଇକିଆଳିମାନେ ବି ସମର୍ଥନ କଲେ । ଆଉ ଭାରତ ୟୁଏସ ଲାଇସେନ୍ସ ଫୋଲୋ କରୁଛି ବୋଲି କହିଲେ । ତା'ପରେ କହିଲେ "ମିଡିଆଉଇକି: ଲାଇସେନ୍ସ" ତିଆରି ହେଇନି । ସେଇଟା ପାଇଁ ଆଲୋଚନା ଚାଲିଥିଲା । ତୁମେ ଯେତେବେଳେ କହିଲ ପୁଣି ୟୁଜର-ଗ୍ରୁପ କଥା ସେମାନେ "ତୁମ ଭିତରେ ଠିକରେ ଆଲୋଚନା ହେଇନି କହି" ବନ୍ଦ କରିଦେଲେ । ତେବେ ଛାଡ଼ ସେ କଥା । ଏବେ ନୂଆ କରି ଆଲୋଚନା କରାଯାଉ ତୁମେ ଆରମ୍ଭ କର । ତୁମର ଲାଇସେନ୍ସ ବାବଦରେ ଠିକ ଧାରଣ ଅଛି । ସବୁ ଜିନିଷ ଠିକ ଭାବେ ଲେଖ । ଆଉ ପ୍ରଥମେ ସେ ମିଡିଆଉଇକି:ଲାଇସେନ୍ସଟିକୁ ଠିକ କରିଦିଅନ୍ତୁ । ଅନ୍ୟମାନେ ଏହି ଲିଂକରେ ଫାବ୍ରିକେଟରରେ ହେଇଥିବା ଆଲୋଚନା ପଢିପାରିବେ ।--ଶିତିକଣ୍ଠ (ଆଲୋଚନା) ୦୮:୩୭, ୨୩ ଅକ୍ଟୋବର ୨୦୧୫ (UTC)

non-free contents ବ୍ୟବହାର ପାଇଁ ନୂଆ ନିୟମ

[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ କପିରାଇଟ-ଯୁକ୍ତ ଛବି କିମ୍ବା ଅନ୍ୟାନ୍ୟ ତଥ୍ୟ ବ୍ୟବହାର ପାଇଁ ସ୍ଵତନ୍ତ ନିଯମାବଳୀ ନଥିବାରୁ ଲୋକାଲ ଅପଲୋଡ ବ୍ୟବସ୍ଥା ସଚଳ କରିବାରେ ଅସୁବିଧା ହେଉଛି । ଫବ୍ରିକେଟରରେ ଏହା ବାବଦରେ ହେଇଥିବା ଆଲୋଚନା ପଢିପାରିବେ । ପରିଚାଳକମାନେ ମିଡ଼ିଆଉଇକି:Licensesକୁ ଶୀଘ୍ର ବଦଳାଇବେ, ନିମ୍ନୋକ୍ତ ପ୍ରସ୍ତାବ ଦିଆଗଲା । ଆପତ୍ତି ଥିଲେ କିମ୍ବା ପରିବର୍ତ୍ତନ ଚାହୁଁଥିଲେ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୦୯:୩୩, ୭ ଅକ୍ଟୋବର ୨୦୧୫ (UTC)

  • ମୃତ କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଚିତ୍ର ।
  • କାର୍ଯ୍ୟାଳୟର ଲୋଗୋ । - ଲୋ ରିଜୋଲ୍ୟୁସନ
  • ବହି ମଲାଟ । - ଲୋ ରିଜୋଲ୍ୟୁସନ
  • ପୁରୁଣା ଚିଠି/ ତଥ୍ୟ/ ଐତିହାସିକ ଗୁରୁତ୍ତ୍ଵ ଥିବା ଜିନିଷ ।

ଇତ୍ୟାଦି

କେବଳ ମିଡ଼ିଆଉଇକି:Licensesକୁ ବଦଳାଇଦେଲେ ହେବ ନା ନିୟମାବଳୀ ପ୍ରସ୍ତୁତ କରିବାକୁ ପଡ଼ିବ? -- ଅଂଶୁମାନ ତାର ଯୋଡ଼ିବେ? ୧୭:୪୯, ୨୧ ଅକ୍ଟୋବର ୨୦୧୫ (UTC)
ଅନ୍ୟ ଉଇକିରେ ସେମାନେ କେବଳ ଅନୁବାଦ କରିଦେଇଛନ୍ତି ବୋଧେ । ଆମର ବି ସେଇଆ କରିଦିଅନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୪:୪୦, ୨୨ ଅକ୍ଟୋବର ୨୦୧୫ (UTC)
ମୁଁ ଭାବୁଛି ପରିଚାଳକ ଭାବେ ଓ ଅଧିକ ଜାଣିଥିବା ଓ ବୁଝିଥିବା ଯୋଗୁ ଅଂଶୁମାନ ଭାଇ ଗୋଟିଏ ଭଲ ମତାମତ(suggestion) ଦିଅନ୍ତୁ ଯେ ପ୍ରକୃତରେ କଣ କଲେ ନିୟମ ଅନୁଯାୟୀ ଠିକ ହେବ ଏବଂ ଭଲ ହେବ ତାହା ସବିଶେଷ ଭାବେ ଲେଖିଦିଅନ୍ତୁ ।ଯେହେତୁ ସମସ୍ତେ ଲୋକାଲ ଫାଇଲ ଅପଲୋଡ ପାଇଁ ସମର୍ଥନ ଦେଇଛନ୍ତି ତେଣୁ ଏହା ଉପଲବ୍ଧ ହେବା ଜରୁରୀ କିନ୍ତୁ ଆମକୁ ଏହାବି ମନେ ରଖିବାକୁ ପଡିବ ଯେ ଯିଏ ନାଇ ସିଏ ଯେମିତି ନାଇ ସେମିତି ଫୋଟୋ ଅପଲୋଡ କରିଦେବେ । ତେଣୁ ଗୋଟେ ଶିକ୍ଷଣ ପୃଷ୍ଠା ସବିଶେଷ ଭାବେ କରିବାକୁ ପଡିବ ଯେ କେମିତିକା ଫାଇଲ ରହିବ ଆଉ କୋଊ କୋଊ ଲାଇସେନ୍ସରେ ।ମୋ ମତରେ ଉପଲୋଡ ଇଉଜର ଗୃପ କରିବା ଭଲ ।ଅଂଶୁମାନ ଭାଇ ଆପଣ ପରିଚାଳକ, ଆପଣ ସବୁବେଳେ ଦୋଷ ଧରି ଏଇଟା କାଇଁ କଲ, ନପଢି କଲ ଏମିତି ନକହି ଟିକେ ଭଲ ବାଟ ଦେଖାଇ ଉତ୍ସାହିତ କରି କହିଲେ ଭଲ ହୁଅନ୍ତା । ପୁରୁଣା ବଗରେ ଆପଣ ଯାଇ ସିଧାସିଧା ଲେଖିଦେଲେ । ଟିକେ ତା ପୂର୍ବରୁ ଏଇଠି ଜଣେଇ discussion କରି ତାପରେ ସେଇ କାମଟା କରିଥିଲେ ଆମକୁ ଭଲ ଲାଗିଥାନ୍ତା ।ଆମକୁ ଏମିତି ଲାଗିଥାନ୍ତା କି ଆମ communityର ଜଣେ ଯାଇ ସେଠି lead କଲେ ।ଦୟାକରି ଗାଇଡକରନ୍ତୁ ଯେମିତି ଆମେ ସଠିକ ବାଟରେ ଯିବୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୦:୨୧, ୮ ନଭେମ୍ବର ୨୦୧୫ (UTC)
ଜ୍ଞାନ, ଏଇଟା କେତେ ବାଟ ଗଲା ବା ଆଗକୁ କଣ ହେବ ଟିକେ ଜଣେଇଲେ ଭଲ ହୁଅନ୍ତା । ଏବେ ଏ ଆଲୋଚନାଟି ଏଠି ରଖିବା ନା ଅଭିଲେଖକୁ ଘୁଞ୍ଚାଇବା? --ସୁଭାସିସ ପାଣିଗାହି (ଆଳାପ) ୨୨:୨୭, ୯ ଫେବୃଆରୀ ୨୦୧୬ (IST)reply
ଏଇଟା ଗୁରୁତ୍ତ୍ୱପୂର୍ଣ୍ଣ କାମ ଅଟେ । ବନ୍ଦ ହେବା ପରଠାରୁ ଆଉ ଫାଇଲ ଅପଲୋଡ ହେଉନି ବା ଅଳ୍ପ ହେଉଛି । ତେବେ ପରିଚାଳକମାନେ ଆଗ ଆଲୋଚନା କରନ୍ତୁ ଏବଂ ପୁନଃ ବଗ୍ ଫାଇଲ୍ କରନ୍ତୁ । ଅତିକମ ରେ ଗୋଟେ ଛୋଟ ଅପଲୋଡର ଗ୍ରୁପ ତିଆରି କରିପାରିବା । ଯଦି କିଛି ଆପତ୍ତି ରହିଛି କିମ୍ବା ଡେରି ହେଉଛି ସାମୟିକ ଭାବେ ଏକ ଗୁଗୁଲ ଡ୍ରାଇଭର ଫୋଲ୍ଡର ବ୍ୟବହାର କରିବା । ଯେଉଁଥିରେ ବ୍ୟବହାରକାରୀ ଫୋଟ ଓ ତଥ୍ୟ ଅପଲୋଡ କରିବେ ଓ ପରିଚାଳକ ଏହାକୁ ଉଇକିରେ ଯୋଡିଦେବେ । ଏହି ପ୍ରସ୍ତାବ ସାମୟିକ ଭାବେ ନୂଆମାନଙ୍କ ପାଇଁ ବ୍ୟବହାର କରାଯାଇପାରିବ ।--ଶିତିକଣ୍ଠ (ଆଲୋଚନା) ୧୬:୨୭, ୨୮ ଫେବୃଆରୀ ୨୦୧୬ (IST)reply
ମୋତେ ଏ ଆଇଡ଼ିଆଟି ଭଲ ଲାଗୁଛି । ବାକି ପରିଚାଳକମାନଙ୍କ ମତ କଣ? (@MKar:, @Ansumang:, @Odisha1:) --ସୁଭାସିସ ପାଣିଗାହି (ଆଳାପ) ୧୯:୨୯, ୨୮ ଫେବୃଆରୀ ୨୦୧୬ (IST)reply

ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ଏକ ମାସିକ ପତ୍ରିକା ଆରମ୍ଭ

[ସମ୍ପାଦନା]

ଆମେ ଆଗରୁ ଉଇକିପତ୍ରିକା ନାମରେ ଏକ ମାସିକ ପତ୍ରିକା ଆରମ୍ଭ କରିଥିଲୁ । ତେବେ ତାହା ଖୁବ କମ କାଳ ଚାଲି ବନ୍ଦ ହୋଇଗଲା । ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଉଇକିଅଭିଧାନରେ ହେଉଥିବା ବିଭିନ୍ନ ଘଟଣା ଓ ଆମ ସମୁହର ମାସପରେ ମାସର କାମ କୌଣସି ସ୍ଥାନରେ ନଥିକରଣ କରା ରଖାଯାଇପାରୁ ନାହିଁ । ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପର କାମ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ କେନ୍ଦ୍ରୀଭୂତ ସ୍ଥାନର ଆବଶ୍ୟକତା ରହିଛି । ତେଣୁ ଆପଣ ସଭିଙ୍କୁ ଏକ ମାସିକ ପତ୍ରିକା ବାବଦରେ ତଳେ ନିଜ ମତ ଦେବା ପାଇଁ ଅନୁରୋଧ କରୁଛି । ପତ୍ରିକାଟି କିପରି ଦିଶିବ ତା' ଏଠାରେ' ଦେଖିପାରିବେ । ମୁଖ୍ୟ ଖବରଗୁଡ଼ିକ ଛୋଟ ଛୋଟ ଥମ୍ବନେଲ ଭଳି କରି କିପରି "ଆଲୋଚନା ସଭା" ଓ ବିଭିନ୍ନ ସଭ୍ୟଙ୍କ ଆଲୋଚନା ପୃଷ୍ଠାରେ ଲେଖାଯିବ ତାହା ମଧ୍ୟ ସେହି ପୃଷ୍ଠାରେ ଏକ ଅଲଗା ବିଭାଗ କରି ରଖାଯାଇଛି । ଏ ବାବଦରେ ମୁଁ ଫେସବୁକ ଚାଟରେ ମଧ୍ୟ ଦେଖିଛି ତେଣୁ ଆପଣଙ୍କମାନଙ୍କ ଭିତରୁ କିଛି ଏହା ଦେଖିଥିବେ । ଦୟାକରି ଏହା ଆରମ୍ଭ କରିବା କି ନାଁ ତଳେ ନିଜର ମତ ଦେବା ହେବେ। ପତ୍ରିକାଟିର ସମ୍ପାଦନା ପାଇଁ କିଛି ଉଇକିଆଳିଙ୍କ ଆବଶ୍ୟକତା ମଧ୍ୟ ରହିଛି । ତେଣୁ ସମର୍ଥନ/ମତ ଦେଲା ବେଳେ "ସମ୍ପାଦନାରେ ଭାଗ ନେବା ପାଇଁ ଆଗ୍ରହୀ" ବୋଲି ଲେଖିବେ ।--ସୁଭାସିସ ପାଣିଗାହି (ଆଳାପ) ୦୯:୫୧, ୨୮ ନଭେମ୍ବର ୨୦୧୫ (UTC)

ଏହି ପତ୍ରିକାରେ କେଉଁ କେଉଁ ବିଷୟ ସ୍ଥାନ ପାଇବ ? କେବଳ ଉଇକିରେ କଅଣ ହେଉଛି, ସେ କଥା ଲେଖାଯିବ ବା ଅନ୍ୟ କିଛି ଆଲୋଚନା ସଭ୍ୟମାନେ କରିବାକୁ ସୁଯୋଗ ପାଇବେ । ଉଦାହରଣ ସ୍ୱରୂପ ଉଇକିପିଡ଼ିଆରେ ଅଧିକ କଅଣ କରାଯିବାକୁ ସଭ୍ୟମାନେ ଇଚ୍ଛା କରୁଛନ୍ତି ସେ ବିଷୟ ଲେଖାଯିବ । ଏହି ସବୁ ବିଷୟ ଲେଖାଗଲେ ଭଲ ହେବ ।--Subas Chandra Rout (ମୋ ଆଲୋଚନା) ୦୦:୩୯, ୩ ଡିସେମ୍ବର ୨୦୧୫ (UTC)

ସମର୍ଥନ

[ସମ୍ପାଦନା]

ମୁଁ ସମ୍ପାଦନା ରେ ଭାଗ ନବାକୁ ଆଗ୍ରହୀ।

ବିରୋଧ/ଭିନ୍ନ ମତ

[ସମ୍ପାଦନା]

ଉଇକିପିଡିଆ ୧୫ - ପୁରୀ

[ସମ୍ପାଦନା]

ସାରକଥା

[ସମ୍ପାଦନା]

ଏହି ଅଲୋଚନାଟି ପୁରୀଠାରେ ଉଇକିପିଡ଼ିଆର ୧୫ତମ ଜନ୍ମ ଦିବସ ପାଳନ ଉଦ୍ଦେଶ୍ୟରେ କରାଯାଇଛି । ଏଥିରେ ନୂଆ ଉଇକିଆଳି ଏବଂ ପୁରୁଣା ଉଇକିଆଳି ସମସ୍ତେ ଯୋଗଦିଅନ୍ତୁ, ତାହା ଆମର ଅଭିପ୍ରାୟ ।

କେବେ ସମ୍ପାଦନା କରାଯିବ

[ସମ୍ପାଦନା]

ଏହି ସଭାଟି ୧୭ ଜାନୁଆରୀ, ୨୦୧୬ ରେ ପୁରୀରେ ଅନୁଷ୍ଠିତ ହେବା ପାଇଁ ଅନୁରୋଧ କରାଯାଉଛି ।

କେଉଁ ମାନେ ଭାଗ ନେଇପାରିବେ (Who can participate)

[ସମ୍ପାଦନା]

ଏଥିରେ ନୁଆ ଉଇକିଆଳି, ପୁରୁଣା ଉଇକିଆଳି ଏବଂ ଉଇକିପିଡ଼ିଆ ପ୍ରତି ଅଗ୍ରହ ଥିବା ବନ୍ଧୁମାନେ ଭାଗ ନେଇପାରିବେ ।

ମୂଳ ପ୍ରସଙ୍ଗ (Agenda)

[ସମ୍ପାଦନା]
  • ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଉଇକିପ୍ରକଳ୍ପ/ WikiProjects
  • ଗଣସମ୍ପାଦନା/ Edit-a-thon
  • Photowalk
  • Introduction of old community members with new community members

ଆୟୋଜନ କରୁଛନ୍ତି (Organizers)

[ସମ୍ପାଦନା]

ଏହି ଅଲୋଚନାର ମୁଖ୍ୟ ଉଦେଶ୍ୟ

[ସମ୍ପାଦନା]

ଗତ ତା-୨୦ ଡିସେମ୍ବର ୨୦୧୫ ରିଖରେ ପୁରୀରେ ଉଇକିପିଡ଼ିଆର ପ୍ରଥମ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ପୁରୀରୁ ୨୨ ଜଣ ଯୋଗଦାନ କରିଥିଲେ । ସେଥି ମଧ୍ୟରୁ ୫ ରୁ ୬ ଜଣ ସମ୍ପାଦନା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରୁଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ସମ୍ପାଦନାରେ ସାହାଯ୍ୟ ଦରକାର ହେଉଛି । ଆହୁରି ଅନେକ ଅଛନ୍ତି ଯେଉଁମାନେ ସ୍ଥାନ ଅଭାବ ଏବଂ ପରୀକ୍ଷା ଯୋଗୁଁ କର୍ମଶାଳାରେ ଭାଗ ନେଇପାରିନଥିଲେ । ଇକିପିଡ଼ିଆ ୧୫ର ଏହି ସଭାଟି ସେମାନଙ୍କ ପାଇଁ, ଓଡ଼ିଆ ଉଇକିପିଡ଼ିଆରେ ଯୋଗଦେବାର ଏକ ନୂଆ ରାସ୍ତା ସୃଷ୍ଠି କରିବ ବୋଲି ଅମେ ଆଶା କରୁଛୁ ।

ଉଇକିପିଡିଆ ୧୫ରେ ଖର୍ଚ୍ଚ

[ସମ୍ପାଦନା]
କ୍ରମିକ ସଂଖ୍ୟାକେଉଁଥିରେ ଖର୍ଚ୍ଚସାମ୍ପୁର୍ଣ ବିବରଣୀଖର୍ଚ୍ଚ ର ଅନୁମାନ(ଟଙ୍କା)
ଭୋଜନ୫୦ ଜଣଙ୍କ ପାଇଁ ଭୋଜନର ବ୍ୟବସ୍ଥା । ଭୋଜନରେ ମହାପ୍ରସାଦ ଏବଂ ଅତିଥୀଙ୍କ ପାଇଁ ଭୋଜନ୧୨,୦୦୦ ଟଙ୍କା
ଷ୍ଟିକର୍ଉଇକିପିଡିଆର ଷ୍ଟିକର୍, । ସମୁଦାୟ ୩୦୦ଟା ଷ୍ଟିକର୍ (ଉଇକିପିଡି଼ଆ , ଉଇକିପାଠାଗାର ,ଉଇକି ୧୫), ଏଟା inkmonk.com ରୁ ମଗେଇବା।୩,୦୦୦ ଟଙ୍କା
ଗମନାଗମନଦୂରରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଦେବାକୁ ଥିବା ଗମନାଗମନ ଖର୍ଚ୍ଚ୧୦,୦୦୦ ଟଙ୍କା
ଟାଉନ ହଲ୍ପୁରୀ ଟାଉନ ହଲ୍ ନିମନ୍ତେ ମ୍ୟୁନିସିପାଲିଟି ଦେବାକୁ ଥିବା ଭଡା୬,୦୦୦ ଟଙ୍କା
ଫ୍ଲେକ୍ସ ଏବଂ ବ୍ୟାନର୍୨,୦୦୦ ଟଙ୍କା
ପ୍ରୋଜେକ୍ଟରପ୍ରୋଜେକ୍ଟର ପିଛା ଖର୍ଚ୍ଚ୧,୦୦୦ ଟଙ୍କା
ଇଣ୍ଟରନେଟ୍ଇଣ୍ଟରନେଟ୍ ପିଛା ଖର୍ଚ୍ଚ୧,୦୦୦ ଟଙ୍କା
ଅନ୍ୟାନ୍ୟ ଖର୍ଚ୍ଚ୬,୦୦୦ ଟଙ୍କା
ସମୁଦାୟ ଖର୍ଚ୍ଚ୪୧,୦୦୦ ଟଙ୍କା

ବଳିଥିବା ଟଙ୍କା କମ୍ୟୁନିଟିକୁ ଫେରାଇ ଦିଆଯିବ ।

@Dorajagannath8:, @Nistha.aslp:, @Subas Chandra Rout:, @MKar:, @Psubhashish:, @Aditya Mahar: ଭାଇମାନେ, ଦୟାକାରି ଏହି ତାଲିକା ଉପରେ ନିଜର ମନ୍ତବ୍ୟ ଦିଅନ୍ତୁ । Th3snehasish (ମୋ ଆଲୋଚନା) ୧୫:୩୪, ୨୫ ଡିସେମ୍ବର ୨୦୧୫ (UTC)

୨୦/୧୨/୨୦୧୫ରେ ଆସିଥିବା ୨୨ ଜଣ ସମସ୍ତେ ଗଲେ ସମୁଦାୟ ୨୨ ଜଣ + ଅନ୍ୟ ଉଇକିଆଳି, ଅତିଥି ଇତ୍ୟାଦି ୧୦ ରୁ ୧୫ ହେବେ । ମୁଁ ଭାବୁଛି କେବଳ ମହାପ୍ରସାଦ ଖର୍ଚ୍ଚ ୧୨୦୦୦ରୁ ଅଧିକ ହେବ । ତା ଛଡ଼ା ଚା, ଜଳଖିଆ ଇତ୍ୟାଦି ଖର୍ଚ୍ଚ ଅଛି । ସେଠାକୁ କେଉଁମାନେ ଆସିବେ ତା'ର ଗୋଟିଏ ଚିଠା କରାଯାଉ । ଭୋଜନ କାର୍ଡ ଦରକାର ହୋଇପାରେ, କାରଣ ବାହାର ଲୋକ ପ୍ରବେଶ କରିବା ସମ୍ଭାବନା ରହିବ ।--Subas Chandra Rout (ମୋ ଆଲୋଚନା) ୧୩:୧୮, ୨୯ ଡିସେମ୍ବର ୨୦୧୫ (UTC)

ସମର୍ଥନ

[ସମ୍ପାଦନା]

ବିରୋଧ

[ସମ୍ପାଦନା]

ଭିନ୍ନ ମତ

[ସମ୍ପାଦନା]

ଏଥି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ଅନିଚ୍ଛା ସତ୍ତ୍ଵେ କହିବାକୁ ପଡୁଛି, ଆଜି ଦିନ ୧୧ ଟା ସମୟରେ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ୧୧:୩୦ ଯାଏଁ ପ୍ରକଳ୍ପ ପୃଷ୍ଠାରେ ଜାଗା ଓ ଠିକଣା ( Venue and Date )ରେ କିଛି ମଧ୍ୟ ସୂଚନା ନାହିଁ । ଜାନୁଆରୀ ୨ ତାରିଖରୁ ଯୋଜନା କରି ଆଜି ଯାଏଁ ଜାଗା ଓ ଠିକଣା ଲେଖା ଯାଇନି। ପୁରୀପିଲା ନୂଆ କିନ୍ତୁ ଶୈଳେସ ଭାଇ ଏମିତି କଣ କାମ ହୁଏ  ? --ଆଦିତ୍ୟ ମହାର (ଆଲୋଚନା) ୧୧:୩୫, ୧୭ ଜାନୁଆରୀ ୨୦୧୬ (IST)reply

ଆଦିତ୍ୟ ଭାଇ, ମୁଁ ସେଥିପାଇଁ କ୍ଷମା ମାଗୁଛି। ଏହି ଭିତରେ ଦୁଇଥର ମୋ ସାଙ୍ଗେ ଏହି ଭୁଲଟା ହେଳାଣି, ହେଲେ ଏହିପାଳିକ ମୋ ପାଖକୁ କାର୍ଯ୍ୟକ୍ରମ ସୂଚନା ଠିକ ସମୟରେ ଆସିନଥିଲା ଓ ଇଣ୍ଟରନେଟ ଅସୁବିଧା ଯୋଗୁ ମୁଁ ବି କାର୍ଯ୍ୟକ୍ରମରେ ଅବହେଳା କରିଦେଲି । ଆହୁରିଥରେ କ୍ଷମା ମାଗୁଛି ଓ ଆଶା କରୁଛି ଏହି ଭୁଲ ବାରମ୍ବାର ନ ହଉ । --Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୧:୪୬, ୨୦ ଜାନୁଆରୀ ୨୦୧୬ (IST)reply
୧୭.୦୧.୨୦୧୬ ରେ ହୋଇଯାଇଥିବା ପୁରୀ କର୍ମଶାଳାରେ ଆମେ ଯାହା ଭାବିଥିଲେ କରିବା ପାଇଁ କିମ୍ବା ଯାହା ଆମର ଲକ୍ଷ୍ୟ ଥିଲା ତାହା ପୁରଣ ହେଲା କି ? ପୁରୀର ପିଲାମାନେ ନୂଆ, ସେମାନେ ଉଇକିପିଡ଼ିଆ ବିଷୟରେ ଯାହା ଜାଣିବା କଥା ତାହା ଜାଣି ପାରିଲେ କି ? ଦୟାକରି ଏହାର ଉତ୍ତର ଭାଇମାନେ ଦେବେକି ?--Banojmahala (ମୋ ଆଲୋଚନା) ୨୦:୪୦, ୧୮ ଜାନୁଆରୀ ୨୦୧୬ (IST)reply
ଭାଇମାନେ ଉତ୍ତର ଟିକିଏ ଦିଅନ୍ତୁ--Banojmahala (ମୋ ଆଲୋଚନା) ୧୯:୫୫, ୨୦ ଜାନୁଆରୀ ୨୦୧୬ (IST)reply
Banojmahalaଭାଇ, ବିଳମ୍ବରେ ଉତ୍ତର ଦେଉଥିବାରୁ ଦୁଃଖିତ ।
ପୁରୀରେ ଉଇକି୧୫ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଥିଲା :
  • ନୁଆ ଉଇକିଆଳିଙ୍କୁ ପୁରୁଣା ଉଇକିଆଳିଙ୍କ ସହ ଭେଟ କରିବା ।
  • ଉଇକିପିଡି଼ଆର ୧୫ ବର୍ଷର ଏହି ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚେଇବା ।
  • ନୂଆ ଉଇକିଆଳିଙ୍କ ଅସୁବିଧା ବିଷୟରେ ଜାଣିବା ।
ତଥାପି ଆମେ କିଛି ଜିନିଷ କରିପାରିଲେନି ସମୟ ଓ miss management ଯୋଗୁ, ଯେମିତି ଗଣସମ୍ପାଦନା, ନୂଆ ଲୋକଙ୍କ ପାଖକୁ ପହଞ୍ଚିବା, Community survey କରିବା ଓ ଅନ୍ୟ କିଛି ।
ମୁଁ ଏହି ସବୁ ନୋଟ୍ କରିଛି ଓ ଆଶା କରୁଛି ଆଗକୁ ଏହି ଅସୁବିଧା ନ ହଉ।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୨:୧୨, ୨୦ ଜାନୁଆରୀ ୨୦୧୬ (IST)reply
ପୁରୀର ନୂଆ ଉଇକିଆଳିଙ୍କୁ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପ, ମୂଳ ନୀତି, ସମ୍ପାଦନା କୌଶଳ ଓ ଉଇକି ସମ୍ବନ୍ଧୀୟ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ପ୍ରସ୍ତୁତି କରିଥିଲି, କିନ୍ତୁ କାର୍ଯ୍ୟକ୍ରମରେ ଅଚାନକ ବଦଳ ହେବାରୁ ସମୟ ଅସୁବିଧା ହେଲା । ଏସବୁ ବାକିଆ କାମ ଆସନ୍ତା ମାସରେ ହେଇଯିବ ବୋଲି ଆଶା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୮, ୨୧ ଜାନୁଆରୀ ୨୦୧୬ (IST)reply
ଶୈଳେଶ, ଏ ବାବଦରେ ଗୋଟେ ବିବରଣୀ ଲେଖା ବାକିରହିଛି । ମୋତେ ସବିଶେଷ ପଠାଇପାରିଲେ ମୁଁ ସେଇଟିକୁ ସମ୍ପାଦନା କରିବାରେ ସାହାଯ୍ୟ କରିବି । ମୃତ୍ୟୁଞ୍ଜୟ ଭାଇ ଓ ବନୋଜ ଭାଇଙ୍କ ସଙ୍ଗେ ମିଶି ଲେଖିପାରିଲେ ବି ଆହୁରି ଭଲ ହେବ । ଆଉ ବିବରଣୀରେ କେବଳ କଣ ହେଲା ନ ଲେଖି କଣ ଶିଖିବାକୁ ମିଳିଲା, କଣ ହୋଇଥିଲେ ଭଲ ହୋଇଥାନ୍ତା, ଆଗାମୀ ଯୋଜନା ଓ ମୋଟାମୋଟି କଣ ଶିଖିବାକୁ ମିଳିଲା ତାହା ଲେଖିଲେ ବାକିମାନଙ୍କ ପାଇଁ ଉପଯୋଗୀ ହେବ । ଏଥି ସହିତ ଏହି କାର୍ଯ୍ୟକ୍ରମଟିରେ କଣ ଅଲଗା ଅଲଗା ଭାବେ କରାଗଲା ଆଉ ଅତୀତର କେଉଁ କେଉଁ କାର୍ଯ୍ୟକ୍ରମରୁ/ଅଲଗା କମୁନିଟିର କେଉଁ କାମରୁ ସେ ଶିକ୍ଷା ମିଳିଥିଲା ତାହା ଉଲ୍ଲେଖ କଲେ ବୁଝିବାକୁ ସୁବିଧା ହେବ ।--ସୁଭାସିସ ପାଣିଗାହି (ଆଳାପ) ୨୨:୩୬, ୯ ଫେବୃଆରୀ ୨୦୧୬ (IST)reply

CIS-A2Kରେ କାର୍ଯ୍ୟ୍ରତ ରହିବା ପାଇଁ ଅନୁମତି।

[ସମ୍ପାଦନା]

ନମସ୍କର, ମୁଁ CIS-A2Kରେ ଜଡି଼ତ ହେବାର ୩ମାସ ହୋଇଗଳାଣି ଓ ଏଥି ଭିତରେ ମୋ contractବି ସରିଯାଇଛି। ଏହି ତିନି ମାସ ଭିତରେ ଓଡି଼ଆ ଉଇକିପିଡି଼ଆର ପ୍ରଚାର ପ୍ରସାର ନିମନ୍ତେ ବହୁତ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି, ସେଥିରୁ କିଛି ସଫଳ ହେଇଛି ଓ କିଛି ବାକି ରହିଛି। ଆପଣମାନ୍ଙ୍କ ଅନୁମତି ମିଳିଲେ ମୁଁ ଆଗାମୀ କିଛି ମାସ CIS-A2Kରେ କାମ କରିପାରିବି ଓ ଏହି କାର୍ଯ୍ୟସୁଚୀ ହିସାବରେ କାମ କରିବି ଓ ବାକିଥିବା କାମ ସାରିବାକୁ ଚେଷ୍ଟା କରିବି।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୯:୫୯, ୨ ମାର୍ଚ୍ଚ ୨୦୧୬ (IST)reply

ହେଇଥିବା କାମ

[ସମ୍ପାଦନା]

ଏହି ତିନି ମାସ ମଦ୍ଧ୍ୟରେ ୨ଟି କର୍ମଶାଳା , ୪ଟି ମେଳଣ ଓ ଉଇକି୧୫ ସମ୍ମିଳନି କରିବାରେ ସାହାୟତା କରିଥିଲି।

  • ପୁରୀ କର୍ମଶାଳା ଦ୍ଵାରା ଆମ ସହିତ ୨୦ରୁ ଅଧିକ ଉଇକିଆଳି ଜଡି଼ତ ହେଲେ, ସେଥିମଧ୍ୟରୁ ୭ ଜଣ ମହିଳା ଉଇକିଆଳି ଓ ୨ ଜଣ ୧୫ ବର୍ଷରୁ କମ ଉଇକିଆଳି ଓଡି଼ଆ ଉଇକିପିଡି଼ଆରେ ଅବଦାନ କରୁଛନ୍ତି।
  • ଏହି କର୍ମଶାଳା ପରେ ଜାନୁଆରି ମାସରେ ଓଡି଼ଆ ଉଇକିପିଡି଼ଆର ସକ୍ରିୟ ଉଇକିଆଳି ସଙ୍ଖ୍ୟା ୨୯କୁ ବଢି଼ଛି।
  • ଆମେ ଭୁବନେଶ୍ଵର , କଟକ ଓ ନାଲକୋ ଛଡା ଏବେ ପୁରୀରେ ଏକ ସକ୍ରିୟ ଉଇକିଆଳି ସମୁଦାୟ ଗଢିପାରିଲୁ।
  • ଭୁବନେଶ୍ଵର ଉଇକିଆଳିଙ୍କ ସହ ମିଶି ଭୁବନେଶ୍ଵରରେ ଉଇକି ସମୁଦାୟକୁ ବଢାଇବା ପାଇଁ ଏକ ମେଳଣ ହୋଇଥିଲା। ଏହା ଦ୍ଵାରା ଭୁବନେଶ୍ଵରରେ କିପରି ଉଇକିପ ପ୍ରକଳ୍ପ ଗୁଡି଼କୁ ବଢାଇବାରେ ସହାୟତା ହେବ ତାହା ବିଚାର ହୋଇଥିଲା।
  • ପୁରୀଠାରେ ପୁରୁଣା ଓ ନୁଆ ଉଇକିଆଳିଙ୍କୁ ନେଇ ଉଇକି୧୫ ସମ୍ମିଳନୀ ହେଇଥିଲା, ଏହା ପୁରୁଣା ଉଇକିଆଳି ମାନଙ୍କୁ ନୁଆ ଉଇକିଆଳିଙ୍କ ଅସୁବିଧା ଓ କିପରି ପୁରୀରେ ଉଇକି ପ୍ରକଳ୍ପକୁ ବଢାଇ ହେବ ତାହା ଆଲୋଚନା ହେଇଥିଲା।
  • ପୁରୀ ଉଇକିଆଳି ଚିନ୍ମୟୀ ମିଶ୍ରଙ୍କ ସାହାୟତାରେ ଆମେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏକ କର୍ମଶାଳା କରିବାରେ ସଫଳ ହେଲୁ, ଏହା ଦ୍ଵାରା ୫୦ଜଣ ଉଇକିଆଳି ଗୋଟେ ଦିନରେ ଉଇକିପିଡି଼ଆରେ ଖାତା ଖୋଲିଥିଲେ ଓ କିଛି ଅବଦାନ କରିଥିଲେ।
  • ଉତ୍କଳ ବିଶ୍ଵ ବିଦ୍ୟାଳୟରେ ହୋଇଥିବା କର୍ମଶାଳା ଏବେ ଫଳ ଦେବାରେ ବିଫଳ ହେଇଛି କାରଣ କର୍ମଶାଳାର ୧ ସପ୍ତାହ ପରେ ପିଲାଙ୍କ ପରୀକ୍ଷା ଥିବାରୁ ସେମାନେ ଓଡିଆ ଉଇକିପିଡି଼ଆରେ ସମୟ ଦେଇପାରୁନାହାନ୍ତି। ମୁଁ ଚିନୁ ଦିଦିଙ୍କ ସହ ମିଶି ସେମାଙ୍କୁ ଉକିପିଡି଼ଆରେ ଲେଖିବା ପାଇଁ ଓ ତାଙ୍କ ଅସୁବିଧା ସମାଧାନ ପାଇଁ ଚେଷ୍ଟା କରିବି।
  • ଓଡି଼ଆ ଉଇକିପାଠାଗାରକୁ ନନ୍ଦିନୀ ଶତପଥୀଙ୍କ ଜିବନୀ ଉପରେ ଏକେ ବହି ମଧ୍ୟ ଆସିଛି ଏହି ୩ମାସ ଭିତରେ।

ସମର୍ଥନ

[ସମ୍ପାଦନା]
 ସମର୍ଥନ-- --Subas Chandra Rout (ମୋ ଆଲୋଚନା) ୧୦:୧୦, ୨ ମାର୍ଚ୍ଚ ୨୦୧୬ (IST)reply
 ସମର୍ଥନ-- --ପୂରା ସମର୍ଥନ Pmsarangi (ମୋ ଆଲୋଚନା) ୧୧:୪୧, ୨ ମାର୍ଚ୍ଚ ୨୦୧୬ (IST)reply
 ସମର୍ଥନ-- --ସ୍ନେହାଶିଷ ନାୟକ (ମୋ ଆଲୋଚନା) ୧୩:୦୨, ୨ ମାର୍ଚ୍ଚ ୨୦୧୬ (IST)reply
 ସମର୍ଥନ-- --Coldbreeze16 (ମୋ ଆଲୋଚନା) ୧୪:୧୪, ୨ ମାର୍ଚ୍ଚ ୨୦୧୬ (IST)reply
 ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୧୪:୩୫, ୨ ମାର୍ଚ୍ଚ ୨୦୧୬ (IST)reply
 ସମର୍ଥନ-- --ପୂରା ସମର୍ଥନ Chinmayee Mishra (ମୋ ଆଲୋଚନା)
 ସମର୍ଥନ -- ନିଷ୍ଠାରଞ୍ଜନଦାଶtalk ୧୨:୩୭, ୭ ମାର୍ଚ୍ଚ ୨୦୧୬ (IST)reply

ବିରୋଧ/ଭିନ୍ନ ମତ

[ସମ୍ପାଦନା]
  • ଶୈଳେଶ, ପୁରୀର ସଫଳତା ପାଇଁ ବହୁତ ଅଭିନନ୍ଦନ । ଆଶା, ଉତ୍କଳ ବିଶ୍ଵବିଦ୍ୟାଳୟରୁ ମଧ୍ୟ ପିଲାମାନେ ନିୟମିତ ଲେଖିବେ । CIS-A2Kସହିତ ତୁମ କାମ କରିବା ବାବଦରେ କିଛି ପ୍ରଶ୍ନ ମୋ ମନକୁ ଆସିଛି । ମୋ ଅଜ୍ଞତା ପାଇଁ ମୂଳରୁ କ୍ଷମା ମାଗି ନେଉଛି ।
୧) CIS-A2K ସହିତ ଜଡ଼ିତ ହେବା ଦ୍ଵାରା, ତୁମେ ଉପରେ ଲେଖିଥିବା କାମଗୁଡିକରେ କିଛି ସୁବିଧା/ସହଯୋଗ ମିଳିଛି କି ? କହିବା ଅର୍ଥ, ତୁମେ CIS-A2K ସହିତ ଜଡ଼ିତ ନହୋଇ କଣ ଏ କାର୍ଯ୍ୟ ଗୁଡିକ କରି ପାରିନଥାନ୍ତ !
୨) CIS-A2Kରୁ ତୁମକୁ କିଛି ପାରିଶ୍ରମିକ ମିଳେ କି ! କେବଳ ହଁ ବା ନାଁ ରେ ଉତ୍ତରେ ଦେଲେ ମୋ ପାଇଁ ଯଥେଷ୍ଟ ।
୩) ତୁମେ କିଛି ମାସ CIS-A2K କାମ କରିବାର ଅଭିଜ୍ଞତା କେମିତି ? ଅନ୍ୟ ଜଣେ ସେ ଅଭିଜ୍ଞତା ଅର୍ଜନ କଲେ, ଆମ ଉଇକି ଗୋଷ୍ଠି ପାଇଁ ଲାଭ ହେବ କି !
ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୩୭, ୩ ମାର୍ଚ୍ଚ ୨୦୧୬ (IST)reply
  1. ପ୍ରିତି ଭାଇ ମୁଁ ଯେତିକି କାମ ଏହି ତିନି ମାସରେ କରିଛି ତା ଠାରୁ ଅଧୀକ କାମ ୪ବର୍ଷ ଭିତରେ କରିଛି। ୪ ବର୍ଷର ଅଭିଜ୍ଞ୍ୟତା ଭିତରେ ମୁଁ ସଦାବେଳେ ଗୋଟେ ଅସୁବିଧାର ସମ୍ମୁଖିନ ହେଇଛି, କର୍ମଶାଳା ଓ ମେଲଣ ପରେ କିଛି ରିପୋର୍ଟ ଦେବା କିମ୍ବା ପିଲାଙ୍କୁ ଟ୍ରାକ୍ କରିବା କଷ୍ଟ ହୁଏ। ଏବେ CIS-A2K ରେ ଯଡି଼ତ ହେବା ପରେ ମୁଁ ଏହି ଅସୁବିଧାର ହଳ ପାଇଛି। ତା ବାବଦେ ଭି ସୁଭାଶିସ ଭାଇଙ୍କୁ ଓଡି଼ଶାରେ କିଛି କାମ କରିବାକୁ ହେଲେ ପ୍ରତିଥର ବାଙ୍ଗାଲୋର ରୁ ଆସିବାକୁ ପଡୁଥିଲା। ଏବେ ମୁଁ ସେହି ସବୁ କାମ ଗୁଡିକୁ କରିବାରେ ସହାୟତା କରୁଛି। କମ୍ୟୁନିଟି ସହ ମୋର ଭଲ ସଂପର୍କ ଥିବାରୁ ମୋତେ କାମ କରିବାରେ ସାହାୟତା ହେଉଛି।
  2. ହଁ ଭାଇ!
  3. CIS-A2K କାମ କରିବାର ଅଭିଜ୍ଞତା ମୋର ଭଲ ଯାଊଛି। ଏଠି ମୁଁ ଜାଣିପାରୁଛି କି ଆଗରୁ CIS-A2Kର ଓଡି଼ଆ କମ୍ୟୁନିଟି ପାଇଁ ହେଇଥିବା କାମର ସଫଳତା ଓ ବିଫଳତା ଜାଣିବାରେ ସହାୟତା ହେଉଛି, ଯାହା ମତେ କାମ କରିବାକୁ ସହାୟତା ଦେଉଛି। ଅନ୍ୟ କେହି ଆସିଲେ ବି ଭଲ ହେବ। ଗୋଟେ PA ବାଛିବା ପାଇଁ CIS-A2K ୪ମାସ କିଛି କାମ କରିନଥିଲା (ରହିମଙ୍କ ବ୍ଲଗ ପୋଷ୍ଟ) ଓ ମୋ ଦ୍ଵାରା ବାକିଥିବା କାମ ତୁଳାଇବାରେ ବି ଅସୁବିଧା ହେବ। (ଗୋଟେ ଫ୍ଲୋ ଚେଞ୍ଜ ହେଲେ।)--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୧:୪୭, ୩ ମାର୍ଚ୍ଚ ୨୦୧୬ (IST)reply

[IRC]ରେ ଭାଗ ନେବାକୁ ଅନୁରୋଧ।

[ସମ୍ପାଦନା]

ସମସ୍ତଙ୍କୁ ନମସ୍କାର, ଉଇକିମିଡି଼ଆ ଫାଉଣ୍ଡେସନ ପ୍ରତିବର୍ଷ CISକୁ ଭାରତୀୟ ଭାଷାର ଉଇକିପିଡି଼ଆ ପାଇଁ କାମ କରିବାକୁ ଫଣ୍ଡ ଦିଏ। ୨୦୧୩ରୁ ଆରମ୍ଭ କରି ପ୍ରତିବର୍ଷ CIS-A2K କମ୍ୟୁନିଟି ସହ ମିଶି workplan ତିଆରି କରେ ଉଇକିପିଡି଼ଆର ବିକାଶ ପାଇଁ ଏହି ଫଣ୍ଡକୁ ଖର୍ଚ୍ଚ କରାଯାଏ । ଏହିବର୍ଷ ମଧ୍ୟ ଆପଣମାନଙ୍କୁ ଏହି workplan ବନେଇବାରେ ସାହାଯ୍ୟ କରିବାକୁ ନିବେଦନ। ଆପଣମାନେ ଏଠାରେ ମଧ୍ୟ ନିଜର ମତ ଜଣେଇପାରିବେ। ଆପଣମାନେ ଏଠାରେ ପୁର୍ବବର୍ଷର workplan ବିଷୟ୍ରେ ଜାଣିପାରିବେ।

୧୩ ତାରିଖ ପାଇଁ IRC

୧୩ ତାରିଖ ଦିନ ଆମେ ଓଡି଼ଆ ଉଇକିପିଡି଼ଆକୁ ଆଗକୁ ବଢେଇବା ପାଇଁ ନୁଆ ଯୋଜନା ତିଆରି କରିବା ଓ ପୁରୁଣା ଯୋଜନା କୁ କିପରି ସଫଳ କରି ହେବ କିମ୍ବା ପୁରୁଣା ଯୋଜନାକୁ ଆକଳନ କରି ନୁଆ ଯୋଜନାକୁ କିପରି ଆଗକୁ ବଢେଇ ହେବ ସେଇ ବିଷୟରେ ଆଲୋଚନା କରିବା ଓ ୨୦୧୬-୧୭ ବର୍ଷ ପାଇଁ workplan ଟେ ତିଆରି କରିବା।

୧୮ ତାରିଖ ପାଇଁ IRC

କମ୍ୟ୍ନିଟିଠୁ Input ନେଇ ତିଆରି ହେଇଥିବା ୨୦୧୬-୧୭ ବର୍ଷ ପାଇଁ workplanରୁ କେଉଁ କାମ କରିହେବ, କେଉଁ କାମ କରିହେବନି ଓ ଅନ୍ୟ କିଛି ନୁଆ କାମ ଆରମ୍ଭ କରିବା ବିଷୟରେ ଅନୁମତି ପାଇବା ପାଇଁ ଏହି IRCଟି, ଏହି IRCରେ ଆମ ସହିତ CIS-A2Kରୁ ତନଭିର ହସନ ଆମ ସହିତ ଯଡି଼ତ ରହିବେ।

ସମସ୍ତିଙ୍କୁ ଏହି ଦୁଇଟି IRCରେ ଭାଗ ନେବାକୁ ଅନୁରୋଧ।

ସମୟ
୭:୩୦ରୁ ୮:୩୦ (ଏହି ସମ୍ୟରେ କିଛି ଅସୁବିଧା ଥିଲେ ଜଣାନ୍ତୁ)--Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୩:୨୭, ୧୧ ମାର୍ଚ୍ଚ ୨୦୧୬ (IST)reply

୩ୟ ଜାତୀୟ ଭାଷା ସମ୍ମିଳନୀରେ ଭାଗ ନେବା

[ସମ୍ପାଦନା]

ଏହି ମାସ ୨୫, ୨୬, ୨୭ ଓ ୨୮ ତାରିଖରେ ୩ୟ ଜାତୀୟ ଭାଷା ସମ୍ମିଳନୀରେ ଭାଗ ନେବା ନିମନ୍ତ୍ରଣ ଓ ଗମନାଗମନର ସୁଯୋଗ ପାଇ ମୁଁ ୨୬ ତାରିଖରୁ ୨୮ ତାରିଖ ଯାଏ ଓଡ଼ିଶାରେ ରହିବି । ଏଥିରୁ ୨୬ ତାରିଖ ମୁଁ ଓଡ଼ିଆ ଉଇକିଆଳି ସାଥିଙ୍କ ସଙ୍ଗେ ଭେଟିବା ପାଇଁ ଖାଲି ରଖିଛି । ବାକି ଦୁଇଦିନ ସମ୍ମିଳନୀରେ ଭାଗ ନେବା । ଏହି ସମ୍ମିଳନୀରେ ନସିମ, ଜ୍ଞାନ ଓ ମୋର ଆବଷ୍ଟ୍ରାକ୍ଟ ମନୋନୀତ ହୋଇଛି । ଆମେ ତିନିହେଁ ୨୭ ତାରିଖ ଦିନ ବିଭିନ୍ନ କାରିଗରୀ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବୁ । ଜ୍ଞାନ ଓ ନସିମଙ୍କୁ ଅନୁରୋଧ ନିଜ ଆବଷ୍ଟ୍ରାକ୍ଟ ତଳେ ବାକି ସଭିଙ୍କ ପାଇଁ ସେଆର କରିବେ ।--ସୁଭାସିସ ପାଣିଗାହି (ଆଳାପ) ୨୧:୨୯, ୧୩ ମାର୍ଚ୍ଚ ୨୦୧୬ (IST)reply

ମେଳଣ: ପୁରୀ/ଭୁବନେଶ୍ୱର, କେବେ, କେଉଁଠି?

[ସମ୍ପାଦନା]
ଭୁବନେଶ୍ୱର

@Subas Chandra Rout: @Jnanaranjan sahu: ଭୁବନେଶ୍ୱରରେ ୨୭ ତାରିଖରେ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସରେ ଆମର ଆଲୋଚନା ରହିବ । ସେଦିନ ସେଠାରେ ଦେଖାହୋଇ ଆମେ ଉଇକିପିଡ଼ିଆ ମେଳଣଟେ କରିପାରିବା । କଣ କଣ ଆଲୋଚନା କରିବା ଆପଣମାନେ ତଳେ ଲେଖିଲେ ଭଲ ହେବ ।--ସୁଭାସିସ ପାଣିଗାହି (ଆଳାପ) ୧୦:୪୯, ୧୬ ମାର୍ଚ୍ଚ ୨୦୧୬ (IST)reply

ସେଦିନ ସମୟ ମିଳିଲେ ନିହାତି ଆଲୋଚନା କରିବା । କିଛି ଆଲୋଚନାର ବିଷୟ ମୋ ମନରେ ଅଛି ।
  • ଉଇକିପିଡିଆ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ।
  • ଅସୁବିଧା ଗୁଡିକ ବିଷୟରେ ଆଲୋଚନା ।
  • ଉଇକିମାନିଆରେ ଓଡିଆ କମ୍ୟୁନିଟି କଣ କରାଯାଇପାରେ ।
  • ଭୁବନେଶ୍ବର ଉଇକିଟୁଙ୍ଗୀରେ ନୂଆ ଜିନିଷ କଣ କରାଯାଇପାରିବ ।

--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୪୬, ୧୬ ମାର୍ଚ୍ଚ ୨୦୧୬ (IST)reply

ପୁରୀ (ମାର୍ଚ୍ଚ ୨୬)

@Th3snehasish: @Dorajagannath8: ୨୬ ତାରିଖଟି ମୁଁ ପୁରୀ ଉଇକିଆଳିଙ୍କୁ ଭେଟିବା ପାଇଁ ଫାଙ୍କା ରଖୁଛି । କେତେ ବେଳେ କେଉଁଠି ଭେଟିବା ଆଉ କଣ କଣ ଆଲୋଚନା କରିବା ତଳେ ଲେଖିଲେ ଭଲ ହେବ । ଆଉ ବାକି ସାଥିମାନଙ୍କୁ ବି ଏଠାରେ ଭାଗ ନେଇ ଲେଖିବା ପାଇଁ କହିବେ ।--ସୁଭାସିସ ପାଣିଗାହି (ଆଳାପ) ୧୦:୪୯, ୧୬ ମାର୍ଚ୍ଚ ୨୦୧୬ (IST)reply

ମୁଁ ଯୋଗ ଦେଇପାରିବି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୪୬, ୧୬ ମାର୍ଚ୍ଚ ୨୦୧୬ (IST)reply
ଆଲୋଚନା କରି ଜଣାଇବୁ ।--ଜଗନ୍ନାଥ ଦୋରା
୨୬ ତାରିଖରେ ମୁଁ ଯୋଗ ଦେଇପାରିବି । --ସ୍ନେହାଶିଷ ନାୟକ (ମୋ ଆଲୋଚନା) ୧୦:୨୯, ୧୯ ମାର୍ଚ୍ଚ ୨୦୧୬ (IST)reply

ସମ୍ବାଦ ଅଫିସରେ ଆଲୋଚନା ଓ ଆଲୋଚନା ପରର ମତାମତ

[ସମ୍ପାଦନା]

ଏହି ୨୮ ତାରିଖ ଦିନ ୨ ଟାରେ ସମ୍ବାଦ ଭୁବନେଶ୍ୱର (ରସୁଲଗଡ଼ ପାଖରେ) ଅଫିସରେ ଏକ ଆଲୋଚନା ପାଇଁ ସେମାନେ ରାଜି ହୋଇଛନ୍ତି । ଆମେ ଆଗରୁ ତାଙ୍କୁ ବିଭିନ୍ନ ବିଷୟରେ ୨୦୧୪ ମସିହାରେ ଜଣାଇଥିଲେ । ସେଥିରୁ କେବଳ ବହିସବୁ ଡିଜିଟାଇଜ କରିବା କାମଟି ସଫଳ ହୋଇଛି । ମୁଁ ସେହି ଯୋଜନା ଅନୁରୋଧ ଆଉ କିଛି ନୂଆ ବିଷୟ ସବୁ ଏଥରକ ଆଲୋଚନା କରିବା ବାବଦରେ ଭାବିଛି । ଆଉ ସବୁ ଉଇକିଆଳିଙ୍କୁ ଅନୁରୋଧ ନିଜ ନିଜ ମୁଲ୍ୟବାନ ମତ ଦେବେ । ଯେଉଁମାନେ ଏଥିରେ ଭାଗ ନେବା ପାଇଁ ଆସିପାରିବେ ଆହୁରି ଭଲ ।--ସୁଭାସିସ ପାଣିଗାହି (ଆଳାପ) ୧୦:୫୯, ୧୬ ମାର୍ଚ୍ଚ ୨୦୧୬ (IST) ଏହି ବୈଠକରେ ସମ୍ବାଦ ତରଫରୁ ଗୌରହରି ଦାସ, ସ୍ୱରାଜ ମିଶ୍ର, ଗୌତମବୁଦ୍ଧ ଦାସ, କମଳାକାନ୍ତ ମହାପାତ୍ର, ସରୋଜ ଓ ରିଚା ସେନ ଯୋଗଦେଇଥିଲା ବେଳେ ଓଡ଼ିଆ ଉଇକିପିଡ଼ିଆ ତରଫରୁ ଜ୍ଞାନରଞ୍ଜନ ସାହୁ, ନସିମ ଅଲ୍ଲୀ, ଶୈଳେଶ ପଟ୍ଟନାୟକ (+CIS-A2K) ଓ ସୁଭାସିସ ପାଣିଗାହି (+CIS-A2K) ଯୋଗଦେଇଥିଲେ । ଏଥିରେ କଣ କଣ ଆଲୋଚନା ହେଲା ତାହା ତଳେ ହଳଦିଆ]] ରଙ୍ଗରେ ସୂଚାଇଦିଆଯାଇଛି । ଏକା ସ୍ଥାନରେ ଉଭୟ ଯୋଜନା ଓ ଆଲୋଚନାର ଫଳାଫଳ ଦେଖି ଆପଣମାନେ ଅଧିକ ମତ ଦେବାରେ ଭାଗନେବେ ବୋଲି ଆଶା ।--ସୁଭାସିସ ପାଣିଗାହି (ଆଳାପ) ୨୦:୨୫, ୨୮ ମାର୍ଚ୍ଚ ୨୦୧୬ (IST) reply

ସମ୍ବାଦ ତରଫରୁ ଏହି ମେଳଣରେ ଭାଗ ନେବେ:

  • ସୌମ୍ୟରଞ୍ଜନ ପଟ୍ଟନାୟକ
  • ତନୟା ପଟ୍ଟନାୟକ
  • ଅସିତ ମହାନ୍ତି
  • ବାମାପଦ ମହାନ୍ତି
  • ରଣଜିତ ଗୁରୁ
  • ସ୍ୱରାଜ ମିଶ୍ର
  • ଆଶିଷ ଗଡ଼ନାୟକ

ମତାମତ

[ସମ୍ପାଦନା]
  • ଆମେ ତାଙ୍କୁ ଗୋଟିଏ ଛୋଟ ଖାନା(column) ପ୍ରତିଦିନ କିମ୍ୱା ସପ୍ତାହରେ ୧ଟି ବା ଦୁଇଦିନ ଉଇକିପିଡ଼ିଆ ବିଜ୍ଞାପନ ପାଇଁ ଅନୁରୋଧ କରିପାରିବା । ଯେଉଁଥିରେ ଆମେ ଏହା ବିଜ୍ଞାପନ କରିବା "ସ୍ୱେଚ୍ଛାସେବୀ ଆବଶ୍ୟକ ଓଡ଼ିଆ ଉଇକିପିଡିଆ ପାଇଁ ଯେଉଁମାନେ ଇଚ୍ଛୁକ ଅଛନ୍ତି ଏହି ----- ନମ୍ୱରେ ସମ୍ପର୍କ କରିପାରିବେ" । କିମ୍ୱା ଓଡ଼ିଆରେ ଟାଇପ କରିବାକୁ ଇଚ୍ଛା କରୁଥିବା ଲୋକ ଏଠାରେ ସମ୍ପର୍କ କରିପାରିବେ । କିମ୍ୱା ଓଡ଼ିଆ ବିଷୟଗୁଡ଼ିକରେ ଦକ୍ଷତା ଥିବା ଲୋକମାନେ ବର୍ତ୍ତମାନ ଓଡ଼ିଆ ଉଇକିରେ ଥିବା ବିଷୟ ଗୁଡ଼ିକୁ ଉନ୍ନତ କରିବାକୁ ଉଚ୍ଛୁକ ମଧ୍ୟ ଏଠାରେ ସମ୍ପକ କରିପାରିବେ । ଏମିତି କିଛି କରିବା ପାଇଁ ଅନୁମତି ମିଳିଲେ ଓଡ଼ିଆ ଉଇକିରେ ଉଇକିଆଳି ଓ ଓଡ଼ିଆ ବିଷୟ ସଂଖ୍ୟା ବଢ଼ିପାରିବ । ଦେଖ ଯଦି ହେଇପାରିବ ମୁଁ ଭାବୁଛି ଭଲ ହେବ । --Pmsarangi (ମୋ ଆଲୋଚନା) ୧୪:୩୮, ୧୬ ମାର୍ଚ୍ଚ ୨୦୧୬ (IST)reply
୩ୟ ଜାତୀୟ ଭାଷା ସମ୍ମିଳନୀରେ ଭାଗ ନେବା ସମୟରେ ସମ୍ୱ୍ବାଦ ସହମତି କରିଥିବା କିଛି ଯୋଜନା ବିଷୟରେ କିଛି ଜଣା ପଡୁନି, ଯେଉଁମାନେ ଯୋଗଦେଇ ଆଲୋଚନାକରି କରିଥିଲେ ସେ ବିଷୟରେ ଅଧିକ ସୂଚନା ଦେବାକୁ ଅନୁରୋଧ । --ଆଦିତ୍ୟ ମହାର (ଆଲୋଚନା) ୦୯:୩୪, ୧୦ ଜୁଲାଇ ୨୦୧୬ (IST)reply

Policy discussions

[ସମ୍ପାଦନା]
Click to read/download the book

A couple of months ago CIS-A2K published an Indic Wikipedia policies and guidelines handbook in order to support Indic Wikipedians to improve their policy portals. Before and after the publication of the handbook we talked to Indic Wikipedians and asked how should we go ahead with this works and these are the suggestions we have received so far:

  1. Core content and other important policy pages should be created;
  2. Regular policy discussions should take place which will help to collaborate understand a community's needs.

If you have any suggestion or idea, or if you want to prioritize any particular policy, please let us know. Thanks for your support. --Titodutta (ମୋ ଆଲୋଚନା) ୧୬:୦୧, ୨୪ ମାର୍ଚ୍ଚ ୨୦୧୬ (IST)reply

CIS-A2K Newsletter 2016 March

[ସମ୍ପାଦନା]

Hello,
CIS-A2K has published their March 2016 newsletter. The edition includes details about these topics:

  1. CIS-A2K's work-plan for the year 2016-2017
  2. National-level Wikipedia Education Program review workshop conducted in Bangalore in mid-January;
  3. BHASHA-Indian Languages Digital Festival event and CIS-A2K's participation;
  4. A learning pattern describing the importance of storytelling over demonstration in a Wikipedia outreach;

Please read the complete newsletter here.
If you want to subscribe/unsubscibe this newsletter, click here. --MediaWiki message delivery (ମୋ ଆଲୋଚନା) ୧୮:୨୮, ୧୩ ଅପ୍ରେଲ ୨୦୧୬ (IST)reply

ମହିଳା ଉଇକିଆଳି ମେଳଣ:

[ସମ୍ପାଦନା]

ସମସ୍ତଙ୍କୁ ମୋର ସାଦର ପ୍ରଣାମ । ଆସନ୍ତା ମେ' ମାସ ୧୫ ତାରିଖ ଦିନ ପୁରୀ ଓ ଭୁବନେଶ୍ୱର ରେ ରହୁଥିବା ସମସ୍ତ ମହିଳା ଉଇକିଆଳି ମାନେ ଭେଟିବାକୁ ଯାଉଛୁ । ୧୫ ତାରିଖ ରବିବାର ପଡୁଥିବାରୁ ସବୁ ସଦସ୍ୟାମାନଙ୍କର ସୁବିଧା ଦେଖି ଦିନଟିକୁ ଧାର୍ଯ୍ୟ କରିଛୁ ।

  • ଉଇକିପିଡ଼ିଆରେ ବର୍ତ୍ତମାନ ଅବଦାନ କରୁଥିବା ମହିଳା ମାନଙ୍କୁ ଏହା ସମ୍ପର୍କିତ ଅଧିକ ତଥ୍ୟ ପ୍ରଦାନ କରିବା ଏବଂ ଅଧିକ ମହିଳାମାନଙ୍କୁ ଆଗ୍ରହୀ କରାଇବା ପାଇଁ ଯୋଜନା ତିଆରି କରିବା ।
  • ନିଜ ନିଜର ରହୁଥିବା ଜାଗାରେ କିପରି ଅନ୍ୟମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଏହାର ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ଅବଗତ କରାଇବା , ସେ ଅନୁଯାୟୀ ଯୋଜନା କରିବା ।
  • ଦୁଇଟି ଉଇକି ଟୁଙ୍ଗୀର ମହିଳା ମାନଙ୍କୁ ଏକାଠି ଭେଟ କରାଇବା ଓ ସେମାନଙ୍କ ମଧ୍ୟରେ ଯୋଗାଯୋଗ କରାଇବା ।

ଖର୍ଚ୍ଚ ଆକଳନ

[ସମ୍ପାଦନା]
  • ଯାତାୟତ ପାଇଁ : ₹୧୫୦୦
  • ୮ ଜଣ ଉଇକିଆଳିଙ୍କ ଖାଇବା ପିଇବା ପାଇଁ :₹୩୫୦୦
  • ନେଟ୍ : ଶୈଳେଶ ଯୋଗାଇଦେବେ

ବଳକା ଟଙ୍କା କମ୍ୟୁନିଟିକୁ ଫେରାଇ ଦିଆଯିବ ।

ଏହି ଯୋଜନା ପାଇଁ ଆପଣମାନଙ୍କ ମତାମତ ଦେବାକୁ ଅନୁରୋଧ ରହିଲା । --Chinmayee Mishra (ମୋ ଆଲୋଚନା) ୧୧:୪୧, ୨୧ ଅପ୍ରେଲ ୨୦୧୬ (IST)reply

ମତାମତ

[ସମ୍ପାଦନା]
  • ପ୍ରସ୍ତାବିତ ମେଳଣରେ ଯୋଗଦେବାକୁ ଚେଷ୍ଟା କରିବି । ମହିଳା ଉଇକିଆଳିମାନେ କେଉଁ ବିଷୟରେ (ସମ୍ପାଦନା/ ଉଇକି ନୀତି/ ଅନ୍ୟାନ୍ୟ ପ୍ରକଳ୍ପ/ ଛବି ଅପଲୋଡ଼... ଇତ୍ୟାଦି) ଜାଣିବାକୁ ଅଧିକ ଆଗ୍ରହୀ/ ଏବେ କେଉଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜଣାଇଲେ ପ୍ରସ୍ତୁତି କରିବାକୁ ସୁବିଧା ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୩୮, ୭ ମଇ ୨୦୧୬ (IST)reply
  • ମୁଁ ପ୍ରଥମେ ଉଇକି କଥା /ଢଗଢମାଳି ପ୍ରକଳ୍ପଟି କଣ ଓ କିପରି ଉପଯୋଗୀ ସେବିଷୟରେ ଜାଣିବାକୁ ଓ ଶିଖିବାକୁ ଚାହୁଁଛି । ତା ଛଡା ଯେଉଁ ସବୁ ପୁରୁଣା ଓ ଦରକାରୀ ଛବି ଗୁଗୁଲ୍ ରେ ଅଛି ମାତ୍ର କମନ୍ସରେ ନାହିଁ । ସେସବୁକୁ କିପରି ଆମର ଦରକାରୀ ଲେଖାରେ ବ୍ୟବହାର କରିପାରିବା କି ନାହିଁ , ସେ ବିଷୟରେ ଜାଣିବାର ଅଛି । ଏବଂ ଅନ୍ୟ ଉଇକିଆଳିମାନଙ୍କୁ ଆନୁରୋଧ କରୁଛି ସେମାନେ ନିଜର ଯାହା କିଛି ଜାଣିବାର ଅଛି ଏଠାରେ ଜଣାନ୍ତୁ । --Chinmayee Mishra (ମୋ ଆଲୋଚନା) ୧୫:୩୧, ୭ ମଇ ୨୦୧୬ (IST)reply
  • ମୃତ୍ୟୁଞ୍ଜୟ ଭାଇ ମୁଁ ବିଭିନ୍ନ ଉଇକି ପ୍ରକଳ୍ପ, template ତ‌ଥା ବିଭିନ୍ନ ପ୍ରକାର ଲିଖନ ଶୈଳୀ (ଯଥା tab space କେମିତି ଦିଆଯିବ, ଟେବୁଲ୍ କେମିତି ତିଆରି କରାଯିବ ଇତ୍ୟାଦି) ବିଷୟରେ ଜାଣିବାକୁ ଚାହୁଁଛି । --Rajalaxmi Mishra (ମୋ ଆଲୋଚନା) ୧୯:୦୦, ୭ ମଇ ୨୦୧୬ (IST)reply
  • ମୋର ଉଇକି ଅଭିଧାନରେ କିପରି ଯୋଗଦାନ କରିପାରିବି, ଛବି ଅପଲୋଡ଼ କଲାବେଳେ ଲାଇସେନ୍ସ ଓ ବିଟା ଫିଚର ସମ୍ବନ୍ଧରେ କିଛି ଜାଣିବାକୁ ଅଛି ।Abha S Pradhan (ମୋ ଆଲୋଚନା) ୦୫:୫୩, ୧୧ ମଇ ୨୦୧୬ (IST)reply
ଚିନ୍ମୟୀ, ବହୁତ ଭଲ ପ୍ରସ୍ତାବଟେ କରିଥିଲ। ଏ ମହିଳା ଉଇକିଆଳି ମେଳଣ କେଉଁ କାରଣ ବଶତଃ ହେଇପାରିଲାନି ଟିକେ ଜଣାଇବ, ଆମେ ଭବିଷ୍ୟତରେ ଧ୍ୟାନ ଦେବା ଯେମିତି ଆଉ ଅସୁବିଧା ନ ହେବ । --ଆଦିତ୍ୟ ମହାର (ଆଲୋଚନା) ୦୯:୪୧, ୧୦ ଜୁଲାଇ ୨୦୧୬ (IST)reply
ଆଦିତ୍ୟ ମହାର ଭାଇ , ଏହି ମେଳଣ ପାଇଁ ଅଳ୍ପ ସମୟ ମଧ୍ୟରେ ଯୋଜନା କରାଯାଇଥିଲା, ତଥାପି ଏଥି ପାଇଁ ସମସ୍ତ ପ୍ରକାର ସୁବିଧା କରିବାକୁ ମୁଁ ନିଜ ଆଡୁ ସମସ୍ତ ପ୍ରକାର ଆୟୋଜନ କରିଥିଲି । ଆଭା ଦିଦି, ଅଲିଭା ଦିଦି , ଆଦ୍ୟାଶା , ରାଜଲଷ୍ମୀ ସମସ୍ତଙ୍କ ସହିତ ପରାମର୍ଶ କରି ଭଲ ତାରିଖଟିଏ ମଧ୍ୟ ନିଶ୍ଚିତ କରିଥିଲି । ଏଥିପାଇଁ ଯାହା ଖର୍ଚ୍ଚ ଦରକାର ଥିଲା ଆକଳନ କରି ମେଟା ପେଜ୍ ରେ ମଧ୍ୟ ଲେଖିଥିଲି । ଟିଟୋ ସେଠି ଆମେ କଣ କରିବାର ଉଦ୍ଦେଶ୍ୟ ରଖିଛୁ ପଚାରିଥିଲେ , ସେଠି ମଧ୍ୟ ତାଙ୍କୁ ଉତ୍ତର ଦେଇଥିଲି । ମେଳଣ ପାଇଁ ମୁଁ ଯେତିକି ପାରିଥାନ୍ତି ସମସ୍ତ ପ୍ରସ୍ତୁତି କରୁଥିଲି । ପ୍ରଥମେ ଏହା ପୁରୀରେ କରିବାର ଯୋଜନା ଥିଲା , ସେ ନେଇ ମୁଁ ମୃତ୍ୟୁଞ୍ଜୟ ଭାଇଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲି ଯାହା ଦ୍ୱାରା ଉଇକିଆଳି ମାନଙ୍କର କିଛି ଅଧିକ ଶିଖିବାରେ ସାହାଯ୍ୟ ହୋଇଥାନ୍ତା, ସେ ନେଇ କାହାର କଣ ବୁଝିବାର ଅଛି ,ଆଉ ଛୋଟିଆ edit session ଟେ ପାଇଁ ବି ଆଲୋଚନା କରାଯାଇଥିଲା । ମୃତ୍ୟୁଞ୍ଜୟ ଭାଇ ମଧ୍ୟ ସହମତି ଦେଇଥିଲେ , ପୁରୀରେ ସେହି ଦିନ ଉପସ୍ଥିତ ରହିବା ପାଇଁ ସେ ତାଙ୍କର ରହିବା ବ୍ୟବସ୍ଥା ମଧ୍ୟ କରିସାରିଥିଲେ । କିନ୍ତୁ ପରେ ଏଥିପାଇଁ ଆଗ୍ରହୀ ଉଇକିଆଳି ମାନଙ୍କ ଯତାୟତର ସୁବିଧା ଦେଖି ଏହା ଭୁବନେଶ୍ୱରରେ କରିବାକୁ ଯୋଜନା କରି ସମସ୍ତଙ୍କୁ ଜଣାଇଥିଲି । ସବୁ ସତ୍ୱେ ନିର୍ଦ୍ଧାରିତ ତାରିଖ ମଧ୍ୟରେ meta page ରେ ଅନୁରୋଧ ଗ୍ରହଣୀୟ ହୋଇନଥିଲା ଏବଂ ଆମେ ମାନେ ଏବେ ମଧ୍ୟ ଶିକ୍ଷାର୍ଥୀ ଅଛୁ ,ନିଜ ହାତରୁ ଖର୍ଚ୍ଚ କରି ଗୋଟାଏ ଦିନ ସମୟ ଦେବା ସମସ୍ତଙ୍କ ପାଇଁ ସହଜ ନଥିଲା । ତେଣୁ ଶୈଳେଶଙ୍କ ପରାମର୍ଶ କ୍ରମେ ଏହାକୁ ଉଇକିପିଡ଼ିଆର ଜନ୍ମଦିନ ପାଳନ ଅବସରରେ କରିବାକୁ ନିର୍ଦ୍ଧାରିତ କରି , ଶେଷ ମୁହୂର୍ତ୍ତରେ ଏହି ମେଳଣର ଯୋଜନାରୁ ଓହରିବାକୁ ପଡ଼ିଲା । ଯଦି ମୋର ଏଥିରେ କିଛି ଭୁଲ୍ ରହିଥାଏ , ଦୟାକରି ଜଣାଇବେ । ବିଳମ୍ବରେ ଉତ୍ତର ଦେବାପାଇଁ କ୍ଷମା ମଗୁଛି । --Chinmayee Mishra (ମୋ ଆଲୋଚନା) ୦୦:୪୨, ୨୪ ଜୁଲାଇ ୨୦୧୬ (IST)reply

WikiConference India 2016 update

[ସମ୍ପାଦନା]

Hi,

After an elaborate community participation process, we are planning to host Wikiconference India 2016 in Chandigarh during August 5, 6 and 7.

Please help us by

We will be calling applications for travel scholarship and paper presentations soon.

We look forward to your contribution in making this conference successful. Please sign up to our mailing list and follow the discussion in Meta for updates.

Thanks.

--Ravidreams (ମୋ ଆଲୋଚନା) ୦୨:୨୩, ୨୮ ଅପ୍ରେଲ ୨୦୧୬ (IST)reply

WikiConference India 2016 team.

As a stakeholder of the Wikimedia India community in India, please express your support and comments regarding the selection of host city, date and other aspects of this conference planning.